ଶିଥିଳ ହେଉଛି ପୃଥିବୀର ଚୁମ୍ବକୀୟ କ୍ଷେତ୍ର

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସହ ସାରା ବିଶ୍ୱ ଲଢୁଥିବାବେଳେ ଏବେ ଏକ ନୂଆ ସଙ୍କଟର ପଦଧ୍ୱନି ଶୁଣିବାକୁ ମିଳିଛି। ସବୁଜ ଗ୍ରହ ପୃଥିବୀର ଚୁମ୍ବକୀୟ କ୍ଷେତ୍ର (ଆର୍ଥ ମାଗ୍ନେଟିକ୍‌ ଫିଲ୍ଡ) ଧୀରେ ଧୀରେ ଶୀଥିଳ ପଡ଼ିବାରେ ଲାଗିଛି। ଗତ ଦୁଇ ଶତାବ୍ଦୀ ମଧ୍ୟରେ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ୧୦% ତୀବ୍ରତା ହରାଇ ସାରିଛି। ଜୀବଜଗତକୁ ଭୟଙ୍କର ସୌର ବିକିରଣରୁ ବଞ୍ଚାଉଥିବା ଏହି ଚୁମ୍ବକୀୟ କ୍ଷେତ୍ର ଦୁର୍ବଳ ହେବା ବଡ଼ ବିପଦ ବୋଲି କୁହାଯାଉଛି। ପୃଥିବୀରେ ଜୀବନ ସଞ୍ଚାର ଲାଗି ଚୁମ୍ବକୀୟ କ୍ଷେତ୍ର ଏକ ବଡ଼ ଆବଶ୍ୟକତା। ଏହା ସୂର୍ଯ୍ୟଙ୍କଠାରୁ ଆସୁଥିବା ରେଡିଏଶନ ଏବଂ ମହାକାଶରୁ ଆସୁଥିବା ବୈଦ୍ୟୁତିକ କଣିକା (ଆୟନ, ମଲେକ୍ୟୁଲ୍‌, ଅଣୁ)ରୁ ସୁରକ୍ଷିତ ରଖିଥାଏ। କାଳକ୍ରମେ ଏଥିରେ ଶିଥିଳତା ଆସିବା ଜୀବଜଗତ ଲାଗି ଶୁଭଙ୍କରୀ ନୁହେଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଆଫ୍ରିକା ଏବଂ ଲାଟିନ ଆମେରିକା ମଧ୍ୟରେ ପୃଥିବୀର ଆଭ୍ୟନ୍ତରରେ ଥିବା ବୃହତ୍‌ ଭୂଖଣ୍ଡ (ସାଉଥ୍‌ ଆଟଲାଣ୍ଟିକ ଆନୋମାଲେ)ରେ ଚୁମ୍ବକୀୟ କ୍ଷେତ୍ର ଅତିମାତ୍ରାରେ ଶିଥିଳ ପଡ଼ିବାରେ ଲାଗିଛି। ବିଶେଷକରି ଗତ ୫୦ବର୍ଷ ମଧ୍ୟରେ ଏହି ପ୍ରକ୍ରିୟା ଅଧିକ ଦ୍ରୁତତର ହୋଇଥିବା ଦେଖିବାକୁ ମିଳିଛି।
ୟୁରୋପୀୟ ମହାକାଶ ଏଜେନ୍ସି (ଇଏସ୍‌ଏ)ର ବୈଜ୍ଞାନିକମାନେ ଏହାକୁ ବିଶ୍ଲେଷଣ କରିବା ଲାଗି ସ୍ବାର୍ମ ସାଟେଲାଇଟ୍‌ ଡାଟାର ଉପଯୋଗ କରୁଛନ୍ତି। ପୃଥିବୀର ଚୁମ୍ବକୀୟ କ୍ଷେତ୍ର ପ୍ରସ୍ତୁତ କରୁଥିବା ବିଭିନ୍ନ ଚୁମ୍ବକୀୟ ସଙ୍କେତକୁ ସ୍ବାର୍ମ ସାଟେଲାଇଟ୍‌ ଚିହ୍ନିଥାଏ ଏବଂ ସେଗୁଡ଼ିକୁ ମାପ କରିଥାଏ। ଗତ ୫ବର୍ଷ ମଧ୍ୟରେ ଆଫ୍ରିକାର ଦକ୍ଷିଣ-ପଶ୍ଚିମ ଦିଗରେ କମ୍‌ ତୀବ୍ରତା ବିଶିଷ୍ଟ ଅନ୍ୟ ଏକ କେନ୍ଦ୍ର ବିକଶିତ ହୋଇଛି। ଏଥିରୁ ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ, ପୃଥିବୀର ଚୁମ୍ବକୀୟ କ୍ଷେତ୍ର ପୃଥକ୍‌ ହୋଇ ଦୁଇ ଭାଗରେ ବିଭକ୍ତ ହେଉଛି। ଅନ୍ୟପଟେ ଚୁମ୍ବକୀୟ କ୍ଷେତ୍ର ଦୁର୍ବଳ ହେବାର ପ୍ରତିକୂଳ ପ୍ରଭାବ ଉପଗ୍ରହ, ମହାକାଶଯାନ ଉପରେ ପଡ଼ିବା ଆଶଙ୍କା ବେଶି। ଗ୍ରହ ଚାରିପଟେ ପରିକ୍ରମା କରିବା ସମୟରେ ଏଗୁଡ଼ିକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍‌ ଜିଓସାଇନ୍ସର ଡା. ଜୁର୍ଗନ ମତ୍‌ଜକା ଏ ସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ କହିଛନ୍ତି ଯେ, ଆଟଲାଣ୍ଟିକ ବିସଙ୍ଗତି ବିକାଶର ଯାଞ୍ଚ କରିବା ଲାଗି ପୃଥିବୀ କକ୍ଷପଥରେ ସ୍ବାର୍ମ ସାଟେଲାଇଟ୍‌ ରହିଛି। ଏଥିଲାଗି ଆମେ ଭାଗ୍ୟଶାଳୀ। ତେବେ ଚୁମ୍ବକୀୟ କ୍ଷେତ୍ରରେ ହେଉଥିବା ପରିବର୍ତ୍ତନ ଏବଂ ପୃଥିବୀ ଆଭ୍ୟନ୍ତରରେ ଅହରହ ଚାଲିଥିବା ପ୍ରକ୍ରିୟାକୁ ବୁଝିବା ଏବେ ବଡ଼ ଚ୍ୟାଲେଞ୍ଜ। ଏଥିରୁ ଅନ୍ୟ ଏକ ଆଶଙ୍କା ସାମ୍ନାକୁ ଆସୁଛି। ହୁଏତ ପୃଥିବୀର ମେରୁ ବଦଳିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିଲାଗି ଲକ୍ଷାଧିକ ବର୍ଷ ଲାଗିଯାଇପାରେ। ଏହି ସମୟ ମଧ୍ୟରେ ଗ୍ରହର ଚତୁଃପାର୍ଶ୍ୱରେ ଅନେକ ଚୁମ୍ବକୀୟ ବଳୟ ସୃଷ୍ଟି ହେବ। ତେବେ ଏହା ପ୍ରଥମ ଥର ଲାଗି ହୋଇନାହିଁ। ପ୍ରତି ସାଢ଼େ ୨ ଲକ୍ଷ ବର୍ଷରେ ଏହି ଚକ୍ରର ପୁନରାବୃତ୍ତି ହୋଇଥାଏ। ଏହି ପରିବର୍ତ୍ତନରେ ସାଧାରଣ ଜୀବନଯାତ୍ରା ବିଶେଷ ଭାବେ ପ୍ରଭାବିତ ହୋଇ ନ ପାରେ, କିନ୍ତୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଉଥିବା ସାଟେଲାଇଟ୍‌ ଏବଂ ମହାକାଶ ଯାନରେ ବୈଷୟିକ ସମସ୍ୟା ସୃଷ୍ଟି ହେବା ଥୟ। ଏହାର କାରଣ ଚୁମ୍ବକୀୟ କ୍ଷେତ୍ର ଦୁର୍ବଳ ହେବା ସହିତ ବିଶ୍ୱ ବ୍ରହ୍ମାଣ୍ଡରେ ଘୂରି ବୁଲୁଥିବା ଅବଶେଷ କଣିକା ଓଜନସ୍ତର ଭେଦି ପୃଥିବୀ ପୃଷ୍ଠ ଯାଏ ଚାଲି ଆସିବ। ଏହାଦ୍ୱାରା କକ୍ଷପଥରେ ଘୂରୁଥିବା ସାଟେଲାଇଟ୍‌ଗୁଡ଼ିକ ଲାଗି ସମସ୍ୟା ବଢ଼ିଯିବ।


All Right Reserved By Dharitri.Com

ସେନ୍‌ସରରୁ ଜାଣିହେବ ହୃଦ୍‌ରୋଗ

ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି, ହାଇଦ୍ରାବାଦର ଗବେଷକମାନେ ବିଶ୍ୱର ବିଭିନ୍ନ ପ୍ରତିଷ୍ଠିତ ଗବେଷଣା ସଂସ୍ଥାମାନଙ୍କ ସହଯୋଗରେ ଏବେ ବିକାଶ କରିଛନ୍ତି ଏକ ନୂତନ ସେନ୍‌ସର। ଏହା...

