ଖୋଲିଲା ସଂରକ୍ଷିତ ଟିକେଟ ବୁକିଂ କାଉଣ୍ଟର: ଜୁନ ପହିଲାରୁ ବ୍ରହ୍ମପୁର ଦେଇ ଚଳାଚଳ କରିବ ୨ ଟ୍ରେନ

ବ୍ରହ୍ମପୁର ଅଫିସ,୨୩ା୫-ବ୍ରହ୍ମପୁର ରେଳଷ୍ଟେଶନ ପରିସରରେ ଥିବା ସଂରକ୍ଷିତ ଟିକଟ କାଉଣ୍ଟର ଶୁକ୍ରବାରଠାରୁ ପୁଣି ଖୋଲିଛି । ଜୁନ ପହିଲାରୁ ଟ୍ରେନ ଚଳାଚଳ କରିବା ନେଇ ରେଳ ବିଭାଗ ପକ୍ଷରୁ ନେଇ ନିଷ୍ପତ୍ତି ପରେ ବ୍ରହ୍ମପୁରରୁ ବିଭିନ୍ନ ସ୍ଥାନକୁ ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କ ସକାଶେ ସଂରକ୍ଷିତ ଟିକେଟ ବୁକିଂ କାଉଣ୍ଟର ଖୋଲାଯାଇଛି । ଦେଶରେ ଜୁନ ପହିଲାରୁ ୨୦୦ଟି ଟ୍ରେନ ଚଳାଚଳ କରିବା ନେଇ ରେଳ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ସେଥିମଧ୍ୟରୁ ବ୍ରହ୍ମପୁର ଦେଇ ଦୁଇଟି ଟ୍ରେନ ଚଳାଚଳ କରିବ ବୋଲି ଜଣାପଡିଛି । ବ୍ରହ୍ମପୁର ଷ୍ଟେଶନ ଦେଇ ହାୱଡା-ସିକନ୍ଦରାବାଦ ଫାଲକ୍‌ନୁମା ଏକ୍ସପ୍ରେସ ଓ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ ଚଳାଚଳ କରିବ। ତେଣୁ ଗତ ମାର୍ଚ୍ଚ ୨୫ରୁ ବନ୍ଦ ହୋଇଥିବା ବ୍ରହ୍ମପୁର ରେଳଷ୍ଟେଶନ ଟିକେଟ ବୁକିଂ କାଉଣ୍ଟରକୁ ଖୋଲାଯାଇଛି । ସଂରକ୍ଷିତ ଟିକେଟ କାଉଣ୍ଟରରେ ଯାତ୍ରୀମାନେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ବ୍ୟବହାର, ସାନିଟାଇଜରରେ ହାତ ସଫା କରିବା ବାଧ୍ୟତାମୂଳକ ବୋଲି ବ୍ରହ୍ମପୁର ଷ୍ଟେଶନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।


All Right Reserved By Dharitri.Com

ଧାନ ଚାଷ ଉଜାଡ଼ିଲେ ହାତୀପଲ

କୁଆମରା,୫ା୧୧(ଡି.ଏନ୍‌.ଏ.)- ନୀଳଗିରି ରେଞ୍ଜ ଅଧୀନ କୁଲଡିହା ଜଙ୍ଗଲରୁ ୬ ଦିନ ହେଲା ଦନ୍ତା ସମେତ ମୋଟ ସାତଟି ହାତୀ ବାଟବଣା ହୋଇ କୁଆମରା ଫରେଷ୍ଟ ଅଞ୍ଚଳରେ...

ମୁସରଙ୍ଗି ଜଙ୍ଗଲରେ୨ ଛୁଆ ସମେତ ୪ ବାଘ: ଗ୍ରାମବାସୀ ଆତଙ୍କିତ; ଗତିବିଧି ଅନୁଧ୍ୟାନ କରୁଛି ବନବିଭାଗ

ନୂଆପଡା ଅଫିସ,୯ା୮ -ସ୍ଥାନୀୟ ମୁସରଙ୍ଗି ସଂରକ୍ଷିତ ଜଙ୍ଗଲରେ ୨ ଛୁଆ ସମେତ ୪ କଲରାପତରିଆ ବାଘ ରହିଥିବା ଜଣାପଡ଼ିବା ପରେ ସେହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି...

ବ୍ୟବଚ୍ଛେଦ ପରେ ପୋତାଗଲା ମୃତ ତିମି

ବ୍ରହ୍ମଗିରି, ୧।୨(ଡି. ଏନ୍‌.ଏ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସାନପାଟଣା ସମୁଦ୍ରକୂଳରେ ଲାଗିଥିବା ମୃତ ତିମିର ମୃତଦେହକୁ ଶୁକ୍ରବାର ବ୍ୟବଚ୍ଛେଦ କରାଯିବା ପରେ ପୋତି...

ଧାନ ବିକି ପ୍ରାପ୍ୟ ପାଉନାହାନ୍ତି ଚାଷୀ

ବନ୍ତ, ୩।୬ (ଡି.ଏନ.ଏ.) – ଚାଷୀମାନଙ୍କଠାରୁ ଉଚିତ୍‌ ମୂଲ୍ୟରେ ଧାନକ୍ରୟ କରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ହେଲେ ଚଳିତ ଖରିଫ ଋତୁରେ...

ମେଡିକାଲ କଲେଜ

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲାଗି ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ରାୟଗଡ଼ା ଜିଲାରେ ଲୋକେ ଠିକ୍‌ ଭାବେ ସ୍ବାସ୍ଥ୍ୟସେବା...

ଚିନିକଳର ୮ କର୍ମଚାରୀଙ୍କ ବିରୋଧରେ ମାମଲା

ଆସିକା,୧୪।୩ (ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ସମବାୟ ଚିନିକଳରେ ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗରେ ୮ଜଣ କର୍ମଚାରୀଙ୍କ ବିରୋଧରେ ଶୁକ୍ରବାର ଆସିକା ଥାନାରେ...

ପିଲାଙ୍କ ଖୁସି ମୋ ଜୀବନର ସମ୍ବଳ

ଆନନ୍ଦପୁର,୫।୮(ସ୍ବ.ପ୍ର.): ଏମିତି ବି ମଣିଷ ଥାନ୍ତି। ନିଜଠାରୁ ଅଧିକ ଅସହାୟ ଲୋକ ଏବଂ ପରୋପକାର କଥା ଚିନ୍ତା କରିଥାନ୍ତି। ଆଜି ବି ସମାଜରେ ଭଲ ଲୋକ...

ଆମ୍ବୁଲାନ୍ସ ଅଚଳ: ରୋଗୀ ହୀନସ୍ତା

ଢେଙ୍କାନାଳ ଅଫିସ, ୧୪।୮-ଅଧାରାସ୍ତାରେ ଅଚଳ ହୋଇପଡ଼ିଲା ଆମ୍ବୁଲାନ୍ସ। ଫଳରେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ପକ୍ଷାଘାତ ରୋଗୀ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦରରେ।...

Leave a comment

Your email address will not be published. Required fields are marked *