ସାରକୋଣା ଗ୍ରାମକୁ ଆବଦ୍ଧାଞ୍ଚଳ ଘୋଷଣା

ଖଇରା,୨୨ା୫(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକର ସାରକୋଣା ଗ୍ରାମରେ ଜଣେ ୮୪ ବର୍ଷୀୟ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଗୁରୁବାର ଉକ୍ତ ଗ୍ରାମକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି ା ଉପଜିଲାପାଳ ନିଲୁ ମହାପାତ୍ରଙ୍କ ନିର୍ଦ୍ଦେଶ ଜ୍ରମେ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ, ଆଇଆଇସି ସୁବ୍ରତ କୁମାର ବେହେରା, ତହସିଲଦାର ପ୍ରଦୀପ ସାହୁ, ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା.ପ୍ରଭାକର ମିଶ୍ର ପ୍ରମୁଖଙ୍କ ଉପସ୍ଥିତିରେ ଗ୍ରାମର ୧୧ଟି ରାସ୍ତା ସିଲ କରାଯାଇଛି। ସେହିଭଳି ମୁକ୍ତାବେଗୁନିଆ, କେନ୍ଦୁଭଦଳି, କଣ୍ଡରାଗଡ଼ିଆ ଓ ନୟାଖଣ୍ଡି ଗ୍ରାମକୁ ବଫର ଜୋନ୍‌ ଭାବେ ଘୋଷଣା କରାଯାଇଛି। ପ୍ରାକ୍ତନ ପ୍ରଧାନଶିକ୍ଷକଙ୍କ ସଂସ୍ପର୍ଶରେ ଆସିଥିବା ସମ୍ପର୍କୀୟଙ୍କ ସମ୍ପର୍କରେ ପ୍ରଶାସନ ଖୋଳତାଡ଼ ଆରମ୍ଭ କରିଛି। ସେହିଭଳି ମୋଟ୍‌ ୩୦ଜଣଙ୍କ ନିକଟରୁ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇଛି।


All Right Reserved By Dharitri.Com

ତବଲିଗ୍‌ ଜମାତ୍‌ ନେଇ ହରଡ଼ଘଣାରେ ସରକାର !

ନୂଆଦିଲ୍ଲୀ,୧।୪: ଦିଲ୍ଲୀର ନିଜାମୁଦ୍ଦିନ୍‌ରେ ହୋଇଥିବା ତବଲିଗ୍‌ ଜମାତ୍‌ ନେଇ ଏବେ କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାର ମଧ୍ୟ ହରଡ଼ଘଣାରେ ପଡ଼ିଛନ୍ତି। ଜମାତ୍‌ରେ ଯୋଗଦେଇଥିବା ୩୨ଜଣଙ୍କୁ...

ମାଛ ମାରୁଥିବାବେଳେ ପୋଖରୀରେ ବୁଡି ଯୁବକ ମୃତ

ଅମରପାଲି, ୧୨।୫ (ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ବହଳପଦର ପଞ୍ଚାୟତର ବିଶାଲପାଲି ଗ୍ରାମ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ।...

କାମ ଚାଲିଥିବାବେଳେ ଦବିଗଲା ସୁକତେଲ ବ୍ରିଜ, ୨ ଶ୍ରମିକଙ୍କ ଜୀବନ ଗଲା

ପାଟଣାଗଡ, ୨୯।୪ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ ବ୍ଲକ ଅଧୀନ ଟମିଆ ଗାଁ ନିକଟରେ ଥିବା ସୁକତେଲ ବ୍ରିଜ ବୁଧବାର ସକାଳ ୯ଟାରେ କାମ ଚାଲିଥିବାବେଳେ...

କେରଳ, ସୁରଟରୁ ଫେରିଲେ ମୋହନାର ୧୨ପ୍ରବାସୀ

ଆର.ଉଦୟଗିରି,୯।୫(ଡି.ଏନ୍‌.ଏ): ଗଜପତି ଜିଲାର ମୋହନା ବ୍ଲକକୁ କେରଳ ଓ ସୁରତରୁ ୧୨ଜଣ ପ୍ରବାସୀ ଓଡ଼ିଆ ଆସିଥବା ଜଣାପଡିଛି। ଶୁକ୍ରବାର ଅପରାହ୍ନରେ ଗଞ୍ଜାମ ଜିଲା ଜଗନ୍ନାଥପୁର ଷ୍ଟେସନରେ...

ପେଟ୍ରୋଲ ପମ୍ପରୁ ଲୁଟ୍‌: କର୍ମଚାରୀଙ୍କୁ ମାଡ଼ ମାରି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ମାର୍ଶାଘାଇ,୨୦।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫ନଂ. ଜାତୀୟ ରାଜପଥ ମାର୍ଶାଘାଇ କ୍ରସିଂ ଛକ ଓ ହଜାରୀ ଛକ ମଧ୍ୟରେ ଥିବା ପେଟ୍ରୋଲ ପମ୍ପରୁ...

ବାଇକ୍‌କୁ ଧକ୍କା ଦେଲା ଟ୍ରକ :ଦୁଇ ପୁଅ ସହ ବାପାଙ୍କ ଜୀବନ ଗଲା

ଖୋର୍ଦ୍ଧା ଅଫିସ,୨୮ା୮:କୋଲକାତା-ଚେନ୍ନାଇ୧୬ନଂ. ଜାତୀୟ ରାଜପଥର ଗଡ଼ଖୋର୍ଦ୍ଧା ଛକ ନିକଟରେ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୦ଟାରେ ଏକ ଅଣ୍ଡା ବୋଝେଇ ଟ୍ରକ୍‌ ଧକ୍କାରେ ୩ଜଣ ବାଇକ୍‌...

ବି.ଡକେବାଡ଼ିରେ ଜ୍ୱର, ଝାଡ଼ା ଘଟଣା ପିଇବା ପାଣି କଥା ଶୁଣିଲାନି ପ୍ରଶାସନ

ଦାରିଙ୍ଗବାଡ଼ି,୪।୫(ଡି.ଏନ.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ବି.ଡକେବାଡ଼ି ଗ୍ରାମରେ ଜ୍ୱର, ଝାଡା ଲାଗି ରହିଛି। କେତେକ ଲୋକଙ୍କ ଜ୍ୱର ଛାଡ଼ୁଥିବା ବେଳେ ଆଉ କେତେଜଣ ଆକ୍ରାନ୍ତ ହେଉଛନ୍ତିି।...

ପୁରାତନ ଛାତ୍ର ସଂସଦ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

କୋଣାର୍କ,୨୮।୪(ଡି.ଏନ୍‌.ଏ.): କୋଣାର୍କସ୍ଥିତ କୋଣାର୍କ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦିଲୀପ କୁମାର ଦାସ, ବିଜୟ ରାୟ ଓ କୈଳାସ ଚନ୍ଦ୍ର ରାୟଙ୍କ ଆର୍ଥତ୍କ ପ୍ରୋତ୍ସାହନ ଓ ପ୍ରେରଣାରେ...

Leave a comment

Your email address will not be published. Required fields are marked *