ଟୁଇଟ୍‌ କରି ସହଯୋଗର ହାତ ବଢ଼ାଇଲେ ୩ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୩ା୫(ବ୍ୟୁରୋ): ବାତ୍ୟା ‘ଅମ୍ଫନ୍‌’ ପ୍ରକୋପରୁ ଓଡ଼ିଶା ବର୍ତ୍ତି ଯାଇଥିବାବେଳେ ପଡ଼ୋଶୀ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବାତ୍ୟା ସମୀକ୍ଷା ଲାଗି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ରାଜ୍ୟ ଗସ୍ତ କରି ଫେରିଛନ୍ତି। ଅନ୍ୟପଟେ ବାତ୍ୟା ପରବର୍ତ୍ତୀ ସମୟରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି ପରସ୍ପରକୁ ସହଯୋଗର ହାତ ବଢ଼ାଇଛନ୍ତି।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କ ସହ ଆଲୋଚନା କରିଛନ୍ତି। ସେ ଟୁଇଟ୍‌ କରି ରାଜ୍ୟର କ୍ଷୟକ୍ଷତି ଏବଂ ଲୋକଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏଭଳି ସଙ୍କଟ ସମୟରେ ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇ ଦେବା ଲାଗି ଦେଶ ଏକାଠି ହୋଇଛି। ଖୁବ୍‌ଶୀଘ୍ର ଏବଂ ଦୃଢତାର ସହ ବିପତ୍ତିର ମୁକାବିଲା କରିହେବ ବୋଲି ରାଷ୍ଟ୍ରପତି ଜଣାଇଛନ୍ତି। ସେହିପରି ଓଡ଼ିଶା ତରଫରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ବାର୍ତ୍ତାକୁ ରିଟୁଇଟ୍‌ କରି ମମତା ଧନ୍ୟବାଦ ଜଣାଇଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପଶ୍ଚିମବଙ୍ଗ ସହ ଓଡ଼ିଶା ରହିଛି ବୋଲି ନବୀନ ଟେଲିଫୋନରେ ମମତାଙ୍କ ସହ ଆଲୋଚନା କରିଛନ୍ତି। ଅନୁରୂପ ଭାବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଧ୍ୟ ଓଡ଼ିଶାକୁ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ଟୁଇଟ୍‌ ମାଧ୍ୟମରେ କହିଛନ୍ତି। ସେହିଭଳି ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ, କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ ମଧ୍ୟ ଓଡ଼ିଶାବାସୀ ଏବଂ ପଶ୍ଚିମବଙ୍ଗବାସୀଙ୍କ ସହିତ ରହିଥିବା ଟୁଇଟ୍‌ କରିଛନ୍ତି। ବାତ୍ୟା ଦୁର୍ଗତଙ୍କ ପ୍ରତି ସମବେଦନା ଜଣାଇବା ପରେ ରାଷ୍ଟ୍ରପତି ଏବଂ ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ।


All Right Reserved By Dharitri.Com

ମେଟଲ୍‌ ମିଟ୍‌ ଗ୍ରାଣ୍ଡ ଫିନାଲେ : ରାଉଣ୍ଡ ‘ଟିକ୍‌ଟାକ୍‌ଟୋ’ରେ ବାଜିମାରିଲା ୟୁନିଟ୍‌-୮ ଡିଏଭି

ଭୁବନେଶ୍ୱର,୪।୮(ବ୍ୟୁରୋ): ମେଟଲ୍‌ ମିଟ୍‌ ଜୁନିୟର ଗ୍ରୁପ୍‌ ଗ୍ରାଣ୍ଡ ଫିନାଲେ ଦ୍ୱିତୀୟ ରାଉଣ୍ଡ ତଥା ରାଉଣ୍ଡ୍‌ ‘ଟିକ୍‌ଟାକ୍‌ଟୋ’ରେ ବାଜି ମାରିଛି ୟୁନିଟ୍‌-୮ ଡିଏଭି ପବ୍ଲିକ୍‌ ସ୍କୁଲ୍‌। ସର୍ବାଧିକ...

୨୪ ଘଣ୍ଟା ବନ୍ଦ ରହିବ ଏସ୍‌ସିବି ଆଉଟଡୋର

କଟକ ଅଫିସ, ୧୭ା୬ : ଇଣ୍ଡିଆନ ମେଡିକାଲ ଆସୋସିଏଶନ (ଆଇଏମ୍‌ଏ)ର ଆହ୍ବାନକ୍ରମେ ରାଜ୍ୟରେ ଚିକିତ୍ସା ସେବା ୨୪ ଘଣ୍ଟିଆ ବନ୍ଦ ରହିବ । ଏହି ପରିପ୍ରେକ୍ଷୀରେ...

