କୃଷ୍ଣପ୍ରସାଦରେ ୨ ପ୍ରବାସୀଙ୍କୁ ଛାଡ଼ି ଚାଲିଗଲା ପ୍ରଶାସନ

କୃଷ୍ଣପ୍ରସାଦ,୨୨।୫(ଡି.ଏନ୍‌.ଏ.): ମହାରାଷ୍ଟ୍ରରୁ ଆସିଥିବା ୨ ପ୍ରବାସୀଙ୍କୁ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ପ୍ରଶାସନ ରାସ୍ତାରେ ଛାଡ଼ି ଚାଲଯାଇଛି। ଏହି ଘଟଣା ଅଞ୍ଚଳରେ ଚହଳ ସୃଷ୍ଟି କରିଛି ।

ଖବର ନେବାରେ ଜଣାପଡିଛି, ନିଜ ଖର୍ଚ୍ଚରେ କୃଷ୍ଣପ୍ରସାଦ ବ୍ଲକ ଦୀପାଞ୍ଚଳର ୨ ଜଣ ପ୍ରବାସୀ ମହାରାଷ୍ଟ୍ରରୁ ଭୁବନେଶ୍ୱରରେ ପହଞ୍ଚି ଥିଲେ। ସେଠାରୁ ପ୍ରଶାସନ କୃଷ୍ଣପ୍ରସାଦ ବ୍ଲକର ପାଇକରାୟ ପୁରରେ ଥିବା କରୋନା ସଂଗରୋଧ କେନ୍ଦ୍ରରେ ପହଞ୍ଚାଇଥିଲେ। ବ୍ଲକ ପ୍ରଶାସନ ସେମାନଙ୍କୁ ନେଇ ବିଳମ୍ବିତ ରାତ୍ରିରେ ଜହ୍ନିକୁଦା ଚିଲିକା କୂଳରେ ଛାଡ଼ି ଚାଲିଯାଇଥିଲା। ଫଳରେ ଗୁରୁବାର ବିଳମ୍ବିତ ରାତ୍ରିରୁ ଜଣେ ପୁରୁଷ ଏବଂ ଜଣେ ମହିଳା ଶୁକ୍ରବାର ମଧ୍ୟାହ୍ନ ଯାଏ ବସି ରହିଛନ୍ତି। ଏପରିକି ସେମାନେ ଉପବାସରେ ଥିବା ଜଣାପଡ଼ିଛି। ତାଙ୍କୁ କିଏ ନିଜ ଗ୍ରାମ ମଏଶା ଗାଁ କୁ ନେବ ସେନେଇ କିଛି ଜଣାପଡ଼ିନାହିଁ। ଅପରପକ୍ଷେ ପ୍ରଶାସନର ଏଥିପ୍ରତି ଗୁରୁତ୍ୱ ନାହିଁ । ଏନେଇ ବିଡିଓ ଅଭିମନ୍ୟୁ ମାଝିଙ୍କୁ ପଚାରିବାରୁ ସେ କହିଛନ୍ତି, ଏମିତି କିଛି ହୋଇନାହିଁ। ମୁଁ ବୁଝିିବା ପରେ ତାର ସମାଧାନ କରିବି। ହେଲେ ଏଥି ପ୍ରତି ଜିଲାପାଳ ଦୃଷ୍ଟି ଦେବା ସହ ଅବହେଳା କରିଥିବା କର୍ମଚାରୀଙ୍କ ବରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।


All Right Reserved By Dharitri.Com

ଦିଗହରା ନାବିକଙ୍କ ଲୋମଟାଙ୍କୁରା କାହାଣୀ: ଆଉ କେବେ ସମୁଦ୍ରକୁ ଯିବିନାହିଁ’

ଅଗଷ୍ଟ ୨୮ ତାରିଖ। ଛୋଟ ବୋଟ୍‌ (ସ୍ଥାନୀୟ ଭାଷାରେ ଟାପା)ରେ ରାଶନ ସାମଗ୍ରୀ ସହ ଏକ ନୂଆ ସ୍କୁଟି ଲଦି ପୋର୍ଟବ୍ଲେୟାରରୁ ବାହାରିଥିଲେ ନାବିକ ଅମ୍ରିତ...

