‘ଶ୍ରମିକଙ୍କ ସ୍ଥିତିକୁ ପ୍ରାଧାନ୍ୟ ଦିଅ’

ଭୁବନେଶ୍ୱର,୨୩ା୫ (ବ୍ୟୁରୋ): କରୋନା ମହାମାରୀର ମୁକାବିଲା କରିବା, ପ୍ରବାସୀଙ୍କୁ ଘରକୁ ଫେରାଇ ଆଣିବା, ଅଧିକରୁ ଅଧିକ ଟେଷ୍ଟ କରାଇବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ହେଲେ ବର୍ତ୍ତମାନ କେନ୍ଦ୍ର ତଥା ରାଜ୍ୟ ସରକାର ଦିନ ମଜୁରିଆ ଓ ଅନ୍ୟ ଶ୍ରମିକଙ୍କ ସ୍ଥିତିକୁ ପ୍ରାଧାନ୍ୟ ଦିଅନ୍ତୁ। ଲକ୍‌ଡାଉନ୍‌ ସକାଶେ ବହୁ ଶ୍ରମିକ ଏବେ କାମ ଧନ୍ଦା ବନ୍ଦ କରି ଘରକୁ ଫେରିଛନ୍ତି। ତେଣୁ ସେମାନଙ୍କୁ ଆବଶ୍ୟକ କାମ ଯୋଗାଇବା ସହ ମାସିକ ୧୦ ହଜାର ଟଙ୍କା ଓ ବଞ୍ଚିବା ପାଇଁ ବିଭିନ୍ନ ସାଧନ ଯୋଗାଇ ଦେବା ପାଇଁ ଅଲ୍‌ ଇଣ୍ଡିଆ ୟୁନାଇଟେଡ୍‌ ଟ୍ରେଡ୍‌ ୟୁନିୟନ୍‌ ସେଣ୍ଟର (ଏଆଇୟୁଟିୟୁସି) ପକ୍ଷରୁ ଦାବି କରାଯାଇଛି।
କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଶ୍ରମିକ ମାରଣ ନୀତି ପାଇଁ ସାରା ଦେଶରେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଶୁକ୍ରବାର ପ୍ରତିବାଦ ଦିବସ ପାଳନ ଅବସରରେ ଭୁବନେଶ୍ୱରରେ ଏଆଇୟୁଟିୟୁସି ପକ୍ଷରୁ ଏକ ପ୍ରତିବାଦ ସଭା କରାଯାଇଥିଲା। ଶ୍ରମିକ ନେତା ଜନାର୍ଦ୍ଦନ ପତିଙ୍କ ନେତୃତ୍ୱରେ ଏଆଇୟୁଟିୟୁସିର ବହୁ କର୍ମକର୍ତ୍ତା ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଉପସ୍ଥିତ ହୋଇ କେନ୍ଦ୍ର ତଥା ରାଜ୍ୟ ସରକାର ଶ୍ରମିକମାରଣ ନୀତି ବନ୍ଦ କରନ୍ତୁ ବୋଲି ଦାବି କରିବା ସହ ଶ୍ରମ ଆଇନ ସଂଶୋଧନ କରି ପୁନର୍ବାର ଶ୍ରମିକମାନେ ଦୈନିକ ୮ଘଣ୍ଟା ପରିଶ୍ରମ କରନ୍ତୁ ବୋଲି ଦାବି କରିଛନ୍ତି। ଆୟୋଜିତ ଏହି ପ୍ରତିବାଦ ସଭାରେ ଏଆଇୟୁଟିୟୁସି ପକ୍ଷରୁ ପୂର୍ଣ୍ଣଚନ୍ଦ୍ର ବେହେରା, ନିରଞ୍ଜନ ମହାନ୍ତି, ବିଜ୍ଞାନ ବେହେରା, ସନ୍ତୋଷ ଦିଗଲ, ବିଜୟ ଜେନା ପ୍ରମୁଖ ଉପସ୍ଥିତ ରହି ପ୍ରତିବାଦ କରିଥିବା ଜଣାପଡ଼ିଛି।


All Right Reserved By Dharitri.Com

ମିଳିଲାନି ମ୍ୟାଚୁରିଟି ଟଙ୍କା: ଅର୍ଥାଭାବରୁ ଦିବ୍ୟାଙ୍ଗ ଝିଅଙ୍କ ବିବାହ ବନ୍ଦ, ସାହାରା ଇଣ୍ଡିଆ କାର୍ଯ୍ୟାଳୟରେ ତାଲା ପକାଇଲେ ଜମାକାରୀ

ନିରାକାରପୁର,୨୬ା୬(ଡି.ଏନ୍‌.ଏ.)-ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥ ଶ୍ରୀରାମ ବଜାର ସ୍ଥିତ ସାହାରା ଇଣ୍ଡିଆ କାର୍ଯ୍ୟାଳୟ ଫାଟକରେ ମଙ୍ଗଳବାର ଜମାକାରୀମାନେ ତାଲା ପକାଇଦେଇଛନ୍ତି। ମ୍ୟାଚୁରିଟି (ପୂର୍ଣ୍ଣ ଅବଧି) ପରେ...

