ଚାଇନା ନିବେଶକଙ୍କ ଉପରେ ନଜର

ନୂଆଦିଲ୍ଲୀ,୨୩।୫: ଗତ କିଛିଦିନ ଚାଇନାରୁ ଆସୁଥିବା ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ (ଏଫ୍‌ଡିଆଇ) ରୋକିବା ଉପରେ ସରକାର ନିୟମରେ ପରିବର୍ତ୍ତନ କରିଥିଲେ। ବର୍ତ୍ତମାନ ଚାଇନା ଏବଂ ହଂକଂରୁ ଆସୁଥିବା ନିବେଶର ଅନ୍ୟ ସାଧନ ଉପରେ ମଧ୍ୟ ରୋକ ଲଗାଇବା ଲାଗି ସରକାର ପ୍ରସ୍ତୁତ ହେଉଛନ୍ତି। ରଏଟର୍ସରେ ପ୍ରକାଶିତ ଖବର ମୁତାବକ ସରକାର ଶୀଘ୍ର ଏକ ଆଇନ ଆଣିବା ଲାଗି ପ୍ରସ୍ତୁତ ହେଉଛନ୍ତି। ଏଥିରେ ଚାଇନା ଏବଂ ହଂକଂରୁ ଆସୁଥିବା ଫରେନ୍‌ ପୋର୍ଟଫୋଲିଓ ଇନ୍‌ଭେଷ୍ଟମେଣ୍ଟ(ଏଫ୍‌ପିଆଇ)ର ଯାଞ୍ଚ କରାଯିବ। ପୂର୍ବରୁ ଭାରତ ସରକାର ପଡ଼ୋଶୀ ରାଷ୍ଟ୍ରଗୁଡିକ ଲାଗି ଅଟୋମେଟିକ ରୁଟ୍‌ରେ ଆସୁଥିବା ଏଫ୍‌ଡିଆଇ ନିୟମ ଉପରେ କଟକଣା ଲାଗୁ କରିଥିଲେ। ଏ କ୍ଷେତ୍ରରେ ସରକାରଙ୍କ ଅନୁମତି ବର୍ତ୍ତମାନ ଲୋଡା ପଡୁଛି। ଚାଇନା, ପାକିସ୍ତାନ, ମ୍ୟାନ୍‌ମାର, ଭୁଟାନ, ନେପାଳ, ଆଫଗାନିସ୍ତାନ ଭଳି ଦେଶଗୁଡିକ ଏହା ଦ୍ୱାରା ଅଟୋମେଟିକ ଏଫ୍‌ଡିଆଇ ନିବେଶ ରାସ୍ତା ବନ୍ଦ ହୋଇ ଯାଇଛି।


All Right Reserved By Dharitri.Com

ଅଭିବୃଦ୍ଧି ଲାଗି ସରକାର,ଆର୍‌ବିଆଇ ସମନ୍ବୟ ଜରୁରୀ:ଶକ୍ତିକାନ୍ତ ଦାସ

ମୁମ୍ବାଇ,୨୮-୬: ଦେଶର ଅଭିବୃଦ୍ଧି ତ୍ୱରାନ୍ବିତ କରିବା ଲାଗି ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସମନ୍ବୟ ରଖି କାର୍ଯ୍ୟ କରିବା ରଆବଶ୍ୟକତା ରହିଛି। ସେହିଭଳି ବ୍ୟବସ୍ଥାଗତ...

ସଂଶୋଧିତ ଏଫ୍‌ଡିଆଇ ନିୟମ ନେଇ ଭାରତକୁ ଚାଇନାର ସମାଲୋଚନା

ନୂଆଦିଲ୍ଲୀ,୨୧।୪: ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ(ଏଫ୍‌ଡିଆଇ) ନିୟମକୁ ଭାରତ ସରକାର ଏବେ ପରିବର୍ତ୍ତନ କରିଛନ୍ତି। ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ଭାରତରେ ନିବେଶ ଲାଗି ଏବେ ସରକାରଙ୍କ ଅନୁମତି...

