୨ ହଜାର କର୍ମଚାରୀଙ୍କୁ ଛଟେଇ କଲା ଇଣ୍ଡିଆବୁଲ୍‌ସ

ମୁମ୍ବାଇ,୨୩।୫: ବର୍ତ୍ତମାନ କରୋନା ପ୍ରଭାବରୁ କମ୍ପାନୀଗୁଡ଼ିକ ବୃହତ୍‌ ପରିମାଣର କ୍ଷତି ସହୁଥିବା ବେଳେ କର୍ମଚାରୀଙ୍କୁ ଛଟେଇ କରୁଥିବା ନଜରକୁ ଆସିଛି। ଏଭଳି ଅସୁବିଧା ଯୋଗୁ ଇଣ୍ଡିଆ ବୁଲ୍‌ସ ଏହାର ମୋଟ୍‌ ୨୦ ହଜାର କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୨ ହଜାରଙ୍କୁ ଛଟେଇ କରିଥିବା ଜଣାପଡିଛି। ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ଲାଗି କମ୍ପାନୀ ଏଭଳି ପନ୍ଥା ଆପଣାଇଥିବା ସୂଚନା ରହିଛି। ଆର୍ଥତ୍କ ବର୍ଷ ୨୦୧୯-୨୦ ଲାଗି ପରଫରମାନ୍ସ ରିଭ୍ୟୁ ଭିତ୍ତିରେ କମ୍ପାନୀ କର୍ମଚାରୀଙ୍କୁ ଚାକିରି ଛାଡ଼ିବାକୁ କହିଥିବା ଜଣାପଡ଼ିଛି। ପରଫରମାନ୍ସ ଭିତ୍ତିରେ ୧୦ରୁ ୧୫% କର୍ମଚାରୀଙ୍କୁ ଛଟେଇ କରାଯାଇଥାଏ ବୋଲି କମ୍ପାନୀ ମତ ରଖିଛି। କମ୍ପାନୀର ଏଭଳି କାର୍ଯ୍ୟ ବିରୋଧରେ କର୍ମଚାରୀ ସୋସିଆଲ ମିଡିଆରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ହ୍ବାଟ୍ସଆପ୍‌ କଲ୍‌ ଦ୍ୱାରା ସେମାନଙ୍କୁ ଚାକିରି ଛାଡ଼ିବାକୁ କୁହାଯାଇଥିବା କର୍ମଚାରୀ ଅଭିଯୋଗ କରିଛନ୍ତି। ଟୁଇଟରରେ କେତେକେ ଅସନ୍ତୋଷ ପ୍ରକାଶକରି କହିଛନ୍ତି ଯେ, ମେ ୩୧ରେ ଚାକିରି ଛାଡ଼ିବାକୁ କୁହାଯାଇଛି। କେବଳ ମେ’ମାସ ଲାଗି ବେତନ ବାଦ୍‌ ଅନ୍ୟ କୌଣସି ସୁବିଧା ସୁଯୋଗ କମ୍ପାନୀ ଦେବ ନାହିଁ ବୋଲି ଜଣାପଡ଼ିଛି।


All Right Reserved By Dharitri.Com

ବ୍ୟାଙ୍କ ଜମା ବୀମା କ୍ଷେତ୍ରରେ ଭାରତ ବହୁ ପଛରେ

ନୂଆଦିଲ୍ଲୀ, ୨୦-୧୧: ବ୍ୟାଙ୍କରେ ଗ୍ରାହକ ଜମା କରୁଥିବା ଅର୍ଥ ଉପରେ ମିଳୁଥିବା ବୀମା ଭାରତରେ ୧ ଲକ୍ଷ ଟଙ୍କା ରହିଛି। ସାରା ବିଶ୍ୱ କଥା ବିଚାର...