ରେଭେନ୍‌ଶାରେ ଲୋକପ୍ରିୟ ନାଁ ‘ବୋପା’,୬୨ ବର୍ଷ ହେବ ବିକୁଛନ୍ତି ପାଉଁରୁଟି

କଟକ ଅଫିସ,୪ା୧୨:ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ‘ବୋପା’ ନାମ ସହ ଅନେକେ ପରିଚିତ। ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ଅଧ୍ୟାପିକାଅଧ୍ୟାପକମାନେ ମଧ୍ୟ ତାଙ୍କୁ ସେହି ନାମରେ ଡାକନ୍ତି। ଏଠାରେ ଶିକ୍ଷାଲାଭ...

ଆଶ୍ୱସ୍ତ ହେଲେ ଉଦ୍ଧବ: ବିଧାନ ପରିଷଦ ନିର୍ବାଚନ ପାଇଁ ଅନୁମତି ଦେଲେ ନିର୍ବାଚନ ଆୟୋଗ

ମୁମ୍ବାଇ,୧।୫: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପଦକୁ ନେଇ ଦେଖାଦେଇଥିବା ସଙ୍କଟର ଅନ୍ତ ଘଟିଛି। ଶୁକ୍ରବାର ନିର୍ବାଚନ ଅୟୋଗ ଉଦ୍ଧବ ଠାକରେଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା...

ଲକ୍‌ଡାଉନ୍‌କୁ ମାନିଲେନି ଶ୍ରମିକ, ଘରକୁ ଫେରିବା ଲାଗି ଭଙ୍ଗା ଗୋଡ଼ରୁ ନିଜେ ଖୋଲିଦେଲେ ପ୍ଲାଷ୍ଟର

ଭୋପାଳ,୧ା୪ : କରୋନା ଭାଇରସ୍‌କୁ ନେଇ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ପରିସ୍ଥିତିରେ ଘରଦ୍ୱାର ଛାଡ଼ି ରୋଜଗାର ଆଶାରେ ବାହାରେ ଯାଇଥିବା କିଛି...

ବିଓଆଇର ‘ହର ଘର ଦସ୍ତକ’ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୫ା୧୨: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ) ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ହରଘର ଦସ୍ତକ ଅଭିଯାନ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମକୁ ବ୍ୟାଙ୍କର ମହାପ୍ରବନ୍ଧକ ଅଜିତ କୁମାର...

ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପାଇଲେ ପ୍ରତାପ ଜେନା

ଭୁବନେଶ୍ୱର, ୯।୧୧(ବ୍ୟୁରୋ): ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ, ଆଇନ ମନ୍ତ୍ରୀ ପ୍ରତାପ ଜେନା ଚଳିତ ବର୍ଷର ଫେମ୍‌ ଇଣ୍ଡିଆ ପକ୍ଷରୁ ଶନିବାର...

କରୋନା ପ୍ରତିହତ ପାଇଁ ସହରରେ ସାନିଟାଇଜର ସ୍ପ୍ରେ କଲା ଏନ୍‌ଏସି

ବିଜେପୁର, ୩୧।୩(ଡି.ଏନ୍‌.ଏ.): କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ବ୍ୟକ୍ତିଗତ ସଚେତନତା ହିଁ ଏକମାତ୍ର ବିକଳ୍ପ। ତେଣୁ ସରକାର ଲକ୍‌ଡାଉନ ଘୋଷଣା କରି ସାମାଜିକ ଦୂରତ୍ୱ...

‘ଅମ୍ଫନ୍‌’ ମୁକାବିଲା ନିମନ୍ତେ ପହଞ୍ଚିଲେଣି ୩୧ ଟିମ୍‌: ମଧ୍ୟରାତ୍ର ସୁଦ୍ଧା ସୁରକ୍ଷିତ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୯।୫(ବ୍ୟୁରୋ): ଘଣ୍ଟାକୁ ୧୮ କିମି ବେଗରେ ସ୍ଥଳଭାଗ ମୁହାଁ ହେଉଛି ‘ଅମ୍ଫନ’। ଏବେ ଏହା ପାରାଦୀପଠାରୁ ୩୫୦ କିମି ଏବଂ ଦୀଘାରୁ ୫୧୦ କିମି ଦୂରରେ...

Leave a comment

Your email address will not be published. Required fields are marked *