Posted inଜାତୀୟ

ଫିଲ୍ମ ଶୁଟିଂ କାମ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି ମହାରାଷ୍ଟ୍ର ସରକାର

ମୁମ୍ବାଇ,୨୨।୫: ଦେଶରେ କରୋନା ମହାମାରୀ ଯୋଗୁ ଗତ ମାର୍ଚ୍ଚ ମାସରୁ ଲକ୍‌ଡାଉନ ଚାଲିଥିବା ବେଳେ ସମସ୍ତ ଟେଲିଭିଜନ ପ୍ରଡକସନ୍‌ ଓ ଫିଲ୍ମ ଶୁଟିଂ କାମ ବନ୍ଦ ରହିଛି। ଏହାକୁ ଆରମ୍ଭ କରିବା କଥା ଚିନ୍ତା କରି ଶୁକ୍ରବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇଣ୍ଡିଆନ ବ୍ରଡକାଷ୍ଟିଂ ଫାଉଣ୍ଡେଶନ ସହ ଏକ ବୈଠକରେ କଥା ହୋଇଛନ୍ତି। ତେବେ ସମସ୍ତ ପ୍ରକାର ସତର୍କତା ଅଲମ୍ବନ କରି ଟେଳିଭିଜନ ପ୍ରଡକସନ୍‌ କାମ ଆରମ୍ଭ କରାଯାଇପାରେ ବୋଲି ସେ କହିଛନ୍ତି। ଅନ୍ୟପଟେ ଫିଲ୍ମ ସିଟିରେ କାମ ଆରମ୍ଭ କରିବାକୁ ନେଇ ସରକାର ଚିନ୍ତା କରୁଛନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, କରୋନା ସଂକ୍ରମଣରେ ମହାରାଷ୍ଟ୍ର ସବୁଠାରୁ ଆଗରେ ଥିବା ବେଳେ ଏଠାରେ ଦିନକୁ ହଜାର ହଜାର କରୋନା ସଂକ୍ରମିତଙ୍କୁ ଏବେବି ଚିହ୍ନଟ କରାଯାଉଛି। ଏବେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୪ ହଜାର ପାର କରି ସାରିଥିବା ବେଳେ ଏହା ମହାରାଷ୍ଟ୍ର ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଯାଇଛି।


All Right Reserved By Dharitri.Com

କଟା ହେଲା ୮ଶହ ଗଛ: ଫସର ଫାଟିଲା ବିକ୍ଷୋଭ; ଶହେରୁ ଅଧିକ ଗିରଫ

ମୁମ୍ବାଇ,୫।୧୦: ମହାରାଷ୍ଟ୍ର ମୁମ୍ବାଇର ଆରେ କଲୋନୀରେ ଗଛ କାଟିବା ବିରୋଧରେ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲେ ମଧ୍ୟ ତାହା ଫସର ଫାଟ ଯାଇଛି।...

ନିୟନ୍ତ୍ରଣ ହରାଇଲା ହେଲିକପ୍ଟର: ଲାଣ୍ଡିଂ ନ କରି ଦିଲ୍ଲୀ ଫେରିଗଲେ ବାଲକ୍‌ ନାଥ୍‌

ଅଲଓ୍ବର,୩୦।୬: ରାଜସ୍ଥାନ ଅଲଓ୍ବର ଲୋକ ସଭା ଆସନର ଭାଜପା ଏମ୍‌ପି ବାବା ବାଲକ୍‌ ନାଥ୍‌ଙ୍କ ହେଲିକପ୍ଟର ନିୟନ୍ତ୍ରଣ ହରାଇବାରୁ ଏହା ଲାଣ୍ଡିଂ ନ କରି ପାରି...

ଡ୍ରାଇଭର ପାଇଁ ରୋଜା ରଖିଲେ ବନ ଅଧିକାରୀ

ମୁମ୍ବାଇ,୩୧।୫: ବହୁ ସ୍ଥାନରେ ଧର୍ମ ନାଁରେ ଦଙ୍ଗା, ମାରପିଟ୍‌ ଓ ରାଜନୀତି ହେଉଥିବା ଦେଖିବାକୁ ମିଳିଥାଏ। ହେଲେ ମହାରାଷ୍ଟ୍ରରେ ହିନ୍ଦୁ-ମୁସଲମାନ ଭାଇଚାରାର ଏକ ଜ୍ୱଳନ୍ତ ଉଦାହରଣ...

ଶିବସେନା ନେତାଙ୍କୁ ହତ୍ୟା

ମୁମ୍ବାଇ,୧୭।୩(ପି.ଟି.):ମହାରାଷ୍ଟ୍ରର ଅହମଦନଗର ଜିଲାରେ ଶିବସେନାର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ରବିବାର...

ଗତ ୨୪ଘଣ୍ଟାରେ ସର୍ବାଧିକ ୫୦୦୦ କରୋନା ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ,୨୦।୫: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନା ବ୍ୟାପିବାରୁ ରୋକିବା ପାଇଁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଜାରି ରହିଛି। ଏହାସତ୍ୱେ ମଧ୍ୟ...

ଅଫଜଲ ଗୁରୁଙ୍କୁ କରାଯାଇଥିଲା ବଳିର ଛେଳି: ସୋନୀ ରାଜଦାନ୍‌

ମୁମ୍ବାଇ,୨୧।୧: ଆତଙ୍କବାଦୀଙ୍କ ସହିତ ଡିଏସ୍‌ପି ଦାବିନ୍ଦର ସିଂଙ୍କ ସମ୍ପର୍କ ପ୍ରସଙ୍ଗରେ ବଲିଉଡ୍‌ର ପୂର୍ବତନ ଅଭିନେତ୍ରୀ ସୋନୀ ରାଜଦାନଙ୍କ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।...

ଭାଜପାକୁ ସମର୍ଥନ କଲେ ଜୋତାରେ ବାଡେଇବେ ଜନତା: ଦିପେନ୍ଦ୍ର ସିଂ ହୁଡ୍ଡା

ଚଣ୍ଡିଗଡ଼,୨୫।୧୦: ହରିୟାଣା ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠନା ମିଳି ନ ଥିବା ବେଳେ ଏବେ ସରକାର ଗଢିବାକୁ ଉଭୟ ଭାଜପା ଓ କଂଗ୍ରେସ...

ପାକିସ୍ତାନ ପଳାଇବାକୁ ଚେଷ୍ଟା କରୁଛନ୍ତି କମଲେଶଙ୍କ ହତ୍ୟାକାରୀ

ଲକ୍ଷ୍ନୌ,୨୧।୧୦: ହିନ୍ଦୁ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ କମଲେଶ ତିଓ୍ବାରୀଙ୍କ ହତ୍ୟାକାଣ୍ଡର ୨ ମୁଖ୍ୟ ଅଭିଯୁକ୍ତ ଏବେବି ପୋଲିସ ଆଖିରେ ଧୂଳିଦେଇ ଫେରାର ଅଛନ୍ତି। ଶେଖ...

Leave a comment

Your email address will not be published. Required fields are marked *