ସୁସ୍ଥ ହେଲେ ଅନୁଗୋଳର ୧୫ ଆକ୍ରାନ୍ତ

ଅନୁଗୋଳ ଅଫିସ, ୨୩।୫ – ମହାମାରୀ କରୋନା ସଂକ୍ରମଣ ବ୍ୟାପୁଥିବାବେଳେ ଅନୁଗୋଳ ଜିଲାରେ ଚିକିତ୍ସିତ ହେଉଥିବା ମୋଟ୍‌ ୧୯ ପଜିଟିଭ୍‌ଙ୍କ ମଧ୍ୟରୁ ଶୁକ୍ରବାର ୧୫ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରୁ ଗତ ୧୦ ତାରିଖରେ ୧୩ ଜଣ ଓ ୧୧ ତାରିଖରେ ୨ ଜଣ ତାଳଚେର କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୧୦ ଦିନ ଧରି ଚିକିତ୍ସିତ ହେବା ପରେ ସେମାନଙ୍କ ନମୁନା ପୁନଃ ପରୀକ୍ଷା କରାଯାଇଥିଲା। ରିପୋର୍ଟ ନେଗେଟିଭ୍‌ ବାହାରିବା ପରେ ସେମାନଙ୍କୁ କୋଭିଡ୍‌ ହସ୍ପିଟାଲରୁ ପଞ୍ଚମହଲାସ୍ଥିତ ଆଦର୍ଶ ବିଦ୍ୟାଳୟ ଅସ୍ଥାୟୀ ମେଡିକାଲ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସେମାନେ କ୍ୱାରାଣ୍ଟାଇନ୍‌ରେ ରହିବେ। ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ନିରୀକ୍ଷଣ କରିବ ବୋଲି ଜିଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି।
ଜିଲାର ୧୯ ପଜିଟିଭ୍‌ଙ୍କ ମଧ୍ୟରୁ ଏକସମୟରେ ୧୫ ଜଣ ସୁସ୍ଥ ହେବା ଅନୁଗୋଳ ପାଇଁ ଏକ ଖୁସିର ଖବର ବୋଲି ଜିଲାପାଳ ପ୍ରକାଶ କରିଛନ୍ତି। ସୁସ୍ଥ ହୋଇଥିବା ସମ୍ପୃକ୍ତ ୧୫ ଜଣଙ୍କ ମଧ୍ୟରେ ଅନୁଗୋଳ ସହରର ଜଣେ ଓ ଜିଲାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରର ୧୪ ଜଣ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତଙ୍କୁ ଆମ୍ବୁଲାନ୍ସରେ ଆଦର୍ଶ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରକୁ ଅଣାଯାଇଛି। ସୂଚନାଯୋଗ୍ୟ ଯେ, ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଅନୁଗୋଳ ଜିଲାର ମୋଟ୍‌ ୪୨୩୬ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ସେଥିରୁ ୩୪୭୮ ଜଣଙ୍କ ରିପୋର୍ଟ ପ୍ରଶାସନର ହସ୍ତଗତ ହୋଇଛି। ଯେଉଁଥିରେ ୩୪୫୯ ନେଗେଟିଭ୍‌ ଥିବାବେଳେ ୧୯ ଜଣ ପଜିଟିଭ ଓ ୭୫୮ଟିର ଫଳାଫଳ ଆସିବାକୁ ବାକି ଅଛି ବୋଲି ଜିଲା ସିଡିଏମ୍‌ଓ ପ୍ରତାପ କୁମାର ବେହେରା ସୂଚନା ଦେଇଛନ୍ତି।


All Right Reserved By Dharitri.Com

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ : ପୁଣି ବୁହାହେଲେ ଗର୍ଭବତୀ

କୋରୁକୋଣ୍ଡା,୨୩।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲାର କୁଡୁମୁଳୁଗୁମ୍ମା ପଞ୍ଚାୟତର ନଙ୍ଗଳଗୁଡ଼ା ଗ୍ରାମକୁ ରାସ୍ତା ନ ଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ। ଫଳରେ ଜଣେ ଗର୍ଭବତୀ ପୁଣି ଥରେ ବୁହା ହୋଇ...

