ଡାକ ବିଭାଗକୁ ରିପୋର୍ଟ ତଲବ

କଟକ ଅଫିସ,୨୨।୫: ପୁରୀରେ ଥିବା ରେଳ ଡାକସେବା (ଆର୍‌ଏମ୍‌ଏସ୍‌)କୁ ଖୋର୍ଦ୍ଧା ରୋଡ୍‌କୁ ସ୍ଥାନାନ୍ତର ପାଇଁ ଚାଲିଥିବା ଯୋଜନାକୁ ବିରୋଧ ହୋଇଛି। ଏନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌ ଓ ଜଷ୍ଟିସ ସଙ୍ଗମ୍‌ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି। ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବା ପାଇଁ ଡାକ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ଆବେଦନକାରୀ ଦର୍ଶାଇଥିଲେ ଯେ, ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। କିନ୍ତୁ ବିଭିନ୍ନ ସୁବିଧା ଯୋଗାଉଥିବା କାର୍ଯ୍ୟାଳୟଗୁଡ଼ିକୁ ପୁରୀରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ସ୍ବାଧୀନତା ପୂର୍ବରୁ ପୁରୀରେ ରେଳ ଡାକସେବା କାର୍ଯ୍ୟାଳୟ ରହିଛି। ବହୁ ତୀର୍ଥଯାତ୍ରୀ, ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ଏଥିରେ ଉପକୃତ ହେଉଛନ୍ତି। ଘରଭଡ଼ାର ଆଳ ଦେଖାଇ କେନ୍ଦ୍ର ସରକାର ପୁରୀରୁ ଏହି ସଂସ୍ଥାକୁ ଖୋର୍ଦ୍ଧାରୋଡ ସ୍ଥାନାନ୍ତର କରିବା ପାଇଁ ଆଦେଶ ଦେଇଛନ୍ତି। ସଚେତନ ନାଗରିକ ମଞ୍ଚ ଓ ଶ୍ରୀଜଗନ୍ନାଥ ସେନା ଆଗତ କରିଥିବା ଏହି ମାମଲାକୁ ଆଇନଜୀବୀ ଲଳିତେନ୍ଦୁ ମିଶ୍ର ପରିଚାଳନା କରିଥିଲେ। ଆସିଷ୍ଟାଣ୍ଟ ସଲିସିଟର୍‌ ଜେନେରାଲ୍‌ ଅନୁପ କୁମାର ବୋଷ ନୋଟିସ୍‌କୁ ଗ୍ରହଣ କରିଥିଲେ। ଏଥିସହ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୂର୍ବରୁ ଦାଏର ହୋଇଥିବା ମାମଲାର ଡବ୍ଲ୍ୟୁପିସି ୧୬୨୫୪/୨୦୦୯ ପୁରୁଣା ରେକର୍ଡକୁ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


All Right Reserved By Dharitri.Com

ସାଇକେଲରେ ଚେନ୍ନାଇରୁ ବୁଗୁଡ଼ା ଫେରିଲେ ୫ ଯୁବକ

ବୁଗୁଡ଼ା,୧୬ା୫(ଡି.ଏନ.ଏ.)- ବୁଗୁଡା ଅଞ୍ଚଳର ୫ଜଣ ଯୁବକ ଚେନ୍ନାଇରୁ ପ୍ରାୟ ୧୨ଶହ କିମି ସାଇକେଲିଂ କରି ଆସି ଶୁକ୍ରବାର ସନ୍ଧ୍ୟାରେ ବୁଗୁଡ଼ାରେ ପହଞ୍ଚତ୍ଛନ୍ତି। ଉକ୍ତ ୫ ଜଣ...

ସେସୁ ସିଇଓ ଭାବେ ଦାୟିତ୍ୱ ନେଲେ ବୋଥ୍ରା

ଭୁବନେଶ୍ୱର,୧୪।୮(ବ୍ୟୁରୋ): ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା ସେସୁର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଭାବେ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶାସନିକ ସ୍ତରରେ...

