ବିମାନ ଭଡ଼ାରେ ସୀମା ଜାରିକଲେ ସରକାର

ନୂଆଦିଲ୍ଲୀ,୨୨।୫ : ସରକାର ଗୁରୁବାର ବିମାନ ଭଡ଼ା ଉପରେ ମୂଲ୍ୟ ସୀମା ନିର୍ଦ୍ଧାରଣ କରିଛନ୍ତି। ବିମାନ ଯାତ୍ରାର ସମୟକୁ ନେଇ ଏହାକୁ ୭ ବର୍ଗରେ ରଖାଯାଇଛି। ଅଗଷ୍ଟ ୨୪ ଯାଏ ଏହି ନିୟମ କାମ କରିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୪୦ ମିନିଟର କମ୍‌ ସମୟ ଅବଧି ଉଡ଼ାଣକୁ ପ୍ରଥମ ବ୍ୟାଣ୍ଡରେ ରଖାଯାଇଛି। ସେହିଭଳି ଦ୍ୱିତୀୟ, ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ବ୍ୟାଣ୍ଡରେ ଯଥାକ୍ରମେ ୪୦-୬୦ ମିନିଟ, ୬୦-୯୦ ମିନିଟ, ୯୦ରୁ ୧୨୦ ମିନିଟ, ୧୨୦-୧୫୦ ମିନିଟ ସାମିଲ ରହିଛି। ଷଷ୍ଠ ଏବଂ ସପ୍ତମ ବ୍ୟାଣ୍ଡରେ ଯଥାକ୍ରମେ ୧୫୦ରୁ ୧୮୦ ଏବଂ ୧୮୦ରୁ ୨୧୦ ମିନିଟ ସାମିଲ ରହିଥିବା ପୁରୀ ସ୍ପଷ୍ଟ କରିଛନ୍ତି। ବିମାନର ୪୦% ସିଟ୍‌ କମ୍‌ ଫେୟାର ଲାଗି ସଂରକ୍ଷିତ କରାଯିବ। ମେ ୨୫ ଠାରୁ କଟକଣା ସହ ଦେଶ ମଧ୍ୟରେ ବିମାନ ସେବା ଆରମ୍ଭ କରାଯିବ। ମାର୍ଚ୍ଚ ୨୫ରେ ଲକ୍‌ଡାଉନ ଲାଗି ଦେଶରେ ଉଭୟ ଡୋମେଷ୍ଟିକ ଏବଂ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଛି।


All Right Reserved By Dharitri.Com

ଚାଇନାରୁ ଭାରତ ଆସିବ ଟପ୍‌ ଖେଳଣା କମ୍ପାନୀ

ନୂଆଦିଲ୍ଲୀ,୨୬-୭: ଆମେରିକା ସହିତ ଜାରି ଟ୍ରେଡ୍‌ ଓ୍ବାର୍‌ ଚାଇନା ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି। କମ୍ପାନୀଗୁଡ଼ିକ ଚାଇନାରୁ ନିଜର କାରଖାନା ଅନ୍ୟ ଦେଶକୁ ସ୍ଥାନାନ୍ତର କରିବା...

୩.୩୮ ଲକ୍ଷରୁ ଉର୍ଦ୍ଧ୍ୱ କମ୍ପାନୀଙ୍କ ପଞ୍ଜୀକରଣ ରଦ୍ଦ

ନୂଆଦିଲ୍ଲୀ, ୩-୧୨: ଗତ ୨ ଆର୍ଥତ୍କ ବର୍ଷରେ ସରକାର ୩.୩୮ ଲକ୍ଷ କମ୍ପାନୀଙ୍କ ପଞ୍ଜୀକରଣ ରଦ୍ଦ କରିବା ସହ ସରକାରୀ ରେକର୍ଡରୁ ହଟାଇଛନ୍ତି। ଏହି କମ୍ପାନୀଗୁଡିକ...

କଲ୍‌,ଡାଟା ଉପରେ ନ୍ୟୂନତମ ଚାର୍ଜ ଉପରେ ବିଚାର ହେବ

ନୂଆଦିଲ୍ଲୀ,୧୩-୧୨: କଲ୍‌ ଏବଂ ଡାଟା ଉପରେ ନୂ୍ୟନତମ ଚାର୍ଜ ଲାଗୁ କରିବା ଲାଗି ଟେଲିକମ ଶିଳ୍ପ ପକ୍ଷରୁ ହୋଇଥିବା ଦାବିକୁ ନିୟାମକ ଟ୍ରାଇ ବିଚାର କରିବ...

କାନାରା ବ୍ୟାଙ୍କ ପକ୍ଷରୁ ସହାୟତା

ଭୁବନେଶ୍ୱର,୩। ୫: କୋଭିଡ-୧୯କୁ ଧ୍ୟାନରେ ରଖି କାନାରା ବ୍ୟାଙ୍କ ପକ୍ଷରୁ ବିଭିନ୍ନ ସତର୍କତା ପଦକ୍ଷେପ ହାତକୁ ନିଆଯାଇଛି। ବ୍ୟାଙ୍କର ଗ୍ରାହକ ଏବଂ କର୍ମଚାରୀଙ୍କୁ ମାସ୍କ ପିନ୍ଧିବା,...

ଉତ୍କଳ କନିକା ଗ୍ୟାଲେରିଆର ଶୁଭାରମ୍ଭ

ଭୁବନେଶ୍ୱର,୨୦-୧୨: ଉତ୍କଳ ବିଲଡର୍ସ ପକ୍ଷରୁ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ସ୍ଥାନୀୟ କଳ୍ପନା ଛକରେ ଏହି ମଲ୍‌ ୨.୫ ଲକ୍ଷ...

୪.୭ ଲକ୍ଷ କୋଟି ଟଙ୍କାର କୃଷି ଋଣ ଛାଡ

ମୁମ୍ବାଇ,୧୩-୧: ଗତ ଏକ ଦଶନ୍ଧି ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟ ୪.୭ ଲକ୍ଷ କୋଟି ଟଙ୍କାର କୃଷି ଋଣ ଛାଡ କରିଛନ୍ତି। ଏହା ଶିଳ୍ପ ସ୍ତରର...

ଇପିଏଫ୍‌ ଉଠାଣ ନେଇ ଶ୍ରମ ମନ୍ତ୍ରଣାଳୟର ଅନୁମତି

ନୂଆଦିଲ୍ଲୀ,୩୦। ୩: ଲକ୍‌ଡାଉନ ସମୟରେ ଲୋକଙ୍କୁ ଆଶ୍ୱସ୍ତି ଦେବା ଲାଗି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି(ଇପିଏଫ୍‌) ପାଣ୍ଠିରୁ ଉଠାଣ ନେଇ ହିତାଧିକାରୀଙ୍କୁ ଶ୍ରମମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଛି।...

ମୁଦ୍ରା ଋଣରେ ବଢୁଛି ଏନ୍‌ପିଏ

ନୂଆଦିଲ୍ଲୀ,୨୭-୧୧: ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ପ୍ରଦାନ କରାଯାଉଥିବା ଋଣ ଉପରେ ଏବେ ଅନାଦାୟ ଋଣ (ଏନ୍‌ପିଏ) ବଢୁଛି। ମଙ୍ଗଳବାର ଏହାକୁ ନେଇ ରିଜର୍ଭ ବ୍ୟାଙ୍କ ଡେପୁଟି...

Leave a comment

Your email address will not be published. Required fields are marked *