ଦିନ ଗଡ଼ୁଛି, ଚିନ୍ତା ବଢ଼ୁଛି

ଓ୍ବାଶିଂଟନ/ମସ୍କୋ/ବ୍ରାଜିଲିଆ,୨୩ା୫: ଦିନକୁ ଦିନ ମହାମାରୀ କରୋନା ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଦିନ ଗଡ଼ିବା ସହ ଲୋକଙ୍କ ଚିନ୍ତା ଏଥିଲାଗି ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୫୨.୪୧ ଲକ୍ଷ ଅତିକ୍ରମ କରିସାରିଥିବା ବେଳେ ୩.୩୫ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣି। ଅନେକ ଦେଶରେ ସ୍ଥିତି ଏବେ ଜଟିଳ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୨ ହଜାରରୁ ଊର୍ଦ୍ଧ୍ୱ ନୂଆ ମାମଲା ସାମ୍ନାକୁ ଆସିଛି। ରୁଷିଆ ଓ ବ୍ରାଜିଲରେ ଉଗ୍ର ସଂକ୍ରମଣ ଦେଖାଦେଇଥିବା ବେଳେ ଭାରତରେ ମଧ୍ୟ ସମାନ ସ୍ଥିତି। ଏହି ୩ ଦେଶ ସମ୍ପ୍ରତି କରୋନା ଭୂତାଣୁର ନୂଆ ହଟ୍‌ସ୍ପଟ୍‌ ପାଲଟିଥିବା କୁହାଯାଉଛି। ବିଶ୍ୱ ସଂକ୍ରମଣ ତାଲିକାର ଦ୍ୱିତୀୟ ସ୍ଥାନରେ ରୁଷିଆ ଓ ତୃତୀୟ ସ୍ଥାନରେ ବ୍ରାଜିଲ ରହିଥିବା ବେଳେ ଭାରତ ଏକାଦଶ ସ୍ଥାନରେ ରହିଛି। ଏହି ୩ ଦେଶରେ ଉଗ୍ର ସଂକ୍ରମଣ ଦେଖିବାକୁ ମିଳିଛି।
ଆମେରିକା ତାଲିକାର ଶୀର୍ଷରେ ରହିଛି। କେବଳ ଆମେରିକାରେ ୧୬.୨୫ ଲକ୍ଷରୁ ଅଧିକ ଲୋକ ଭୂତାଣୁ ଆକ୍ରାନ୍ତ ହୋଇଛନ୍ତି। ଏହି ବିତ୍ତଶାଳୀ ଦେଶରେ ଏପର୍ଯ୍ୟନ୍ତ ୯୬,୫୨୬ ଜୀବନ ଗଲାଣି। ଦିନକରେ ୪,୧୩୭ ନୂଆ ମାମଲା ଏଠାରେ ଦେଖିବାକୁ ମିଳିଥିବା ବେଳେ ୧୭୨ ମୁଣ୍ଡ ଗଡ଼ିଛି। ରୁଷିଆରେ ୩.୨୬ ଲକ୍ଷରୁ ଅଧିକ କରୋନା ରୋଗୀ ରହିଥିବା ବେଳେ ୩,୨୪୯ ଲୋକ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୯ ହଜାର ନୂଆ ମାମଲା ଦେଖିବାକୁ ମିଳିଛି। ବ୍ରାଜିଲରେ ୩,୧୨ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ୨୦,୧୧୨ ଜୀବନ ଗଲାଣି। ଦିନକରେ ଏଠାରେ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଭାରତରେ ୧.୨୫ ଲକ୍ଷ ଭୂତାଣୁ ଆକ୍ରାନ୍ତ ଥିବାବେଳେ ୩,୭୦୭ ଜଣ ମୃତ୍ୟୁବରଣ କଲେଣି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୬ ହଜାର ନୂଆ ମାମଲା ନଜରକୁ ଆସିଛି। ଏଭଳି ଉଗ୍ର ସଂକ୍ରମଣ ସ୍ଥିତି ଲୋକଙ୍କୁ ଆତଙ୍କିତ କରିପକାଇଛି। ଏହାବ୍ୟତୀତ ସ୍ପେନ୍‌ରେ ୨.୮୦ ଲକ୍ଷରୁ ଅଧିକ, ବ୍ରିଟେନରେ ୨.୫୪ ଲକ୍ଷରୁ ଅଧିକ, ଇଟାଲୀରେ ୨.୨୮ ଲକ୍ଷରୁ ଅଧିକ, ଫ୍ରାନ୍ସରେ ୧.୮୧ ଲକ୍ଷରୁ ଅଧିକ, ଜର୍ମାନୀରେ ୧.୭୯ ଲକ୍ଷରୁ ଅଧିକ, ତୁର୍କୀରେ ୧.୫୩ ଲକ୍ଷରୁ ଅଧିକ, ଇରାନରେ ୧.୩୧ ଲକ୍ଷରୁ ଅଧିକ ସଂକ୍ରମିତ ରହିଛନ୍ତି। ଏହିସବୁ ଦେଶଗୁଡ଼ିକରେ ମୃତ୍ୟୁସଂଖ୍ୟା ଯଥାକ୍ରମେ ୨୭,୯୪୦, ୩୬,୩୯୩, ୩୨,୪୮୬, ୨୮,୨୧୫, ୮,୩୨୦, ୪,୨୪୯ ଓ ୭,୩୦୦ ରହିଛି। ଏହାକୁ ବାଦ୍‌ଦେଲେ ପେରୁରେ ଲକ୍ଷାଧିକ ରୋଗୀ ଥିବାବେଳେ ମୃତ୍ୟୁସଂଖ୍ୟା ୩,୧୪୮କୁ ବୃଦ୍ଧିପାଇଛି। ଅନ୍ୟଦେଶ ମଧ୍ୟରେ କାନାଡାରେ ୬,୧୫୨, ମେକ୍ସିକୋରେ ୬,୫୧୦, ବେଲଜିୟମରେ ୯,୨୧୨, ନେଦରଲାଣ୍ଡ୍ସରେ ୫,୭୮୮, ଚାଇନାରେ ୪,୬୩୪ ଓ ଇଣ୍ଡୋନେସିଆରେ ୧,୩୨୬ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।


