ଅଟୋରିକ୍ସାରେ ‘ହ୍ୟାଣ୍ଡଓ୍ବାଶ୍‌’ସୁବିଧା

ଥିରୁଭାନନ୍ତପୁରମ୍‌: ଭାରତରେ ସବୁଠାରୁ ଅଧିକ ସାକ୍ଷରତା ହାର ଏବଂ ଶିକ୍ଷିତ ରାଜ୍ୟଭାବେ ପରିଚିତ କେରଳ। ଏଠାରେ ଅଧିକାଂଶ ରିକ୍ସା ଏବଂ ଅଟୋ ଚାଳକ ମଧ୍ୟ ଗ୍ରାଜୁଏଟ୍‌ ଡିଗ୍ରୀଧାରୀ ହୋଇଥିବା ଜାଣିବାକୁ ପାଇବେ। ତେବେ ରାଜଧାନୀ ଥିରୁଭାନନ୍ତପୁରମ୍‌ର ଅଟୋ ଚାଳକ ସୁରେଶ କୁମାର ଏମ୍‌ଙ୍କ ଶିକ୍ଷାଗତ ଯୋଗ୍ୟତା ଯାହା ହେଉନା କାହିଁକି, ସେ ନିଶ୍ଚିତଭାବେ ଶିକ୍ଷିତ ଏବଂ ସଚେତନ ତାହା ପ୍ରମାଣିତ କରିଛନ୍ତି। କରୋନା ସଂକ୍ରମଣଠାରୁ ନିଜକୁ ଏବଂ ଯାତ୍ରୀଙ୍କୁ ରକ୍ଷା କରିବା ପାଇଁ ସେ ଏକ ସୁନ୍ଦର ବ୍ୟବସ୍ଥା କରିଛନ୍ତି। ଯାତ୍ରୀମାନେ ହାତ ସଫା କରିବା ପାଇଁ ନିଜ ଅଟୋରେ ସେ ହ୍ୟାଣ୍ଡଓ୍ବାଶ୍‌ ଓ ପାଣିର ବ୍ୟବସ୍ଥା କରିଛନ୍ତି। ଯାତ୍ରୀ ଗାଡ଼ିକୁ ଚଢ଼ିବା ପୂର୍ବରୁ ସେ ନିଜେ ହ୍ୟାଣ୍ଡଓ୍ବାଶ୍‌ ଦେଇଥାନ୍ତି। ହାତ ଧୋଇବା ପାଇଁ ଅଟୋରେ ପିଭିସି ପାଇପ୍‌ ଏବଂ ଟ୍ୟାପ୍‌ର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏଥିସହ ସଂକ୍ରମଣକୁ ରୋକିବା ପାଇଁ ସେ ମାସ୍କ ଓ ଗ୍ଲୋବ୍ସ ବ୍ୟବହାର କରିଥାନ୍ତି। ଏମିତିକି ଯାତ୍ରୀ ଏବଂ ନିଜ ମଧ୍ୟରେ ସାମାଜିକ ଦୂରତା ରଖିବା ପାଇଁ ସେ ଅଟୋ ମଧ୍ୟରେ ଏକ ସେପାରେଟର ବ୍ୟବସ୍ଥା କରିବାକୁ ମଧ୍ୟ ଚିନ୍ତା କରୁଥିବା କହିଛନ୍ତି।
ଉଲ୍ଲେଖଯୋଗ୍ୟ, ପାଲ୍ଲିମୁକ୍କୁ ବସ୍‌ଷ୍ଟାଣ୍ଡରେ ସୁରେଶ ଅନ୍ୟ ୨୦ ଅଟୋ ଚାଳକଙ୍କୁ ନେଇ ଏକ ଟ୍ରଷ୍ଟ ମଧ୍ୟ ଗଠନ କରିଛନ୍ତି। ରୋଗୀଙ୍କ ସୁବିଧା ପାଇଁ ସେମାନେ ମାଗଣାରେ ମେଡିକାଲରେ ପହଞ୍ଚାଇବା ଏବଂ ମେଡିକାଲରୁ ଘରେ ଛାଡ଼ିବା ସେବା ଉପଲବ୍ଧ କରିଛନ୍ତି। ଟ୍ରଷ୍ଟର ନିୟମ ଅନୁଯାୟୀ ଅଟୋରେ ଜଣେ ଯାତ୍ରୀ ହିଁ ଯାଇପାରିବେ। ଗୋଟିଏ ପରିବାରର ହୋଇଥିଲେ ସର୍ବାଧିକ ୩ ଜଣ ବସିପାରିବେ। ଏଭଳି ପରିସ୍ଥିତିରେ ସୁରେଶଙ୍କୁ ସକାଳୁ ରାତି ପର୍ଯ୍ୟନ୍ତ ମେଡିକାଲଠାରୁ ରେଳଷ୍ଟେଶନ ପର୍ଯ୍ୟନ୍ତ ଯିବାକୁ ପଡ଼ିଥାଏ। ତେଣୁ ଭୂତାଣୁ ସଂକ୍ରମଣରୁ ସୁରକ୍ଷା ପାଇଁ ସେ ହ୍ୟାଣ୍ଡଓ୍ବାଶ୍‌ ବ୍ୟବସ୍ଥା କରିଥିବା କହିଛନ୍ତି। ଏବେ କେବଳ ସୁରେଶଙ୍କ ଅଟୋରେ ହ୍ୟାଣ୍ଡଓ୍ବାଶ୍‌ ବ୍ୟବସ୍ଥା ରହିଥିବାବେଳେ ଆଗକୁ ଟ୍ରଷ୍ଟର ସମସ୍ତ ଅଟୋରେ ଏହି ସୁବିଧା ଉପଲବ୍ଧ କରିବାକୁ ସେ ଯୋଜନା କରୁଥିବା କହିଛନ୍ତି। ସୁରେଶଙ୍କ ଏଭଳି ସଚେତନତା ଓ ସତର୍କତାମୂଳକ ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।


