ଦିଲ୍ଲୀରେ ଖୋଲିବ ୬୬ଟି ଅଡ୍‌-ଇଭିନ୍‌ ଘରୋଇ ମଦ ଦୋକାନ

ନୂଆଦିଲ୍ଲୀ,୨୩।୫: ଦେଶରେ ଜାରି ରହିଥିବା ଲକ୍‌ଡାଉନ ୪.୦ରେ ସରକାର କେତେକ କଟକଣାକୁ କେହାଳ କରିଥିଲେ। ସେଥିମଧ୍ୟରୁ ମଦ ହେଉଛି ଅନ୍ୟତମ। ଇତିମଧ୍ୟରେ ଶନିବାରଠାରୁ ଦିଲ୍ଲୀରେ ଘରୋଇ ମଦ ଦୋକାନ ଖୋଲିବ। ବର୍ତ୍ତମାନ ଅଡ୍‌ ଇଭିନ ନମ୍ବର ଥିବା ୬୬ଟି ଦୋକାନ ଖୋଲିବ ବୋଲି ସୂଚନା ରହିଛି। ଏଲ୍‌-୭ ଓ ଏଲ୍‌-୯ ନମ୍ବର ଥିବା ଦୋକାନକୁ ଖୋଲାଯିବା ପାଇଁ ଅନୁମତି ଦିଆଯାଇଛି ବୋଲି ଶୁକ୍ରବାର ଅବକାରୀ ବିଭାଗ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଡ୍‌ ଇଭିନ ଆଧାରରେ ସକାଳ ୯ଟାରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଘରୋଇ ମଦ ଦୋକାନ ଖୋଲା ରହିବ। ଏଥିସହ ଦୋକାନ ବାହାରେ ଜଣେ ଗାର୍ଡ ମୁତୟନ ହୋଇ ସାମାଜିକ ଦୂରତ୍ୱ ରକ୍ଷା କରିବେ ବୋଲି ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ଯଦି ଆଗାମୀ ଦିନରେ ଏହି ଦୋକାନଗୁଡ଼ିକ ମଧ୍ୟରୁ କୌଣସିଟି ବି କଣ୍ଟେନମେଣ୍ଟ ଜୋନ ଭିତରକୁ ଆସେ, ତେବେ ଏହାକୁ ତୁରନ୍ତ ବନ୍ଦ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ମୁତାବକ ଦିଲ୍ଲୀରେ ୩୮୯ ଘରୋଇ ମଦ ଦୋକାନ ରହିଛି। ସେଥିମଧ୍ୟରୁ ପ୍ରାୟ ୧୫୦ଟି ଦୋକାନ ମଲ୍‌ରେ ରହିଥିବାରୁ ଲକ୍‌ଡାଉନ ୪.୦ ନିୟମ ଅନୁସାରେ ଏହି ଦୋକାନଗୁଡ଼ିକ ଏବେ ଖୋଲାଯାଇପାରିବ ନାହିଁ।


All Right Reserved By Dharitri.Com

ୟୁଏଇରୁ ଭାରତ ଫେରିବାକୁ ପଞ୍ଜିକରଣ କଲେ ଦେଢ଼ଲକ୍ଷରୁ ଅଧିକ ଭାରତୀୟ

ଆବୁଧାବି,୩।୫: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଏହାକୁ ରୋକିବା ପାଇଁ ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ୟୁଏଇରୁ ସ୍ବଦେଶ...

ଭୟ ନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ,୧୩।୩(ପି.ଟି.):କରୋନାକୁ ନେଇ ଭୟ ନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଅତି ଜରୁରୀ ନ ଥିଲେ ଭ୍ରମଣରେ ନ ଯିବା ଓ...

