ହତ୍ୟାକାରୀଙ୍କୁ କ୍ଷମାଦେଲେ ଖାଶୋଗୀଙ୍କ ପରିବାର

ରିୟାଧ,୨୩ା୫(ଆଇଏଏନ୍‌ଏସ୍‌): ସୌଦି ଖବରଦାତା ଜମାଲ ଖାଶୋଗୀଙ୍କ ହତ୍ୟାକାରୀମାନଙ୍କୁ ତାଙ୍କ ପରିବାର ପକ୍ଷରୁ କ୍ଷମା କରିଦିଆଯାଇଛି। ଖାଶୋଗୀଙ୍କ ପୁଅ ସଲାହଙ୍କ ଟୁଇଟର ଆକାଉଣ୍ଟରେ ଏହା ପୋଷ୍ଟ କରାଯାଇଛି। ପବିତ୍ର ରମଜାନ ମାସରେ ଆଲ୍ଲାଙ୍କ କଥାକୁ ମନେ ପକାଇ ସଲାହ ଲେଖିଛନ୍ତି, ଜଣେ ବ୍ୟକ୍ତି କ୍ଷମା କରିବା ସହ ପୁନଃ ବନ୍ଧୁତ୍ୱ ସ୍ଥାପନ କଲେ ଈଶ୍ୱରଙ୍କ ଦ୍ୱାରା ପୁରସ୍କୃତ ହୋଇଥାନ୍ତି। ସେଥିପାଇଁ ବାପାଙ୍କ ହତ୍ୟାକାରୀଙ୍କୁ ଆମେ କ୍ଷମାଦେଲୁ ବୋଲି ସେ ଓ ତାଙ୍କର ଅନ୍ୟ ଭାଇମାନେ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ୨୦୧୮ ଅକ୍ଟୋବର ୨ରେ ଖାଶୋଗୀ ଇସ୍ତାନବୁଲସ୍ଥିତ ସୌଦି ବାଣିଜି୍ୟକ ଦୂତାବାସକୁ ଯାଇଥିବାବେଳେ ତାଙ୍କୁ ହତ୍ୟା କରାଯାଇ ମୃତଦେହକୁ ଗାଏବ କରିଦିଆଯାଇଥିଲା। ଏହି ମାମଲାରେ ୫ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡରେ ସୌଦି ରାଜପରିବାରର ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା।


All Right Reserved By Dharitri.Com

ଲିବିୟାରେ ସଂଘର୍ଷ ଜାରି: ଭାରତୀୟଙ୍କ ପାଇଁ ଜାରି ହେଲା ହେଲ୍‌ପ ଲାଇନ୍‌

ତ୍ରିପୋଲି,୧୯।୪: ଲିବିୟାର ରାଜଧାନୀ ତ୍ରିପୋଲିକୁ ଦଖଲ କରିବାକୁ ଲିବିୟା ସେନା ଓ ବାଗି ଜେନରାଲ ହଫ୍‌ଦାରର ଲିବିୟା ନ୍ୟାଶନାଲ ଆର୍ମି ମଧ୍ୟରେ ସଂଘର୍ଷ ଜାରି ରହିଛି।...

ଟେକ୍ସାସ୍‌ରେ ଗୁଳି: ୭ ମୃତ

ହଷ୍ଟନ,୨ା୯(ପି.ଟି.): ଆମେରିକାର ଟେକ୍ସାସରେ ଗୁଳିକାଣ୍ଡ ଘଟି ୭ ଜଣ ନିହତ ହୋଇଥିବାବେଳେ ୨୧ ଆହତ ହୋଇଛନ୍ତି। ଆକ୍ରମଣକାରୀଙ୍କୁ ଟ୍ରାଫିକ୍‌ ଅଧିକାରୀମାନେ ଅଟକାଇବା ପରେ ସେ ଆଖିବୁଜା ଗୁଳି...

କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ଅନ୍‌ଲାଇନ୍‌ରେ ହେବ ପାଠପଢ଼ା

ଲଣ୍ଡନ,୨୦।୫: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରିଟେନ୍‌ର କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ଅନ୍‌ଲାଇନ୍‌ରେ ପାଠପଢ଼ା ହେବ ବୋଲି ଘୋଷଣା କରାଯାଇଛି। ଶିକ୍ଷାର୍ଥୀମାନେ ଏହା ଦ୍ୱାରା ସାମାଜିକ...

ଟ୍ରମ୍ପ୍‌ଙ୍କ ବିରୋଧରେ ଅଭିଯୋଗକୁ ମଞ୍ଜୁରୀ

ଓ୍ବାଶିଂଟନ,୧୪ା୧୨(ଏଏଫ୍‌ପି): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ଆଣିବା ସପକ୍ଷରେ ଗୃହ ନ୍ୟାୟିକ କମିଟି ଭୋଟ ଦେଇଛି। ଫଳରେ ଆସନ୍ତା ସପ୍ତାହ ଶେଷରେ ମହାଭିଯୋଗର...

ଆଗାମୀ ୮ ବର୍ଷରେ ଭାରତର ଜନସଂଖ୍ୟା ଚାଇନାଠାରୁ ଅଧିକ ହେବ

ଓ୍ବାଶିଂଟନ,୧୮।୬: ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ଥିବା ଦେଶ ମଧ୍ୟରେ ଚାଇନାର ସ୍ଥାନ ଏକ ନମ୍ବରରେ ଥିବା ବେଳେ ଏହା ପଛକୁ ରହିଛି ଭାରତ। ଚାଇନା...

୧୯ କୋଟିରେ ନିଲାମ ହେବ ଚନ୍ଦ୍ର ପଥର

ଲଣ୍ଡନ,୪।୫: ବ୍ରିଟେନ୍‌ରେ ରହିଥିବା ଚନ୍ଦ୍ର ପଥର ୧୯ କୋଟି ଟଙ୍କାରେ ନିଲାମ ହେବ। ଏହି ୧୩.୫ କିଲୋଗ୍ରାମ୍‌ ଓଜନର ପଥରକୁ ଲଣ୍ଡନର କ୍ରିଷ୍ଟି ନିଲାମ ହାଉସ୍‌ରେ...

‘ଏ’ ବ୍ଲଡ୍‌ ଗ୍ରୁପ୍‌ଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ: ଚାଇନା ରିପୋର୍ଟ !

ବେଜିଂ,୧୮।୩: ଚାଇନାରେ କରୋନା ସଂକ୍ରମଣ ଯୋଗୁ ବହୁ ଲୋକଙ୍କ ମୃତ୍ୟୁ ଘଟିଛି। ସମ୍ପ୍ରତି ଚାଇନାର ଉହାନ ଏବଂ ଶେନଜେନ୍‌ ସହରରେ କରାଯାଇଥିବା ଏକ ଗବେଷଣା ରିପୋର୍ଟରେ...

ମେୟର ପଦବୀ: ନିର୍ବାଚନ ଲଢୁଛନ୍ତି ୨ କୁକୁର ଏବଂ ଛେଳି

ଓ୍ବର୍ମାଣ୍ଟୋ, ୩।୨: ମଣିଷ ନିର୍ବାଚନ ଲଢ଼ିଥାନ୍ତି। ତେବେ କୌଣସି ପ୍ରାଣୀ ନିର୍ବାଚନ ଲଢ଼ିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଆମେରିକାର ଉତ୍ତର ପୂର୍ବରେ...

Leave a comment

Your email address will not be published. Required fields are marked *