ବିରାଟଙ୍କ ଫନି ଭିଡିଓ ଶେୟାର କଲେ ଅନୁଷ୍କା: ନାଗପୁର ପୋଲିସ ଦେଲା ଏଭଳି ଜବାବ

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ଏହି ଲକ୍‌ଡାଉନ ସମୟରେ ସୋସିଆଲ ମିଡିଆରେ ବହୁ ଆକ୍ଟିଭ ରହୁଛନ୍ତି। ପ୍ରାୟ ସମୟରେ ସେ କିଛି ନା କିଛି ମଜାଳିଆ ଫଟୋ ଓ ଭିଡିଓ ଶେୟାର କରିଥାନ୍ତି। ହେଲେ ଏହି ରେସ୍‌ରେ ବିରାଟ ମଧ୍ୟ ପଛରେ ରହିନାହାନ୍ତି। ତାଙ୍କର ଫନି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ସେ ସବୁକୁ ପ୍ରଶଂସକ ବେଶ୍‌ ପ୍ରଂଶସା କରୁଛନ୍ତି। ପୂର୍ବରୁ ବିରାଟଙ୍କ ଏକ ହେୟାର କଟ୍‌ ଭିଡିଓକୁ ଅନୁଷ୍କା ଶେୟାର କରିଥିଲେ। ଏବେ ପୁଣି ଆଉ ଏକ ଭିଡ଼ିଓକୁ ଅନୁଷ୍କା ଶେୟାର କରିଛନ୍ତି। ଯେଉଁଥିରେ ନାଗପୁର ପୋଲିସର ଏକ କମେଣ୍ଟ ରହିଥିବା ନଜର ଆସିଛି।

ସୂଚନା ମୁତାବକ କିଛି ଦିନ ପୂର୍ବରୁ ଅନୁଷ୍କା ବିରାଟଙ୍କ ଡାଏନାସୋରର ଏକ ଭିଡିଓ ଶେୟାର କରିଥିଲେ। ଏଥିସହ କ୍ୟାପଶନ୍‌ରେ ଲେଖିଥିଲେ, ଏବେ ଏବେ ମୁଁ ଡାଏନାସୋରକୁ ଦେଖିଲି। ଏହି ଭିଡିଓରେ ବିରାଟ ମଜାଳିଆ ଢ଼ଙ୍ଗରେ ଚାଲିବା ସହ ବଢ଼ିଆ ଏକ୍ସପ୍ରେଶନ ବି ଦେଉଥିବା ଦେଖିବାକୁ ମିଳିଛି। ଏହାକୁ ଦେଖିଲେ କେହି ବି ନିଜ ହସକୁ ଅଟକାଇପାରିବେ ନାହିଁ। ଏହା ଏବେ ସୋସିଆଲ ମଡିଆରେ ଭାଇରାଲ ହୋଇଥିବା ବେଳେ ୟୁଜର୍ସମାନେ ବହୁ ମଜାଳିଆ କମେଣ୍ଟ ଦେଇଛନ୍ତି। କେବଳ ୟୁଜର୍ସ ନୁହଁନ୍ତି ଏହାକୁ ଦେଖି ନାଗପୁର ପୋଲିସ ବି କମେଣ୍ଟ ନ ଦେଇ ରହିପାରି ନାହିଁ।

ନାଗପୁର ପୋଲିସ ବିରାଟଙ୍କ ଭିଡିଓରେ ଟୁଇଟ କରି ଲେଖିଛନ୍ତି, ରେସକ୍ୟୁ ପାଇଁ ମହାରାଷ୍ଟ ବନ ବିଭାଗକୁ ପଠାଇବି କି? ତାଙ୍କର ଏହି ମଜାଳିଆ କମେଣ୍ଟର ମଜା ପ୍ରଶଂସକମାନେ ବେଶ୍‌ ଉଠାଇଛନ୍ତି। କେହି ଭାବି ବି ନ ଥିବେ କି ଏହି ଭିଡିଓରେ ପୋଲିସ ବି କମେଣ୍ଟ ଦେବେ ଆଉ ସେଟା ବି ମଜାଳିଆ ଢ଼ଙ୍ଗରେ।


All Right Reserved By Dharitri.Com

ଲତାଙ୍କ ପୁରୁଣା ଫଟୋ ଶେୟାର କରି ଭାବବିହ୍ବଳ ହେଲେ ରିଷି

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହା ଅମିତାଭ ବଚ୍ଚନ ଅନେକ ସମୟରେ କିଛି ନା କିଛି ପୁରୁଣା ଫଟୋ ଓ ଭିଡିଓ ଶେୟାର କରି ଆସିଥାଆନ୍ତି ଚର୍ଚ୍ଚାକୁ। ନିକଟରେ...

