ଏଇ ଭାରତରେ

ଦେଶରେ କରୋନା ବିରୋଧୀ ଲଢ଼େଇରେ ଦିନକୁ ଦିନ ନୂଆ ନୂଆ ଯୋଦ୍ଧା ଯୋଡ଼ି ହେଉଛନ୍ତି। ସେଥିରୁ ଦିଲ୍ଲୀର ଜଣେ ଗୃହିଣୀ ବାଦ୍‌ ଯାଆନ୍ତେ କେମିତି। ୫୬ ବର୍ଷୀୟା ଲକ୍ଷ୍ମୀ ଦାସ ଦିଲ୍ଲୀରେ ସପରିବାର ରହନ୍ତି। ସେ ଘରେ ମାସ୍କ ତିଆରି କରି ମାଗଣାରେ ଗରିବ ଲୋକମାନଙ୍କୁ ବାଣ୍ଟୁଛନ୍ତି। ଲକ୍ଷ୍ମୀ ପ୍ରଥମେ ୨୫ ଟି ମାସ୍କ ତିଆରି କରି ଶ୍ରମିକ, ରିକ୍ସାଚାଳକ ଓ ଦୋକାନୀମାନଙ୍କୁ ଦେଇଥିଲେ। ମାସ୍କ ତିଆରି ଖର୍ଚ୍ଚ ନିଜେ ବି ବହନ କରୁଛନ୍ତି। ଏବେ ସୁଦ୍ଧା ସେ ୧୦୦୦ରୁ ଊର୍ଦ୍ଧ୍ୱ ମାସ୍କ ମାଗଣାରେ ବାଣ୍ଟିସାରିଲେଣି। ଖରାଦିନେ ଶ୍ରମିକମାନେ ମାସ୍କ ବାନ୍ଧି ଯେପରି ଆରାମରେ କାମ କରିପାରିବେ ସେଥିପ୍ରତି ଦୃଷ୍ଟି ଦେଇ ପୂରା ସୂତା କପଡାରେ ମାସ୍କ ତିଆରି କରୁଛନ୍ତି ଲକ୍ଷ୍ମୀ। ଦୋକାନୀମାନଙ୍କ ମାଧ୍ୟମରେ ବି ଲୋକମାନଙ୍କୁ ମାସ୍କ ଦେଉଛନ୍ତି। ମାସ୍କ ତିଆରି କରିବାରେ ଲକ୍ଷ୍ମୀଙ୍କୁ ତାଙ୍କ ପୁଅ ସୌରଭ ସାହାଯ୍ୟ କରୁଛନ୍ତି। କରୋନା ଭାଇରସ୍‌ର ପ୍ରଭାବ ଆଗକୁ ରହିବ ଓ ଏଥିଲାଗି ଲକ୍ଷ୍ମୀ ମଧ୍ୟ ଆହୁରି ଅଧିକ ମାସ୍କ ଗରିବମାନଙ୍କୁ ବାଣ୍ଟିବା ପାଇଁ ଲକ୍ଷ୍ୟ ରଖିଛନ୍ତି।


All Right Reserved By Dharitri.Com

ତାଲାବନ୍ଦ ସମସ୍ତଙ୍କ ପାଇଁ ସମାନ ନୁହେଁ

ଡ. ସନ୍ତୋଷ କୁମାର ମହାପାତ୍ର ଦିନକୁ ଦିନ କରୋନା ସମ୍ପର୍କିତ ଖବର ଶୁଣିଲା ବେଳକୁ ମନରେ ଆଶଙ୍କା ସୃଷ୍ଟି ହେଉଛି। ବିଶ୍ୱରେ ବିଭିନ୍ନ ଦେଶରେ ତାଲାବନ୍ଦ...

ବହିର ବୁନିଆଦି ଓ ପୁସ୍ତକମେଳା

ଉପେନ୍ଦ୍ର ବିଶ୍ୱାଳ ପ୍ରଖ୍ୟାତ ନାଟ୍ୟକାର ଡ. ଗିରୀଶ ଚନ୍ଦ୍ର ଘୋଷ ଥିଲେ ବଙ୍ଗ ନାଟ୍ୟ ଜଗତର ଜନକ। ଏକଦା ସାଂସାରିକ ମୋହ-ମାୟା ପ୍ରତି ତାଙ୍କର ବୀତସ୍ପୃହ...

ଜଳବାୟୁ ପରିବର୍ତ୍ତନ ଓ କୃଷି ବିବିଧତା

ଚିନ୍ମୟ ରଞ୍ଜନ କୁମାର ଜଳବାୟୁ ପରିବର୍ତ୍ତନ ବିଶ୍ୱବ୍ୟାପୀ ଏକ ବଡ଼ ଚିନ୍ତାର କାରଣ। ଏହାର ପ୍ରଭାବରେ ବିଶ୍ୱତାପମାନରେ ଅତ୍ୟଧିକ ବୃଦ୍ଧି, ମରୁଡି, ବନ୍ୟା, ବାତ୍ୟା, ଅତିବୃଷ୍ଟି,...

ଏଇ ଭାରତରେ

ପରିବାର ପାଇଁ ବୋଝ ପାଲଟି ବୃଦ୍ଧାଶ୍ରମରେ ଜୀବନ କାଟୁଥିତ୍ବା ମା’ବାପାମାନଙ୍କୁ କିନ୍ତୁ ଅନାଥ ଶିଶୁମାନେ ବୋଝ ଲାଗୁନାହାନ୍ତି। ବୟସର ଅପରାହ୍ଣରେ ଏମାନେ ଅନାଥ ଶିଶୁଙ୍କୁ କୋଳେଇ...

ଏଇ ଭାରତରେ

କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ମିଶନ୍‌ ଅନୁଯାୟୀ ରାସ୍ତାଘାଟ ତଥା ପରିବେଶକୁ ପରିଷ୍କାର ରଖିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇ ତାହାକୁ କାର୍ଯ୍ୟକାରୀ କରାଯାଉଛି। ଗୁଜରାଟର...

କହିବା କାହାକୁ, ଶୁଣିବ କିଏ

ଛନ୍ଦା ମିଶ୍ର ଯେଉଁ କଥାକୁ ଡର ଥିଲା ତାହା ହିଁ ହେଲା। ଆଶା ଥିଲା, ସରକାର ଆଉ କିଛି କରନ୍ତୁ ବା ନ କରନ୍ତୁ, ନିର୍ବାଚନ...

ସୁନ୍ଦର ବଜେଟ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୨୦୧୯-୨୦ ଆର୍ଥିକବର୍ଷ ଲାଗି ଉପସ୍ଥାପନ କରିଥିବା ବଜେଟକୁ ନେଇ ଦୁଇ ଦିନ ହେବ ଢେର ଆଲୋଚନା ହେଲାଣି। ଇନ୍ଦିରା ଗାନ୍ଧୀଙ୍କ ପରେ...

ନିଜ ଗାତରେ ଚାଇନା

ସମ୍ପାଦକୀୟ/ତଥାଗତ ସତପଥୀ ଚାଇନାରେ କରୋନା ଭୂତାଣୁ ଅଦ୍ୟାବଧି ୩୬୧ ଜଣଙ୍କ ପ୍ରାଣ ନେଇସାରିଲାଣି। ଆଜିଯାଏ ଜଣାପଡ଼ିଥିବା ପରିସ୍ଥିତିରୁ ପ୍ରାୟ ୧୭,୦୦୦ ଲୋକଙ୍କଠାରେ କରୋନା ଭାଇରସ୍‌ ଠାବ...

Leave a comment

Your email address will not be published. Required fields are marked *