ଲକ୍‌ଡାଉନ୍‌ ଯୋଗୁ ବଢୁଛି ଅବସାଦ: ସୃଷ୍ଟି ହେଉଛି ଆତ୍ମହତ୍ୟା ପ୍ରବୃତ୍ତି

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ପୃଥିବୀର ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଲୋକେ ବହୁ ଦିନ ଧରି ଘରେ ବନ୍ଦ ରହିଛନ୍ତି।...

କାଓ ଥେରାପି : ଘଣ୍ଟାଏ ପାଇଁ ଦେବାକୁ ପଡ଼େ ୫ହଜାର ୨୦୦ ଟଙ୍କା

ଡଗ୍‌ ଏବଂ କ୍ୟାଟ୍‌ ଥେରାପି ସମ୍ପର୍କରେ ଜାଣିଥିବେ। କିନ୍ତୁ କାଓ ଥେରାପି ସମ୍ପର୍କରେ ଜାଣିଛନ୍ତି କି, ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ… ୟୁରୋପରେ...

ବାୟୁରେ କରୋନାର ଆନୁବଂଶିକ ଉପାଦାନ

ବେଜିଂ,୨୮ା୪(ପି.ଟି.): କରୋନା ଭୂତାଣୁର ଆନୁବଂଶିକ ଉପାଦାନ ବାୟୁରେ ଥିବା ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି। ଏହି ଭୂତାଣୁ ଉପାଦାନରୁ ସଂକ୍ରମଣ ହେବ କି ନାହିଁ ତାହା ସ୍ପଷ୍ଟ...

୭୦ ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୨।୫: ଚିନ୍ତା ବଢାଇ ଚାଲିଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୬୦୪ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ମୋଟ କରୋନା...

ପ୍ରେମରୁ ମିଳିଲା ଦୃଷ୍ଟିଶକ୍ତି, ପରେ ଜିତିଲେ ଦୁନିଆ

ଔରଙ୍ଗାବାଦ୍‌: ଆଜି ଅର୍ଥାତ୍‌ ଫେବୃୟାରୀ ୧୪ରେ ସମଗ୍ର ଦେଶରେ ପ୍ରେମୀଯୁଗଳ ପାଳନ କରୁଛନ୍ତି ଭାଲେଣ୍ଟାଇନ୍‌ସ ଡେ’ ବା ପ୍ରେମ ଦିବସ। ଏହି ଖାସ୍‌ ଦିନରେ ଜାଣନ୍ତୁ...

ମହାରାଷ୍ଟ୍ରରେ ୧,୦୦୦ରୁ ଅଧିକ ପୋଲିସ କରୋନା ପଜିଟିଭ୍‌: ୮ ମୃତ

ମୁମ୍ବାଇ,୧୪।୫: ମହାରାଷ୍ଟ୍ର ପୋଲିସ ବିଭାଗରେ କରୋନା ସଂକ୍ରମଣ ଆରମ୍ଭ ହୋଇଛି। କରୋନା ଲଢ଼େଇରେ ଆଗଧାଡ଼ିରେ ଥିବା କରୋନା ଯୋଦ୍ଧାଙ୍କ ସଂକ୍ରମଣ ଯୋଗୁ ରାଜ୍ୟ ସରକାର ଚିନ୍ତାରେ...

ଗୋଡ଼, ହାତରେ ୩୧ ଅଙ୍ଗୁଳି ଥିବା ମହିଳା

କୁମାରୀ ନାୟକ। ବୟସ ୬୩ରୁ ଊର୍ଦ୍ଧ୍ୱ। ଘର ଓଡିଶାର ଗଞ୍ଜାମ ଜିଲାରେ। ତେବେ ସେ ନିଜ ଜୀବନର ଅଧିକାଂଶ ସମୟ ଘରେ ଆବଦ୍ଧ ରହି ବିତାଇଛନ୍ତି।...

Leave a comment

Your email address will not be published. Required fields are marked *