କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୫୩ ଲକ୍ଷ: ମୃତ୍ୟୁ ସଂଖ୍ୟା ଟପିଲା ୩ ଲକ୍ଷ ୪୦ ହଜାର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩।୫: ପୃଥିବୀରେ କରୋନା ମହାମାରୀ ଯୋଗୁ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶନିବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୫୩ ଲକ୍ଷ ୬ ହଜାର ୨୩୭ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୪୦ ହଜାର ୪୭ ରହିଛି। ୨୧ ଲକ୍ଷ ୬୦ ହଜାର ୧୫୯ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା କରୋନା ଓ୍ବାଲର୍‌ଡ ମିଟର ରିପୋର୍ଟରେ ପ୍ରକାଶ ପାଇଛି। ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୧୬ ଲକ୍ଷ ୪୫ ହଜାର ୯୪ ଥିବାବେଳେ ମୃତକଙ୍କ ସଂଖ୍ୟା ୯୭ ହଜାର ୬୪୭ ଛୁଇଁଛି। ବ୍ରାଜିଲ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୩୮୨ ରହିଥିବାବେଳେ ମୃତକଙ୍କ ସଂଖ୍ୟା ୨୧ ହଜାର ୧୧୬ ରହିଛି। ସେହିପରି ରୁଷ୍‌ରେ ୩ ଲକ୍ଷ ୨୬ ହଜାର ୪୪୮ ସଂକ୍ରମିତ ହୋଇଛନ୍ତି। ଏଠାରେ ମୃତକଙ୍କ ସଂଖ୍ୟା ୩,୨୪୯ ରହିିଛି। ସ୍ପେନ୍‌ରେ ୨ଲକ୍ଷ ୮୧ ହଜାର ୯୦୪ ସଂକ୍ରମିତ ହୋଇଛନ୍ତି। ଏଠାରେ କରୋନା ସଂକ୍ରମଣରେ ୨୮ ହଜାର ୬୨୮ ଜଣଙ୍କ ଜୀବନ ଯାଇଛି। ବ୍ରିଟେନରେ ମୋଟ ୨ ଲକ୍ଷ ୫୪ ହଜାର ୧୯୫ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୩୬ ହଜାର ୩୯୩ ରହିଛି। ଇଟାଲିରେ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୨୮ ହଜାର ୬୫୮ ରହିଛି। ଏଠାରେ କରୋନା ସଂକ୍ରମଣରେ ୩୨ ହଜାର ୬୧୬ ଜଣଙ୍କକ ମୃତ୍ୟୁ ଘଟିଛି। ଫ୍ରାନ୍ସ୍‌ରେ ମୋଟ ଲକ୍ଷେ ୮୨ ହଜାର ୨୧୯ ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ଏଠାରେ ୨୮ ହଜାର ୨୮୯ ରହିଛି।


All Right Reserved By Dharitri.Com

କରୋନା ଭାଇରସକୁ ନେଇ ପାକ୍ ପ୍ରଧାନମନ୍ତ୍ରୀଙ୍କର ରହିଛି ଅନ୍ଧବିଶ୍ୱାସ

ଇସ୍‌ଲାମାବାଦ,୫ ।୪: କରୋନା ଭାଇରସ ଏବେ ଆମେରିକା ଭଳି ଶକ୍ତିଶାଳୀ ଦେଶକୁ ତା’କବଳକୁ ନେଇ ସାରିଥିବା ବେଳେ ସେଠାରେ ପ୍ରତିଦିନ ଶହ ଶହ ଲୋକଙ୍କ ଜୀବନ...

ମେ ୨୮ ପର୍ଯ୍ୟନ୍ତ ପେସାଦାର କ୍ରିକେଟ ସ୍ଥଗିତ ରଖିଲା ଇସିବି

ଲଣ୍ଡନ,୨୧।୩(ପି.ଟି.): ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ସମସ୍ତ ପେସାଦାର କ୍ରିକେଟ ଟୁର୍ନାମେଣ୍ଟକୁ ମେ ୨୮ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି।...

ଔଷଧ କିଣିଥିବା ଲୋକଙ୍କ ତଥ୍ୟ ଦେବେ ଦୋକାନୀ ଗଞ୍ଜାମ ଜିଲାପାଳଙ୍କ ନୂଆ ନିର୍ଦ୍ଦେଶନାମା

ଛତ୍ରପୁର,୨୩ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପୁଣି ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଣିକି...

ବିଦେଶରୁ ଫେରିବେ ଭାରତୀୟ

ନୂଆଦିଲ୍ଲୀ,୫ା୫(ପି.ଟି.): କରୋନା ସଂକ୍ରମଣ ରୋକିବାକୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିଥିବାରୁ ବିଭିନ୍ନ ଦେଶରେ ହଜାର ହଜାର ଭାରତୀୟ ଅଟକି ରହିଛନ୍ତି। ସେମାନଙ୍କୁ ଫେରାଇ ଆଣିବା...

ଭେନିସ୍‌ କେନାଲରେ ଡଲଫିନ୍‌: ୫୫ ସେକେଣ୍ଡର ଭିଡ଼ିଓ ଭାଇରାଲ

ଭେନିସ୍‌,୧୮।୩: ଚାଇନା ପରେ କରୋନାର ନୂଆ ଠିକଣା ପାଲଟିଛି ଇଟାଲୀ। ସୁରକ୍ଷା ଦୃଷ୍ଟିରୁ ସାଢ଼େ ୬ କୋଟି ଲୋକଙ୍କୁ ଘରୁ ନ ବାହାରିବାକୁ ସରକାରଙ୍କ ପକ୍ଷରୁ...

ଲକ୍‌ ଡାଉନ୍‌ ଦେଲାନି କାମ: ଗୋଟିଏ ଦିନରେ ୧,୪୨୧ ମୁଣ୍ଡ ନେଲା କରୋନା

ମାଦ୍ରିଦ୍‌/ରୋମ,୨୬।୩: କରୋନା ସଂକ୍ରମଣ ପୃଥିବୀର ସମସ୍ତ ଦେଶରେ ଆତଙ୍କ ଜାରି ରଖିଛି। ସ୍ପେନ୍‌ ଏବଂ ଇଟାଲିରେ ସୁରକ୍ଷା ଦୃଷ୍ଟିରୁ ଲକ୍‌ ଡାଉନ୍‌ ଜାରି ହେବା ପରେ...

ରୁଷ୍‌ ସଂସ୍କୃତିମନ୍ତ୍ରୀ କରୋନା ପଜିଟିଭ୍‌

ମସ୍କୋ,୭।୫: ରୁଷ୍‌ ସଂସ୍କୃତିମନ୍ତ୍ରୀ ଓଲ୍‌ଗା ଲ୍ୟୁବିମୋଭା ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏସମ୍ପର୍କରେ ତାଙ୍କ ପ୍ରବକ୍ତା ଆନ୍ନା ଉଷାଚ୍ୟୁଭା ସୂଚନା ଦେଇଛନ୍ତି। ତାଙ୍କୁ...

ନଦୀ ପାରହୋଇ ପହଞ୍ଚିଲେ କନ୍ୟାଘରେ

ଭୋପାଳ: ବାହାଘର ପାଇଁ କନ୍ୟାଘରକୁ ଗାଡ଼ି ନେଇଯିବା ପାଇଁ ମିଳିଲାନି ଅନୁମତି। ସେଥିପାଇଁ ସେ ନଦୀ ପାର ହୋଇ ପହଞ୍ଚିଗଲେ କନ୍ୟା ଘରେ, ଆଉ ବିବାହ...

Leave a comment

Your email address will not be published. Required fields are marked *