ବାତ୍ୟା ଅମ୍ଫନ କ୍ଷୟକ୍ଷତି ପାଇଁ ଓଡିଶାକୁ ୫୦୦ କୋଟି: ମୋଦି

ଭୁବନେଶ୍ୱର,୨୨।୫(ବ୍ୟୁରୋ)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ସାମୁଦ୍ରିକ ବାତ୍ୟା ଅମ୍ଫନ କ୍ଷୟକ୍ଷତି ପାଇଁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ୫୦୦ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ବାତ୍ୟାର ମୁକାବିଲା ଦିଗରେ ରାଜ୍ୟବାସୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ ରାଜ୍ୟର ବାତ୍ୟାଞ୍ଚଳ ଭାରତୀୟ ବାୟୁସେନା ହେଲିକପ୍ଟର ଯୋଗେ ବୁଲି ଦେଖିଥିଲେ। ପରେ ଭୁବନେଶ୍ୱର ବିମାନ ବନ୍ଦରର କନଫରେନ୍ସ ହଲରେ ପ୍ରଧାନମନ୍ତ୍ରୀ ମୋଦି ଏକ ଉଚ୍ଚସ୍ତରୀୟ ବୈଠକରେ ଅମ୍ଫନ କ୍ଷୟକ୍ଷତିର ସମୀକ୍ଷା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ, ୫-ଟି ସଚିବ ଭିକେ ପାଣ୍ଡିଆନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ପୋଲିସ ଡିଜି ଅଭୟ, ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।


All Right Reserved By Dharitri.Com

ଲଗାଣ ବର୍ଷା: ସ୍କୁଲରେ ଉପସ୍ଥାନ ଶୂନ

କଟକ ଅଫିସ,୭।୭- ଲଗାଣ ବର୍ଷା ଯୋଗୁ କଟକ ସହର ଜଳାର୍ଣ୍ଣବ ହୋଇଛି। ବିଶେଷକରି ଏହାର ପ୍ରଭାବ ପାଠପଢା ଉପରେ ପଡିଛି। ଶନିବାର ବର୍ଷାଯୋଗୁ ସହରର ସମସ୍ତ...

୨୨ରେ ବସ୍‌ ଚାଲିବନି

ଭୁବନେଶ୍ୱର,୨୧ା୩(ବ୍ୟୁରୋ): କରୋନା(କୋଭିଡ-୧୯)ର ଭୟାବହତାକୁ ଦେଖି ଆସନ୍ତା ୨୨ ତାରିଖରେ ସମଗ୍ର ଦେଶରେ ଜନତା କର୍ଫୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ନର୍ସଙ୍କ ଅସାବଧାନତା: ଇଞ୍ଜେକ୍‌ସନ ଦେବା ବେଳେ ଶିଶୁ ପିଚାରେ ରହିଗଲା ଛୁଞ୍ଚି, ମାସେ ଯନ୍ତ୍ରଣା ପରେ ବାହାରିଲା

ମାଧପୁର, ୧୭ା୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ ମାଧପୁରରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କମ୍ପଲା ପଞ୍ଚାୟତ ମହନଖୋଳି ଗ୍ରାମର ସୀତାକାନ୍ତ ପଣ୍ଡାଙ୍କ...

କୋହଳ ପରେ ଗହଳି

ଅନୁଗୋଳ ଅଫିସ, ୫।୫ ଅନୁଗୋଳ ଜିଲା ଗ୍ରୀନ୍‌ ଜୋନ୍‌ରେ ଥିବାରୁ ଜିଲା ପ୍ରଶାସନ ପକ୍ଷରୁ ଲକ୍‌ଡାଉନ ନିୟମ କୋହଳ କରାଯାଇଛି। ଫଳରେ ସୋମବାରଠାରୁ ଅନେକ ବ୍ୟବସାୟିକ...

ବାଲିଯାତ୍ରାକୁ ଜାତୀୟ ଐତିହ୍ୟ ମାନ୍ୟତା ଦାବି

କଟକ ଅଫିସ, ୨୪।୧୦: ପ୍ରଥମ ରାଜଧାନୀ ତଥା ହଜାରେ ବର୍ଷର ସହର କଟକ ଏବଂ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ଏକ ସର୍ବପୁରାତନ ଅଂଶ ଐତିହାସିକ...

ହଜିଯାଉଛେ ପାରମ୍ପରିକ ମାଛମରା ସାଜୋସାମାନ

  ଜାମଟିକ୍ରା, ୨।୧୧(ଡି.ଏନ୍‌.ଏ.)- ସମିଆ ବଦିଲବାର ସଂଗେ ସବୁ ଜିନିଷର ଦରଦାମ୍‌ ବଢ଼ୁଛେ। ସେନ୍‌ତା ବଜାରରେ ମିଲୁଥିବା ଶାଗ୍‌, ମାଛ୍‌, ପନିପରିବାରେ ବି ଆଗର ଗୁନ୍‌ଧରମ...

ନିମ୍ନମାନର ମେଶିନ ଦେଇ ୨୭ ଲକ୍ଷ ଠକେଇ: ରାଜସ୍ଥାନରୁ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୩ା୧(ବ୍ୟୁରୋ): ନିମ୍ନମାନର ସିମେଣ୍ଟ ଇଟା ମେଶିନ ଯୋଗାଇବା ଅଭିଯୋଗରେ ଖଣ୍ଡଗିରି ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ରାଜସ୍ଥାନରୁ ଗିରଫ କରି ଶନିବାର ଫେରିଛି। ସେ...

ମିଶନରେଟ ପୋଲିସକୁ ମହିଳାଙ୍କ ସୁରକ୍ଷା ଚିନ୍ତା: ଛାତ୍ରୀ, ମହିଳା ହେବେ ସ୍ପେଶାଲ ପୋଲିସ ଅଫିସର

ଭୁବନେଶ୍ୱର,,୧୭ା୧୨(ବ୍ୟୁରୋ): ଓଡ଼ିଶା ସମେତ ସାରା ଦେଶରେ ଏବେ ମହିଳାମାନେ ଅସୁରକ୍ଷିତ ହୋଇପଡୁଛନ୍ତି। ବଳାତ୍କାର ଓ ନିର୍ଯାତନା ସୀମା ଟପିଛି। ବିଶେଷକରି ହାଇଦ୍ରାବାଦ ମହିଳା ଡାକ୍ତର ଏବଂ ଉନ୍ନାଓ...

Leave a comment

Your email address will not be published. Required fields are marked *