ବୃଦ୍ଧା ମା’ଙ୍କୁ ପିଟିପିଟି ମାରିଦେଲେ ଦୁଇ ପୁଅ

ବାରିପଦା ଅଫିସ,୨୨ା୫: ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ଥାନା ସାତଭାୟା ଗ୍ରାମରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ବଣକାଟି ପଞ୍ଚାୟତ ସାତଭାୟା ଗ୍ରାମର ବୃଦ୍ଧା ମା’ ତୁଳସୀ ସିଂଙ୍କୁ ଦୁଇ ପୁଅ ପିଟିପିଟି ମାରି ଦେଇଛନ୍ତି।
ଘଟଣାରୁ ପ୍ରକାଶ ଯେ, ତୁଳସୀଙ୍କ ଦୁଇ ପୁଅ ରବି ଏବଂ ରାଜକିଶୋର ଗୁରୁବାର ରାତିରେ ପ୍ରଚୁର ମଦ୍ୟପାନ କରି ଆସିଥିଲେ। ଘଟଣାକୁ ନେଇ ତୁଳସୀ ଦୁଇ ପୁଅଙ୍କୁ ଗାଳିଗୁଲଜ କରିଥିଲେ। ଏଥିରେ ଦୁଇ ପୁଅ ଉତ୍‌କ୍ଷିପ୍ତ ହୋଇ ନିଶାସକ୍ତ ଅବସ୍ଥାରେ ତୁଳସୀକୁ ଦୁଇଟି ଠେଙ୍ଗାରେ ପିଟିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ଜୀବନ ଚାଲିଯାଇଥିଲା। ଶୁକ୍ରବାର ସକାଳେ ଘଟଣା ବିଷୟରେ ମୃତ ତୁଳସୀଙ୍କ ସ୍ବାମୀ ଏ ନେଇ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବାଙ୍ଗିରିପୋଷି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଦୁଇ ପୁଅଙ୍କୁ ଗିରଫ କରିଛି। ଦୁଇ ପୁଅଙ୍କୁ ଗିରଫ କରାଯାଇଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।


All Right Reserved By Dharitri.Com

୩୦ପେଟି ଦେଶୀ ମଦ ଜବତ, ୨ ଗିରଫ

ଗୋପ,୩୦ା୪(ଡି.ଏନ.ଏ): କରୋନା ରୋକିବା ପାଇଁ ଲକଡାଉନ ଜାରି ହୋଇଥିବାବେଳେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ହେଲେ ଗୋପ ଥାନା ଅଞ୍ଚଳରେ ଚୋରାରେ ମଦ ବିକ୍ରି...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଣ୍ଟାପଡ଼ା,୧୯।୧୨ (ଡି.ଏନ୍‌.ଏ.): ଗୋବିନ୍ଦପୁର ଥାନା ଅନ୍ତର୍ଗତ ପାଟସୁନ୍ଦରପୁର ଗ୍ରାମରୁ ବୁଧବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ସେ ହେଲେ ଏହି ଗ୍ରାମର...

ଯନ୍ତ୍ରଣାରେ ଛଟପଟ ସନ୍ତୋଷ

ବଇଣ୍ଡା,୧୭।୧୦(ଡି.ଏନ.ଏ.)- ସାଙ୍ଗମାନଙ୍କ ସହ ଖେଳୁଥିବାବେଳେ ପଡିଯାଇ ପେଟରେ ଆଘାତ ପାଇଥିଲେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମର ସନ୍ତୋଷ ସାହୁ (୩୦)। ଜିଲା ମୁଖ୍ୟ...

ମହାଭାରତ ଯୁଗରୁ ବିରଜାକ୍ଷେତ୍ର….

ବରାହମାଧବ ବା ବରାହ ବିଷ୍ଣୁଙ୍କ ଉପସ୍ଥିତି ଯୋଗୁ ଯାଜପୁରକୁ ବରାହକ୍ଷେତ୍ର ବୋଲି କୁହାଯାଏ। ବରାହମାଧବଙ୍କ ଉପତ୍ତ୍ତି ସମ୍ପର୍କରେ ବିରଜାକ୍ଷେତ୍ର ମହାତ୍ମ୍ୟରେ ବର୍ଣ୍ଣନା କରାଯାଇଛି। ଆର୍ଯ୍ୟଙ୍କ ଆର୍ଯ୍ୟେତର...

ଆନ୍ଧ୍ର ବିଧାୟକଙ୍କୁ ହତ୍ୟା ଘଟଣା: ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ମାଲକାନଗିରି,୧୨।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି। ଜିଲା ପୋଲିସ କାର୍ଯ୍ୟାଳୟଠାରେ ଆରକ୍ଷୀ ଅଧୀକ୍ଷକ ରିଷିକେଶ ଡି. ଖିଲାରୀଙ୍କ ନିକଟରେ ବୁଧବାର...

ଉପଖଣ୍ଡୀୟ ପେନସନ ଭୋଗୀ କଳାକାର ସଂଘର ନୂଆଁଖାଇ ଭେଟ୍‌ଘାଟ୍‌

କୋକସରା,୧୫।୯(ଡି.ଏନ.ଏ.):କଳାହାଣ୍ଡି ଜିଲା ଧର୍ମଗଡ ଉପଖଣ୍ଡୀୟ ପେନସନ ଭୋଗୀ କଳାକାର ମହାସଂଘର ନୂଅଁାଖାଇ ଭେଟଘାଟ କାର୍ଯ୍ୟକ୍ରମ କୋକସରା ବ୍ଲକ ମୋଟେର ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରଠାରେ ରବିବାର...

ସ୍ଥଗିତ ରହିଲା ପାଣି ପଞ୍ଚାୟତ ନିର୍ବାଚନ

ହାଟଡିହୀ,୧୭।୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଦ୍ୟାଧରପୁର ବ୍ୟାରେଜ୍‌ ସବ୍‌ ଡିଭିଜନ ଅଧୀନରେ ଛେନାପଦି, ବିଦ୍ୟାଧରପୁର ଓ ଆଗରପଡ଼ାରେ ମିଶି ମୋଟ ୪ଟି ସେକ୍ଟର ରହିଛି।...

ପୁଇଗୁଡ଼ା ଘାଟିରେ ଓଲଟିଲା ଅଟୋ, ୮ ଆହତ

ଦାରିଙ୍ଗବାଡ଼ି,୨୨।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ପୁଇଗୁଡ଼ା ଘାଟିରେ ଶନିବାର ଅପରାହ୍ନରେ ଏକ ଅଟୋ ଓଲଟି ୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ...

Leave a comment

Your email address will not be published. Required fields are marked *