ପୁଅଙ୍କୁ ସାଙ୍ଗରେ ଧରି ଅର୍ଜୁନଙ୍କ ସହ ଏକାଠି ରହୁଛନ୍ତି ମଲାଇକା !

ମୁମ୍ବାଇ: କରୋନା ଭାଇରସ ପାଇଁ ଏବେ ସାରା ଦେଶରେ ଲକ୍‌ଡାଉନ ୪.୦ ଜାରି ରହିଛି। ଏହି ସମୟରେ ବଲିଉଡ୍‌ର ସବୁ ସେଲିବ୍ରିଟି ପାୟତଃ ଘରେ ନିଜ ପରିବାର ସହ କ୍ୱାଲିଟି ଟାଇମ୍‌ ସ୍ପେଣ୍ଡ କରୁଛନ୍ତି। ଆଉ ମଝିରେ ମଝିରେ ସୋସିଆଲ ମିଡିଆରେ କିଛି ଫଟୋ ଓ ଭିଡିଓ ଶେୟାର କରି ପ୍ରଶଂସକଙ୍କ ମନୋରଞ୍ଜନ ମଧ୍ୟ କରୁଛନ୍ତି। ନିକଟରେ ବଲିଉଡ୍‌ ନାୟିକା ମଲାଇକା ଆରୋରା ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ହେଉଛି। ଏହି ଫଟୋରେ ମଲାଇକା ତାଙ୍କ ପୁଅ ଓ ଡଗି ସହ ନଜର ଆସିଛନ୍ତି। ଏବେ ଆଲୋଚନା ହେଉଛି କି ମଲାଇକା ପୁଅ ଅରହାନଙ୍କୁ ନେଇ ଅର୍ଜୁନଙ୍କ ସହ ଏକାଠି ରହୁଛନ୍ତି। ଏହାର କାରଣ ହେଲା କିଛିଦିନ ତଳେ ଏମିତି କିଛି ଫଟୋ ଭାଇରାଲ ହୋଇଥିଲା ଯଉଁଥିରେ ମଲାଇକା ଅର୍ଜୁନଙ୍କ ସହ କ୍ୱାରାଣ୍ଟାଇନ ପିରିୟଡ ଏନ୍‌ଜୟ କରୁଥିଲେ। ପୁଣି କିଛିଦିନ ପୂର୍ବେ ଅର୍ଜୁନ କପୁର ମଧ୍ୟ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ପୋଷ୍ଟ କରିଥିଲେ ଆଉ ଏଥିରେ ସେ ମଲାଇକାଙ୍କ ହାତ ତିଆରି କେକ୍‌ ଖାଉଥିବା ନଜର ଆସିଥିଲା। ଆଉ ଏବେକାର ଫଟୋକୁ ଦେଖି ଅନୁମାନ କରାଯାଉଛି କି ମଲାଇକା ପୁଅ ଅରହାନଙ୍କୁ ନେଇ ଅର୍ଜୁନଙ୍କ ସହ ଏକାଠି ଲକ୍‌ଡାଉନ ପିରିୟଡର ମଜା ନେଉଛନ୍ତି। କିଛିଦିନ ହେବ ଅର୍ଜୁନ କପୁର ଓ ମଲାଇକା ଆରୋରାଙ୍କ ରିଲେସନଶିପକୁ ନେଇ ଆଲୋଚନା ହେଉଥିବା ବେଳେ ଏମାନେ କିନ୍ତୁ ଏ ସମ୍ପର୍କରେ କେବେ କେଉଁଠି ଖୋଲାଖୋଲି କିଛି କଥା ହୋଇ ନାହାନ୍ତି। ଏମିତିକି ଏମାନେ ଖୁବଶୀଘ୍ର ବିବାହ କରିବେ ବୋଲି ମଧ୍ୟ ଆଲୋଚନା ବି ହେଉଛି।


All Right Reserved By Dharitri.Com

ବଲିଉଡ୍‌ର ‘ବ୍ୟାଡ୍‌ମ୍ୟାନ୍‌’ ଗୁଲ୍‌ଶନ: ପିଲାବେଳେ ବିକୁଥିଲେ ଲୁଗାସଫା ପାଉଡର

ମୁମ୍ବାଇ: ସଂଘର୍ଷ ବିନା କେହି ବି ଉଚ୍ଚ ସୋପାନରେ ପହଞ୍ଚି ପାରେନା, ସଫଳତାର ବାସ୍ତବ ସ୍ବାଦ ମିଳିପାରେନା। ବଲିଉଡ୍‌ରେ ଜଣେ ଅଭିନେତା ଭାବେ ପ୍ରତିଷ୍ଠିତ ହେବା...

