ଭଣ୍ଡାରିପୋଖରୀର ୩ କ୍ୱାରାଣ୍ଟାଇନ ସେଣ୍ଟରରୁ ୨୦ ଜଣଙ୍କ ସ୍ବାବ ସଂଗ୍ରହ

ଭଣ୍ଡାରିପୋଖରୀ,୨୩।୫ (ଡି.ଏନ୍‌.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ତିନୋଟି ସଙ୍ଗରୋଧ କେନ୍ଦ୍ରରୁ କରୋନା ଲକ୍ଷଣ ଥିବା ୨୦ ପ୍ରବାସୀଙ୍କ ସ୍ବାବ ସଂଗ୍ରହ କରାଯାଇଛି। ମାଳଦା ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରୁ ୧୩ ଜଣ, ନପଙ୍ଗ ପଞ୍ଚାୟତସ୍ଥିତ ଚଣ୍ଡୀମାତା ଉଚ୍ଚ ବିଦ୍ୟାପୀଠ କେନ୍ଦ୍ରରୁ ୨ ଜଣ, ନେରଡ଼ା ପଞ୍ଚାୟତ ସୁବର୍ଣ୍ଣମୁଖୀ ବିଦ୍ୟାଳୟ କେନ୍ଦ୍ରରୁ ୫ ପ୍ରବାସୀଙ୍କ ସ୍ବାବ ସଂଗ୍ରହ କରଯାଇଥିଲା। ଭଣ୍ଡାରିପୋଖରୀ ଗୋଷ୍ଠି ସ୍ବାସ୍ତ୍ୟକେନ୍ଦ୍ର ଅଧିକାରୀ ଡା. କମଳା କାନ୍ତ ସ୍ବାଇଁଙ୍କ ନିର୍ଦେଶକ୍ରମେ ସ୍ବାସ୍ଥ୍ୟକର୍ମୀ ବାମନ ଚରଣ ଖଟୁଆ, ପ୍ରୀତିପ୍ରିୟା ଭୂୟାଁ, ଏସ୍‌କେ ସାଇଦ କାଦରି ସ୍ବାବ ସଂଗ୍ରହ କରିଥିଲେ। ବ୍ଲକର ବିଭିନ୍ନ ସଂଘରୋଧ କେନ୍ଦ୍ରରେ ରହିଥିବା ପ୍ରବାସୀଙ୍କ ସ୍ବାବ ସଂଗ୍ରହ ବିଳମ୍ବ ହେଉଥିବାରୁ ପ୍ରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏଥିସହ ସଙ୍ଗରୋଧ କେନ୍ଦ୍ରରେ ଥିବା ସମସ୍ତ ପ୍ରବାସୀଙ୍କ ସ୍ବାବ ସଂଗ୍ରହ ହେଉ ନାହିଁ। ଲକ୍ଷଣ ଥିବା ପ୍ରବାସୀଙ୍କଠାରୁ ପ୍ରଶାସନ ପକ୍ଷରୁ ସ୍ବାବ ସଂଗ୍ରହ ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।


All Right Reserved By Dharitri.Com

ସମସ୍ୟା ଘେରରେ ମିଳିମିଳା ପୀଠ

ମାର୍ଶାଘାଇ, ୧୨।୧୦ (ଡି.ଏନ୍‌.ଏ.): ମେଡିକାଲ ସାଇନ୍ସ ଉନ୍ନତ ହେବା ପୂର୍ବରୁ ହଇଜା, ମିଳିମିଳା, ହାଡ଼ଫୁଟି ଆଦି ଦୁରାରୋଗର ଚିକିତ୍ସା ପାଇଁ ଲୋକମାନେ ଝଡ଼ା, ପୁଙ୍କା ଆଦି...

ବ୍ୟାଙ୍କରୁ ୭୩ ହଜାର ଟଙ୍କା ଚୋରି

ଶଙ୍କରାଖୋଲ,୨ା୭(ଡି.ଏନ୍‌.ଏ.)-ଚକାପାଦ ଥାନା ଚକାପାଦ ଭାରତୀୟ ଷ୍ଟେଟବ୍ୟାଙ୍କରୁ ସୋମବାର ସକାଳେ ୭୩ ହଜାର ୮୫ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ବ୍ୟାଙ୍କର ଫିଲ୍ଡ ଅଫିସର ମନୋରଞ୍ଜନ...

ଗୋଟିଏ ଦିନରେ ୩ ମୁଣ୍ଡ ନେଲା କରୋନା: ଭାରତରେ ମୃତ୍ୟୁ ସଂଖ୍ୟା ୭; ମୃତକଙ୍କ ମଧ୍ୟରେ ୬ଜଣଙ୍କୁ ଡାଇବେଟିସ୍‌

ନୂଆଦିଲ୍ଲୀ,୨୨।୩: କରୋନା ସଂକ୍ରମଣ ଯୋଗୁ ଭାରତରେ ଆତଙ୍କ ଦେଖାଦେଇଛି। ରବିବାର ଗୋଟିଏ ଦିନରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ...

ନିଶାସକ୍ତ ସହକାରୀ ଶିକ୍ଷକ ନିଲମ୍ବିତ

ଫିରିଙ୍ଗିଆ, ୫ା୨-ମଦ୍ୟପାନ କରି ବିଦ୍ୟାଳୟକୁ ଯିବା କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଅଞ୍ଚଳର ଜଣେ ସହକାରୀ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର...

ଦୁର୍ଘଟଣାରେ ୨ ଛାତ୍ରଙ୍କ ମୃତ୍ୟୁ ଘଟଣା: ୪ ମାସ ପରେ ଗାଡ଼ି ଜବତ, ଡ୍ରାଇଭର ଗିରଫ

ଭଦ୍ରକ ଅଫିସ, ୧୭।୧- ଗତବର୍ଷ ସେପ୍ଟେମ୍ବର ୧୦ ତାରିଖ ସକାଳେ ଭଦ୍ରକ ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୨ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା।...

ଷ୍ଟିଚ୍‌ ଖୋଲୁଖୋଲୁ ପେଟ ମେଲା ହୋଇଗଲା

କଟକ ଅଫିସ, ୩୧ା୧୦: ଷ୍ଟିଚ୍‌ ଖୋଲୁଖୋଲୁ ପେଟ ମେଲା ହୋଇଯାଇଛି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରୋଗୀ ଜଣକ ଛଟପଟ ହେଉଥିଲେ ମଧ୍ୟ କୌଣସି ପ୍ରତିକାର କରାଯାଇନାହିଁ।...

ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବିଲି: ଭିତ୍ତିଭୂମି ବିକାଶ ଲାଗି ୫୦ କୋଟି ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର ଅଫିସ, ୩୧।୧୨: ବଲାଙ୍ଗୀର ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବିଲି ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କଲେଜର...

କରୋନା ପରୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ,୨୩।୪: ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣ ସ୍ବାମୀ ଗୁରୁବାର କରୋନା ଟେଷ୍ଟ କରିଛନ୍ତି। ତାଙ୍କ ସହ ବିଧାନସଭା ବାଚସ୍ପତି ଭିପି ଶିବକୋଲୁଣ୍ଡୁ, ବିଧାନସଭାର ସମସ୍ତ ମନ୍ତ୍ରୀ,ବିଧାୟକ...

Leave a comment

Your email address will not be published. Required fields are marked *