ଆରୋଗ୍ୟ ସେତୁ ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପରାମର୍ଶ

ନୂଆଦିଲ୍ଲୀ,୨୯।୪: ଭାରତରେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସରକାରଙ୍କ ପକ୍ଷରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଜାରି ରହିଛି। ସେହିପରି କାର୍ଯ୍ୟାଳୟରେ...

‘ଭୟଭୀତ ହୁଅ ନାହିଁ’

ଢେଙ୍କାନାଳ ଅଫିସ, ୨୬।୩: କରୋନା କଟକଣା ଉପରେ ଜିଲା ପ୍ରଶାସନ କଡ଼ା ନଜର ରଖିଛି। ଜିଲାର ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି। ଏଥିରେ ଭୟଭୀତ ହେବାର...

‘ଓ୍ବାର’ରେ ହ୍ରିତିକ୍‌, ଟାଇଗର

ମୁମ୍ବାଇ: ଆଗାମୀ ଫିଲ୍ମ ‘ଓ୍ବାର’ ପାଇଁ ବଲିଉଡ ଷ୍ଟାର ହ୍ରିତିକ୍‌ ରୋଶନ ଏବଂ ଟାଇଗର ଶ୍ରଫ୍‌ଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଦୃଶ୍ୟ ବେଶ୍‌ ଆମୋଦଦାୟକ। ଏଥି...

ପୁଣି ବଡ଼ ପରଦାରେ ଦର୍ଶକଙ୍କୁ ହସାଇବେ ଅଜୟ

ମୁମ୍ବାଇ: ପ୍ରଯୋଜକ ଇନ୍ଦ୍ର କୁମାରଙ୍କ ସୁପରହିଟ୍‌ ଫିଲ୍ମ ‘ଟୋଟାଲ ଧମାଲ୍‌’ ବକ୍ସ ଅଫିସ୍‌ରେ ଧମାଲ ମଚାଇବା ପରେ ପୁଣି ବଡ଼ ପରଦାରେ ଦର୍ଶକଙ୍କୁ ହସାଇବାକୁ ଯାଉଛନ୍ତି...

ଜୋର୍‌ରେ ହସିଲେ ହୋଇପାରେ ସଂକ୍ରମଣ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ଏବେ ସମସ୍ତେ ସତର୍କ। ସେଥିପାଇଁ ଏବେ ସମସ୍ତେ ସାନିଟାଇଜ୍‌ ସହ ସାମାଜିକ ଦୂରତା ଉପରେ ଜୋର ଦେଉଛନ୍ତି। କିନ୍ତୁ...

ସ୍ବର୍ଗଦ୍ୱାର ବିଶୋଧନ ପ୍ରତି ନଜର ନାହିଁ

ପୁରୀ ଅଫିସ,୧୫ା୪: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ଓ ବିଶୋଧିକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ପୁରୀ ଜିଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର,...

କରୋନା କଟକଣାକୁ ଫୁ: ସଟ୍‌ଡାଉନ୍‌ ଉଠିବା ପରେ ଛତ୍ରବଜାରରେ ଅସମ୍ଭାଳ ଭିଡ଼

କଟକ ଅଫିସ,୬ା୪: କଟକ ସହରରେ ପ୍ରଥମ କରୋନା ଭୂତାଣୁ ଶୁକ୍ରବାର ଚିହ୍ନଟ ହୋଇଥିଲା। ଫଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ସନ୍ଧ୍ୟା ୮ଟାରୁ ରବିବାର ସନ୍ଧ୍ୟା...

Leave a comment

Your email address will not be published. Required fields are marked *