All Right Reserved By Dharitri.Com

କଟକଣା ସତ୍ତ୍ୱେ ଜମୁଛି ତାସ, କ୍ରିକେଟ ଖେଳ

ରସୁଲପୁର,୬।୪(ଡିଏନଏ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସୁଦ୍ଧା ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ ଥିବାବେଳେ...

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୩୨୪

ନୂଆଦିଲ୍ଲୀ,୨୨।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱକୁ ତା କବଳକୁ ନେଇ ସାରିଲାଣି। ସବୁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସମୟ...

ବିରୋଧ ପ୍ରଦର୍ଶନ ସ୍ଥଳରେ ପ୍ଲାକର୍ଡ ଧରି କଲେ ବିବାହ

ଚେନ୍ନାଇ,୧୮।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାକରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ନେଇ ଆଜିବି ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି। ଏହାକୁ ନେଇ ତାମିଲନାଡୁର...

ଏମିତି ଜୀବ, ଯିଏ ନିଃଶ୍ୱାସ ନ ନେଇ ବି ବଞ୍ଚିଥାଏ

ଜେଲିଫିଶ ଦେଖିବାକୁ ଯେମିତି ଠିକ୍‌ ସେହିପରି ବୈଜ୍ଞାନିକମାନେ ଏକ ନୂତନ ଜୀବର ସନ୍ଧାନ ପାଇଛନ୍ତି। ଯାହା ନିଃଶ୍ୱାସ ନ ନେଇ ବଞ୍ଚିପାରିବ। ଏପରିକି ଜିଇଁବା ପାଇଁ...

ଠିକ୍‌ ସମୟରେ ନିଆଯାଇଛି ଲକ୍‌ ଡାଉନ ନିଷ୍ପତ୍ତି

ନୂଆଦିଲ୍ଲୀ,୨୪।୪: ନୀତି ଆୟୋଗର ସଦସ୍ୟ ତଥା କୋଭିଡ-୧୯କୁ ନେଇ ଗଠିତ ଉଚ୍ଚସ୍ତରୀୟ ସମିତିର ଅଧ୍ୟକ୍ଷ ଡାକ୍ତର ଭିକେ ପଲ କହିଛନ୍ତି, କରୋନା ଭାଇରସର ମୁକାବିଲା କରିବାକୁ...

କେଉଁ ଭାରତୀୟ ରାଜନେତା ଅଧିକ ରୋମାଣ୍ଟିକ୍‌

ନୂଆଦିଲ୍ଲୀ,୧୩।୨: ପ୍ରେମ ସପ୍ତାହ ପାଳନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ ଆସିଯାଇଛି ବର୍ଷକର ଅପେକ୍ଷା ପରେ ଆସୁଥିବା ସେହି ପ୍ରେମ ଦିବସ ବା ଭାଲେଣ୍ଟାଇନ୍‌...

ସୁଉଚ୍ଚ ଶୈବମୂର୍ତ୍ତି

ପୃଥିବୀର ସୁଉଚ୍ଚ ମୂର୍ତ୍ତି ମଧ୍ୟରୁ ଅନ୍ୟତମ ନେପାଳର କୈଳାସନାଥ ମହାଦେବ। ଏହା ପୃଥିବୀର ସର୍ବୋଚ୍ଚ ଶୈବମୂର୍ତ୍ତି ଭାବେ ବେଶ୍‌ ପ୍ରସିଦ୍ଧି ଲାଭ କରିଛି। ୧୪୩ ଫୁଟ...

ମନ୍ଦିରରେ ଝିଅ ବାହାକଲେ ମୁସ୍‌ଲିମ୍‌ ଦମ୍ପତି

କାସାରଗଡ଼: କେରଳରେ ଏକ ମୁସ୍‌ଲିମ୍‌ ପରିବାର ଝିଅର ବିବାହ ହିନ୍ଦୁ ପରମ୍ପରା ଅନୁଯାୟୀ କରାଇ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। କାସାରଗଡ଼ ଜିଲାର...

Leave a comment

Your email address will not be published. Required fields are marked *