କୋଇଲା ସହ ପିକ୍‌ଅପ୍‌ ଭ୍ୟାନ ଜବତ:ଜଣେ ଗିରଫ

ତିହିଡ଼ି, ୧୧।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଜିଝାରପୁର ଗ୍ରାମରୁ ଶନିବାର ରାତିରେ ପୋଲିସ ୪୦ବସ୍ତା କୋଇଲା ଜବତ କରିଛି। ପିକ୍‌ଅପ୍‌...

କନ୍ଧମାଳରେ କରୋନା ଭୟ, ଚାଇନାରେ ରହି ଏମ୍‌ବିବିଏସ୍‌ କରୁଥିବା ଛାତ୍ର ଆକ୍ରାନ୍ତ ସନ୍ଦେହ

ଫୁଲବାଣୀ ଅଫିସ, ୩୧।୧: ଦିନକୁ ଦିନ କାୟା ମେଲାଇବାରେ ଲାଗିଛି ପ୍ରାଣଘାତୀ କରୋନା ଭୂତାଣୁ ସଂକ୍ରମଣ। କେରଳରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ...

୨ ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷକ ମାଡ଼ମାରିବା ଅଭିଯୋଗ : ବିଦ୍ୟାଳୟ ପରିସରରେ ଉତ୍ତେଜନା

ହାଟଡ଼ିହୀ,୧୭।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ କୁଶଟିକିରି ବିଦ୍ୟାଳୟରେ ମଙ୍ଗଳବାର ପୂର୍ବାହ୍ନରେ ପ୍ରଧାନ ଶିକ୍ଷକ ୨ ଜଣ ଶିକ୍ଷୟିିତ୍ରୀଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଛନ୍ତି।...

ହୋଲିରେ ଯୁବକଙ୍କୁ ହତ୍ୟା, ଜଳତାମୁଣ୍ଡା ଗ୍ରାମରେ ଶୋକର ଛାୟା

କୋକସରା,୧୦।୩(ଡି.ଏନ୍‌.ଏ.): ରଙ୍ଗର ପର୍ବ ହୋଲିରେ ସମସ୍ତେ ମସ୍‌ଗୁଲ ଥିବାବେଳେ କଳାହାଣ୍ଡି ଜିଲା କୋକସରା ଥାନା ଜଳତାମୁଣ୍ଡା ଗାଁରେ ଶୋକର ଛାୟା ଖେଳିଯାଇଛି। ଜଣେ ଯୁବକଙ୍କୁ ପଡ଼ୋଶୀ...

ରାଇବଣିଆରେ ୧୭ ହାତୀଙ୍କ ଉପଦ୍ରବ

ଜଳେଶ୍ୱର, ୧୨।୫(ସ୍ବ.ପ୍ର.)-ଗତ କିଛିଦିନ ବ୍ୟବଧାନ ପରେ ଶିମିଳିପାଳର ୧୭ ହାତୀ ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାଇବଣିଆରେ ୨ଦିନ ଧରି ବ୍ୟାପକ କ୍ଷତି ଘଟାଇ...

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଶ୍ରମିକ ଅର୍ଦ୍ଧଦଗ୍ଧ

ଦିଗପହଣ୍ଡି,୨୨।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ହନୁମାନ ମନ୍ଦିର ନିକଟରେ ଉଚ୍ଚ କ୍ଷମତା ସମ୍ପନ୍ନ ୧୧ କେ.ଭି. ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ରବିବାର...

ନାବାଳିକା ବଳାତ୍କାରୀଙ୍କୁ ୧୦ ବର୍ଷ କାରାଦଣ୍ଡ

ବାରିପଦା ଅଫିସ, ୧୨ା୨- ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ପୋକ୍‌ସୋ କୋର୍ଟର ବିଚାରପତି ଇତିଶ୍ରୀ ମହାପାତ୍ର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି...

Leave a comment

Your email address will not be published. Required fields are marked *