ଥାନା ଭିତରେ ଥାର୍ଡ ଡିଗ୍ରୀ ପଡ଼ିଲା ମହଙ୍ଗା: ପାଟଣା ଥାନା ଆଇଆଇସିଙ୍କୁ ନିଲମ୍ବନ କଲେ ଡିଜି

ଭୁବନେଶ୍ୱର(ବ୍ୟୁରୋ)/ ପାଟଣା(ସ୍ବ.ପ୍ର.),୨୩।୫: କେନ୍ଦୁଝର ଜିଲା ପାଟଣା ଥାନା ଆଇଆଇସି ନିଲମ୍ବିତ ହୋଇଛନ୍ତି। ଥାନା ଭିତରେ ଜଣେ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ କରୁଥିବାର ଭିଡିଓ ଭାଇରାଲ ହେବା ପରେ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ନିଲମ୍ବନ କରାଯାଇଛି। ଏ ନେଇ ଜିଡିପି କାର୍ଯ୍ୟାଳୟ ପକ୍ଷରୁ ଶନିବାର ଟୁଇଟ୍‌ କରି ସୂଚନା ଦିଆଯାଇଛି।

ପ୍ରକାଶ ଯୋଗ୍ୟ, ଗତ ସୋମବାର ଆଇଆଇସି ଥାନା ଭିତରେ ଉକ୍ତ ଅଭିଯୁକ୍ତଙ୍କୁ ଲାଠି ଓ ଗୋଇଠା ମାରୁଥିବାର ଭିଡିଓ ଭାଇରାଲ ହୋଇଥିଲା। ସୋସିଆଲ ମିଡିଆଠାରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମରେ ଏହା ଚର୍ଚ୍ଚାର ବିଷୟ ପାଲିଥିଲା। ଘଟଣାକୁ ନେଇ ରାଜ୍ୟ ମାନବାଧିକାର କମିଶନ ଜବାବ ତଲବ କରିଥିଲେ। କମିଶନ ଏସ୍‌ପିିଙ୍କଠାରୁ ଜବାବ ମାଗିବା ସହ କ୍ଷତିପୂରଣ ଦେବାକୁ କହିଥିଲେ। ୧୦ ହଜାର କ୍ଷତିପୂରଣ ଆଇଆଇସିଙ୍କ ଦରମାରୁ କାଟିବାକୁ କହିଥିଲେ।


All Right Reserved By Dharitri.Com

ମାଘମେଳାରେ ବର୍ଷା ଦାଉ

ଢେଙ୍କାନାଳ ଅଫିସ, ୯ା୨ – ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳାର ସରସ ଲୁଟି ନେଇଛି ଅଦିନିଆ ବର୍ଷା। କୋହଲା ପାଗ ସାଙ୍ଗକୁ ତୁହାକୁ ତୁହା ଲଗାଣ ବର୍ଷା...

ହାତୀ ଆକ୍ରମଣରେ ୨ ମୃତ

ହାଟଡିହି,୧୮।୫(ଡି.ଏନ.ଏ): କେନ୍ଦୁଝର ଜିଲା ହାଟଡିହି ବ୍ଲକରେ ହାତୀ ଆକ୍ରମଣରେ ୨୪ ଘଣ୍ଟା ନପୁରୁଣୁ ୨ଜଣଙ୍କ ପ୍ରାଣହାନୀ ଘଟିଛି। ଶନିବାର ସକାଳୁ କାନପୁର-ମରଚାଇପଦା ଗଁ।ର ମରାମଚନ୍ଦ୍ର ରାଉତଙ୍କ...

କୃଷି ଋଣ ହଡ଼ପ ଅଭିଯୋଗ: ଚାଷୀ ଥାନାର ଦ୍ୱାରସ୍ଥ

ଛେଣ୍ତିପଦା,୧୬।୯(ସ୍ବ.ପ୍ର) ଛେଣ୍ଡିପଦା ବ୍ଲକ ଚାଙ୍ଗୁଡିଆ ସମବାୟ ସମିତିରେ ଚାଷୀଙ୍କ ଋଣ ଟଙ୍କା ହଡପ ହୋଇଥିବା ନେଇ ରବିବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ପୋଲିସ କେସ...

‘ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର’ ପ୍ରତିଷ୍ଠା ଲାଗି ତତ୍ପରତା: ଦିଲ୍ଲୀରେ ଜମି ମାଗିଲେ ନବୀନ

ଭୁବନେଶ୍ୱର,୯ା୧୨(ବ୍ୟୁରୋ):ନୂଆଦିଲ୍ଲୀରେ ‘ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର’ ପ୍ରତିଷ୍ଠା ଲାଗି ସହଯୋଗ ଲୋଡ଼ି କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଛନ୍ତି...

ହାତ ଟେକି ଦେଇଛନ୍ତି ସରକାରୀ କର୍ମଚାରୀ

ବାମରା, ୨୯।୩ (ଡି.ଏନ.ଏ.) କରୋନାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ପାଇଁ ବିଭିନ୍ନ ପ୍ୟାକେଜ ଓ ସୁବିଧା ଘୋଷଣା କରଛନ୍ତି। ହେଲେ କରୋନାରୁ...

ବିନାନୁମତିରେ କାଟିଦେଲେ ଶତାଧିକ ଗଛ

କାଳିଆପାଣି,୯ା୨(ଡିଏନଏ): ଦିନକୁ ଦିନ ଜଙ୍ଗଲ କ୍ଷୟ ହୋଇ ପୃଥିବୀ ଧ୍ୱଂସ ହେବାକୁ ବସିଥିବାବେଳେ ସୁକିନ୍ଦା ବ୍ଲକ କାଙ୍କଡ଼ପାଳ ପଞ୍ଚାୟତ ସଂରକ୍ଷିତ ଜଙ୍ଗଲରୁ ବେଆଇନଭାବେ ଶହଶହ ଗଛ...

ବଢ଼ୁଛି କାଇଁଚ ରାଖୀ ଚାହିଦା

କେନ୍ଦ୍ରାପଡା ଅଫିସ, ୧୨ା୮ :  ଆଉ ମାତ୍ର ୪ ଦିନ ପରେ ରାଖୀ ପୂର୍ଣ୍ଣିମା। ଭାଇ ହାତରେ ଭଉଣୀ ବାନ୍ଧିବ ରାଖୀ। ଏହାକୁ ଦୃଷ୍ଟିରେ ରଖି...

ହାତୀ ଆକ୍ରମଣରେ ଜଣଙ୍କ ଜୀବନ ଗଲା

ସୁନ୍ଦରଗଡ଼,୧୪।୧୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କିଞ୍ଜିରିକେଲା ରେଞ୍ଜ ଅନ୍ତର୍ଗତ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଶୁକ୍ରବାର ରାତିରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାମ...

Leave a comment

Your email address will not be published. Required fields are marked *