କ୍ୟାମେରାରେ ଧରାପଡ଼ିଲା କ୍ୟାଟ୍ରିନା-ଭିକିଙ୍କ ଲୁଚାଛପା ପ୍ରେମ

ରବିବାର ରାତିରେ କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲ ଫିଲ୍ମ ନିର୍ମାତା ଆରତି ସେଟ୍ଟୀଙ୍କ ମୁମ୍ବାଇସ୍ଥିତ ଘରେ ପହଞ୍ଚିଥିଲେ। ଦୁଇଜଣ ଅଲଗା ଅଲଗା କାର୍‌ରେ ଯାଇଥିଲେ...

ରଣବୀରଙ୍କ ପ୍ରେମରେ ଉବୁଟୁବୁ ଆଲିଆ, ବରୁଣଙ୍କୁ ଭାବିଲେ ରଣବୀର

ମୁମ୍ବାଇ,୧୬।୪: ରଣବୀରଙ୍କ ପ୍ରେମରେ ଉବୁଟୁବୁ ଆଲିଆ। ବରୁଣଙ୍କୁ ରଣବୀର ଭାବିଲେ ଆଲିଆ। ବି-ଟାଉନର ଲଭ୍‌ବାର୍ଡ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପ୍ରେମ ଏବେ ଚର୍ଚ୍ଚାରେ।...

ଆଉ ଜଣେ ନବାଗତା

ଜଣେ ନବାଗତା ନିଜ ନାମକୁ ନାୟିକା ଦୌଡରେ ସାମିଲ କରିଛନ୍ତି। ସେ ହେଲେ ସ୍ବାତୀ। ନିର୍ମାଣାଧୀନ ଓଡ଼ିଆ ସିନେମା ‘ଅଟୋଗ୍ରାଫ-ଏ ସାଇନ ଅଫ ଲଭ୍‌’ର ଫିମେଲ...

ଗୁଗଲରେ ସର୍ବାଧିକଥର ସର୍ଚ୍ଚ କରାଯାଇଛି ଦେଶୀ ଗର୍ଲଙ୍କୁ

ମୁମ୍ବାଇ: ନିକଟରେ କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ଗୁଗଲ ସର୍ଚ୍ଚରେ ସର୍ବାଧିକ ଥର ସର୍ଚ୍ଚ କରାଯାଇଛି। SEMrush...

ଗୁଡ ବାୟ କହିବା ଏତେ ସହଜ ନୁହେଁ: ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ନାୟିକା ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ୍‌ ବିରାଟ କୋହଲିଙ୍କ ଯୋଡି ଅଧିକାଂଶ ସମୟରେ ଥାଆନ୍ତି ଚର୍ଚ୍ଚାରେ। ବିବାହ ପରେ...

ପୁଲଓ୍ବାମା ଶହିଦଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ଦେବେ ଲତା ମଞ୍ଜେସକର

ମୁମ୍ବାଇ, ୧୬।୪: ପୁଲଓ୍ବାମା ଆକ୍ରମଣରେ ଶହିଦ ହୋଇଥିବା ଯବାନଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି ସ୍ବର ସାମ୍ରାଜ୍ଞୀ ଲତା ମଞ୍ଜେସକର। ଶହିଦ ଯବାନଙ୍କ ପରିବାର ୧କୋଟି...

ସୈଫଙ୍କ ପସନ୍ଦ ଆସିଲାନି ଝିଅ ସାରାଙ୍କ ଫିଲ୍ମ ଟ୍ରେଲର

ସାରା ଅଲ୍ଲୀ ଖାନ୍‌ ଏବଂ କାର୍ତ୍ତିକ ଆର୍ୟନଙ୍କ ଅଭିନୀତ ଫିଲ୍ମ‘ଲଭ୍‌ ଆଜ୍‌ କଲ୍‌’ର ଟ୍ରେଲର ରିଲିଜ୍‌ ହୋଇସାରିଛି। ଏହା ପରେ ପ୍ରଶଂସକଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି।...

Leave a comment

Your email address will not be published. Required fields are marked *