ପାଇକାରୀ ବଜାରରେ ଟମାଟୋ କିଲୋ ୫ ଟଙ୍କା

ନୂଆଦିଲ୍ଲୀ,୨୩।୫: କରୋନା ଯୋଗୁ କୃଷକମାନେ ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଏଭଳି ବିଭିନ୍ନ ସମସ୍ୟା ଲାଗି ପାଇକାରୀ ବଜାରରେ ଟମାଟୋର କିଲୋ ପ୍ରତି ଦର ୫ ଟଙ୍କାକୁ ଖସିଛି। ଏହି ସମୟରେ ଟମାଟୋର ପାଇକାରୀ ମୂଲ୍ୟ ୩ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଥିବା ଜଣାପଡିଛି। ଦିଲ୍ଲୀ, ବାଙ୍ଗାଲୋର ଏବଂ ହାଇଦ୍ରାବାଦ ଭଳି ସହରରେ ଏଭଳି ସ୍ଥିତି ସାମ୍ନାକୁ ଆସିଛି। ସରକାରୀ ତଥ୍ୟ ମୁତାବକ ପାଇକାରୀ ବଜାରରେ ଶୁକ୍ରବାର ଏହାର ମୂଲ୍ୟ ପ୍ରାୟ ୪ ଟଙ୍କାରୁ ୧୦ ଟଙ୍କା ମଧ୍ୟରେ ରହିଥିବା ଦେଖାଯାଇଥିଲା। ଗତବର୍ଷ ସମାନ ସମୟରେ ଟମାଟୋର ଖୁଚୁରା ଦର ୩୦ରୁ ୪୦ ଟଙ୍କା ରହିଥିବା ବେଳେ ଏହା ଚଳିତ ବର୍ଷ ୧୦ ଟଙ୍କାକୁ ଖସିଛି। ଦିଲ୍ଲୀର ଆଜାଦପୁର ମଣ୍ଡିରେ ଗତ ବର୍ଷ ୨୨ ମେ’ରେ ଟମାଟୋର ଖୁଚୁରା ମୂଲ୍ୟ ୧୪.୩୦ ଟଙ୍କା ରହିଥିବା ବେଳେ ଏହା ହାଇଦ୍ରାବାଦରେ ୩୦ ଟଙ୍କାରୁ ଊର୍ଦ୍ଧ୍ୱରେ ରହିଥିଲା। କୋଭିଡ୍‌ ଏବଂ ଚାହିଦା ଖସିବା ଯୋଗୁ ଏଭଳି ସ୍ଥିତି ସାମ୍ନାକୁ ଆସିଥିବା ଜଣାପଡିଛି।


All Right Reserved By Dharitri.Com

ଚାଷୀଙ୍କ ପାଇଁ ୧୬ସୂତ୍ରୀ ଯୋଜନା: ୨୦୨୨ ସୁଦ୍ଧା ଆୟ ହେବ ୨ ଗୁଣା

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ଚାଷୀଙ୍କ ପାଇଁ ୧୬ ସୂତ୍ରୀ ଯୋଜନା ଲାଗୁ କରିବାକୁ ସୀତାରମଣ ସୂଚନା...

ଶ୍ୟାମ ସୁନ୍ଦର ନାରଙ୍ଗ ଆଇଓବିର ନୂତନ କ୍ଷେତ୍ରୀୟ ମୁଖ୍ୟ

ଭୁବନେଶ୍ୱର,୮-୬: ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଭୁବନେଶ୍ୱରସ୍ଥିତ କ୍ଷେତ୍ରୀୟ କାର୍ଯ୍ୟାଳୟର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ ଶ୍ୟାମ ସୁନ୍ଦର ନାରଙ୍ଗ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ...

ପାକିସ୍ତାନ ବାୟୁସୀମା ବନ୍ଦ୍‌ର ପ୍ରଭାବ ଏୟାର ଇଣ୍ଡିଆର ଅପରେଟିଂ କ୍ଷତି ୪୬୦୦ କୋଟି

ନୂଆଦିଲ୍ଲୀ,୧୬।୯: ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ଚଳିତ ଆର୍ଥିକ ବର୍ଷ ୨୦୧୮-୧୯ରେ ଅପରେଟିଙ୍ଗ୍‌ କ୍ଷତି ୪୬୦୦ କୋଟି ଟଙ୍କା ପହଞ୍ଚତ୍ଛି। ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି,...

ସରକାରଙ୍କୁ ପରାମର୍ଶ ଦେଲେ ରଘୁରାମ ରାଜନ

କରୋନା ଭାଇରସ ସମସ୍ୟାରୁ ବାହାରକୁ ବାହାରିକା ଲାଗି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏଭଳି ସ୍ଥିତିରେ ସରକାର ବିଶେଷଜ୍ଞଙ୍କ...

ବଜାରକୁ ଆସିଲା ହୋଣ୍ଡାର ଲିମିଟେଡ ଏଡିଶନ ଆକ୍ଟିଭା ୫ଜି, ସିବି ସାଇନ୍‌

ନୂଆଦିଲ୍ଲୀ,୨୮-୫: ହୋଣ୍ଡା ମୋଟର ସାଇକେଲ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ଲିମିଟେଡ ଏଡିଶନ ଆକ୍ଟିଭା ୫ଜି ଏବଂ ନୂଆ ସିବି ସାଇନ ବଜାରକୁ ଆସିଛି। ଲିମିଟେଡ...

ଜିଓ ଦ୍ୱିତୀୟ ସର୍ବବୃହତ ଟେଲିକମ୍‌ କମ୍ପାନୀ

ନୂଆଦିଲ୍ଲୀ,୨୬-୪: ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଥିବା ରିଲାଏନ୍ସ ଜିଓ ଆରମ୍ଭ ହେବାର ମାତ୍ର ଅଢ଼େଇ ବର୍ଷ ମଧ୍ୟରେ ଆଉ ଏକ ସଫଳତା ହାସଲ କରିଛି। ଗ୍ରାହକ...

ଡିଜିଟାଲ ଟ୍ରାଞ୍ଜାକ୍‌ସନ ୫୧% ବୃଦ୍ଧି

ନୂଆଦିଲ୍ଲୀ,୧୯-୭: ଦେଶରେ ଡିଜିଟାଲ ଟ୍ରାଞ୍ଜାକ୍‌ସନ ୨୦୧୮୦୧୯ରେ ୫୧% ବୃଦ୍ଧି ପାଇ ୩,୧୩୩.୫୮ କୋଟି ଟଙ୍କାରେ ପହଞ୍ଚତ୍ଛି ବୋଲି ସରକାର ଗୁରୁବାର ପାର୍ଲାମେଣ୍ଟରେ ପ୍ରକାଶ କରିଛନ୍ତି। ରାଜ୍ୟ...

ଟ୍ରେଡ ଓ୍ବାର ଘନେଇଲା;ଚାଇନା-ଆମେରିକା ଅତିରିକ୍ତ ଟାରିଫ୍‌ ବୃଦ୍ଧି କଲେ

ଓ୍ବାଶିଂଟନ/ବେଜିଂ,୨-୯: ଆମେରିକା ଓ ଚାଇନା ମଧ୍ୟରେ ଚଳିତ ମାସରେ ବାଣିଜ୍ୟ ଯୁଦ୍ଧ ନେଇ ଆଲୋଚନା ଆରମ୍ଭ ହେବାକୁ ଯାଉଥିବା ବେଳେ ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ...

Leave a comment

Your email address will not be published. Required fields are marked *