କେନ୍ଦ୍ରରୁ ପ୍ରଶଂସା ସାଉଣ୍ଟିଲା ଖପୁରିଆ ଆଇଟିଆଇ

କଟକ ଅଫିସ,୨୩ା୫: କଟକ ଖପୁରିଆସ୍ଥିତ ସରକାରୀ ଆଇଟିଆଇ ନିଜ ଜ୍ଞାନ କୌଶଳ ଦ୍ୱାରା ଅଟୋମେଟିକ୍‌ ସାନିଟାଇଜ ମେଶିନ, ଭ୍ରାମ୍ୟମାଣ କରୋନା ନମୁନା ସଂଗ୍ରହ ମେଶିନ ଓ ଦୁଇଟି ରୋବୋଟ ପ୍ରସ୍ତୁତ କରି ପ୍ରଶଂସା ସାଉଣ୍ଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଏହାର ପ୍ରଶଂସା କରିଥିବା ବେଳେ ଗୁରୁବାର କେନ୍ଦ୍ର ସରକାର ମଧ୍ୟ ଅନୁଷ୍ଠାନର ଉଦ୍ୟମକୁ ସାବାସି ଦେଇଛନ୍ତି। କେନ୍ଦ୍ର ଦକ୍ଷତା ବିକାଶ ଓ ଔଦ୍ୟୋଗିକ ମନ୍ତ୍ରଣାଳୟର ଓ୍ବେବ୍‌ସାଇଟ୍‌ରେ ଖପୁରିଆ ଆଇଟିଆଇ ପ୍ରସ୍ତୁତ କରିଥିବା କରୋନା ନମୁନା ସଂଗ୍ରହ ମେଶିନ ସ୍ଥାନ ପାଇଛି।
କିଛି ଦିନ ତଳେ ଏହି ଆଇଟିଆଇ ତିଆରି କରିଥିବା ଭ୍ରାମ୍ୟମାଣ କରୋନା ନମୁନା ସଂଗ୍ରହ ମେଶିନ ଦ୍ୱାରା କମ୍‌ ସମୟରେ ଅଧିକ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରିହେବ। କେନ୍ଦ୍ର ଦକ୍ଷତା ବିକାଶ ଓ ଔଦ୍ୟୋଗିକ ମନ୍ତ୍ରଣାଳୟ ୱେବସାଇଟ୍‌ରେ ଉଲ୍ଲେଖ କରାଯାଇଛି ଯେ, ଭ୍ରାମ୍ୟମାଣ କରୋନା ନମୁନା ସଂଗ୍ରହ ମେଶିନ ତିଆରି କରି କଟକ ଆଇଟିଆଇ ଟିମ୍‌ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ଏହାଦ୍ୱାରା ସ୍ବାସ୍ଥ୍ୟକର୍ମୀମାନେ ରୋଗୀଙ୍କ ସଂସ୍ପର୍ଶରେ ନ ଆସି ନମୁନା ପରୀକ୍ଷା କରିପାରିବେ। ଏନେଇ ଆଇଟିଆଇ ଅଧ୍ୟକ୍ଷ ଡ. ହୃଷିକେଶ ମହାନ୍ତି କହିଛନ୍ତି, ଏହି ମେଶିନକୁ ସ୍କିଲ୍‌ ଇଣ୍ଡିଆ ଓ ସ୍କିଲ୍‌ ଓଡ଼ିଶାରେ ସ୍ଥାନ ମିଳିବା ଆମକୁ ଅଧିକ ଉତ୍ସାହିତ କରିଛି। ଲୋକଙ୍କ ସୁରକ୍ଷା ଲାଗି ନୂତନ ଉଦ୍ଭାବନ ଉପରେ ଅଧିକ ଗୁରୁତ୍ୱ ଦିଆଯିବ।


All Right Reserved By Dharitri.Com

ଫେରୁଥିବା ରାଜ୍ୟରୁ ଅନୁମତି ଆଣିବା ବାଧ୍ୟତାମୂଳକ

ଭୁବନେଶ୍ୱର,୫ା୫(ବ୍ୟୁରୋ): ଯେଉଁ ରାଜ୍ୟରୁ ଲୋକମାନେ ଓଡ଼ିଶାକୁ ଫେରୁଛନ୍ତି ସେଠାରୁ ସେମାନେ ଅନୁମତିପତ୍ର ଆଣିବା ସହିତ ଯାନବାହନର ସମ୍ପୂର୍ଣ୍ଣ ବିବରଣୀ ରାଜ୍ୟ ସରକାରଙ୍କ କୋଭିଡ୍‌ ପୋର୍ଟାଲରେ ପଞ୍ଜୀକରଣ...

