ପ୍ରବାସୀ ଶ୍ରମିକଙ୍କ ଦୁଃଖ ଶୁଣିଲେ ରାହୁଲ ଗାନ୍ଧୀ: ଡକ୍ୟୁମେଣ୍ଟାରୀ ରିଲିଜ୍‌

ନୂଆଦିଲ୍ଲୀ,୨୩।୫: ଭାରତରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଲକ୍‌ଡାଉନ୍‌ ଜାରି ହୋଇଛି। ଦେଶର ବିଭିନ୍ନ ରାଜ୍ୟରେ ବହୁ ପ୍ରବାସୀ ଶ୍ରମିକ ଅଟକି ରହିଛନ୍ତି। ନିଜ ନିଜ ରାଜ୍ୟକୁ ଫେରିବା ପାଇଁ ଶ୍ରମିକମାନଙ୍କ ଲାଗି ଉଦ୍ୟମ ଅବ୍ୟାହତ ରହିଛି। ଏପରିସ୍ଥଳେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପ୍ରବାସୀ ଶ୍ରମିକଙ୍କୁ ଭେଟିଛନ୍ତି। ସେ ସେମାନଙ୍କ ଘର ଫେରନ୍ତା ଦୁଃଖ ଶୁଣିଛନ୍ତି। ଶ୍ରମିକଙ୍କ ସହିତ କଥାବାର୍ତ୍ତା କରୁଥିବାର ୧୬ ମିନିଟ୍‌ର ଏକ ଡକ୍ୟୁମେଣ୍ଟାରୀ ଇତିମଧ୍ୟରେ ରିଲିଜ୍‌ ହୋଇଛି। ସରକାର ୧୩ କୋଟି ଗରିବ ପରିବାରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ପ୍ରତି ପରିବାରଙ୍କ ସଞ୍ଚୟ ଖାତାକୁ ୭୫୦୦ ଟଙ୍କା ପଠାଇବା ପାଇଁ ସେ ଦାବି କରିଛନ୍ତି। ରାହୁଲ ଦିଲ୍ଲୀର ସୁଖଦେବ ବିହାର ଫ୍ଲାଏଓଭରଠାରେ ପ୍ରବାସୀ ଶ୍ରମିକଙ୍କୁ ଗତି ଶନିବାର ଭେଟିଥିଲେ।


All Right Reserved By Dharitri.Com

ଚାଇନାରୁ ଫେରିଲା ସ୍ବତନ୍ତ୍ର ବିମାନ

ନୂଆଦିଲ୍ଲୀ,୧।୨: ଚାଇନାର ଉହାନରୁ ଫେରିଥିବା ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଶନିବାର ସକାଳେ ନୂଆଦିଲ୍ଲୀରେ ପହଞ୍ଚିଛି। ଏଥିରେ ୩୨୪ ଭାରତୀୟ ଚାଇନାରୁ ସ୍ବଦେଶ ଫେରିଛନ୍ତି। ଏମାନଙ୍କ...

ରାଜଧାନୀରେ କଣ୍ଟେନମେଣ୍ଟ ଜୋନ୍‌ ସଂଖ୍ୟା ୯୦ରେ ପହଞ୍ଚିଲା

ନୂଆଦିଲ୍ଲୀ,୨୫।୫: ରାଜଧାନୀ ଦିଲ୍ଲୀରେ ବେଳକୁ ବେଳ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଠାରେ ଏବେ କଣ୍ଟେନମେଣ୍ଟ ଜାନ୍‌ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।...

