Posted inଫୁରସତ

ସାମାଜିକ ଦୂରତ୍ୱ ୧ ମିଟରରୁ କମ୍‌ ହେଲେ ବାଜିଉଠିବ ଆଲାର୍ମ !

ଆଲିଗଡ଼,୨୩।୫: କରୋନା ଭାଇରସ ସଂକ୍ରମଣରୁ ଦୂରେଇ ରହିବାକୁ ସାମଜିକ ଦୂରତା ରକ୍ଷା କରିବା ଜରୁରୀ ବୋଲି କୁହାଯାଇଛି। ହେଲେ ଏବେବି ଅନେକ ଲୋକ ଏହି ନିୟମର ଉଲ୍ଲଂଘନ କରୁଥିବା ଦେଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ଛରାର ଜଣେ ବିଟେକ୍‌ ଛାତ୍ର ଏବେ ଏକ ଆଲର୍ମ ତିଆରି କରିଛନ୍ତି। ଯଦି କୌଣସି ବ୍ୟକ୍ତି ପରସ୍ପରଠାରୁ ୧ ମିଟର ଦୂରତା ନ ରଖନ୍ତି ତେବେ ଏହି ଆଲର୍ମ ବାଜିଉଠିବ। ଯେପର୍ଯ୍ୟନ୍ତ ଦୁଇଜଣଙ୍କ ମଧ୍ୟରେ ଏକ ମିଟର ଦୂରତା ନ ରହିଛି ସେପର୍ଯ୍ୟନ୍ତ ଏହା ବାଜିବ ବୋଲି କୁହାଯାଉଛି। ଶ୍ରେୟ ଅଗ୍ରଓ୍ବାଲ ନାମକ ଜଣେ ଛାତ୍ର ଏବେ ବିଟେକ୍‌ର ପ୍ରଥମ ବର୍ଷରେ ପାଠ ପଢୁଥିବା ବେଳେ ସେ ଏହି ଆଲର୍ମ ତିଆରି କରିଛନ୍ତି। ଇଣ୍ଡଷ୍ଟ୍ରିଜ ସେଣ୍ଟରର ଡେପୁଟି କମିଶନରଙ୍କୁ ଏହି ଆଲର୍ମ ପସନ୍ଦ ଆସିଥିବା ବେଳେ ସେ ଏହାର ଏକ ଭିଡିଓ ପ୍ରସ୍ତୁତ କରି ଟେକ୍ନିକାଲ ମଞ୍ଜୁରୀ ପାଇଁ ପଠାଇବେ ବୋଲି କୁହାଯାଉଛି। ତେବେ ଏହି ଆଲର୍ମକୁ ବେକରେ ଆଇକାର୍ଡ ଭଳି ପକାଇ ହେବ ବୋଲି ଶ୍ରେୟ କହିଛନ୍ତି। ସୂଚନାଯୋଗ୍ୟ, ମାର୍ଚ୍ଚ ମାସରେ ‘ମୋ ସରକାରଙ୍କ କୋଭିଡ-୧୯ ସମାଧାନ ଚ୍ୟାଲେଞ୍ଜ’ର ଅନ୍‌ଲାଇନ ପରୀକ୍ଷାରେ ଭାଗ ନେଇ ଶ୍ରେୟ କୃତକାର୍ଯ୍ୟ ହେବା ପରେ ଏହି ଆଲର୍ମ କବଚକୁ ଉପସ୍ଥାପନ କରିଥିଲେ ଯାହା ସମସ୍ତଙ୍କୁ ବେଶ୍‌ ପସନ୍ଦ ଆସିଥିଲା।


All Right Reserved By Dharitri.Com

ଶଗଡ଼ରୁ ଚନ୍ଦ୍ର: ଭାରତର ମହାକାଶ ଗବେଷଣାର ଏକ ଲମ୍ବା ଅଭିଯାନ

ନୂଆଦିଲ୍ଲୀ,୨୩।୭: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଚନ୍ଦ୍ରୟାନ-୨କୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ସଫଳତାର ସହ ଜିଏସ୍‌ଏଲଭି ମାର୍କ-୩ ରକେଟ ଦ୍ୱାରା ମହାକାଶକୁ...