ପେଟ୍ରୋଲପମ୍ପ ଉପରେ ଅଚାନକ ଚଢ଼ାଉ: ୨୫ ହଜାର ଜରିମାନା ଆଦାୟ

ବାଲେଶ୍ୱର ଅଫିସ, ୩।୨-ବାଲେଶ୍ୱର ସହରର ବିଭିନ୍ନ ପେଟ୍ରୋଲପମ୍ପ ଉପରେ ମାପ ଓ ଓଜନ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ଼ ସୋମବାର ଚଢ଼ାଉ କରି ୫ଟି ପେଟ୍ରୋଲ ପମ୍ପରେ...

ହାଇକୋର୍ଟରେ ନବୀନ ନିବାସ ବିବାଦ ମାମଲା: ୨ମାସ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜସ୍ବ ସଚିବଙ୍କୁ ନିର୍ଦ୍ଦେଶ

କଟକ ଅଫିସ, ୨୦।୮: ନବୀନ ନିବାସକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାର ଶୁଣାଣି ସୋମବାର ହୋଇଥିଲା। ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌. ଝାବେରୀ...

ଷ୍ଟେଶନରୁ ପିଲା ଚୋରି

ବାଲେଶ୍ୱର ଅଫିସ, ୫।୧୦: ବାଲେଶ୍ୱର ରେଳଷ୍ଟେଶନ ୧ ନଂ. ପ୍ଲାଟଫର୍ମରୁ ଗୁରୁବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ମା’ ପାଖରେ ଶୋଇଥିବା ଏକ ୩ମାସର ପୁଅକୁ...

ଜାଗର ପାଇଁ ଚନ୍ଦ୍ରମୌଳୀ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ

ରାଜନଗର, ୨୧।୨(ଡି.ଏନ୍‌.ଏ) : ମହାଶିବରାତ୍ରି ଅବସରରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଚନ୍ଦନନଗରର ୫ଶହ ବର୍ଷ ତଳର ପୂରାତନ ଶୈବପୀଠ ଶ୍ରୀ ଶ୍ରୀ ଚନ୍ଦ୍ରମୌଳୀ...

ରାତି ୯ଟା ଯାଏ ଖୋଲା ରହିଲା ରାଜାରାଣୀ ମନ୍ଦିର

ପୁରୁଣା ଭୁବନେଶ୍ୱର, ୨୩ା୧(ଡି.ଏନ.ଏ.): ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ରାଜାରାଣୀ ମନ୍ଦିର ବୁଧବାରଠାରୁ ସକାଳୁ ରାତି ୯ଟା ଯାଏ ଖୋଲା ରହିଛି। ପୂର୍ବରୁ ଟିକେଟ ହେବା...

ପଲ୍ଲିଶ୍ରୀ କେଶବ କବି କଳାକାର ସଂଘ ପକ୍ଷରୁ ୨୦ ହଜାର ଟଙ୍କା ସହାୟତା

ବାହାନଗା, ୨୦ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ଅଞ୍ଚଳର ପଲ୍ଲିଶ୍ରୀ କେଶବ କବି କଳାକାର ସଂଘ ପକ୍ଷରୁ କରୋନା ସଂକ୍ରମଣର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫି୍‌...

ବଣିଆ ନାଳକଡରୁ ଯୁବକଙ୍କକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବରୀ/ରତ୍ନଗିରି,୯ା୧୨(ସ୍ବ.ପ୍ର./ଡି.ଏନ୍‌.ଏ.)- ବରୀ ଥାନା ସୀମାନ୍ତ ବୋଦୁଅ ପଞ୍ଚାୟତର ଏରଡା ଗ୍ରାମ ନିକଟ ବଣିଆ ନାଳ କଡରୁ ସୋମବାର ପୋଲିସ ଏକ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।...

Leave a comment

Your email address will not be published. Required fields are marked *