୨୩୦ ଟ୍ରେନ୍‌ ପାଇଁ ୨୪ଘଣ୍ଟାରେ ବୁକିଂ ହେଲା ୧୩ଲକ୍ଷ ଟିକେଟ

ନୂଆଦିଲ୍ଲୀ,୨୨।୫: ଭାରତୀୟ ରେଲଓ୍ବେ ଜୁନ ୧ରୁ ୨୩୦ ଯାତ୍ରୀବାହି ଟ୍ରେନ୍‌ ଚଳାଚଳ କରିବାକୁ ଘୋଷଣା କରିଛି। ଏଥିପାଇଁ ଗୁରୁବାରରୁ ବିଭିନ୍ନ ରେଲଓ୍ବେ ଷ୍ଟେସନ୍‌ରେ ଟିକେଟ କାଉଣ୍ଟର ଖୋଲାଯାଇ ବୁକିଂ ଆରମ୍ଭ ହୋଇଛି। ହେଲେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ୨୩୦ ଟ୍ରେନ୍‌ ପାଇଁ ଗତ ୨୪ଘଣ୍ଟା ମଧ୍ୟରେ ୧୩ଲକ୍ଷରୁ ଊର୍ଦ୍ଧ୍ୱ ଟିକେଟ ବୁକ୍‌ ହୋଇସାରିଲାଣି। ଏହା ସବୁଠାରୁ ବଡ଼ ରେକର୍ଡ ବୋଲି କୁହାଯାଇଛି। ଅପରପକ୍ଷେ ଗୁରୁବାର ଟିକଟ ବୁକିଂ ଆରମ୍ଭରୁ ମାତ୍ର ଏକ ଘଣ୍ଟା ମଧ୍ୟରେ ୧.୫ଲକ୍ଷ ଓ ଅଢ଼େଇ ଘଣ୍ଟାରେ ୪ଲକ୍ଷ ଟିକେଟ ବୁକ୍‌ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କରୋନା ଯୋଗୁ ଦେଶବ୍ୟାପି ଲକ୍‌ଡାଉନ ଜାରି ରହିଛି। ଏଥିପାଇଁ ଦେଶରେ ସମସ୍ତ ଟ୍ରେନ୍‌ ଚଳାଚଳ ଉପରେ ରୋକୋ ଲଗାଯାଇଥିଲା। ହେଲେ କିଛି ଦିନ ପୂର୍ବରୁ ପ୍ରବାସୀଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ ଲାଗି କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ସରକାରଙ୍କୁ ଅନୁମତି ଦେଇଥିଲେ।


All Right Reserved By Dharitri.Com

୩୧ରୁ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୧୬ା୧(ପି.ଟି.): ଜାନୁୟାରୀ ୩୧ରୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ଏପ୍ରିଲ ୩ ପର୍ଯ୍ୟନ୍ତ ଚାଲିବ। ୩୧ ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରପତି ରାମନାଥ...

ଦିନକରେ ୩୮ ହଜାର ନୂଆ ମାମଲା

ଓ୍ବାଶିଂଟନ/ରୋମ୍‌/ ଲଣ୍ଡନ, ୩।୫: କରୋନା ମହାମାରୀ ଯୋଗୁ ବିଶ୍ୱ ଏବେ ଥରହର। ୨୧୨ ଦେଶରେ ଏହି ଭୂତାଣୁ ରାଜୁତି କରୁଥିବା ବେଳେ ଅନାୟାସରେ ଗୋଟିକ ପରେ...

ବଳାତ୍କାର ମାମଲାରେ ଫସିଲେ ଆଉ ଜଣେ ଭାଜପା ବିଧାୟକ

ଲକ୍ଷ୍ନୌ,୧୯।୨: ଉତ୍ତରପ୍ରଦେଶରେ କ୍ଷମତାସିନ ଭାଜପାକୁ ପୁଣି ଆଉ ଏକ ଝଟ୍‌କା ଲାଗିଛି। ପୂର୍ବରୁ ଉନ୍ନାଓ ଗଣବଳାତ୍କାର ମାମଲାରେ ଭାଜପା ବିଧାୟକ କୁଲଦୀପ ସିଂହ ସେଙ୍ଗାର ଛନ୍ଦି...

ଗଞ୍ଜାମରେ ବଦଳିଲା କୋହଳ ନିର୍ଦ୍ଦେଶନାମା: ସାମାଜିକ ଦୂରତ୍ୱ ଅଧିକ କଡ଼ାକଡ଼ି ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ

ଛତ୍ରପୁର, ୨୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସରକାରଙ୍କ ନିର୍ଦ୍ଦେଶନାମାକୁ ନେଇ ରବିବାର କରୋନା କଟକଣାକୁ କୋହଳ କରାଯାଇଥିଲା। ଅପ୍ରେଲ ୨୦ ତାରିଖଠାରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ...

ହିନ୍ଦୁ ନବବର୍ଷ ଅବା ରାମ ନବମୀରେ ପଡ଼ିବ ରାମମନ୍ଦିର ମୂଳଦୁଆ: ସହମତି ପ୍ରକାଶ କଲା ଆର୍‌ଏସ୍‌ଏସ୍‌

ନୂଆଦିଲ୍ଲୀ,୧୧।୧୧: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କରାଯିବା ପାଇଁ ଯୋଜନା ଆରମ୍ଭ ହୋଇଛି। ମନ୍ଦିରର ମୂଳଦୁଆ ହିନ୍ଦୁ ନବବର୍ଷ ଅବା ରାମ ନବମୀରେ ପଡ଼ିବ ବୋଲି ସନ୍ଥମାନଙ୍କ...

ଭାରତୀୟ ବାୟୁସେନାର ହ୍ୟାଲିକପ୍ଟର ‘ଚିତା’ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲ/ଟିମ୍ପୁ,୨୭।୯: ଭାରତୀୟ ବାୟୁସେନାର ଚିତା ହେଲିକପ୍ଟର ଶୁକ୍ରବାର ଭୁଟାନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଭାରତୀୟ ସେନାର ୨ ପାଇଲଟ ଶହୀଦ ହୋଇଛନ୍ତି। ମୃତ ପାଇଲଟଙ୍କ...

କ୍ୟାନସରରୁ ଦୂରେଇ ରହିବାକୁ ଚାହୁଁଛନ୍ତି;ସକାଳେ ଗ୍ଲାସେ ଉଷୁମ ପାଣି ସହିତ ଚୋବାଇ ଖାଆନ୍ତୁ ଏହାକୁ…

ପ୍ରତିଦିନ ସକାଳେ ଗ୍ଲାସେ ଉଷୁମ ପାଣି ସହିତ ୭ଟି ଗୋଲମରିଚ ଚୋବାଇ ଖାଇଲେ ଅନେକ ରୋଗରୁ ରକ୍ଷା ମିଳିଥାଏ । ନିୟମିତ ଏପରି କଲେ ଏଥିରେ...

ରୋଗୀଙ୍କୁ ଫେରାଇଲେ ରଦ୍ଦ ହେବ ଘରୋଇ ହସ୍ପିଟାଲ ଲାଇସେନ୍ସ

ଭୁବନେଶ୍ୱର, ୧୭।୫(ବ୍ୟୁରୋ): ଲକ୍‌ଡାଉନ୍‌ରେ ଯେପରି ଲୋକେ ସ୍ବାସ୍ଥ୍ୟ ସେବା ପାଇପାରିବେ ସେଥିପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସିଛନ୍ତି। ହେଲେ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ କେତେକ...

Leave a comment

Your email address will not be published. Required fields are marked *