ଦେଶରେ ଗୋଟିଏ ଦିନରେ ସର୍ବାଧିକ ୬,୬୫୪ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୨୩।୫: ଦେଶରେ ବେଳକୁ ବେଳ ଅଣାୟତ ହେଲାଣି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୬,୬୫୪ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୨୫,୧୦୧ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୩୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶନିବାର ସକାଳ ସୁଦ୍ଧା ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩,୭୨୦ରେ ପହଞ୍ଚିଛି। ଏବେସୁଦ୍ଧା ୬୯,୫୯୭ ଜଣ ସଂକ୍ରମିତଙ୍କ ଚିକିତ୍ସା ଚାଲିଥିବା ବେଳେ ୫୧,୭୮୪ ଜଣ ସୁସ୍ଥ ହୋଇ ସାରିଲେଣି। ତେବେ ମହାରାଷ୍ଟ୍ରରେ ସର୍ବାଧିକ ୪୪,୫୮୨ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ତାମିଲନାଡୁରେ ୧୪,୭୫୩, ଗୁଜରାଟରେ ୧୩,୨୬୮ ଓ ଦିଲ୍ଲୀରେ ୧୨,୩୧୯ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଅନ୍ୟପଟେ କରୋନା ସଂକ୍ରମଣକୁ ରୋକିବାକୁ ଏବେ ଦେଶରେ ଲକ୍‌ଡାଉନ ୪.୦ ଚାଲିଥିବା ବେଳେ ଏହା ମେ’ ୩୧ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯାଇଛି।


All Right Reserved By Dharitri.Com

ପାକିସ୍ତାନ ବିମାନ ଦୁର୍ଘଟଣା: ସମବେଦନା ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୨୨।୫: ପାକିସ୍ତାନରେ ହୋଇଥିବା ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଟୁଇଟ୍‌ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା...

ବଡଗାମ୍‌ରେ ସୁରକ୍ଷାର୍କମୀଙ୍କ ସର୍ଚ୍ଚ ଅପରେଶନ

ଶ୍ରୀନଗର,୩୦।୬: ଜମ୍ମୁ-କଶ୍ମୀର ବଡଗାମ୍‌ ଜିଲାରେ ରବିବାର ସକାଳେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌ ଆରମ୍ଭ ହୋଇଛି। ଏଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସ୍ଥାନୀୟ ଚଦୁରା...

ବାଲେଶ୍ୱରକୁ ପଛରେ ପକାଇଲା ଯାଜପୁର: ପାଲଟିଲା ଦ୍ୱିତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଜିଲା

ଭୁବନେଶ୍ୱର, ୧୬।୫(ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଶନିବାର ସକାଳେ ୬୫ ନୂଆ ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟରେ...

କେନ୍ଦ୍ରାପଡ଼ାରେ ଆଉ ୮ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୮

କେନ୍ଦ୍ରାପଡ଼ା ଅଫିସ/ଡେରାବିଶ/ମହାକାଳପଡ଼ା ୧୯।୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଓ ମହାକାଳପଡା ବ୍ଲକ ଅଞ୍ଚଳରେ ୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମଙ୍ଗଳବାର...

ରାମଲଲା କାଠରେ ତିଆରି ବୁଲେଟ୍‌ ପ୍ରୁଫ୍‌ ଅସ୍ଥାୟୀ ମନ୍ଦିରରେ ରହିବେ

ନୂଆଦିଲ୍ଲୀ,୯।୨: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଶେଷ ହେବା ପର୍ଯ୍ୟନ୍ତ ରାମଲଲାଙ୍କୁ କାଠରେ ତିଆରି ବୁଲେଟ୍‌ ପ୍ରୁଫ୍‌ ଅସ୍ଥାୟୀ ମନ୍ଦିରରେ ରଖାଯିବ। ପରେ ତାଙ୍କୁ ନୂଆ ମନ୍ଦିରକୁ...

ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ପାଇଁ ଭାଜପାଠାରୁ କଂଗ୍ରେସ ଅଧିକ ଦାୟୀ: ମାୟାବତୀ

ଲକ୍ଷ୍ନୌ,୨୪।୫: କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନେ ଭିଟାମାଟିକୁ ଫେରିବାରେ ବହୁ...

ପାର୍ଲାମେଣ୍ଟରେ ଚିଟ୍‌ଫଣ୍ଡ ବିଲ୍‌ ଗୃହୀତ

ନୂଆଦିଲ୍ଲୀ,୨୯।୧୧(ପି.ଟି.): ଚିଟ୍‌ଫଣ୍ଡ ସଂଶୋଧନ ବିଲ୍‌ ଗୁରୁବାର ପାର୍ଲାମେଣ୍ଟରେ ଗୃହୀତ ହୋଇଛି। ୨୦ ତାରିଖରେ ଏହା ଲୋକ ସଭାର ଅନୁମୋଦନ ଲାଭ କରିଥିବାବେଳେ ଗୁରୁବାର ରାଜ୍ୟ ସଭା...

ପୁଲଓ୍ବାମା ଆକ୍ରମଣ: ଗୋଇନ୍ଦା ବିଭାଗ ବିଫଳତାକୁ ଇସାରା କଲା ସିଆର୍‌ପିଏଫ୍‌ ରିପୋର୍ଟ

ନୂଆଦିଲ୍ଲୀ,୪।୯: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ରିପୋର୍ଟର ତଥ୍ୟ ପ୍ରକାଶ ପାଇଛି। ସିଆର୍‌ପିଏଫ୍‌ ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟରେ ଗୋଇନ୍ଦା ବିଭାଗ ବିଫଳତାକୁ ଇସାରା...

Leave a comment

Your email address will not be published. Required fields are marked *