ଅମ୍ଫନ୍‌ରେ ୪୫ ଲକ୍ଷ ଲୋକ ପ୍ରଭାବିତ: ଏନ୍‌ସିଏମ୍‌ସିକୁ ସୂଚନା ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୨।୫(ବ୍ୟୁରୋ): ସାମୁଦ୍ରିକ ଝଡ଼ ଅମ୍ଫନ୍‌ରେ ରାଜ୍ୟର ୧୫୦୦ ପଞ୍ଚାୟତର ୪୪.୮୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବାତ୍ୟା ପ୍ରଭାବରେ ପ୍ରାୟ ୧ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି। ଗୁରୁବାର ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଭିଡିଓ କନ୍‌ଫରେନ୍ସରେ ଜାତୀୟ ଆପତ୍‌କାଳୀନ ପରିଚାଳନା କମିଟି(ଏନ୍‌ସିଏମ୍‌ସି) କମିଟିର ଅଧ୍ୟକ୍ଷ ତଥା କ୍ୟାବିନେଟ ସଚିବ ରାଜୀବ ଗାୈବାଙ୍କୁ ଏହି ସୂଚନା ଦେଇଛନ୍ତି। ବୁଧବାର ବାତ୍ୟା ଅମ୍ଫନ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ତାଣ୍ଡବ ରଚାଇଥିଲା। ବାତ୍ୟା କ୍ଷୟକ୍ଷତି ନେଇ କ୍ୟାବିନେଟ ସଚିବ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ କୃଷି ସମ୍ପର୍କିତ କ୍ଷୟକ୍ଷତି ନେଇ ଆସନ୍ତା ଦୁଇଦିନ ମଧ୍ୟରେ ଆକଳନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଏନ୍‌ସିଏମ୍‌ସିକୁ ସୂଚନା ଦେଇଥିଲେ। ଏଥିସହିତ ବାତ୍ୟା ଆସିବା ପୂର୍ବରୁ ରାଜ୍ୟର ୮୯ଟି ବ୍ଲକର ୨ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା। ବାତ୍ୟା ପରେ ୮୦ପ୍ରତିଶତ ପ୍ରଭାବିତ ଅଞ୍ଚଳରେ ପୁନଃ ବିଦ୍ୟୁତ ସଂଯୋଗ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବାତ୍ୟା ବିଷୟରେ ଠିକ୍‌ ଆକଳନ କରାଯିବାରୁ ଅଧିକ ସଂଖ୍ୟାରେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ସମ୍ଭବ ହୋଇଥିଲା ଏବଂ କ୍ଷୟକ୍ଷତି ପରିମାଣ ମଧ୍ୟ କମ୍‌ ହୋଇଥିଲା ବୋଲି ବୈଠକରେ ସୂଚନା ଦିଆଯାଇଥିଲା। କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥା ଓ ମନ୍ତ୍ରଣାଳୟଗୁଡ଼ିକ ଉଭୟ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସରକାରଙ୍କ ସହ ଯୋଗାଯୋଗରେ ରହି ଯଥାସମ୍ଭବ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ କ୍ୟାବିନେଟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି) ପ୍ରଦୀପ କୁମାର ଜେନା, ସ୍ବରାଷ୍ଟ୍ର ସଚିବ ସଞ୍ଜୀବ ଚୋପ୍ରା, କୃଷି ସଚିବ ସୌରଭ ଗର୍ଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ଦେଓରଞ୍ଜନ କୁମାର ସିଂ ଏବଂ ଶକ୍ତି ବିଭାଗ ସଚିବ ବିଷ୍ଣୁ ପଦ ସେଠୀ ଯୋଗ ଦେଇଥିଲେ।


All Right Reserved By Dharitri.Com

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ପଦ ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର, ୧୫ା୧୦(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ନୂତନ କୁଳପତି ଚୟନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି।...

ଅନନ୍ତ କୋଇଲା ଖଣିରେ ଦୁର୍ଘଟଣା: ଜଣେ କର୍ମଚାରୀ ମୃତ

ତାଳଚେର,୩।୫(ନି.ପ୍ର.): ଅନୁଗୋଳ ଜିଲାରେ ତାଳଚେରଠାରେ ଥିବା ଏମ୍‌ସିଏଲ୍‌ର ଅନନ୍ତ କୋଇଲା ଖଣିରେ ରବିବାର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଖଣି କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ମୃତକ...

୬ରୁ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ୱର,୧।୯(ବ୍ୟୁରୋ) : ଭାଜପା ଏବଂ ବିଜେଡି ପରେ କଂଗ୍ରେସ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଆସନ୍ତା ୬ ତାରିଖରୁ କଂଗ୍ରେସ ଏହି ଅଭିଯାନ...

ଆଜି କ୍ୟାବିନେଟ୍‌, ଆସିବ ୫ ପ୍ରସ୍ତାବ

ଭୁବନେଶ୍ୱର,୨।୩(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ସୋମବାର ଲୋକସେବା ଭବନଠାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୫ଟା ୩୦ମିନିଟ୍‌ରେ ବସିବାକୁ ଥିବା...

ଅଯୋଗ୍ୟଙ୍କ ସଂଖ୍ୟା ୨୦ ଲକ୍ଷ ଟପିବ: ଭାଜପା

ଭୁବନେଶ୍ୱର,୨୦-୯(ବ୍ୟୁରୋ):ଶାସକ ବିଜେଡି ନିର୍ବାଚନ ଜିତିବା ଓ କ୍ଷମତା ଆପଣେଇବା ପାଇଁ କାଳିଆ ଯୋଜନା ଲାଗୁ କରିଥିଲା ା ଦଳୀୟ କର୍ମୀମାନଙ୍କୁ ହିତାଧିକାରୀ ଚିହ୍ନଟ କରି ଏହି...

ସମସ୍ତ ସହରାଞ୍ଚଳରେ ହେବ ଅସ୍ଥାୟୀ କ୍ୱାରାଣ୍ଟାଇନ୍‌

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ରବିବାର ବିଳମ୍ବିତ ରାତିରେ ଜଣେ ୩୩ ବର୍ଷୀୟ ଯୁବକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି।...

ଆଜି ଆସୁଛନ୍ତି ଅମିତ୍‌ ଶାହା, ଜନତା ମଇଦାନ ସଭାରେ ଯୋଗଦେବେ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଶୁକ୍ରବାର ପୂର୍ବାହ୍ନ ୧୦ଟା ୧୦ ମିନିଟ୍‌ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ...

ନନ୍ଦନକାନନରୁ ଚନ୍ଦକା ଗଲେ ୭ ହରିଣ

ବାରଙ୍ଗ,୮ା୧୨(ଡି.ଏନ୍‌.ଏ) ପ୍ରାଣୀ ଉଦ୍ୟାନ ନନ୍ଦନକାନନରୁ ଶନିବାର ୭ଟି ଚିତ୍ରାହରିଣ ଚନ୍ଦକା ଜଙ୍ଗଲରେ ଛଡ଼ାଯାଇଛି। ଚନ୍ଦକାରେ ଛଡ଼ାଯିବାର ଏହା ହେଉଛି ତୃତୀୟ ପର୍ଯ୍ୟାୟ। ଇତି ମଧ୍ୟରେ ପ୍ରାୟ...

Leave a comment

Your email address will not be published. Required fields are marked *