‘ଅମ୍ଫନ’ ଦେଇଗଲା ଦୁଃଖ: ଧରାଶାୟୀ ପାନବରଜ

ଭୋଗରାଇ,୨୨।୫(ଡି.ଏନ.ଏ.)-ବାତ୍ୟା ‘ଅମ୍ଫନ’ ପ୍ରଭାବରେ ବାଲେଶ୍ୱର ଜିଲାରେ ବ୍ୟାପକ କ୍ଷତି ହୋଇଛି। ବିଶେଷ କରି ଭୋଗରାଇ, ବାଲିଆପାଳ ବ୍ଲକରେ ଚାଷଜମିକୁ ଉଜାଡିଦେବା ସହ ପାନବରଜକୁ ଧରାଶାୟୀ କରିଛି। ପାଚିଲା ଧାନ ପାଣିରେ ଭାସୁଥିବା ଦେଖି ଚାଷୀକୁଳ ଦୁଃଖରେ ଭାଙ୍ଗି ପଡିଛନ୍ତି। କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍‌ ଚାଲିଥିବା ବେଳେ ବାତ୍ୟା ଚାଷୀଙ୍କୁ ପାଇଁ ବେଡି ଉପରେ କରୋଡ଼ା ମାଡ଼ ସଦୃଶ ପାଲଟିଛି। ମାସ ମାସ ଧରି ପାନଚାଷୀମାନେ ଉଚିତ୍‌ ମୂଲ୍ୟରେ ପାନ ବିକ୍ରି କରିପାରୁ ନ ଥିବା ବେଳେ ବାତ୍ୟାରେ ପାନବରଜ ଧୂଳିସାତ୍‌ ହୋଇଯାଇଛି। ଏବେ ପରିବାର ଚଳାଇବା ଚିନ୍ତା ପାନଚାଷୀଙ୍କୁ ଘାରିଛି।
ଭୋଗରାଇ ବ୍ଲକରେ ୧୩ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିବାବେଳେ ୫୦ଶତାଂଶ ପାଚିଲା ଧାନ ନଷ୍ଟ ହୋଇଛି। ସେହିଭଳି ଭୋଗରାଇ ଓ ବାଲିଆପାଳ ବ୍ଲକରେ ୨୪ହଜାରରୁ ଉର୍ଦ୍ଧ୍ୱ ପାନଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଏତଦ୍‌ ଭିନ୍ନ ତୈଳବୀଜ ଚାଷ ଉପରେ ବର୍ଷା ପାଣି ଢ଼େଉ ଖେଳୁଛି। ପନିପରିବା ଚାଷକୁ ବାତ୍ୟା ଉଜାଡ଼ି ଦେଇଛି। ବାତ୍ୟାର ପ୍ରକୋପରେ ଗାଁଗହଳିରେ ବଡ଼ ବଡ଼ ଗଛ ଉପୁଡି ପଡିଥିବାରୁ ଗୁରୁବାର ଗାଁ ବାସୀ ଓ ଏନ୍‌ଡ଼ିଆର୍‌ଏଫ୍‌, ଅଗ୍ନିଶମ ବିଭାଗ ରାସ୍ତାକୁ ସଫା କରୁଛନ୍ତି। ବହୁ ଗ୍ରାମାଞ୍ଚଳରେ ଅଦ୍ୟାବଧି ବିଦ୍ୟୁତ୍‌ ସଂଯୋଗ ହୋଇ ନ ପାରିବାରୁ ପାନୀୟଜଳ ବନ୍ଦ ରହିଛି। ପୁରପଲ୍ଲୀରେ ରାସ୍ତାରେ ପାଣି ନିଷ୍କାସନ ହୋଇ ନ ପାରିବାରୁ ଗମନାଗମନରେ ବ୍ୟାଘାତ ଘଟିଛି। ଭୋଗରାଇ ବ୍ଲକରେ ୧୨୮ ମି.ମି. ବର୍ଷା ହୋଇଥିବା ରେକର୍ଡ଼ କରାଯାଇଥିବା ବେଳେ ଭାଙ୍ଗିରୁଜି ଯାଇଥିବା ଘରଗୁଡ଼ିକର ଆକଳନ ଆରମ୍ଭ ହୋଇଛି।


All Right Reserved By Dharitri.Com

କୋଇଲିସାହିରେ ଅଗ୍ନିକାଣ୍ଡ

ରୂପ୍‌ସା, ୨୨।୮(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ କୁରାଢ଼ିଆ ପଞ୍ଚାୟତ ଅନ୍ତର୍ଗତ କୋଇଲିସାହି ଗ୍ରାମରେ ବୁଧବାର ରାତି ପ୍ରାୟ ଗୋଟାଏ ବେଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ...

ପରକୀୟା ପ୍ରୀତିର କୁପରିଣତି: ସ୍ତ୍ରୀର ପ୍ରେମିକାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ

ଜଳେଶ୍ବର,୧୧।୨(ସ୍ବ.ପ୍ର.): ପରକୀୟା ପ୍ରୀତିର କୁପରିଣତି ସ୍ବରୂପ ସ୍ତ୍ରୀର ପ୍ରେମିକାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ପରେ ସ୍ବାମୀଙ୍କ ଆତ୍ମସମର୍ପଣ। ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲା ରାଇବଣିଆ...

ବିପଦରେ ଗୋସମ୍ପଦ

ରୂପ୍‌ସା, ୬।୯-ବାଲେଶ୍ୱର ଜିଲା ସଦର ବ୍ଲକରେ ଗୋସମ୍ପଦ ଏବେ ବିପଦରେ। ବିଭିନ୍ନ ପ୍ରାଣୀ ଚିକିତ୍ସାଳୟ ଓ ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ରରେ ଡାକ୍ତର, ନିରୀକ୍ଷକ ଓ ଆଟେଣ୍ଡାଣ୍ଟ...

ଅନାହାରରେ ଅସହାୟ ବୃଦ୍ଧ ଦମ୍ପତି ସାହି ପଡିଶାଙ୍କ ଭରସାରେ ବିତୁଛି ଦିନ

ତେଲକୋଇ,୨୮।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଶିବନାରାୟଣପୁର ଗୋଡା ପଞ୍ଚୟତ ଅଧୀନ ଗୁଣ୍ଡୁରୁ ଗ୍ରାମରେ ଭୂୟାଁ ଜନଜାତିର ଏକ ଅସହାୟ ବୃଦ୍ଧ ଦମ୍ପତି ଏବେ ଭୋକ ଉପାସରେ...

‘ବୁଲ୍‌ବୁଲ୍‌’ ପ୍ରଭାବ: ଚାଷୀ, ଉପକୂଳ ବାସିନ୍ଦା ଆତଙ୍କିତ

ବାଲିଆପାଳ, ୯।୧୧(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ବାତ୍ୟା ‘ବୁଲ୍‌ବୁଲ୍‌’ର ପ୍ରଭାବ ଦେଖିବାକୁ ମିଳିଛି। ପବନର ବେଗ ଘଣ୍ଟାକୁ ୫୦ରୁ ୬୦ କିମି ରହିଛି। ଏହାର...

ଦୁଇ ମାସର ରାଶନ ଆମତ୍ସାତ: ବିଡିଓଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

ବାଲେଶ୍ୱର ଅଫିସ, ୨୧।୩-ବାଲେଶ୍ୱର ସଦର ବ୍ଲକ ଛାନୁଆଁ ପଞ୍ଚାୟତରେ ଫେବୃୟାରୀ ଓ ମାର୍ଚ୍ଚ ମାସର ଗହମ, ଚାଉଳ ଓ କିରୋସିନ ଦିଆ ନ ଯାଇ ହଡ଼ପ...

ଜାତୀୟ ରାଜପଥରେ ପ୍ରାଣୀଧନ ପରିବହନ

ଜଳେଶ୍ୱର, ୧୩।୧(ସ୍ବ.ପ୍ର.)- ବାଲେଶ୍ୱର ଜିଲା ଦେଇ ଯାଇଥିବା ୬୦ନଂ. ଜାତୀୟ ରାଜପଥ ଓ ୫୭ନଂ. ରାଜ୍ୟ ରାଜପଥରେ ଛେଳି, ମେଣ୍ଢା ଓ ଗୋରୁ ଆଦି ଗୃହପାଳିତ...

ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୧୦ରୁ ଊର୍ଦ୍ଧ୍ୱ ଆହତ

ଜଳେଶ୍ୱର,୨।୨(ସ୍ବ.ପ୍ର.) : ବାଲେଶ୍ୱର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଆମ୍ବଳିଅଠା ବାଇପାସ ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା...

Leave a comment

Your email address will not be published. Required fields are marked *