Posted inଜାତୀୟ

ପଶ୍ଚିମବଙ୍ଗରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ:ଡାକ୍ତର ଆନ୍ଦୋଳନରୁ ତେଜିଲା ରାଜନୀତି

କୋଲକାତା,୧୪ା୬( ଆଇଏଏନ୍‌ଏସ୍‌):ପଶ୍ଚିମବଙ୍ଗର ଏକ ସରକାରୀ ହସ୍ପିଟାଲରେ ହିଂସା ପରେ ୩ ଦିନ ଧରି ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ରାଜନୈତିକ ରୂପ ନେଇଛି। ମୁଖ୍ୟମନ୍ତ୍ରୀ ମମତା ବାଜାର୍ନୀ ଏହାକୁ ଭାଜପା ଏବଂ ବାମଦଳଗୁଡ଼ିକର ଷଡ଼ଯନ୍ତ୍ରର ପରିଣାମ ବୋଲି ଅଭିହିତ କରିଥିବାବେଳେ ଗୈରିକ ଦଳ ଏଥିପାଇଁ ଓଲଟା ତୃଣମୂଳ କଂଗ୍ରେସ (ଟିଏମ୍‌ସି)କୁ ଦାୟୀ କରିଛି। ଡାକ୍ତରଙ୍କୁ ଆକ୍ରମଣ କରିଥିବା ଦୁର୍ବୃତ୍ତମାନେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର। ମମତା ଭୋଟ ବ୍ୟାଙ୍କ ରାଜନୀତି ପାଇଁ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି ବରିଷ୍ଠ ଭାଜପା ନେତା ମୁକୁଲ ରୟ ଅଭିଯୋଗ ଆଣିଛନ୍ତି। ସେପଟେ ସୁରକ୍ଷା ଦାବିରେ ଅଡ଼ିବସିଥିବା ଆନ୍ଦୋଳନରତ ଡାକ୍ତରମାନେ ମମତାଙ୍କ ମହଲତକୁ ବେଖାତିର କରି କାର୍ଯ୍ୟରେ ଯୋଗଦେଇ ନ ଥିବାରୁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଛି।
ଆରମ୍ଭ ହୋଇଥିଲା ସୋମବାର। କୋଲକାତାସ୍ଥିତ ନୀଲରତନ ସିରକାର (ଏନ୍‌ଆର୍‌ସି) ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ୭୫ ବର୍ଷୀୟ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ରୋଗୀଙ୍କ ସମ୍ପର୍କୀୟମାନେ ଚିକିତ୍ସାରେ ଅବହେଳା ଅଭିଯୋଗ ଆଣି ୨ ଜୁନିୟର ଡାକ୍ତରଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ଜଣେ ଡାକ୍ତର ଗୁରୁତର ଆହତ ହୋଇଥିଲେ। ଏହାର ଦିନକ ପରେ ସାରା ରାଜ୍ୟର ଡାକ୍ତରମାନେ ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ, ଯାହାକି ଅଦ୍ୟାବଧି ଜାରି ରହିଛି। ଫଳରେ ୩ ଦିନ ହେଲା ରାଜ୍ୟରେ ସ୍ବାସ୍ଥ୍ୟ ସେବା ବାଧାପ୍ରାପ୍ତ ହୋଇଛି। ହସ୍ପିଟାଲଗୁଡ଼ିକରେ ରୋଗୀମାନେ ବିନା ଚିକିତ୍ସାରେ ପଡ଼ିରହିଛନ୍ତି। ଭାଜପା ରାଜ୍ୟ ସଭାପତି ଦିଲୀପ ଘୋଷ କହିଛନ୍ତି, ଡାକ୍ତରଙ୍କୁ ସୁରକ୍ଷା ଯୋଗାଇଦେବା ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ। କିନ୍ତୁ ମମତା ନିଜ ଭୋଟ ପାଇଁ ଅସାମଜିକ ତତ୍ତ୍ୱଙ୍କୁ ନିୟନ୍ତ୍ରଣ କି ଗିରଫ କରୁନାହାନ୍ତି। ମମତା ଏହାର ଜବାବରେ କହିଛନ୍ତି, ହସ୍ପିଟାଲଗୁଡ଼ିକରେ ବିଭ୍ରାଟ ସୃଷ୍ଟି କରିବା ଲାଗି ବାହାର ଲୋକ ପ୍ରବେଶ କରୁଛନ୍ତି ଏବଂ ଭାଜପା ଏହି ପ୍ରସଙ୍ଗକୁ ସାମ୍ପ୍ରଦାୟିକ ରଙ୍ଗ ଦେଉଛି। ସିପିଏମ୍‌ ସାହାଯ୍ୟରେ ଭାଜପା