ସେବା କାର୍ଯ୍ୟରେ ସାମିଲ ପ୍ରଭାତଙ୍କ ଟିମ୍‌: ସ୍ବାସ୍ଥ୍ୟସେବା ଲୋଡ଼ୁଥିବା ଲୋକଙ୍କୁ ବଢାଉଛନ୍ତି ସହାୟତାର ହାତ

କଟକ ଅଫିସ,୧୦ା୪: ଲକ୍‌ଡାଉନ ବଳବତ୍ତର ଥିବାରୁ ସାଧାରଣରେ ଯାତାୟାତ ବନ୍ଦ ହୋଇଯାଇଛି । ବିନା କାରଣରେ ଲୋକଙ୍କୁ ରାସ୍ତାରେ ବୁଲୁଥିବା ଦେଖିଲେ ପୋଲିସ ଜରିମାନା ଲଦିବା...

ପାର୍ଟି କାର୍ଯ୍ୟାଳୟରେ ସ୍ତ୍ରୀଙ୍କୁ ଚାପୁଡା ମାରିଲେ ଭାଜପା ନେତା

ନୂଆଦିଲ୍ଲୀ, ୨୦।୯: ମେହରୌଲି ଜିଲା ଭାଜପା ପ୍ରମୁଖ ଆଜାଦ ସିଂ ନିଜ ସ୍ତ୍ରୀ ସରିତା ଚୌଧୁରୀଙ୍କୁ ଦକ୍ଷିଣ ଦିଲ୍ଲୀରେ ଥିବା ଭାଜପା କାର୍ଯ୍ୟାଳୟରେ ଚାପୁଡା ମାରିଛନ୍ତି।...

ଅଦରକାରୀ ପାର୍ଟସ୍‌ରୁ ବାଇକ୍‌: ଦାମ୍‌ ୨ହଜାର, ୫ଟଙ୍କାରେ ୫୦କିଲୋମିଟର ଯିବ

ସୁରଟ:ପରିବେଶ ପ୍ରଦୂଷଣ ବୃଦ୍ଧିପାଉଛି। ଆଗକୁ ଏକ ଭଲ ପରିବେଶ ମିଳିବ କି ନାହିଁ ତାହା କହିହେବନି। ଅନ୍ୟପକ୍ଷରେ ପେଟ୍ରୋଲ କିମ୍ବା ଡିଜେଲ ଦାମ୍‌କୁ ଲକ୍ଷ୍ୟ କଲେ...

କରୋନା ରୋଗୀଙ୍କ ପାଇଁ ରକ୍ତଦାନ

କଟକ ଅଫିସ,୨୦।୪: ରକ୍ତ ଅଭାବ ସମସ୍ୟା ଦୂରେଇବାକୁ ରକ୍ତଦାନର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି କରୋନା ରୋଗୀଙ୍କ ପାଇଁ କୃଷକ ବଜାର ବ୍ୟବସାୟୀ ସଂଘ...

ସିବିଏସ୍‌ଇ ବୋର୍ଡ: ଦେଶର ୧୫,୦୦୦ କେନ୍ଦ୍ରରେ ଅନୁଷ୍ଠିତ ହେବ ପରୀକ୍ଷା

ନୂଆଦିଲ୍ଲୀ,୨୫।୫: ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକଶେନ(ସିବିଏସ୍‌ଇ)ର ବାକିଥିବା ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଶର ୧୫,୦୦୦ କେନ୍ଦ୍ରରେ ଅନୁଷ୍ଠିତ ହେବ। ସୋମବାର କେନ୍ଦ୍ର...

କରୋନାରେ ପୂର୍ବତନ ୟୁରୋପିଆନ ଚାମ୍ପିୟନଙ୍କ ମୃତ୍ୟୁ

ମିଲାନ, ୮ା୪ (ଏଏଫ୍‌ପି): କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ଇଟାଲୀର ପୂର୍ବତନ ୟୁରୋପିଆନ ଇନ୍‌ଡୋର ଚାମ୍ପିୟନ ଡୋନାଟୋ ସାବିଏଙ୍କ ମୃତ୍ୟୁ ଘଟିଛି। ଇଟାଲିଆନ ଆଥଲେଟକ୍ସ ଫେଡେରେଶନ...

Leave a comment

Your email address will not be published. Required fields are marked *