ପାକିସ୍ତାନରେ ବିମାନ ଦୁର୍ଘଟଣା: ୯୭ ମୃତ

କରାଚୀ,୨୩ା୫(ପି.ଟି.): ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସର ଏକ ବିମାନ ଶୁକ୍ରବାର ଅପରାହ୍ଣରେ କରାଚୀସ୍ଥିତ ଜିନ୍ନା ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଘନ ଜନବସତି ଅଞ୍ଚଳରେ ଖସିପଡ଼ିଛି। ଏହି ଦୁର୍ଘଟଣାରେ ୯୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିମାନରେ ୯୯ ଯାତ୍ରୀଙ୍କ ସମେତ ୧୦୭ ଜଣ ଥିଲେ। ଲାହୋରରୁ ଛାଡ଼ିଥିବା ପିକେ-୮୩୦୩ ନାମକ ଏହି ବିମାନ ଆଉ ମାତ୍ର ୧ ମିନିଟ ପରେ ଜିନ୍ନା ବିମାନବନ୍ଦରରେ ଅବତରଣ କରିଥାଆନ୍ତା। ବିମାନଟି ରାଡାର ପରଦାରୁ ଅନ୍ତର୍ଦ୍ଧାନ ହେବା ପୂର୍ବରୁ ଲ୍ୟାଣ୍ଡିଂ ଗିଅରରେ ସମସ୍ୟା ଦେଖାଦେଇଥିବା ଏହାର କ୍ୟାପ୍‌ଟେନ ଏୟାର ଟ୍ରାଫିକ୍‌ ଟାଓ୍ବାରକୁ ସୂଚନା ଦେଇଥିଲେ।
କରୋନା ସଂକ୍ରମଣ ଯୋଗୁ ପାକିସ୍ତାନ କିଛି ସପ୍ତାହ ହେଲା ଲକ୍‌ଡାଉନରେ ରହିଥିଲା। ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଗତ ଶନିବାର ଅଳ୍ପ କେତୋଟି ଘରୋଇ ରୁଟ୍‌ରେ ବିମାନ ଚଳାଇବାକୁ ଅନୁମତି ଦେଇଥିଲେ। ସେହି କ୍ରମରେ ଏ୩୨୦ ଏୟାରବସ୍‌ ଲାହୋରରୁ ୯୯ ଯାତ୍ରୀଙ୍କୁ ଧରି କରାଚୀ ଅଭିମୁଖେ ଯାତ୍ରା କରିଥିଲା। ଲ୍ୟାଣ୍ଡିଂ ଗିଅରରେ ତ୍ରୁଟି ଯୋଗୁ ଏହା ଜିନ୍ନା ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟବର୍ତ୍ତୀ ମାଲିର ମଡେଲ କଲୋନି ଅଞ୍ଚଳରେ ଖସିପଡ଼ି ଜଳିଯାଇଥିଲା। ଦୁର୍ଘଟଣା ଯୋଗୁ ସେଠାରେ ଅନେକ ଘର ଓ କାର କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ପୋଲିସ, ପାକିସ୍ତାନୀ ସେନା ଓ ବାୟୁସେନା ଟିମ୍‌ ନିୟୋଜିତ ହୋଇଛନ୍ତି।
ବିମାନଟି ଖସିବା ପୂର୍ବରୁ ଏହାର ଡେଣାରେ ନିଆଁ ଲାଗିଯାଇଥିଲା। ଏହା କେତେକ ବିଲ୍ଡିଂର ଛାତରେ ମାଡ଼ହେବା ପରେ ତଳେ ପଡ଼ିଥିଲା ବୋଲି ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ରାତି ସାଢ଼େ ୯ଟା ସୁଦ୍ଧା ୪୫ ମୃତଦେହ ଉଦ୍ଧାର କରାଯାଇଥିବା ସିନ୍ଧ୍‌ ସ୍ବାସ୍ଥ୍ୟମନ୍ତ୍ରୀ ଅଜ୍‌ରା ପେଚୁହୋ କହିଛନ୍ତି। ମୃତଦେହକୁ ଜିନ୍ନା ହସ୍ପିଟାଲ ଓ ସିଭିଲ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏଥିସହିତ ୨୫ରୁ ୩୦ ଜଣ ସ୍ଥାନୀୟ ଲୋକ ଦୁର୍ଘଟଣାରେ ଆହତ ହୋଇଥିବାବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାକ୍‌ ସେନାର ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନ ବାହିନୀ ସମେତ ସିନ୍ଧ୍‌ ପାକିସ୍ତାନ ରେଞ୍ଜରମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଆଇଏସ୍‌ପିଆର୍‌ ପକ୍ଷରୁ କୁହାଯାଇଛି। ବିମାନ ଦୁର୍ଘଟଣାରେ ଅନେକ ମୂଲ୍ୟବାନ ଜୀବନ ଯାଇଥିବାରୁ ରାଷ୍ଟ୍ରପତି ଅରିଫ ଆଲଭି ଏବଂ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଗଭୀର ଦୁଃଖପ୍ରକାଶ କରିଛନ୍ତି। ଦୁର୍ଘଟଣାର ତୁରନ୍ତ ତଦନ୍ତ କରି ରିପୋର୍ଟ ଦେବାକୁ ଇମ୍ରାନ ନିର୍ଦ୍ଦେଶ ଦେଇଛନ୍ତି। ପାକ୍‌ ସେନାମୁଖ୍ୟ ଜେନେରାଲ କାମାର ଜାଭେଦ ବାଜଓ୍ବା ଶୋକବ୍ୟକ୍ତ କରିବା ସହ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରିବା ଲାଗି ସୈନ୍ୟବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି।


All Right Reserved By Dharitri.Com

ସଫାରି ପାର୍କରେ ଡାଇନୋସରସ୍‌ ମେଳରେ ବୁଲିବେ ଲୋକେ !

ଇଡେନବର୍ଗ,୮।୩: ଲକ୍ଷ ଲକ୍ଷ ବର୍ଷ ତଳେ ପୃଥିବୀ ପୃଷ୍ଠରୁ ଲୋପ ପାଇଥିବା ଡାନୋସରସ୍‌ଙ୍କ ମେଳରେ ବୁଲିବା ସେମାନଙ୍କର ଭୟଙ୍କର ଶବ୍ଦ ଶୁଣିବା ଏବେ ସମ୍ଭବ ହୋଇପାରିବ।...

କରୋନାଭାଇରସର ନୂଆ ନାଁ ରଖିଲା ଚାଇନା

ବେଜିଂ,୮।୨: କରୋନାଭାଇରସ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଚାଇନାରେ କରୋନାଭାଇରସରେ ମୃତ୍ୟୁସଂଖ୍ୟା ଏବେସୁଦ୍ଧା ୭୨୨ ଛୁଇଁଲାଣି। ଏହାସହ ୩୪ ହଜାରରୁ ଊର୍ଦ୍ଧ୍ୱ...

କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକଙ୍କ ମୁହଁ ବନ୍ଦ କରିଛି ଚାଇନା

ବେଜିଂ,୫।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଦେଶରେ ପ୍ରତିଷେଧକ ଟୀକା...

୧୨୬ ବର୍ଷ ବୟସରେ ଆଖି ବୁଜିଲେ ପୃଥିବୀର ବୟସ୍କା ମହିଳା: ରହିଛନ୍ତି ୨୦୦ରୁ ଅଧିକ ନାତିନାତୁଣୀ

ଦଖନା,୩୦।୧: ପୃଥିବୀର ବୟସ୍କା ମହିଳାଙ୍କର ୧୨୬ ବର୍ଷ ବୟସରେ ମୃତ୍ୟୁ ଘଟିଛି। ତାଙ୍କର ୨୦୦ରୁ ଅଧିକ ନାତିନାତୁଣୀ ଥିବା କୁହାଯାଉଛି। ଉଜ୍‌ବେକିସ୍ତାନର ଏହି ବୟସ୍କା ମହିଳା...

୧୦ଲକ୍ଷ ଟପିବ ସଂକ୍ରମିତଙ୍କ ସଂଖ୍ୟା: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୩ା୪: ଦିନକୁ ଦିନ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଇତିମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୩୫ ହଜାରରୁ ଅଧିକ ଥିବାବେଳେ...

କରୋନା ସଂକ୍ରମିତଙ୍କ ଆଣ୍ଟିବଡିରୁ ଜାପାନ ପ୍ରସ୍ତୁତ କଲା ଟିଏକେ-୮୮୮ ଔଷଧ

ଟୋକିଓ,୨୩।୩: କରୋନା ସଂକ୍ରମଣ ଯୋଗୁ ସାରା ଦୁନିଆରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏହାକୁ କିପରି ରୋକା ଯିବ ସେ ନେଇ ଆମେରିକା ଏବଂ ଚାଇନା...

ଆଇନର ଊର୍ଦ୍ଧ୍ୱରେ କେହି ନୁହେଁ, ଜାକିର ନାଇକ ବି ନୁହେଁ: ମାଲେସିଆ ଗୃହମନ୍ତ୍ରୀ

କୁଆଲାଲାମପୁର,୨୬।୮: ଭାରତରୁ ପଳାୟନ କରି ମାଲେସିଆରେ ଶରଣ ନେଇଥିବା ବିବାଦୀୟ ଇସଲାମିକ ଧର୍ମ ପ୍ରଚାରକ ଜାକିର ନାଇକଙ୍କ ବିରୋଧରେ ସେଠାକାର ସରକାରଙ୍କ ପକ୍ଷରୁ ମଧ୍ୟ କାର୍ଯ୍ୟାନୁଷ୍ଠାନ...

ପରିବାରର ୬ ଜଣଙ୍କୁ ଗୁଳିକରି ହତ୍ୟା

କରାଚୀ, ୨୯ା୧: ପାକିସ୍ତାନର ସିନ୍ଧ୍‌ ପ୍ରଦେଶରେ ପ୍ରେମ ବ୍ୟାପାରକୁ ନେଇ ଗୋଟିଏ ପରିବାରର ୬ ଜଣଙ୍କୁ ଗୁଳିକରି ହତ୍ୟା କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ବ୍ରୋହି...

Leave a comment

Your email address will not be published. Required fields are marked *