ହିନ୍ଦୁ-ମୁସଲିମ୍‌ ରାଜନୀତି କରୁଛି। ଏହି ପ୍ରେମ ବ୍ୟାପାରକୁ ଦେଖି ମୁଁ ସ୍ତବ୍ଧ ହୋଇଯାଇଛି। ଫେସ୍‌ବୁକ୍‌ରେ ଅପପ୍ରଚାର ଚଳାଇ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବାକୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ତାଙ୍କ ଦଳର କର୍ମକର୍ତ୍ତାଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ମମତା ଏଭଳି ଭାଷାରେ ବିକ୍ଷୋଭକୁ ନିନ୍ଦା କରିଛନ୍ତି।
ଗୁରୁବାର ପୂର୍ବାହ୍ନରେ ଏସ୍‌ଏସ୍‌କେଏମ୍‌ ହସ୍ପିଟାଲ ପରିଦର୍ଶନ କରିବା ସହ ଡାକ୍ତରଙ୍କୁ ଦଙ୍ଗା ଆଇନ ପଢ଼ାଇ କାର୍ଯ୍ୟକୁ ଫେରିବାକୁ ତାଗିଦ କରିଥିଲେ। ଅପରାହ୍ନ ୨ଟା ସୁଦ୍ଧା କାର୍ଯ୍ୟକୁ ନ ଫେରିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଥିଲେ। ହେଲେ ମଙ୍ଗଳବାରଠାରୁ ରାସ୍ତାକୁ ଓହ୍ଲାଇଥିବା ଡାକ୍ତରମାନେ ଏହି ୪ ଘଣ୍ଟିଆ ମହଲତକୁ ଅବଜ୍ଞା କରିଛନ୍ତି। ସରକାରୀ ହସ୍ପିଟାଲଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ସହ ଆକ୍ରମଣକାରୀଙ୍କୁ ଗିରଫ କରା ନ ଗଲେ ସେମାନେ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ଅଡ଼ିବସିଛନ୍ତି। ଇତିମଧ୍ୟରେ ଡାକ୍ତରଙ୍କ ଏକ ପ୍ରତିନିଧି ଦଳ ଏହି ପ୍ରସଙ୍ଗରେ ରାଜଭବନରେ ରାଜ୍ୟପାଳ କେଶରୀନାଥ ତ୍ରିପାଠୀଙ୍କୁ ଭେଟି ମମତାଙ୍କ ଆଭିମୁଖ୍ୟ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆମ ସହ ଅପରାଧୀଙ୍କ ଭଳି ବ୍ୟବହାର କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେପଟେ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଭାଜପା। ରାଜ୍ୟ ଭାଜପା ଉପସଭାପତି ଜୟପ୍ରକାଶ ମଜୁମ୍‌ଦାର କହିଛନ୍ତି, ଆନ୍ଦୋଳନରତ ଡାକ୍ତରଙ୍କୁ ମମତା ଧମକ ଦେଉଛନ୍ତି। ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ସେ ଏହାକୁ ନେଇ ରାଜନୀତି କରୁଛନ୍ତି। ସ୍ଥିତି ନିୟନ୍ତ୍ରଣକୁ ଆଣି ନ ପାରିଲେ ମମତା ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ଇସ୍ତଫା ଦିଅନ୍ତୁ ବୋଲି ଜୟପ୍ରକାଶ ଦାବି କରିଛନ୍ତି। ଶେଷରେ ମମତା ବରିଷ୍ଠ ଡାକ୍ତରମାନଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖିଛନ୍ତି। ସବୁ ଜିଲାରୁ ଗରିବ ଲେକେ ଚିକିତ୍ସା ପାଇଁ ବଡ଼ ଡାକ୍ତରଖାନାଗୁଡ଼ିକୁ ଆସୁଛନ୍ତି। ତେଣୁ ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲର ଡାକ୍ତରମାନେ ରୋଗୀ ସେବାରେ ନିଜକୁ ନିୟୋଜିତ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।


