ନଓ୍ବାଜୁଦ୍ଦିନଙ୍କୁ ହ୍ବାଟ୍ସଆପ୍‌ରେ ଛାଡ଼ପତ୍ର ନୋଟିସ

ମୁମ୍ବାଇ: ବଲିଉଡ୍‌ ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କୁ ତାଙ୍କ ସ୍ତ୍ରୀ ଆଲିଆ ସିଦ୍ଦିକି ଛାଡ଼ପତ୍ର ନୋଟିସ୍‌ ପଠାଇଛନ୍ତି। ବିବାହର ୧୦ବର୍ଷ ପରେ ସେ ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ହ୍ବାଟ୍ସଆପ ଜରିଆରେ ନଓ୍ବାଜ୍‌ଙ୍କ ପାଖକୁ ଆଇନଗତ ନୋଟିସ୍‌ ପଠାଇଛନ୍ତି। ଆଲିଆଙ୍କ ଆଡ୍‌ଭୋକେଟ୍‌ ଅଭୟ ସାହି ପ୍ରତିକ୍ରିୟା ଦେଇ କହିଛନ୍ତି, ଲକ୍‌ଡାଉନ୍‌ ଯୋଗୁ ଦେଶର ସମସ୍ତ ଡାକଘର ବନ୍ଦ ରହିଛି। ଫଳରେ ସ୍ପିଡ୍‌ପୋଷ୍ଟରେ ନୋଟିସ୍‌ ପଠାଯାଇ ପାରିବନାହିଁ। ସେଥିଲାଗି ହ୍ବାଟ୍ସ ଆପ୍‌ ଏବଂ ଇମେଲ୍‌ ମାଧ୍ୟମରେ ତାଙ୍କୁ ଛାଡ଼ପତ୍ର ନୋଟିସ୍‌ ପଠାଯାଇଛି। ଏହି ଦମ୍ପତ୍ତି ଦୀର୍ଘଦିନ ଧରି ପରସ୍ପରଠାରୁ ଅଲଗା ରହିଆସୁଥିଲେ। ନଓ୍ବାଜ୍‌ଙ୍କ ପିଲାମାନେ ତାଙ୍କ ସ୍ତ୍ରୀଙ୍କ ପାଖରେ ରୁହନ୍ତି। ନଓ୍ବାଜ୍‌ଙ୍କ ବିରୋଧରେ ଆଲିଆ ଅନେକ ଗୁରୁତର ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଆମର ସମ୍ପର୍କ କେବେ ବି ଭଲ ନ ଥିଲା। ଆମ ସମ୍ପର୍କରେ ସବୁବେଳେ ଟେନ୍‌ସନ୍‌ ଥିଲା। ମୁଁ ମୋ ସମ୍ପର୍କକୁ ବଞ୍ଚାଇବାକୁ ବହୁତ ଚେଷ୍ଟା କଲି, କିନ୍ତୁ ଶେଷରେ ମୁଁ ହାର୍‌ ମାନିଯାଇଛି। ଲକ୍‌ଡାଉନ୍‌ରେ ମୁଁ ଆମ ସମ୍ପର୍କ ବିଷୟରେ ବହୁତ ଭାବିଲା ପରେ ଛାଡ଼ପତ୍ର ନିଷ୍ପତ୍ତି ନେଇଛି ବୋଲି ଆଲିୟା କହିଛନ୍ତି।


All Right Reserved By Dharitri.Com

ଶାହିଦଙ୍କୁ ସଫଳ ଅଭିନେତାର ପରିଚୟ ଦେଲା ‘କବିର ସିଂ’

ମୁମ୍ବାଇ: ଅଭିନେତା ଶାହିଦ କପୁରଙ୍କ ଅଭିନୀତ ‘କବିର ସିଂ’ ରିଲିଜର ପ୍ରଥମ ଦିନରେ ହିଁ ୨୦କୋଟି ଟଙ୍କା ଅର୍ଜନ କରିପାରିଛି। ଏହାଦ୍ୱାରା ଶାହିଦ କପୁର ନିଜ...

ଆଈ ହେଲେ ରବିନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ ଆଈ ହୋଇଛନ୍ତି। ତାଙ୍କ ପାଳିତ କନ୍ୟା ଛାୟା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଏନେଇ ରବିନା ଖୁସି...

କରୋନା ଭାଇରସ୍‌ ସହ ଲଢୁଥିବା ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ପ୍ରିୟଙ୍କା

ମୁମ୍ବାଇ: ମହାମାରୀ କରୋନା ଭାଇରସ୍‌ ସହ ଲଢ଼ିବା ପାଇଁ ଅନେକ ବଲିଉଡ୍‌ କଳାକାର ଆଗେଇ ଆସି ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରିଚାଲିଛନ୍ତି।...

୫ ଦିନ ପୂର୍ବରୁ ବାହାଘର ଭାଙ୍ଗିଥିଲେ ସଲ୍‌ମାନ

ମୁମ୍ବାଇ: ସବୁବେଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସଲ୍‌ମାନ ଖାନ୍‌ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି। ବଲିଉଡ୍‌ର ମୋଷ୍ଟ ଏଲିଜିବଲ୍‌ ବ୍ୟାଚେଲର୍‌ ହୋଇ ବି ୫୩ ବର୍ଷ...

ବାୟ ବାୟ ଦିଲ୍‌

ନୂଆ ଓଡ଼ିଆ ସିନେମା ‘ବାୟ ବାୟ ଦିଲ୍‌’କୁ ନେଇ ଓଲିଉଡ୍‌ରେ ଚର୍ଚ୍ଚା। କାରଣ ଏହାର ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ରୁଷୀୟ ଲଳନା ଆଲେକ୍‌ଜାଣ୍ଡ୍ରା ସ୍କେଲସୁନୋଭା...

ରଣବୀରଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ ଦୀପିକା, ପ୍ରଶଂସକ କଲେ ଟ୍ରୋଲ୍‌

ବିଗତ ଦିନରେ ଦୀପିକା ପାଦୁକୋନ୍‌ ଏବଂ ରଣବୀର କପୁରଙ୍କ ପ୍ରେମସମ୍ପର୍କକୁ ନେଇ ବଲିଉଡ୍‌ରେ ଖୁବ୍‌ ଚର୍ଚ୍ଚା ହେଉଥିଲା। ପରେ ବ୍ରେକ୍‌ଅପ୍‌କୁ ନେଇ ମଧ୍ୟ ଚର୍ଚ୍ଚା ଜୋର...

ଗୋଟିଏ ଚରିତ୍ର ପସନ୍ଦ ନୁହେଁ

ନୂଆଦିଲ୍ଲୀ : ଲୋକପ୍ରିୟ ଟେଲିଭିଜନ ଶୋ’ ‘ଜିତ୍‌’, ଗନ୍ସ ଆଣ୍ଡ୍‌ ରୋଜେସ୍‌’ରେ ଅଭିନୟ କରିଥିବା ଅଭିନେତ୍ରୀ ନୀରୁ ବାଜଓ୍ବା ଗୋଟିଏ ଚରିତ୍ରରେ ଅଭିନୟ କରିବା ମୋର...

Leave a comment

Your email address will not be published. Required fields are marked *