୧୮ ହଜାର ଦିଆସିଲି ଖୋଳରେ ତିଆରି ହେଲା ଗାନ୍ଧୀଜିଙ୍କ ପ୍ରତିମୂର୍ତ୍ତି

ଗାନ୍ଧିନଗର,୧୫।୭: ଗୁଜରାଟ ବଦୋଦରାରେ ଜଣେ ବ୍ୟକ୍ତି ପାଖାପାଖି ୧୮ ହଜାର ଅଦରକାରୀ ଦିଆସିଲି ଖୋଳରେ ମାହାତ୍ମା ଗାନ୍ଧୀଙ୍କ ଏକ ମୂର୍ତ୍ତି ତିଆରି କରିଥିବା କହିଛନ୍ତି। ଗାନ୍ଧୀଜିଙ୍କ...

ବିପଦ ଆଣିପାରେ ରକ୍ଷାକବଚ

ଭୁବନେଶ୍ୱର, ୧୬ା୪: କରୋନା ଲଢେଇରେ ଆଗଧାଡ଼ିର ଯୋଦ୍ଧା ସାଜିଛନ୍ତି ରାଜ୍ୟର ହଜାର ହଜାର ସ୍ବାସ୍ଥ୍ୟକର୍ମୀ। ଡାକ୍ତରଙ୍କଠାରୁ ଆରମ୍ଭ କରି ନର୍ସ, ଆଟେଣ୍ଡାଣ୍ଟ୍‌ ଓ କର୍ମଚାରୀ ପ୍ରତିଦିନ...

ସବା-ଫାରହା ମତଦାନ ଅଧିକାର କଲେ ସାବ୍ୟସ୍ତ

ପାଟନା,୧୯।୫: ବିହାରର ଯୋଡ଼ା ମୁଣ୍ଡ ଉଭଣୀ ସବା-ଫାରହା ଚଳିତ ଲୋକ ସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ରବିବାର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ପାଟଳିପୁତ୍ର ଲୋକ...

ଅସ୍ଥାୟୀ ଭାବେ ବନ୍ଦ ହେଲା ନେହେରୁ ପ୍ରାଣୀ ଉଦ୍ୟାନ

ହାଇଦ୍ରାବାଦ,୨୮।୯: ହାଇଦ୍ରାବାଦରେ ଲଗାଣ ବର୍ଷା ଯୋଗୁ ସହରର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଯୋଗୁ ମିର ଆଲମ ଟ୍ୟାଙ୍କରେ ପାଣି...

ଗ୍ରାହକଙ୍କ ସହ ଶାରୀରିକ ସମ୍ପର୍କ ନ ରଖିବାରୁ ଚିରି ଦିଆଗଲା ବାର୍‌ ଡ୍ୟାନ୍ସରଙ୍କ ପୋଷାକ

ହାଇଦ୍ରାବାଦ,୧୭।୬: ଆନ୍ଧ୍ରପ୍ରଦେଶର ରାଜଧାନୀ ହାଇଦ୍ରାବାଦରେ ଜଣେ ବାର୍‌ ଡ୍ୟାନ୍ସର ଗ୍ରାହକଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ରାଜି ନ ହେବାରୁ ତାଙ୍କ ଡ୍ରେସ ଚିରି ଦିଆଯିବା...

ରାଜନୈତିକ ଦଳ ଗଠନ କଲେ ଯୋଗେନ୍ଦ୍ର ଯାଦବ: ନିର୍ବାଚନୀ ଚିହ୍ନ ହ୍ବିସିଲ୍‌

ନୂଆଦିଲ୍ଲୀ,୨୭।୬: ସ୍ବରାଜ ଇଣ୍ଡିଆର ସଂଯୋଜକ ଯୋଗେନ୍ଦ୍ର ଯାଦବ ଗୁରୁବାର ରାଜନୈତିକ ଦଳ ଗଠନ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ଦଳର ନିର୍ବାଚନୀ ଚିହ୍ନ ହ୍ବିସିଲ୍‌ ହେବ...

Leave a comment

Your email address will not be published. Required fields are marked *