କ୍ୱାରେଣ୍ଟାଇନ ଅବଧି ସରିଲା: ଛତ୍ରପୁର ବ୍ଲକର ୪୩୫ ଜଣ ଘରକୁ ଗଲେ

ଛତ୍ରପୁର, ୨୨।୫(ଡି.ଏନ୍‌.ଏ.):ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରୁ ୨୧ ଦିନିଆ ଅବଧି ସରିବା ପରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩୫ ପ୍ରବାସୀ ଗୁରୁବାର ଓ ଶୁକ୍ରବାର ଘରକୁ ଯାଇଛନ୍ତି। ସେଥିମଧ୍ୟରେ ଡିପିଆରସିରୁ ୧୩୮ଜଣ, ବଡ଼ମାଧପୁର ଧୀରେଶ୍ୱର ବିଦ୍ୟାପୀଠ କ୍ୱାରାଣ୍ଟାଇନ ସେଣ୍ଟରରୁ ୩୦, ଛତ୍ରପୁର ସରକାରୀ ଆଇଟିଆଇରୁ ୧୨୯, ବଡ଼ମାଧପୁର ୟୁପି ସ୍କୁଲରୁ ୫୫ ଓ ଗୋବା କ୍ୱାରାଣ୍ଟାଇନ ସେଣ୍ଟରରୁ ୮୩ ଜଣ ରହିଛନ୍ତି। ଏମାନେ ଘରେ ୭ ଦିନ କ୍ୱାରାଣ୍ଟାଇନରେ ରହିବେ। ଘରକୁ ଗଲାବେଳେ ଜନସ୍ବାସ୍ଥ୍ୟ ଅଧିକାରୀ ବରୁଣ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଟିମ୍‌ ଏମାନଙ୍କର ଥର୍ମାଲ ସ୍କ୍ରିନିଂ କରିଥିଲେ। ସେମାନଙ୍କୁ କୋଭିଡ-୧୯ କମ୍ୟୁନିଟି ସ୍ବାସ୍ଥ୍ୟକର୍ମୀ ତାଲିମ ପ୍ରମାଣପତ୍ର ଦିଆଯାଇଛି। ଆବଶ୍ୟକ ହେଲେ ଏମାନେ ସ୍ବାସ୍ଥ୍ୟକର୍ମୀ ଭାବେ କାମ କରିପାରିବେ ବୋଲି କୁହାଯାଇଛି।
ପ୍ରକାଶ ଯେ, କ୍ୱାରାଣ୍ଟାଇନ ସେଣ୍ଟରରେ ଥିବାବେଳେ ଏମାନଙ୍କୁ କୋଭିଡ-୧୯ କମ୍ୟୁନିଟି ସ୍ବାସ୍ଥ୍ୟ କର୍ମୀ ତାଲିମ ପ୍ରଶାସନ ପକ୍ଷରୁ ପ୍ରଦାନ କରଯାଇଥିଲା।


All Right Reserved By Dharitri.Com

କୋଲକାତାକୁ ସ୍ଥାନାନ୍ତର ହେବ ଟାଟାସ୍ପଞ୍ଜ ମୁଖ୍ୟ କାର୍ଯ୍ୟାଳୟ

ଯୋଡ଼ା,୨୩।୭(ଡି.ଏନ.ଏ.)-ଖଣିଜ ସମ୍ପଦ ପ୍ରାଚୁର୍ଯ୍ୟରେ ଭରା ଓଡିଶା ରାଜ୍ୟ ଜାତୀୟ ସମ୍ପଦର ମାଲିକାନା ଅନୁଯାୟୀ ଫାଇଦା ମିଳି ନ ଥିବା ବେଳେ ରାଜ୍ୟର ସର୍ବବୃହତ ଟାଟାସ୍ପଞ୍ଜ ଆଇରନ୍‌...

ଗରାଏ ପାଣିକୁ ୧୦ଟଙ୍କା

ରାୟଗଡା ଅଫିସ୍‌, ୧୭।୫: ରାୟଗଡା ସହରର ରୟତ କଲୋନୀରେ ୧୩ଟି ଲେନ ରହିଛି। ୧୩ଟି ଲେନ ମଧ୍ୟରୁ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଲେନରେ...

ଇନ୍ସପେକ୍ଟର ସ୍ତରରେ ଅଦଳବଦଳ

ବ୍ରହ୍ମପୁର ଅଫିସ, ୨୭।୮: ବ୍ରହ୍ମପୁର ପୋଲିସ ଜିଲା ଇନ୍ସପେକ୍ଟର ସ୍ତରରେ ଅଦଳବଦଳ ହୋଇଛି । ଜିଲା ମୁଖ୍ୟାଳୟ ଚିଠି ନମ୍ବର ୧୬୯୪ ଅନୁଯାୟୀ ମୋଟ ୮ଜଣ...

ଦିନରେ ଆହାର କେନ୍ଦ୍ର, ରାତିରେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ

ଗଞ୍ଜାମ,୨୦ା୫(ଡି.ଏନ.ଏ.)-ଗଞ୍ଜାମ ସହରର ବହୁ ପୁରାତନ ଭାରତୀ ବିଦ୍ୟାପୀଠ ନିକଟରେ ରହିଛି ମିନି ଷ୍ଟାଡିୟମ। ଏନ୍‌ଏସିର ପୂର୍ବତନ ନଗରପାଳ ସ୍ବର୍ଗତ ଶରତ ଚନ୍ଦ୍ର ପଣ୍ଡାଙ୍କ ସମୟରେ ଏହାର...

ମଣିଷର ଆବେଗ ସାହିତ୍ୟ ସୃଷ୍ଟି କରେ

ବଲାଙ୍ଗୀର ଅଫିସ,୧୪ା୨- ବଲାଙ୍ଗୀର ସାମ୍ବାଦିକ ଭବନଠାରେ ସାପ୍ତାହିକ ପ୍ରେରଣା ପକ୍ଷରୁ ଗୁରୁବାର ବହୁଭାଷୀ କବିତା ପାଠୋତ୍ସବ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ା ମନୋରଞ୍ଜନ ସାହୁଙ୍କ...

ଫାଟିଲାଣି ଜୀରା ନଦୀ ବ୍ରିଜ୍‌

ଭେଡ଼େନ,୨୧।୪ (ଡ଼ି.ଏନ.ଏ.) ବରଗଡ଼ ଜିଲା ଭେଡ଼େନ ବ୍ଳକ ଅନ୍ତର୍ଗତ ଧୁବେନପାଲି ଓ ଜାଣ୍ଡୋଲ ମଝିରେ ଜୀରା ନଦୀରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ...

ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

କଣ୍ଟାବାଞ୍ଜି,୨୫ା୧(ଡି.ଏନ.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଫରେଷ୍ଟ ରେଞ୍ଜ ଅଧିନ ପଖନମୁଣ୍ଡା ଗାଁରେ ଶୁକ୍ରବାର ରାତିରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ...

ମୁଖ୍ୟମନ୍ତ୍ରୀଙ୍କ କରୋନା ମୁକାବିଲା ପାଣ୍ଠିକୁ ସହାୟତା ରାଶିର ସୁଅ

ଭୁବନେଶ୍ୱର,୧।୪(ବ୍ୟୁରୋ) କରୋନା ଭୂତାଣୁର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ପାଣ୍ଠି ବ୍ୟବସ୍ଥା କରିଛନ୍ତି। ଏହି ପାଣ୍ଠିକୁ ମଙ୍ଗଳବାର କଟକସ୍ଥିତ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ...

Leave a comment

Your email address will not be published. Required fields are marked *