କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ବିକ୍ଷୋଭ

କେନ୍ଦୁଝର/ଚମ୍ପୁଆ,୨୨ା୫(ଡି.ଏନ୍‌.ଏ./ସ୍ବ.ପ୍ର./ଡି.ଏନ.ଏ.)-ରାଜ୍ୟ ସରକାରଙ୍କ ଶ୍ରମ ସମୟକୁ ଦୈନିକ ୮ଘଣ୍ଟାରୁ ୧୨ ଘଣ୍ଟାକୁ ବୃଦ୍ଧି ନିଷ୍ପତ୍ତିକୁ ବିରୋଧ କରି ଏହା ଅଣସମ୍ବିଧାନିକ ଏବଂ ଶ୍ରମିକ ବିରୋଧୀ ନୀତି ବୋଲି ଅଭିଯୋଗ କରି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନଗୁଡ଼ିକର ମିଳିତ ମଞ୍ଚ ତରଫରୁ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଶୁକ୍ରବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସରକାର ତୁରନ୍ତ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନଗୁଡ଼ିକର ମିଳିତ ମଞ୍ଚ ଦାବି ଉପସ୍ଥାପନ କରିଛି। ସେହିପରି ଚମ୍ପୁଆଠାରେ ଏଆଇଟିୟୁସି କାର୍ଯ୍ୟାଳୟଠାରେ ଜିଲା ସଭାପତି ବିଦ୍ୟାଧର ମହାନ୍ତଙ୍କ ନେତୃତ୍ୱରେ ବହୁ କର୍ମୀ ଏହି ପ୍ରତିବାଦ ଦିବସ ପାଳନ କରିଥିଲେ। ଏନେଇ ଦଳ ପକ୍ଷରୁ ୮ ଦଫା ସମ୍ବଳିତ ଦାବି ଉପସ୍ଥାପନ କରାଯାଇଛି। ଦାବିଗୁଡିକ ମଧ୍ୟରେ ଦାଦନ ଶ୍ରମିକମାନଙ୍କୁ ସୁରକ୍ଷା ଓ ଆର୍ଥିକ ସହାୟତା ଯୋଗାଇବା, ୧୨ ଘଣ୍ଟା ବଦଳରେ କାମ କରିବାର ସମୟ ୮ ଘଣ୍ଟା କରିବା, ଲକ୍‌ଡାଉନ୍‌ ସମୟରେ, ଟ୍ରାନ୍ସପୋର୍ଟ, ଉଠା ଦୋକାନୀ ଓ ସମସ୍ତ ଶ୍ରମଜୀବୀଙ୍କୁ ମୁଣ୍ଡ ପିଛା ୧୦ କେଜି ଚାଉଳ ଓ ୧୦ ହଜାର ଟଙ୍କା ସହାୟତା, ସ୍କୁଲ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କର ଶିକ୍ଷା ଖର୍ଚ୍ଚ ସରକାର ବହନ କରିବା ଆଦି ଦାବି କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଜିଲା ସହସମ୍ପାଦକ ଅର୍ଜୁନ ଚରଣ ମହାନ୍ତ, ଏମ୍‌ଡି ବଦ୍ରୁ ଜାମା, ଗିରିଶ ଚନ୍ଦ୍ର ନାଏକ, ଭରଦ୍ୱାଜ ମହାନ୍ତ, ଗଣେଶ ନାଏକ ଓ ପ୍ରେମାନନ୍ଦ ନାଏକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟପକ୍ଷେ ଅଲ୍‌ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ପକ୍ଷରୁ ୧୨ଦଫା ଦାବି ନେଇ ଜିଲାପାଳଙ୍କୁ ସ୍ମାରକପତ୍ର ଦିଆଯାଇଥିଲା।


All Right Reserved By Dharitri.Com

ଦେଶପ୍ରେମର ଗାଥା ଶୁଣାଉଛି ଚଷାଖଣ୍ଡ: ‘ବଳିଷ୍ଠ ଭାରତ ଗଠନ ଥିଲା ବାଘାଯତୀନଙ୍କ ଆଦର୍ଶ’

ବାଲେଶ୍ୱର ଅଫିସ, ୧୦।୯-ବାଲେଶ୍ୱର ଜିଲା ରେମୁଣା ବ୍ଲକ ରକ୍ତତୀର୍ଥ ଚଷାଖଣ୍ଡ ସବୁଦିନ ଦେଶପ୍ରେମର ଗାଥା ଶୁଣାଉଛି। କ୍ରାନ୍ତିବୀର ବାଘାଯତୀନ ଏହି ସ୍ଥାନରେ ବ୍ରିଟିଶ ଫୌଜଙ୍କ ସହ...

