ବାତ୍ୟା ପ୍ରଭାବରେ ସୋରରେ କ୍ଷତି

ସୋର, ୨୨ା୫(ଡି.ଏନ.ଏ.)-ବାତ୍ୟା ଅମ୍ଫନ୍‌ ପ୍ରଭାବରେ ସୋରରେ ବ୍ୟାପକ କ୍ଷତି ଘଟିଛି। ସୋର ବ୍ଲକ ମାଣିପୁର ପଞ୍ଚାୟତ ଖୁଣ୍ଟାପାଟଣା ଗ୍ରାମରେ ଥିବା ସଂରକ୍ଷିତ ଜଙ୍ଗଲରେ ବଡ଼ ବଡ଼ ଗଛସବୁ ଉପୁଡ଼ି ପଡ଼ିଛି। ଶିଙ୍ଗାଖୁଣ୍ଟା, ମାଣତ୍ରୀ, ମହୁମୁହାଣ, ଗୋପୀନାଥପୁର, ଆଟପୁର, ଦହିସଡ଼ା, ନଦୀଗାଁ, ସରଶଂଖ, ନିଶ୍ଚିନ୍ତପୁର, ମଧୁସୂଦନପୁର, ମୁଳିସିଂ, ପାଖର, ଗୁଡ଼୍‌, ଅନନ୍ତପୁର, ଟେଣ୍ଟେଇ, କେଦାରପୁର, ସାଜନପୁର, ସବିରା, ତଳନଗର ଆଦି ପଞ୍ଚାୟତରେ ଗଛ ପଡ଼ି ଅନେକ ଘର ଭାଙ୍ଗିଥିବା ବେଳେ ଅନେକ ସ୍ଥାନରେ ଛପର ଉଡିଯାଇଛି। ଅନେକ ଗ୍ରାମରେ ଗଛପଡ଼ି ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ସରବରାହ ଗୁରୁବାର ସୁଦ୍ଧା ବନ୍ଦ ରହିଛି। ସୋର ପୌରପରିଷଦ ଉତ୍ତରେଶ୍ୱରରେ ଥିବା ବିକେ ଆର୍ଟ ପଥର ଖୋଦେଇ କେନ୍ଦ୍ରର ବ୍ୟାପକ କ୍ଷତି ହୋଇଥିବା ଦେଖାଯାଇଛି। ଏହାର ଚାଳ ଛପର ଘର ଏବଂ ସେଡ୍‌ଗୁଡ଼ିକୁ ଉଡ଼ାଇ ନେଇଥିବା ଦେଖାଯାଇଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ସୋର ପୌରପରିଷଦ ଏବଂ ଗ୍ରାମାଞ୍ଚଳରେ କେତୋଟି ସ୍ଥାନରେ ବିଦ୍ୟୁତ୍‌ ସଂଯୋଗ କରାଯାଇଥିବା ବେଳେ ଅନେକ ଗ୍ରାମ ଅନ୍ଧାର ରହିଥିବା ଦେଖାଯାଇଛି। ସୋର ବିଦ୍ୟୁତ୍‌ ନିର୍ବାହୀଯନ୍ତ୍ରୀ ଭୂପେନ୍ଦ୍ର ସାହୁଙ୍କ ନେତୃତ୍ୱରେ ସ୍ବତନ୍ତ୍ର ଟିମ୍‌ର ମିଳିତ ସହଯୋଗରେ ରାତିଦିନ ବିଦ୍ୟୁତ୍‌ ମରାମତି କାର୍ଯ୍ୟ ଚାଲୁରହିଛି।


All Right Reserved By Dharitri.Com

ଚମ୍ପୁଆରେ ଫୁଟିଲା ବ୍ରହ୍ମକମଳ

ଚମ୍ପୁଆ, ୧୬।୭(ଡି.ଏନ.ଏ)-ଚମ୍ପୁଆ ଏନଏସି ଅନ୍ତର୍ଗତ ୬ନଂ ୱାର୍ଡର ଡାକ୍ତର ଭବାନୀ ଶଙ୍କର ମହାନ୍ତଙ୍କ ବାଡିରେ ବ୍ରହ୍ମ କମଳ ଫୁଲ ଫୁଟିଥିବା ଦେଖିବାକୁ ମିଳିଛି। ୬ନଂ ପିଏଚଡି...

