କରୋନା ସଙ୍କଟ ଟାଳିବାକୁ ଅଧିକ ପଦକ୍ଷେପ ନିଆଯିବ

ନୂଆଦିଲ୍ଲୀ,୨୩।୫: କରୋନା ସଙ୍କଟକୁ ଟାଳିବା ଲାଗି ସରକାର ବର୍ତ୍ତମାନ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏ ଦିଗରେ ସରକାର ଅଧିକ ପଦକ୍ଷେପ ଗ୍ରହଣ କରିବେ ବୋଲି ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ବର୍ତ୍ତମାନ ଯାଏ ସରକାର କିଛି ମାତ୍ର ପଦକ୍ଷେପ ଘୋଷଣା କରିଛନ୍ତି। ଆତ୍ମନିର୍ଭର ଭାରତ ଲାଗି ସରକାର ଅନ୍ୟ ଉପାୟ ମଧ୍ୟ ଶୀଘ୍ର ହାତକୁ ନେବେ। ସାଧାରଣ ଲୋକଙ୍କ ସହାୟତା କରିବା ଲାଗି ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜରେ ୧.୭୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି ମୋଟ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି। ହେଲେ ଏହା ବାସ୍ତବିକ ଭାବେ ମୋଟ ଜିଡିପିର ୧% ହେବ ବୋଲି ବଜାରର ବିଶେଷଜ୍ଞ କହିଛନ୍ତି। ପର୍ଯ୍ୟଟନ ଏବଂ ହୋଟେଲ ଶିଳ୍ପ ସହ ଯେଉଁ କ୍ଷେତ୍ରଗୁଡିକ ବଞ୍ଚିଯାଇଛି ସେ ଦିଗରେ ବିଭିନ୍ନ ଉପାୟ ସରକାର ବିଚାର କରୁଛନ୍ତି। ୨୦୨୦ ସୁଧାରର ବର୍ଷ ହେବ। ଯାହାବି ପଦକ୍ଷେପ ନିଆଯିବ ଏହା ଲୋକଙ୍କ ଉପକାରରେ ଆସିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।


All Right Reserved By Dharitri.Com

ବିମାନରେ ଆପଲର କିଛି ଲାପ୍‌ଟପ ବ୍ୟାନ୍‌

ନୂଆଦିଲ୍ଲୀ,୨୭-୮: ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ବିମାନରେ ଆପଲ୍‌ ମ୍ୟାକ୍‌ବୁକ୍‌ ପ୍ରୋର ଲାପ୍‌ଟପ୍‌ର କିଛି ମଡେଲ ନେବା ଉପରେ କଟକଣା ଜାରି କରିଛି। ଏହି ଲାପ୍‌ଟପ୍‌ର...

୧.୫ କୋଟି ନିଯୁକ୍ତି ଉପରେ କଳାବାଦଲ

ନୂଆଦିଲ୍ଲୀ,୧୧।୪: କରୋନା ଯୋଗୁ ନିଯୁକ୍ତି କ୍ଷେତ୍ର ଉପରେ ଏବେ ନକାରାତ୍ମକ ପ୍ରଭାବ ରହିଛି। ବର୍ତ୍ତମାନ ଲକ୍‌ଡାଉନ ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ରହିଥିବାରୁ ରପ୍ତାନି...

ହିରୋ ମୋଟୋକର୍ପକୁ ମିଳିଲା ବିଏସ-ଭିଆଇ ସାର୍ଟିଫିକେଟ୍‌

ନୂଆଦିଲ୍ଲୀ, ୧୧।୬: ବିଶ୍ୱର ବୃହତ୍ତମ ଦୁଇଚକିଆ ଯାନ ନିର୍ମାଣକାରୀ ସଂସ୍ଥା ହିରୋ ମୋଟୋକର୍ପ ପ୍ରଥମ ଦୁଇ ଚକିଆ ଯାନ ଭାବେ ବିଏସ-ଭିଆଇ ସାର୍ଟିଫିକେଟ ହାସଲ କରିଛି।...

ବେତନ କାଟ କରିବନି ଇଣ୍ଡିଆ ଇଙ୍କ

ମୁମ୍ବାଇ,୨୨-୩: କରୋନା ପ୍ରଭାବରେ ଏବେ ଭାରତୀୟ କମ୍ପାନୀଗୁଡିକ ଅନେକ କ୍ଷତି ସହୁଛନ୍ତି। ଏଭଳି ସ୍ଥିତିରେ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଛଟେଇ କିମ୍ବା ବେତନ ହ୍ରାସ କରିବେନି।...

ସାବୁନ ମୂଲ୍ୟ କମାଇଲେ କମ୍ପାନୀ

ନୂଆଦିଲ୍ଲୀ,୨୨-୩: ଦେଶର ପ୍ରମୁଖ ଏଫ୍‌ଏମ୍‌ସିଜି କମ୍ପାନୀ ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡ, ଗୋଦରେଜ କଞ୍ଜ୍ୟୁମର, ପତଞ୍ଜଳି କରୋନା ବିରୋଧରେ ଲଢେଇକୁ ଜୋରଦାର କରିବା ସ୍ବରୂପ ସାବୁନ ଏବଂ...

ଜିଏସ୍‌ଟିରେ ସନ୍ଦିଗ୍ଧ ନେଣଦେଣ ବଢୁଛି

କଲିକତା, ୨୬-୨: ଜିଏସ୍‌ଟିରେ ସନ୍ଦିଗ୍ଧ ନେଣଦେଣ ବୃଦ୍ଧି ଘଟୁଥିବା ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର ମଙ୍ଗଳବାର କହିଛନ୍ତି। ସେହିଭଳି ଜିଏସ୍‌ଟି ଆର୍‌ ୩ବି ଫାଇଲିଂରେ ବିଳମ୍ବ...

ରେଲଓ୍ବେର କାଉଣ୍ଟର ଟିକେଟ ବୁକିଂ ଶୀଘ୍ର

ନୂଆଦିଲ୍ଲୀ,୨୨।୫ : କରୋନା ମାମଲା ଥମୁ ନ ଥିବାରୁ ବର୍ତ୍ତମାନ ସାରା ଦେଶରେ ରେଳସେବା ସମ୍ପୂର୍ଣ୍ଣ ଭାବେ ସ୍ବାଭାବିକ ହୋଇପାରି ନାହିଁ। ୧୫ ଯୋଡ଼ା ସ୍ବତନ୍ତ୍ର...

କୋଭିଡ-୧୯ ଲାଗି ସହାୟତା

ନୂଆଦିଲ୍ଲୀ, ୬।୪: କୋଭିଡ୍‌-୧୯ ବିରୋଧି ଲଢେଇରେ ଦେଶର ବିଭିନ୍ନ କର୍ପୋରେଟ ଯୋଗଦାନ ସ୍ବରୂପ ଆର୍ଥତ୍କ ସହାୟତା ଯୋଗାଣ ଧାରା ଜାରି ରଖିଛନ୍ତି। ଦେଶର ପ୍ରମୁଖ କର୍ପୋରେଟ...

Leave a comment

Your email address will not be published. Required fields are marked *