ଶେଷ ପର୍ଯ୍ୟାୟରେ ଚାରିନାହାକା କାମ

ପୁରୀ ଅଫିସ,୨୩ା୫: ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜୋର୍‌ଦାର ଚାଲିଛି। ତିନିରଥର ମୁଖ୍ୟ ମହାରଣା ସେବକଙ୍କ ନେତୃତ୍ୱରେ ରଥଖଳାରେ କାମ ଜାରି ରହିଥିବାବେଳେ ଶୁକ୍ରବାର ସୁଦ୍ଧା ମୋଟ ୪୨ ଚକ ମଧ୍ୟରୁ ୩୧ଟି ପ୍ରସ୍ତୁତ ହୋଇଯାଇଛି। ଆଉ ୧୧ଟିର କାମ ଜାରି ରହିଛି। ସେହିପରି ତାଳଧ୍ୱଜ ରଥର ୭ଟି ଅଖ ସମ୍ପୂର୍ଣ୍ଣ ହୋଇଥିବାବେଳେ ଦେବଦଳନର ୬ ଏବଂ ନନ୍ଦିଘୋଷର ୬ଟି ଅଖ କାମ ସରିଛି। ଚାରିନାହାକା କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ତିନିରଥର ୨ଟି ଲେଖାଏ ଗରଗରା କାମ ଚାଲିଛି। ଦୋଳବେଦି ପରିସରରେ କରତି ସେବକ ଗୟଳ ଚିରଟ କରୁଛନ୍ତି। ମୋଟ ୬ଟି ଗୟଳ ମଧ୍ୟରୁ ୨ଟି ଚିରଟ କାର୍ଯ୍ୟ ଶେଷ ହୋଇଛି। ଦୋଳବେଦି ପରିସର ଅସ୍ଥାୟୀ କମାର ଶାଳରେ କମାର ସେବକମାନେ ଅଖକଣ୍ଟା, ଚଉରସ କଣ୍ଟା, ଆଗପାତେଳି କଣ୍ଟା ତିଆରି କରୁଛନ୍ତି। ସବୁଦିନ ଭଳି ଶୁକ୍ରବାର କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ନିୟୋଜିତ ସେବକଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା।


All Right Reserved By Dharitri.Com

ବଜାରରେ ଅସମ୍ଭାଳ ଭିଡ଼

କାମାକ୍ଷାନଗର, ୧୯।୫(ଡି.ଏନ.ଏ.) – ସାମାଜିକ ଦୂରତ୍ୱ, ମାସ୍କ, ସଙ୍ଗରୋଧ କରୋନା ପ୍ରତିରୋଧ ଲାଗି ସବୁଠୁ ବଡ଼ ଉପାୟ ବୋଲି କୁହାଯାଉଛି। ଦେଶରେ କୋଭିଡ୍‌-୧୯ ଆତଙ୍କ ଦେଖାଦେବା...

ପାନୀୟଜଳ ଦାବିରେ ରାସ୍ତାରୋକୋ

ଯୋଡ଼ା, ୧୩।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ଜୁରୁଡିସ୍ଥିତ କ୍ରେଚ ହଟିଂ ଅଞ୍ଚଳବାସୀ ବିଦ୍ୟୁତକାଟ୍‌ ଯୋଗୁ ପାନୀୟ ଜଳ ପାଇବାରୁ ବଞ୍ଚିତ ହେବାରୁ ରାସ୍ତା ଅବରୋଧ କରିଥିଲେ।...

୪ବର୍ଷର ପୁଅକୁ ଛାଡ଼ି ମା’ ଫେରାର, ସ୍ବାମୀ ଥାନାର ଦ୍ୱାରସ୍ଥ

ଯାଜପୁର ଅଫିସ,୨୬ା୨: ପ୍ରେମକରି ବିବାହ କରିବାର ୫ବର୍ଷ ପରେ ଜଣେ ମହିଳା ନିଜର ୪ବର୍ଷର ପୁଅକୁ ଛାଡ଼ି ଫେରାର ହୋଇଯାଇଛନ୍ତି। ଏନେଇ ସମ୍ପୃକ୍ତା ମହିଳାଙ୍କ ସ୍ବାମୀ...

ଟ୍ରାକ୍ଟରକୁ ଧକ୍କା ଦେଲା ବାଇକ୍‌: ଘଟଣା ସ୍ଥଳରେ ୨ ମୃତ

ରାୟଗଡ଼ା ଅଫିସ,୨୭।୨: ରାୟଗଡ଼ା ଜିଲା ରାୟଗଡ଼ା ବ୍ଳକ କାର୍ଲାକଣା ପଞ୍ଚାୟତ ନୂଆ ଅଙ୍ଗୁର ଗ୍ରାମ ନିକଟରେ ବୁଧବାର ରାତିରେ ଟ୍ରାକ୍ଟରକୁ ଏକ ବାଇକ୍‌ ଧକ୍କା ଦେଇଛି।...

୩ୟ ରାଉଣ୍ଡ ସୁଦ୍ଧା ମୁକେଶ ପାଲ ଆଗରେ

ପାଲଲହଡ଼ା, ୨୩ା୫(ଡି.ଏନ.ଏ.)- ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ମୁକେଶ ପାଲ ୨୬୧ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ମୁକେଶ ୧୮୯୩...

ଗ୍ୟାସ ସିଲିଣ୍ଡର ବୋଝେଇ ଗାଡ଼ି ଓଲଟିଲା: ଯାତାୟତ ଠପ

ଅତାବିରା,୫।୫(ଡି.ଏନ.ଏ)-ବରଗଡ଼ ଜିଲା ଗୋଡ଼ଭଗା-ତୁରୁମ ରାସ୍ତାର ରୁଷୁଡ଼ା ମାର୍କେଟ୍‌ ୟାର୍ଡ଼ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଓଲଟି ପଡ଼ିଛି। ଗୋଡ଼ଭଗାରୁ...

ସାଇକେଲରେ ଆସୁଥିବା ୮ ଶ୍ରମିକ ପୋଲିସ ହାତରେ ଧରାପଡି ସଙ୍ଗରୋଧ ଗୃହରେ ରହିଲେ

ଭବାନୀପାଟଣା/କୋକସରା,୧୦।୪(ସ୍ବ.ପ୍ର/ଡି.ଏନ.ଏ.): ଲକ୍‌ଡାଉନ ଯୋଗଁୁ ଓଡିଶାର ଅନେକ ଦାଦନ ଶ୍ରମିକ ରାଜ୍ୟ ତଥା ରାଜ୍ୟ ବାହରେ ଫସି ରହିଛନ୍ତି। ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲାର ୮ଜଣ ଶ୍ରମିକ...

ଶ୍ରୀକାନ୍ତ ନନ୍ଦ ହତ୍ୟା ମାମଲାର ପର୍ଦ୍ଦାଫାଶ: ହନୁମାନ ଟଙ୍କା ଲାଗି ହତ୍ୟାକାଣ୍ଡ, ୪ ଅଭିଯୁକ୍ତ ଗିରଫ

ବଲାଙ୍ଗୀର ଅଫିସ,୧୮।୮: ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ ବରଗାଁର ଶ୍ରୀକାନ୍ତ ନନ୍ଦ ହତ୍ୟା ଘଟଣାର ପର୍ଦ୍ଧାଫାଶ କରିବାରେ ପୋଲିସ ସଫଳ ହୋଇଛି । ଏହି...

Leave a comment

Your email address will not be published. Required fields are marked *