୫୦ ଦିନ ଗଲାନି ୫୦ ଲକ୍ଷର ଅମୃତ ପାର୍କ

ଭଦ୍ରକ ଅଫିସ, ୧୦।୬- ଭଦ୍ରକ ପୌରପାଳିକାର ୨ ନମ୍ବର ୱାର୍ଡ ଅନ୍ତର୍ଗତ ରହଣିଆଠାରେ ପ୍ରତିଷ୍ଠା କରାଯାଇଥିବା ଅମୃତ ପାର୍କକୁ ବର୍ଷେ ନ ପୂରୁଣୁ ସୌନ୍ଦର୍ଯ୍ୟ ହରାଇ...

ଓଡ଼ିଶା ସୀମା ପାରି ହେଉଥିବା ୧୧ ବଙ୍ଗୀୟ ଶ୍ରମିକ ଧରାପଡିଲେ

ଭୋଗରାଇ, ୧୭।୪(ଡି.ଏନ.ଏ.)-କରୋନା ଲାଗି ସମଗ୍ର ଦେଶ ଲକ୍‌ଡାଉନ୍‌ ଥିବାବେଳେ ଗତ ଗୁରୁବାର ରାତିରେ ଏକ ବୋଲେରୋରେ ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପାରି ହେଉଥିବା ୧୧ଜଣ...

ସ୍ବଳ୍ପ ବୃଷ୍ଟିପାତ: ଆଗେଇ ପାରୁନି ଚାଷ କାମ

ବନ୍ତ, ୨୩।୭ (ଡି.ଏନ.ଏ.) – ଚଳିତ ଖରିଫ ଋତୁରେ କମ୍‌ ବୃଷ୍ଟିପାତ ଯୋଗୁ ବନ୍ତ ବ୍ଲକର ଶହ ଶହ ଏକର ଜମି ଏବେ ଶୁଖିଲା ପଡ଼ିଛି।...

ସୀତା ଠାକୁରାଣୀଙ୍କ ଦର୍ଶନ ଲାଗି ଭକ୍ତଙ୍କ ଭିଡ଼

ଢେଙ୍କିକୋଟ, ୧୭।୬(ଡି.ଏନ୍‌.ଏ.)- ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ସୀତାବିଞ୍ଜଠାରେ ଶନିବାରଠାରୁ ଆରମ୍ଭ ହୋଇଛି ୩ ଦିନିଆ ରଜମେଳା। ପ୍ରତିବର୍ଷ ପରି ରଜମେଳାର ପ୍ରଥମ ଦିନରେ ମା’ ସୀତା...

ଭୋକ ଓପାସରେ ବାହାର ରାଜ୍ୟର ୯ ଶ୍ରମିକ

ଖଇରା, ୬।୪(ଡି.ଏନ.ଏ.): ବାହାର ରାଜ୍ୟର ୯ଜଣ ଶ୍ରମିକ ୨ଦିନ ହେଲା ଭୋକଓପାସରେ ରହିଛନ୍ତି। ସେମାନେ ବାଲେଶ୍ୱର ଜିଲା ଖଇରା ବ୍ଲକ ଝିଙ୍କିରିଆ ପଞ୍ଚାୟତ ଅଧୀନ ସିଂହିପୁର...

ଆଗରପଡ଼ାରେ ଗଁ।ମୁହଁ। ହାତୀ

ବନ୍ତ, ୨୯।୬ (ସ୍ବ.ପ୍ର.) – ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ା ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଛି। ଏକ ମାସରୁ ଊର୍ଦ୍ଧ୍ୱ ହେବ କେନ୍ଦୁଝର ଜିଲା...

ଅବ୍ୟବସ୍ଥାରେ ପୁରାତନ ଶିକ୍ଷାନୁଷ୍ଠାନ

ବାସୁଦେବପୁର, ୧୧।୬ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁରର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଅଟଳ ବିହାରୀ ହାଇସ୍କୁଲ ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ଏହାର ଶୈକ୍ଷିକ ବାତାବରଣ ଦିନକୁ...

Leave a comment

Your email address will not be published. Required fields are marked *