୨ କ୍ୱିଣ୍ଟାଲ ମହୁଲ ପୋଚ ଜବତ କଲା ଅବକାରୀ ବିଭାଗ

ଗୁଡଭେଲା,୯ା୫(ଡି.ଏନ୍‌.ଏ.) : କରୋନା ପାଇଁ ସବୁ ଆଡ଼େ ଲକ୍‌ଡାଉନ୍‌ ଚାଲିବା ସହ ଦେଶୀ ଓ ବିଦେଶୀ ମଦ ଦେକାନ ବନ୍ଦ ରହିଥିବା ବେଳେ ଚୋରା ମଦ...

୪ ବର୍ଷର ଶିଶୁ କନ୍ୟାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ଠାକୁରମୁଣ୍ଡା ,୧୫ା୧୧(ଡି.ଏନ୍‌.ଏ.)- ଶିଶୁ ଦିବସରେ ଜଣେ ୪ ବର୍ଷର ଶିଶୁ କନ୍ୟାଙ୍କୁ ବଳାତ୍କାର ଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା...

ନୂଆପଡା ପଞ୍ଚାୟତ ସମିତି ବୈଠକ: ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ସମୁଚିତ ମର୍ଯ୍ୟାଦା ମିଳୁନାହିଁ; ବୈଠକ ପ୍ରାରମ୍ଭରେ ଝଡ

ନୂଆପଡା ଅଫିସ,୨୭ା୯-ନୂଆପଡା ଜିଲା ସଦର ବ୍ଲକ ସବୁ କ୍ଷେତ୍ରରେ ଅବହେଳିତ। ଏଠାରେ ଲୋକଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ବହୁ ଅସୁବିଧା ରହିଛି। ତ୍ରିସ୍ତରୀୟ ପଞ୍ଚାୟତିରାଜ...

ଢେଙ୍କାନାଳରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ

ଢେଙ୍କାନାଳ ଅଫିସ,୨୪ା୫: ଜିଲାରେ ରବିବାର ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ସୁରଟ ଫେରନ୍ତା। ତାଙ୍କ ବୟସ ୩୫ ବର୍ଷ। ସେ...

୧୪ ଦିନରେ ହେଲା ସ୍ଥିତି ସ୍ବାଭାବିକ: ତାଳଚେର କୋଲ୍‌ ଫିଲ୍ଡସ ଚଳଚଞ୍ଚଳ

ତାଳଚେର, ୭ା୮ (ନି.ପ୍ର.)-ଭରତପୁର ଖଣି ଦୁର୍ଘଟଣା ପରେ ୧୪ ଦିନ ଧରି ଠପ୍‌ ହୋଇଯାଇଥିବା ତାଳଚେର କୋଲ୍‌ ଫିଲ୍ଡସରେ ମଙ୍ଗଳବାର ସ୍ଥିତି ଧୀରେ ଧୀରେ ସ୍ବାଭାବିକ...

୧୩ କ୍ୱାରାଣ୍ଟାଇନ କେନ୍ଦ୍ର ଲାଗି ୩୦ଲକ୍ଷ ଖର୍ଚ୍ଚ

କାକଟପୁର,୩୦।୪(ଡି.ଏନ.ଏ.): ଲକଡାଉନ ଅବଧି ବଢ଼ିବା ପରେ ବାହାର ରାଜ୍ୟରେ ଥିବା ଓଡ଼ିଆମାନେ ନିଜ ଗ୍ରାମକୁ ଫେରିବାରେ ଲାଗିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରତି ପଞ୍ଚାୟତାରେ...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ପାଟଣାଗଡ଼,୨୪।୯(ଡି.ଏନ୍‌.ଏ.): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲା ପାଟଣାଗଡ଼ ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ପାତ୍ରଙ୍କ ଘରେ ମଙ୍ଗଳବାର ସକାଳେ ଭିଜିଲାନ୍ସ...

Leave a comment

Your email address will not be published. Required fields are marked *