୩୭,୯୪୬ କୋଟିର ଜିଏସ୍‌ଟି ଫାଙ୍କି ଧରାପଡିଛି

ନୂଆଦିଲ୍ଲୀ,୧୭-୭: ଟିକସ ଅଧିକାରୀମାନେ ଆର୍ଥିକ ବର୍ଷ ୨୦୧୮-୧୯ରେ ୩୭,୯୪୬ କୋଟି ଏବଂ ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍‌ରେ ୬୫୨୦ କୋଟି ଟଙ୍କାର ଜିଏସଟି ଫାଙ୍କି ଧରିପାରିଛନ୍ତି।...

ଗାଡି ବିକ୍ରି ହ୍ରାସ ଧାରା ଜାରି

ନୂଆଦିଲ୍ଲୀ, ୩-୧୨: ନଭେମ୍ବର ମାସରେ ଘରୋଇ ବଜାରରେ କମ୍ପାନୀଙ୍କ ଯାନ ବିକ୍ରି ହ୍ରାସ ଧାରା ଜାରି ରଖିଛି। ଏହି ସମୟରେ ଟୟୋଟା କିର୍ଲୋସ୍କାର ମୋଟର୍ସ ବିକ୍ରି...

ରାଜ୍ୟଗୁଡିକର ଜିଏସ୍‌ଟି ସଂଗ୍ରହ ୫.୧୮ ଲକ୍ଷ କୋଟିକୁ ବୃଦ୍ଧି

ନୂଆଦିଲ୍ଲୀ,୧୬-୭: ୨୦୧୮-୧୯ ଆର୍ଥତ୍କ ବର୍ଷରେ ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ପରିମାଣ ୫.୧୮...

୨୧,୭୦୦ କୋଟିର ସମ୍ପତ୍ତି ବିକିବେ ଅନିଲ ଅମ୍ବାନୀ

ମୁମ୍ବାଇ,୧୨।୭ : ଏକ ସମୟରେ ଦେଶର ଶ୍ରେଷ୍ଠ ଧନୀଙ୍କ ମଧ୍ୟରେ ଗଣା ହେଉଥିବା ରିଲାଏନ୍ସ ଏଡିଏଜି ଗ୍ରୁପ୍‌ ମାଲିକ ଅନିଲ ଅମ୍ବାନୀ ଏବେ ଋଣ ପରିଶୋଧ...

ସମସ୍ୟା ଉପରେ ଧ୍ୟାନ ଦେବାକୁ ଅର୍ଥ ମନ୍ତ୍ରୀଙ୍କ ପ୍ରତିଶ୍ରୁତି: ଜେଟ୍‌ ସିଇଓ

ଜେଟ୍‌ ଏୟାରଓ୍ବେଜ ସାମ୍ନା କରୁଥିବା ସମସ୍ୟା ଉପରେ ଧ୍ୟାନ ରଖାଯିବ ବୋଲି ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ପ୍ରତିଶ୍ରୁତି ଦେଇଥିବା କମ୍ପାନୀର ସିଇଓ ବିନୟ ଦୁବେ...

ଜେଟ୍‌ର ୨୦୦୦ ଷ୍ଟାଫ୍‌ଙ୍କୁ ନିଯୁକ୍ତି ଦେବ ସ୍ପାଇସ୍‌ଜେଟ୍‌

ନୂଆଦିଲ୍ଲୀ,୩-୬: ଘରୋଇ ଏୟାରଲାଇନ୍ସ କମ୍ପାନୀ ସ୍ପାଇସ୍‌ଜେଟ୍‌ ଆର୍ଥିକ ସଙ୍କଟ କାରଣରୁ ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜ୍‌ର ୨୦୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେବ। ସ୍ପାଇସ୍‌ଜେଟ୍‌ ସିଏମ୍‌ଡି ଅଜୟ...

ବଛାବଛା ସ୍ଥାନକୁ ବିମାନ ସେବା ଦେବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୧୯।୪: ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ପକ୍ଷରୁ ବଛାବଛା ସ୍ଥାନକୁ ମେ ୪ରୁ ବିମାନ ସେବା ପ୍ରଦାନ କରାଯିବ। ଚାହିଦା ଭିତ୍ତିରେ ଏହି ସେବା...

Leave a comment

Your email address will not be published. Required fields are marked *