All Right Reserved By

ଭାଜପା ୯୨ ଆସନରେ ଆଗୁଆ; କଂଗ୍ରେସ ୪୧ ଆସନରେ ଆଗରେ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ଭାଜପା ୯୨ଟି ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ୪୧ରେ...

ବିଭାଗ ବଣ୍ଟନ ପରେ ବସିଲା ମୋଦିଙ୍କ କ୍ୟାବିନେଟର ପ୍ରଥମ ବୈଠକ

ନୂଆଦିଲ୍ଲୀ,୩୧।୫: ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ ପରେ ଶୁକ୍ରବାର ପ୍ରଥମ କ୍ୟାବିନେଟ ବୈଠକ ବସିଛି। ଏଥିରେ ଯୋଗଦେବା ଲାଗି ଅମିତ ଶାହ, ଧର୍ମେନ୍ଦ୍ର ପ୍ରଧାନ,...

ମହଙ୍ଗା ପଡ଼ିଲା ମୃତ ବ୍ୟକ୍ତିଙ୍କ ଏକ୍ସରେ କରିବା: ୧୧ଡାକ୍ତରଙ୍କୁ ନୋଟିସ

ଲକ୍ଷ୍ନୌ,୨୫।୬: ଉତ୍ତରପ୍ରଦେଶର ଜାଗୃତି ବିହାର ସେକ୍ଟରରେ ଥିବା ଏକ ହସ୍ପିଟାଲରେ ଜଣେ ଚିକିତ୍ସିତ ବ୍ୟକ୍ତିଙ୍କ ଏକ୍ସରେ ଘଟଣାରେ ୧୧ଜଣ ଡାକ୍ତରଙ୍କୁ ଜବାବ ତଲବ ପାଇଁ ନୋଟିସ...

ଆୟୁଷ୍ମାନ ଭାରତ ଯୋଜନାରେ ବ୍ୟାପକ ଦୁର୍ନୀତି : ଡାକ୍ତର ଲୁଟିଛନ୍ତି ଚିକିତ୍ସା ଅର୍ଥ, କାଗଜକଲମରେ ରୋଗୀ ସେବା

ନୂଆଦିଲ୍ଲୀ,୨୧।୬(ଆଇଏଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ବୃହତ୍‌ ସ୍ବାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତରେ ଏକ ବଡ଼ଧରଣର ଦୁର୍ନୀତି ହୋଇଥିବା ସାମ୍ନାକୁ ଆସିଛି। ଗରିବ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ...

ଜମି ବିବାଦ: କଲୋନେଲ୍‌ଙ୍କ ଦାଦାଗିରି; ୪୦ ଯବାନଙ୍କୁ ନେଇ ଟ୍ରାକ୍ଟରରେ ଚାଷ କଲେ

ପୁଣେ,୨୫।୬: ମହାରାଷ୍ଟ୍ର ଖେଦ୍‌ ଜିଲାରେ ଜମି ବିବାଦକୁ ନେଇ ଜଣେ କଲୋନେଲ୍‌ଙ୍କ ଦାଦାଗିରି ଘଟଣା ଲୋକଲୋଚନକୁ ଆସିଛି। ସ୍ଥାନୀୟ ଗୁଲାନି ଗାଁରେ ୬୫ ଏକର ଜମିକୁ...

ଏକ୍‌ଜିଟ୍‌ ପୋଲ୍‌କୁ ଦେଖି ବିଚଳିତ ନ ହୋଇ ଫଳାଫଳକୁ ଅପେକ୍ଷା ରଖନ୍ତୁ: ପ୍ରିୟଙ୍କା

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନ ସରିଥିବା ବେଳେ ଫଳଫଳ ଘୋଷଣା ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି। ଏପଟେ ଗଣମାଧ୍ୟମର ଏକ୍‌ଜିଟ୍‌ ପୋଲ୍‌...

ଜମ୍ମୁ-କଶ୍ମୀରରେ ମାନବାଧିକାରର ହେଉଛି ଉଲ୍ଲଂଘନ: ମମତା ବାନାର୍ଜୀ

କୋଲକାତା,୧୯।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ପୁଣିଥରେ ସମାଲୋଚନା କରିଛନ୍ତି। ମମତା ଟୁଇଟ୍‌ କରି କହିଛନ୍ତି ଯେ, ଜମ୍ମୁ-କଶ୍ମୀରରେ ମାନବାଧିକାରର...

ଖବରଦାତାଙ୍କୁ ମାଡ଼ମାରି ଜିଆର୍‌ପି କର୍ମଚାରୀ ନିଲମ୍ବିତ: ଭିଡ଼ିଓ ଭାଇରାଲ

ଲକ୍ଷ୍ନୌ,୧୨।୬: ଉତ୍ତରପ୍ରଦେଶରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ସ୍ଥାନୀୟ ଶାମଲୀ ଅଞ୍ଚଳରେ ଥିବା ରେଳଷ୍ଟେଶନ୍‌ରେ ଜଣେ ଖବରଦାତାଙ୍କୁ ଜିଆରପି ପୋଲିସ ମାଡ଼ ମାରିବା ସହିତ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *