ଚଢ଼ା ଦରରେ କିରୋସିନ ବିକ୍ରି ନେଇ ଅସନ୍ତୋଷ

ଦାରିଙ୍ଗବାଡ଼ି,୨୩।୫(ଡି.ଏନ୍‌.ଏ.): ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଚଢ଼ା ଦରରେ ପିଡିଏସ୍‌ କିରୋସିନ ବିକ୍ରିକୁ ନେଇ ଅସନ୍ତୋଷ ଦେଖାଯାଇଛି। ପୂର୍ବରୁ କିରୋସିନ ୩୦ ଟଙ୍କାରେ ବିକ୍ରି କରାଯାଉଥିବାବେଳେ ଏବେ ଲକ୍‌ଡାଉନ ଯୋଗୁ ରାଶନ କାର୍ଡ଼ ହିତାଧିକାରୀଙ୍କୁ ୧୮ଟଙ୍କାରେ ଏହା ଦିଆଯିବାକୁ ନିର୍ଦ୍ଦେଶ ରହିଛି। ମାତ୍ର ଦାରିଙ୍ଗବାଡି ଅଞ୍ଚଳରେ ପୂର୍ବଭଳି ହିତାଧିକାରୀଙ୍କୁ ଲିଟର ପିଛା ୩୦ଟଙ୍କାରେ ବିକ୍ରି କରାଯାଉଥିବା ବାଡାବାଙ୍ଗା ପଞ୍ଚାୟତର ଲଳିତା ପ୍ରଧାନ, ପ୍ରଣୀତା ପ୍ରଧାନ, ରୁବତି ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି। ଏନେଇ ଯୋଗାଣ ନିରୀକ୍ଷକ ନିହାର ରଞ୍ଜନ ବେହେରାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ପୂର୍ବରୁ ୨୪ ହଜାର ଲିଟର ଉଚ୍ଚ ଦରରେ କିରୋସିନ ଅଣାଯାଇଥିଲା। ତାହା ସରିବା ପରେ ୧୮ଟଙ୍କିଆ କିରୋସିନ ବଣ୍ଟନ କରାଯିବ।


All Right Reserved By Dharitri.Com

ବେକାରମୁକ୍ତ ମୟୂରଭଞ୍ଜ ଗଠନ ପାଇଁ ଦାବିପତ୍ର

ବାରିପଦା ଅଫିସ, ୬ା୨- ଅଣରାଜନୈତିକ ଯୁବ ସଂଗଠନ ଭଞ୍ଜ ସେନା ପକ୍ଷରୁ ବୁଧବାର ବେକାରମୁକ୍ତ ମୟୂରଭଞ୍ଜ ଗଠନ ଦାବିରେ ଜିଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ...

କବିତା ପାଠ କଲେ କୁନି କୁନି କବି

ବାଲେଶ୍ୱର ଅଫିସ, ୧୦।୨-ବାଲେଶ୍ୱର ସହର ପାଣିଟାଙ୍କିସ୍ଥିତ ଆତିଥ୍ୟ ଭବନରେ କବି ପ୍ରଶାନ୍ତ ଦାସଙ୍କ ଶିଶୁ କବିତା ପୁସ୍ତକ ‘ବାବୁଲା ଭାରି ଚଗଲା’ ରବିବାର ସନ୍ଧ୍ୟାରେ ଉନ୍ମୋଚିତ...

କୋମନା ସହରକୁ ବିଶୋଧନ କରାଗଲା

କୋମନା,୨୯ା୪(ଡି.ଏନ୍‌.ଏ.): ବୁଧବାର ଭୋରରୁ ଅଗ୍ନିଶମ ବିଭାଗ ତରଫରୁ କୋମନା ସହରକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯାଇଛି । ସହରର ପ୍ରତ୍ୟେକ ଦୋକାନ ବଜାର, ବସଷ୍ଟାଣ୍ଡ ସମେତ...

ତାରିଣୀ ଷ୍ଟୋର ଗୋଦାମରୁ ଚୋରି

ଝୁମ୍ପୁରା, ୧୮।୭(ଡି.ଏନ.ଏ.)-ଝୁମ୍ପୁରା ବଜାରର ମଧ୍ୟଭାଗରେ ଥିବା ତାରିଣୀ ଷ୍ଟୋର ରାଶନ ଦୋକାନର ଗୋଦାମ ଗୃହରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ହୋଇଥିବା ନେଇ...

ଧରିତ୍ରୀର ପ୍ରଭାବ: ପୋଲିସ ଚଢ଼ାଉରେ ଚୋରା କୋଇଲା ଜବତ

ଯୋଡ଼ା, ୧୭।୯ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳରେ ଥିବା ବାଂଶପାଣିଠାରେ ଚୋରା କୋଇଲା କାରବାର ସମ୍ପର୍କରେ କିଛି ଦିନ ତଳେ ଧରିତ୍ରୀରେ ଶୀର୍ଷକ...

ଅଭିଯୁକ୍ତଙ୍କୁ ୭ ବର୍ଷ କାରାଦଣ୍ଡାଦେଶ

ଅନୁଗୋଳ ଅଫିସ୍‌, ୧୪।୩ ଏକ ଡକାୟତି ମାମଲାର ବିଚାର କରି ଅନୁଗୋଳ ଆସିଷ୍ଟାଣ୍ଟ ସେସନ୍‌ସ ଜଜ୍‌ କମ୍‌ ସିଜେଏମ୍‌ କୋର୍ଟ ଅଭିଯୁକ୍ତ ଜରାସିଂହାର କାଳିଆ ଓରଫ...

ପୁଣି ଜୋର୍‌ ଧରିଲା ଏସ୍‌ଆଇଏ ସର୍ଭେ

ପୁରୀ ଅଫିସ,୧୧ା୧୦ : ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ଚାଲିଛି ସାମାଜିକ ପ୍ରଭାବ ନିର୍ଦ୍ଧାରଣ (ଏସ୍‌ଆଇଏ) ସର୍ଭେ। ଉପଜିଲାପାଳ ଭବତାରଣ...

ରାସ୍ତାକଡ଼ରୁ ଶିଶୁକନ୍ୟା ଉଦ୍ଧାର

ଏରସମା,୧୬।୩ (ସ୍ବ.ପ୍ର.): ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ଗତ ଗୁରୁବାର ଅନୁଗୋଳ ଜିଲାର ଏକ ଶ୍ମଶାନରୁ ଶିଶୁକନ୍ୟାଟିଏ ଉଦ୍ଧାର ହୋଇଥିବା ବେଳେ ରବିବାର ଏରସମା ଥାନା...

Leave a comment

Your email address will not be published. Required fields are marked *