ଫେଲ୍‌ ମାରିଲା ଟ୍ରମ୍ପଙ୍କ ଜିଏସ୍‌ପି ପ୍ରତ୍ୟାହାର ନିଷ୍ପତ୍ତି;ଆମେରିକାକୁ ଭାରତରୁ ରପ୍ତାନି ବଢ଼ିଛି ୩୨%

ନୂଆଦିଲ୍ଲୀ,୧୩-୮: ଭାରତ ଠାରୁ ପ୍ରିଫରେନ୍ସିଆଲ ଟାରିଫ୍‌ ସିଷ୍ଟମ ଜିଏସ୍‌ପି ପ୍ରତ୍ୟାହାର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତି ଫେଲ୍‌ ମାରିଛି। ଜିଏସ୍‌ପି ହଟିବା ପରେ...

ଜିଓ ଦ୍ୱିତୀୟ ସର୍ବବୃହତ ଟେଲିକମ୍‌ କମ୍ପାନୀ

ନୂଆଦିଲ୍ଲୀ,୨୬-୪: ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଥିବା ରିଲାଏନ୍ସ ଜିଓ ଆରମ୍ଭ ହେବାର ମାତ୍ର ଅଢ଼େଇ ବର୍ଷ ମଧ୍ୟରେ ଆଉ ଏକ ସଫଳତା ହାସଲ କରିଛି। ଗ୍ରାହକ...

ବିପିସିଏଲ୍‌ ଆଉଟଲେଟରେ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ସେବା

ଭୁବନେଶ୍ୱର,୧।୮, (ବ୍ୟୁରୋ)  ସାରା ରାଜ୍ୟରେ ଥିବା ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍‌) ଆଉଟଲେଟଗୁଡିକ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ପଏଣ୍ଟ ଭାବେ କାର୍ଯ୍ୟ କରିବ। ଓଡିଶାରେ କମ୍ପାନୀର ମୋଟ...

ଦୀପାବଳି ସୁଦ୍ଧା ସୁନା ୪୦ ହଜାର ଛୁଇଁବ

ନୂଆଦିଲ୍ଲୀ,୧୮ -୮: ବିଶ୍ୱରେ ଭୂ-ରାଜନୈତିକ ଓ ବାଣିଜ୍ୟ ଯୁଦ୍ଧ କାରଣରୁ ସୁନା ଦର ହୁହୁ ହୋଇ ବଢ଼ିବାରେ ଲାଗିଛି। ଦୀପାବଳି ସୁଦ୍ଧା ସୁନା ଦର ପ୍ରତି...

ଅଟୋ ଶିଳ୍ପରେ ଶୀଘ୍ର ଉନ୍ନତି ଆସିବ

ଗ୍ରାହକଙ୍କ ଚାହିଦାକୁ ଅଟୋ କମ୍ପାନୀଗୁଡିକ ସର୍ବଦା ଧ୍ୟାନରେ ରଖିଥାନ୍ତି। ବିଭିନ୍ନ କମ୍ପାନୀ ଏଥି ଲାଗି ବିଭିନ୍ନ ଯୋଜନା ସହ କାମ କରୁଛନ୍ତି। ଗ୍ରାହକଙ୍କ ନିକଟରେ ଅତି...

ଭବିଷ୍ୟତ ବିକ୍ରିକୁ ନେଇ ଚିନ୍ତାରେ ଅଟୋ କମ୍ପାନୀ

ନୂଆଦିଲ୍ଲୀ,୨୯।୪: ସାରା ଦେଶରେ ଲକ୍‌ଡାଉନ ଏବଂ ଚାହିଦା ହ୍ରାସ ଭଳି ସମସ୍ୟା ସହ ଦେଶର ଅଟୋ କମ୍ପାନୀଗୁଡ଼ିକ ଜୁଝିହେଉଛନ୍ତି। ମାନ୍ଦାବସ୍ଥା ଲାଗି ଗତ ଗୋଟିଏ ବର୍ଷ...

Leave a comment

Your email address will not be published. Required fields are marked *