ନିଯୁକ୍ତି ଦାବିରେ ଲୋଡିଂ ବନ୍ଦ କଲେ ସ୍ଥାନୀୟବାସିନ୍ଦା: ପୋଲିସ ପକ୍ଷରୁ ଲାଠି ଚାର୍ଜ ଅଭିଯୋଗ

କେନ୍ଦୁଝର,୨୨।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ସଦର ବ୍ଲକ ନୂଆଗାଁ ପଞ୍ଚାୟତ ଗୁହାଲଡିହି ସାଇଡିଂରେ ନିଯୁକ୍ତି ଦାବିରେ ଶୁକ୍ରବାର ସ୍ଥାନୀୟଲୋକେ କାରଖାନାକୁ ଟ୍ରକରେ ହେଉଥିବା ଲୋଡିଂକୁ ବନ୍ଦ କରିଛନ୍ତି। ସାମାଜିକ ଦୂରତ୍ୱ ରକ୍ଷା କରି  ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରି ଆନ୍ଦୋଳନରେ ବସିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଜାରି ରଖିଛି। ଅନ୍ୟପକ୍ଷେ ପୋଲିସ ଆନ୍ଦୋଳନକାରୀଙ୍କୁ ଘଉଡାଇବା ପାଇଁ ଲାଠି ଚାର୍ଜ କରିଥିବା ଅଭିଯୋଗ ହୋଇଛି। ଏ ନେଇ ସଦର ଥାନା ଅଧିକାରୀ ଜୟନାରାୟଣ ଖଣ୍ଡେଇ କହିଛନ୍ତି, ରାସ୍ତା ଅବରୋଧ ହଟାଇ ଟ୍ରକ ଚଳାଚଳ ଆରମ୍ଭ କରାଯାଇଛି। କୌଣସି ଲାଠି ଚାର୍ଜ କରାଯାଇ ନାହିଁ।


All Right Reserved By Dharitri.Com

ପୂଜାସ୍ଥଳୀ ଥିଲେ ବି ହେଉନି ବିକାଶ

କେନ୍ଦୁଝର, ୨୧ା୮- ଅବହେଳିତ ପୂଜା ସ୍ଥଳୀଗୁଡିକର ପୁନରୁଦ୍ଧାର କରିବା ସହ ପୁରାତନ ସଂସ୍କୃତିର ସୁରକ୍ଷା ପାଇଁ ସରକାର ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ହେଲେ ବିକାଶ...

ସଫେଇ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା

କେନ୍ଦୁଝର,୨୧ା୪(ଡି.ଏନ୍‌.ଏ): କେନ୍ଦୁଝର ପୌରପାଳିକା ଅଧୀନରେ କୋଭିଡ-୧୯ର ମୁକାବିଲା କରୁଥିବା ସଫେଇ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷଣ ଶିବିର ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରଠାରେ ଆରମ୍ଭ ହୋଇଛି। ପୌରପାଳିକାର ନିର୍ବାହୀ ଅଧିକାରୀ...

୬ ଦଫା ଦାବିରେ ଓ୍ବାର୍ଡ ସଭ୍ୟଙ୍କ ଅନଶନ, ୧୧ ଦିନ ବିତିବା ସତ୍ତ୍ୱେ ପୂରଣ ହେଉନି ଦାବି

ହାଟଡିହୀ, ୭ା୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ୬ ଦଫା ଦାବିନେଇ ୱାର୍ଡ଼ ସଭ୍ୟମାନେ ଅନଶନରେ ବସିଛନ୍ତି। ଦୁର୍ନୀତିର ଭିଜିଲାନ୍ସ...

ସାହାରପଡ଼ା ଅଞ୍ଚଳର ଟିକ୍‌ଟକ୍‌ ଭିଡିଓ କଳାକାରଙ୍କ ଓଡ଼ିଆ ସିନେମାରେ ପ୍ରବେଶ

ପାଟଣା, ୧।୮(ସ୍ବ.ପ୍ର.)-ଟିକ୍‌ଟିକ୍‌ କେତେକ କ୍ଷେତ୍ରରେ ଲୋକଙ୍କୁ ବଦନାମ କରିଥିବାବେଳେ କେତେକଙ୍କ ପାଇଁ ଖୁସିର ସମାହାର ଆଣିଦେଇଛି। ତେବେ ସବୁର ବ୍ୟବହାର ଜାଣିଲେ ହେଲା। ଭଲ କାମ...

ଛୁଟିରେ ଚାଲିଛି ଡ୍ରେନ୍‌ ନିର୍ମାଣ

ଆନନ୍ଦପୁର, ୭।୧୦ (ସ୍ବ.ପ୍ର.)- ପାର୍ବଣ ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ଛୁଟିରେ ରହିଥିବା ବେଳେ ଏହି ସମୟରେ ଖପରାଖାଇ-ଘସିପୁରା ଭିଆଇପି ରୋଡ୍‌ର ଡ୍ରେନ୍‌ ନିର୍ମାଣ କାର୍ଯ୍ୟ...

ଲକ୍‌ ଡାଉନ୍‌ର ସାଥୀ ପାଲଟିଛି ରେଡିଓ

କେନ୍ଦୁଝର୧୧ା୪(ସ୍ବ.ପ୍ର): ଲକ୍‌ ଡାଉନ୍‌ ପାଇଁ ଗାଁ ଠାରୁ ଆରମ୍ଭ କରି ସହର ସବୁ ବନ୍ଦ। ଗ୍ରାମାଂଚଳରେ କାଁ ଭାଁ କେତେକ ଗ୍ରୋସରୀ ଦୋକାନ ଛାଡି ଦେଲେ...

ବେକାରୀମୁକ୍ତ ସମାଜ ଗଠନ ଲାଗି ଆହ୍ବାନ

କେନ୍ଦୁଝର,୧୩।୨(ସ୍ବ.ପ୍ର.): ଜାତୀୟ ଯୁବ ପ୍ରକଳ୍ପ ପକ୍ଷରୁ ଶାନ୍ତି ଓ ସଦ୍‌ଭାବନା ରକ୍ଷା ପାଇଁ ସାଇକେଲ ଯାତ୍ରାରେ ଆସି ଗୁରୁବାର କେନ୍ଦୁଝର ଜିଲାରେ ପହଞ୍ଚିଛନ୍ତି ଯୁବତୀ ଯୁବକ।...

ଅମ୍ଫନ ପ୍ରଭାବରେ ପେଟ୍ରୋଲ ପମ୍ପ, ଘର କ୍ଷତିଗ୍ରସ୍ତ

କେନ୍ଦୁଝର,୨୦ା୫ (ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ଅମ୍ଫନ ବାତ୍ୟାର ପ୍ରଭାବରେ ବୁଧବାର ବର୍ଷା ହୋଇଥିଲା। ସକାଳ ୮ଟା୩୦ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ୨୮୦.୮ ମିମି ବର୍ଷା ରେକର୍ଡ...

Leave a comment

Your email address will not be published. Required fields are marked *