ଜିଓରେ ୧୧୩୬୭ କୋଟି ନିବେଶ କରିବ କେକେଆର୍‌

ମୁମ୍ବାଇ,୨୩।୫: ଦେଶର ପ୍ରମୁଖ ବାଣିଜି୍ୟକ ଗ୍ରୁପ୍‌ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ଜିଓ ପ୍ଲାଟ୍‌ଫର୍ମରେ ନିବେଶକାରୀ ସଂସ୍ଥା କେକେଆର୍‌ ୧୧୩୬୭ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ। ଜିଓ ପକ୍ଷରୁ ଶୁକ୍ରବାର ଏ ନେଇ ସୂଚନା ଦିଆଯାଇଛି। ଜିଓ ପ୍ଲାଟ୍‌ଫର୍ମସ୍‌ର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ଲକ୍ଷ କୋଟି ଟଙ୍କା ଏବଂ ଔଦ୍ୟୋଗିକ ମୂଲ୍ୟ ୫.୧୬ଲକ୍ଷ କୋଟି ଟଙ୍କା ବୋଲି ଆକଳନରୁ ଜଣାପଡିଛି । କେକେଆର୍‌ର ଏହି ନିବେଶ ଫଳରେ ୨.୩୨% ଅଂଶଧନ ହାସଲ କରିବ। ଗତ ଏକ ମାସ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ଏହା ହେଉଛି ୫ମ ବୃହତ୍‌ ନିବେଶ। ଏହା ପୂର୍ବରୁ ଫେସ୍‌ବୁକ୍‌, ସିଲ୍‌ଭରଲେକ୍‌, ଭିଷ୍ଟା ଇକ୍ୱିଟି ପାର୍ଟନର୍ସ, ଜେନେରାଲ ଆଟ୍‌ଲାଣ୍ଟିକ ନିବେଶ କରିଥିଲେ। ଏହି ତାଲିକାରେ କେକେଆର୍‌ ଭଳି ବିଶ୍ୱର ବୈଷୟିକ କ୍ଷେତ୍ରରେ ଅଗ୍ରଣୀ ନିବେଶକାରୀ ସଂସ୍ଥା ଯୋଡ଼ିହୋଇଛି। ଏହି କମ୍ପାନୀଗୁଡିକ ଜିଓ ପ୍ଲାଟ୍‌ଫର୍ମରେ ବର୍ତ୍ତମାନ ସୁଦ୍ଧା ୭୮,୫୬୨କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବା ପାଇଁ ଘୋଷଣା କରିଛନ୍ତି।


All Right Reserved By Dharitri.Com

ଫର୍ଟିସର ପୂର୍ବ ପ୍ରମୋଟର ଶିବିନ୍ଦର ସିଂ ଗିରଫ

ନୂଆଦିଲ୍ଲୀ,୧୧-୧୦: ଫର୍ଟିସ ହେଲ୍‌ଥ୍‍ କେୟାରର ପୂର୍ବତନ ପ୍ରମୋଟର ଶିବିନ୍ଦର ସିଂଙ୍କୁ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା ଗୁରୁବାର ଗିରଫ କରିଛି। ଠକେଇ ଏବଂ ଅର୍ଥ...

ଆଧାର ସହ ଲିଙ୍କ ହୋଇଛି ୩୦ କୋଟି ପାନ୍‌

ନୂଆଦିଲ୍ଲୀ,୪-୨: ବର୍ତ୍ତମାନ ସୁଦ୍ଧା ଆଧାର ସହ ୩୦ କୋଟି ପାନ୍‌ ଲିଙ୍କ୍‌ କରାଯାଇଥିବା ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ପାନ୍‌ ସହ ଆଧାର ନମ୍ବରକୁ...

କରୋନା ଯୋଗୁ ଆମେରିକା ଅର୍ଥନୀତିରେ ସଙ୍କଟ: ୩୦୦,୦୦୦ କୋଟି ଡଲାରର ଋଣ ଆବଶ୍ୟକ

ଓ୍ବାଶିଂଟନ,୫।୫: କରୋନା ସଂକ୍ରମଣ ନେଇ ଆମେରିକାରେ ଆତଙ୍କ ଦେଖାଦେଇଛି। ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ସେହିପରି ଦେଶର ଅର୍ଥନୀତିରେ ସଙ୍କଟ ସୃଷ୍ଟି ହୋଇଛି। ବିଗୁଡୁଥିବା...

୯୫,୩୮୦ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨-୧୧: ଉନ୍ନତ ପାର୍ବଣ ଚାହିଦା ସତ୍ତ୍ୱେ ଚଳିତ ବର୍ଷ ଅକ୍ଟୋବରରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସଂଗ୍ରହ ୧ ଲକ୍ଷ କୋଟି ଟଙ୍କା ନିମ୍ନରେ ରହିଛି।...

ସେନ୍‌କୋ ଗୋଲ୍ଡ ପକ୍ଷରୁ ମୂଲ୍ୟ ସୁରକ୍ଷା ଗ୍ୟାରେଣ୍ଟି

ଭୁବନେଶ୍ୱର,୨୬।୪: ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ପକ୍ଷରୁ ଅକ୍ଷୟ ତୃତୀୟା ଅବସରରେ ମୂଲ୍ୟ ସୁରକ୍ଷା ଗ୍ୟାରେଣ୍ଟି ପ୍ରଦାନ କରାଯାଉଛି। ଗ୍ରାହକଙ୍କୁ ଅନ୍‌ଲାଇନରେ କ୍ରୟ ସୁବିଧା କମ୍ପାନୀ...

କିଆ ସେଲ୍‌ଟସର ବୁକିଂ ଆରମ୍ଭ

ନୂଆଦିଲ୍ଲୀ,୧୯-୭: କିଆ ମୋଟର୍ସର ନୂଆ ମଡେଲ ସେଲ୍‌ଟସର ବୁକିଂ ଆରମ୍ଭ ହୋଇଛି। ପ୍ରଥମ ଦିନରେ କମ୍ପାନୀ ଏହି ମଡେଲର ୬,୦୪୬ ୟୁନିଟ୍‌ ଲାଗି ବୁକିଂ ହାସଲ...

ଭାରତରେ ୧୦୦ ନିୟୁତ ଡଲାର ନିବେଶ କରିବ ଏଡିବି

ନୂଆଦିଲ୍ଲୀ,୩୧। ୩: ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ଭାରତରେ ୧୦୦ ନିୟୁତ ଡଲାର ନିବେଶ କରିବ। ଜାତୀୟ ଭିତ୍ତିଭୂମି ଏବଂ ନିବେଶ ପାଣ୍ଠି (ଏନ୍‌ଆଇଆଇଏଫ୍‌)ରେ ଏହି...

ଷ୍ଟକ ବଜାର ପାଇଁ ଆସିପାରେ ବଡ ଘୋଷଣା

ନୂଆଦିଲ୍ଲୀ,୩୦-୧୦: ଷ୍ଟକ ମାର୍କେଟ ସମେତ ଘରୋଇ ବଜାରକୁ ଉତ୍ସାହିତ କରିବା ଲାଗି ସରକାର ଅଧିକ ସଂସ୍କାର ଘୋଷଣା କରିପାରନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ଏବଂ ଅର୍ଥ ମନ୍ତ୍ରଣାଳୟ...

Leave a comment

Your email address will not be published. Required fields are marked *