ଟ୍ରାଇ କଲର୍‌ ରାଖୀ

ଚଳିତ ମାସ ସ୍ବାଧୀନତା ଦିବସ ଓ ପବିତ୍ର ରାଖୀ ପୂର୍ଣ୍ଣିମା ଗୋଟିଏ ଦିନରେ ହିଁ ପଡୁଛି। ତେଣୁ ଏଭଳି ଏକ ଶୁଭ ଦିନରେ ଭାଇ ହାତରେ...

ଦୁଇଜଣ ମା’ ଚାହିଁଲେ କରିପାରିବେ ସନ୍ତାନ ପ୍ରସବ

ଚାଇନିଜ୍‌ ଏକାଡେମୀ ଅଫ୍‌ ସାଇନ୍‌ସେସ୍‌ର ବିଶେଷଜ୍ଞଙ୍କ ମତରେ ୨ ଜଣ ମା’ ଚାହିଁଲେ ସନ୍ତାନ ଜନ୍ମ କରିପାରିବେ। ଏଥିପାଇଁ ପିତାଙ୍କର କୌଣସି ଆବଶ୍ୟକତା ନାହିଁ। ଦୁଇଟି...

ଦୁଇ ହାତ ନାହିଁ, ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମଦନଲାଲ

କୁହାଯାଏ, ଦୃଢ଼ ମନୋବଳ ଥିଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ବାଧାବିଘ୍ନ ରୋକିପାରିବ ନାହଁି। ଏହି ଉକ୍ତିକୁ ସତ୍ୟ ପ୍ରମାଣିତ କରିଛନ୍ତି, ଫତେହାବାଦର ମଦନଲାଲ। ଭାଗ୍ୟ ତାଙ୍କ...

କୁକୁରର ମାଟରନିଟି ଫଟୋଶୁଟ୍‌

ଆଜିକାଲି ଓ୍ବେଡିଂ, ପ୍ରି ଓ୍ବେଡିଂ ଫଟୋଶୁଟ୍‌ ବେଶ୍‌ ସାଧାରଣ ହୋଇଗଲାଣି। ସେମିତି ଆଉ ଏକ ଫଟୋଶୁଟ୍‌ର ଟ୍ରେଣ୍ଡ ବି ଚାଲିଛି। ସେ ହେଉଛି ମାଟରନିଟି ଫଟୋଶୁଟ୍‌।...

ଏପରି ମନ୍ଦିର ଯେଉଁଠି ମାଙ୍କଡ଼ଙ୍କ ପାଖରେ ହୁଏ ଭୋଗ ଲାଗି…

ଉତ୍ତରପ୍ରଦେଶ ସୀତାପୁର ଜିଲା ଠାରୁ ୭୦ କିଲୋମିଟର ଦୂରରେ ଥିବା ଅଟବା କୁରସଠ ଗାଁରେ ଏକ ମନ୍ଦିର ରହିଛି। ଏହି ମନ୍ଦିରରେ ମାଙ୍କଡ଼ଙ୍କ ପାଖରେ ଭୋଗ...

ଏମିତି ଗାଁ, ଯେଉଁଠି ଲୋକେ ରୁହନ୍ତି ମାଟିତଳେ

ସାଧାରଣତଃ ଲୋକେ ଘର ତିଆରି କରିବା ପାଇଁ ଖୋଲା ଏବଂ ଆରାମଦାୟକ ସ୍ଥାନକୁ ପସନ୍ଦ କରିଥା’ନ୍ତି। ଯେଉଁଠି ବାୟୁ ଚଳାଚଳ ଭଲ ଭାବେ କରିପାରୁଥିବ। କିନ୍ତୁ...

ଇଣ୍ଟର୍‌ନ୍ୟାଶନାଲ ସ୍ପେସ୍‌ ସେଣ୍ଟରରେ ପହଞ୍ଚିଲା ହ୍ୟୁମାନୋଏଡ୍‌ ରୋବୋ

ଓ୍ବାଶିଂଟନ: ରୁଷିଆର ପ୍ରଥମ ରୋବୋକୁ ନେଇ ଯାଇଥିବା ସୋୟୁଜ ଯାନ ନିର୍ଦ୍ଧାରିତ ସମୟର ବିଳମ୍ବରେ ହେଉ ପଛେ ସଫଳତାର ସହ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ୍‌( ଆଇଏସ୍‌ଏସ୍‌)ରେ...

Leave a comment

Your email address will not be published. Required fields are marked *