ମଧୁର ଜଳ ସଂରକ୍ଷିତ ଅଞ୍ଚଳରେ ଆବର୍ଜନା ପାହାଡ଼

ପୁରୀ ଅଫିସ, ୪ା୮: ବଙ୍ଗୋପସାଗର କୂଳରେ ଅବସ୍ଥିତ ପୁରୀ ସହରର ପାନୀୟଜଳ ସଙ୍କଟ ଦୂର ଲାଗି ସୁଇଟ୍‌ ୱାଟର ଜୋନ (ମଧୁର ଜଳ ସଂରକ୍ଷିତ ଅଞ୍ଚଳ)ର...

ଅନ୍ତର୍ଜାତୀୟ ବିମାନ ସେବା: ଓଡ଼ିଶା ସ୍ବାର୍ଥକୁ ଅଣଦେଖା, ଆଗ୍ରହୀ ସଂସ୍ଥାକୁ ମିଳୁନି ଅନୁମତି

ଭୁବନେଶ୍ୱର,୨୦।୫(ବ୍ୟୁରୋ) : ଭାରତକୁ ଶ୍ରୀଲଙ୍କା, ବାଂଲାଦେଶ, ଯୁକ୍ତରାଷ୍ଟ ଆମେରିକା, ବ୍ରିଟେନ୍‌, କାନାଡା, ଅଷ୍ଟ୍ରେଲିଆ, ମାଲେସିଆ, ଜର୍ମାନୀ, ଫ୍ରାନ୍ସ ଭଳି ରାଷ୍ଟ୍ରରୁ ସର୍ବାଧିକ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି।...

ନୂତନ, ସଶକ୍ତ ଓଡ଼ିଶା ଗଠନ ଆମ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ଲୋକ କୈନ୍ଦ୍ରିକ ଶାସନ ହେଉଛି ଗଣତନ୍ତ୍ରର ମୁଖ୍ୟ ଆକର୍ଷଣ। ଓଡ଼ିଶାବାସୀଙ୍କ ଲଗାତର ଭରସା ମୋ ସରକାରକୁ ଭଲ କାମ କରିବାକୁ ପ୍ରେରଣା ଏବଂ ଶକ୍ତି...

ଆର୍ଥିକ ମାନ୍ଦାବସ୍ଥାର ପ୍ରତିବାଦ: ୨୦ରୁ ୨୩ କଂଗ୍ରେସର ଆନ୍ଦୋଳନ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ):ଦେଶର ଅର୍ଥନୀତି ନିମ୍ନଗାମୀ ହୋଇଛି। ନେତୃତ୍ୱାଧୀନ କେନ୍ଦ୍ରର ଏନ୍‌ଡିଏ ସରକାରଙ୍କ ଜନବିରୋଧୀ ଆର୍ଥିକ ନୀତି ଏଥିପାଇଁ ଦାୟୀ ବୋଲି କଂଗ୍ରେସ କହିଛି। ଏହି କ୍ରମରେ ଦଳ...

କରୋନା ମୁକାବିଲା: ଆଜି ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର,୨୦ା୩(ବ୍ୟୁରୋ): ସାରା ବିଶ୍ୱରେ କାୟା ବିସ୍ତାର କରୁଥିବା କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ସମ୍ମିଳିତ ଉଦ୍ୟମ ଜାରି ରହିଛି। ଓଡ଼ିଶାରେ ମଧ୍ୟ ସରକାର ସମସ୍ତ...

ମାଟ୍ରିକ ପରୀକ୍ଷା ଲାଗି ବିଦ୍ୟୁତ୍‌ କାଟ ବନ୍ଦ ଦାବି

ଭଦ୍ରକ ଅଫିସ, ୧୭ା୨-ମାଟ୍ରିକ ପରୀକ୍ଷା ଆଉ ଗୋଟିଏ ଦିନ ଥିବାରୁ ନେସ୍କୋ ପକ୍ଷରୁ କରାଯାଉଥିବା ବିଦ୍ୟୁତ୍‌ କାଟ ବନ୍ଦ କରାଯିବାକୁ ଦାବି ହୋଇଛି। ଏପରିକି ବକେୟା...

Leave a comment

Your email address will not be published. Required fields are marked *