ପାହାଡ଼ ଉପରକୁ ନେଇ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର

  ସୁନ୍ଦରଗଡ଼, ୮।୨ (ଡି.ଏନ୍‌.ଏ.)-ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅଞ୍ଚଳରେ ବୁଧବାର ରାତିରେ ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ପୀଡିତା ଏସମ୍ପର୍କରେ କୁତ୍ରା ଥାନାରେ...

ବାଙ୍ଗାଲୋରରେ ଓଡିଆ ଯୁବକଙ୍କ ମୃତ୍ୟୁ

ରୂପ୍‌ସା, ୧୩।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ମଥାନୀ ପଞ୍ଚାୟତ ଅନ୍ତର୍ଗତ ପୋଡାପଡା ଗ୍ରାମର ସୁଦାମ ଚରଣ ସିଂହଙ୍କର ପୁଅ ସତ୍ୟନାରାୟଣ(୨୧)ଙ୍କ ବାଙ୍ଗାଲୋରରେ ମୃତ୍ୟୁ ଘଟିଛି। ଗତ...

ମଦ କାରଖାନା ଉପରେ ଚଢ଼ାଉ: ମହିଳା କିଙ୍ଗପିନ୍‌ ଗିରଫ; ୧୭ଲକ୍ଷ ଟଙ୍କା, ୧୫୦ ଲିଟର ମଦ ଜବତ

ଖୋର୍ଦ୍ଧା ଅଫିସ,୨୪।୪: ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ରାସଲ ଗ୍ରାମରେ ଦୀର୍ଘଦିନ ଧରି ବେଆଇନ ଭାବେ ମଦ କାରଖାନା ଚାଲିଆସୁଥିଲା। ଜେନେରେଟର, ପେକିଂ ମେଶିନ...

ମୃତକଙ୍କ ନାମରେ ଭତ୍ତା ଟଙ୍କା ହଡ଼ପ

ଦାରିଙ୍ଗବାଡ଼ି, ୨୬।୮(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ଦିନକୁ ଦିନ ଦୁର୍ନୀତି ବୃଦ୍ଧି ପାଉଥିବାବେଳେ ମୃତ ଲୋକଙ୍କ ନାମରେ ହଜାର ହଜାର ଟଙ୍କା ଚଳୁ କରାଯାଇଥିବା...

କୋଇଲା ସମସ୍ୟା : ନାଲ୍‌କୋ ସିପିପିର ୬ ୟୁନିଟ୍‌ ବନ୍ଦ

ବଅଁରପାଳ, ୧।୧୦ (ଡି.ଏନ୍‌.ଏ.)- ତାଳଚେରସ୍ଥିତ ଏମ୍‌ସିଏଲ୍‌ର କୋଇଲା ଖଣିରୁ ଆନ୍ଦୋଳନ ହଟିଯାଇଥିଲେ ବି ରାଷ୍ଟ୍ରାୟତ ଉଦ୍ୟୋଗ ନାଲ୍‌କୋକୁ ଆବଶ୍ୟକ ପରିମାଣର କୋଇଲା ଯୋଗାଣ ହୋଇପାରୁ ନାହିଁ।...

ଉଚ୍ଛେଦ ନୋଟିସ୍‌ ବିରୋଧରେ ପ୍ରତିବାଦ ସଭା

ବାରିପଦା ଅଫିସ,୨।୮- ବାରିପଦା ସହର ୱାର୍ଡ ନଂ.୨୭ର ଦେବେନ୍ଦ୍ରପୁର ବସ୍ତି ଅଞ୍ଚଳରେ ବସବାସ କରୁଥିବା ଭୂମହୀନମାନଙ୍କୁ ଉଚ୍ଛେଦ କରିବା ପାଇଁ ବାରିପଦା ଉପଜିଲାପାଳ ନୋଟିସ କରିଛନ୍ତି।...

ଉଚ୍ଛେଦ ପରେ ଦାଉ ସାଧୁଛି ବର୍ଷା

ଭଞ୍ଜନଗର,୨୫।୯(ଡି.ଏନ.ଏ.)-ଭଞ୍ଜନଗର ଆର୍‌ସିରୋଡ଼ରୁ ଜବରଦଖଲ ଉଚ୍ଛେଦ ପରେ ବର୍ଷା ଆରମ୍ଭ ହୋଇଯାଇଥିଲା। ବିଗତ ୨୦ ଦିନ ହେବ ମଝିରେ ମଝିରେ ଏହିଭଳି ବର୍ଷା ହେଉଛି। ତେଣୁ ପ୍ରଶାସନ...

Leave a comment

Your email address will not be published. Required fields are marked *