ଫସିଥିବା ଓଡ଼ିଆଙ୍କ ସହଯୋଗ କରନ୍ତୁ ଅନ୍ୟ ରାଜ୍ୟରେ ଥିବା ଓଡ଼ିଆ ସଂଗଠନ, ରାଜ୍ୟ ସରକାର ବହନ କରିବେ ଖର୍ଚ୍ଚ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭।୩(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣ ଦ୍ୱାରା ସମଗ୍ର ବିଶ୍ୱ ଏବେ କବଳିତ। ଏହାକୁ ମୁକାବିଲା କରିବା ଲାଗି ଦେଶକୁ ୨୧ ଦିନ ଲକ୍‌ଡାଉନ୍‌ ଘୋଷଣା...

ସାଲେପୁର ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ଫାଶୀ ପ୍ରସଙ୍ଗ: ନାବାଳିକାଙ୍କ ପରିବାର କହିଲେ ‘୧୭ ମାସ ପରେ ନ୍ୟାୟ ମିଳିଛି’

ନିଶ୍ଚିନ୍ତକୋଇଲି, ୧୯।୯(ସ୍ବ.ପ୍ର.): ୨୦୧୮ରେ ସାଲେପୁର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାରେ ଗୁରୁବାର ଦୋଷୀ ମହମ୍ମଦ ମୁସ୍ତାକଙ୍କୁ କଟକର ସ୍ବତନ୍ତ୍ର ପୋକ୍ସୋ କୋର୍ଟ...

ଓଭରବ୍ରିଜ୍‌ ଉପରେ କଡ଼ାକଡ଼ି ହେଲା ହେଲ୍‌ମେଟ କଟକଣା: ଦିନକରେ ଧରାପଡ଼ିଲେ ୨ଶହରୁ ଊର୍ଦ୍ଧ୍ୱ ବାଇକ ଚାଳକ

ଭୁବନେଶ୍ୱର,୧୯ା୬(ବ୍ୟୁରୋ): ରାଜଧାନୀ ଦେଇ ଯାଇଥିବା ୧୬ ନଂ. ଜାତୀୟ ରାଜପଥ ଓଭରବ୍ରିଜ୍‌ ଉପରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗତ ମାସଠାରୁ ଏବେସୁଦ୍ଧା ୧୨ ଦୁର୍ଘଟଣାରେ ୯...

ଅଧା ବାଟରେ ରୋଗୀଙ୍କୁ ଛାଡ଼ି ଚାଲିଗଲା ଆମ୍ବୁଲାନ୍ସ

ଛତ୍ରପୁର/ ଗଞ୍ଜାମ,୨୫ା୧(ଡି.ଏନ.ଏ.)-ଟଙ୍କା ନ ଦେବାରୁ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କୁ ଅଧାବାଟରେ ଓହ୍ଲାଇ ଦେଇ ଚାଲିଗଲା। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲାରେ। ଜିଲାପାଳଙ୍କ ନିର୍ଦ୍ଦେଶ...

କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇବା ଘଟଣା : ପୋଲିସ ଉପସ୍ଥିତିରେ ଖୋଲାଗଲା କାର୍ଯ୍ୟାଳୟ

ପୁରୁଣା ଭୁବନେଶ୍ୱର,୧।୧୧(ଡି.ଏନ.ଏ.) : ବୁଧବାରଠାରୁ ଏକ ଦାବିକୁ ନେଇ ପୂଜାପଣ୍ଡା ସେବାୟତ ସଚ୍ଚିକାନ୍ତ ପୂଜାପଣ୍ଡା ଏବଂ ବ୍ରାହ୍ମଣ ନିଯୋଗ ସେବାୟତ ବିରଞ୍ଚତ୍ ନାରୟଣ ପତି କାର୍ଯ୍ୟନିର୍ବାହୀ...

ଓଡ଼ିଶାର ହସ୍ତଶିଳ୍ପୀ, ବୁଣାକାରଙ୍କ ପାଇଁ କାର୍ଯ୍ୟ କରିବ ‘ଫ୍ଲିପ୍‌କାର୍ଟ ସମର୍ଥ’

ଭୁବନେଶ୍ୱର, ୧ା୧୨(ବ୍ୟୁରୋ): ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଓ କମର୍ସ ମଞ୍ଚ ଫ୍ଲିପ୍‌କାର୍ଟ ମଧ୍ୟରେ ଶନିବାର ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।...

Leave a comment

Your email address will not be published. Required fields are marked *