All Right Reserved By Dharitri.Com

ଟ୍ରମ୍ପ କଲେ କରୋନା ଭାଇରସ ଟେଷ୍ଟ

ଓ୍ବାଶିଂଟନ,୧୫।୩: କରୋନା ଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଏହାକୁ ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ତାଙ୍କର କରୋନା ଭାଇରସ ଟେଷ୍ଟ...

୧୫ବର୍ଷୀୟ ବାଳକଙ୍କ କରୋନାରେ ମୃତ୍ୟୁ: ରାଜସ୍ଥାନରେ ମୃତ୍ୟୁସଂଖ୍ୟା ୬୫କୁ ବୃଦ୍ଧି

ଜୟପୁର,୨।୫: ରାଜସ୍ଥାନରେ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଛି। ଶନିବାର ରାଜ୍ୟରେ କରୋନା ଯୋଗୁ ୩ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ୧୫ବର୍ଷୀୟ ବାଳକ...

ମେ ୨୨ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୭୫ ହଜାର ଟପିପାରେ

ନୂଆଦିଲ୍ଲୀ,୨୩ା୪: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ଟପିଲାଣି। ପ୍ରାୟ ୬୫୦ ଲୋକଙ୍କ ଜୀବନ ଗଲାଣି। ଗତ କିଛିଦିନର ସ୍ଥିତିକୁ ଦେଖିଲେ ସଂକମ୍ରିତ ଓ...

ସବୁ କରୋନା ଆକ୍ରାନ୍ତ ସୁସ୍ଥ ହେବେ: ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ୱର, ୭।୪( ବ୍ୟୁରୋ): କରୋନା ଆକ୍ରାନ୍ତଙ୍କ ପାଇଁ ରାଜ୍ୟ ସରକାର ରାଜ୍ୟରେ ୭ଟି ସ୍ବତନ୍ତ୍ର କୋଭିଡ୍‌ ହସ୍ପିିଟାଲ ପ୍ରସ୍ତୁତ କରିଛନ୍ତି। ଏହି ହସ୍ପିଟାଲଗଡ଼ିକରେ କେବଳ କରୋନା...

ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ…

ପିଆଜ ଶଣ୍ଢା ଶରୀରର ଅନେକ ଉପକାର କରେ। ଏହା ବହୁ ରୋଗରୁ ଦୂରେଇ ରଖେ। ନିୟମିତ ଅଭ୍ୟାସ କରି ସକାଳେ ଅଧାକପ୍‌ ପିଆଜ ଶଣ୍ଢା ରସ...

କରୋନା ଯୋଗୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଗଣମାଧ୍ୟମ ଶିଳ୍ପ: ସରକାରୀ ସହାୟତା ଅପରିହାର୍ଯ୍ୟ

ଓ୍ବାଶିଂଟନ,୧୩।୪: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଦେଖାଦେଇଛି ଆର୍ଥିକ ମାନ୍ଦାବସ୍ଥା। ଏହାଯୋଗୁ ବିଭିନ୍ନ ଗଣମାଧ୍ୟମ ଶିଳ୍ପ ଅଧିକ ପ୍ରଭାବିତ ହୋଇଛନ୍ତି। ୨୦୦ରୁ ଅଧିକ ଦେଶରେ କରୋନା...

ପାକିସ୍ତାନରେ ପ୍ରଦର୍ଶିତ ହେବନାହିଁ କୌଣସି ଭାରତୀୟ ଚଳଚ୍ଚିତ୍ର

ଇସଲାମାବାଦ,୮।୮: ଏଣିକି ପାକିସ୍ତାନରେ କୌଣସି ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ନାହିଁ ବୋଲି ସୂଚନା ମିଳିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟକ ଥିବା ଡ.ଫିରଦୋସ ଆଶିକ୍‌...

କରୋନା ସଚେତନ କଲା ପ୍ରଶାସନ

ଦିଗପହଣ୍ଡି,୬ା୪(ଡି.ଏନ୍‌.ଏ.): ଦିଗପହଣ୍ଡି ସହର ସମେତ ଗ୍ରାମାଞ୍ଚଳଗୁଡିକରେ ଶଟଡାଉନ ସମୟରେ ବିନା କାରଣରେ କେହି ବ୍ୟକ୍ତି ଘରୁ ବାହାରିଲେ ଫୌଜଦାରୀ ମକଦ୍ଦମା ରୁଜୁ କରାଯିବ ବୋଲି ପକ୍ଷରୁ...

Leave a comment

Your email address will not be published. Required fields are marked *