ସଙ୍ଗୀତରେ ପ୍ରାଣ ସଞ୍ଚାର କରୁଥିଲେ ବାଳକୃଷ୍ଣ ସାର୍‌

ପ୍ରଫୁଲ୍ଲ କର

ବହୁ ମୂର୍ତ୍ତିକାର ମୂର୍ତ୍ତି ଗଢ଼ନ୍ତି, କିନ୍ତୁ ସବୁ ମୂର୍ତ୍ତି ପ୍ରାଣବନ୍ତ ହୁଅନ୍ତି ନାହିଁ। ଗୋଟିଏ ଗୀତକୁ ଏକା ସ୍ବର ଓ ଏକା ତାଳରେ ଶହ ଶହ ଗାୟକ ଗାଇପାରନ୍ତିି, କିନ୍ତୁ ଜଣେ ଜଣେ ଗାୟକଙ୍କ କଣ୍ଠରେ ସେ ଗୀତ ଶ୍ରୋତାଙ୍କ ପ୍ରାଣକୁ ଛୁଇଁଯାଏ। ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ତଥା ବାଳକୃଷ୍ଣ ସାର୍‌ ଥିଲେ ସେହିଭଳି ଜଣେ ଗାୟକ, ଯିଏ ଗୀତରେ ପ୍ରାଣ ସଞ୍ଚାର କରିବାର ମନ୍ତ୍ର ଜାଣିଥିଲେ। ବାସ୍ତବରେ ଜଣେ ସଙ୍ଗୀତକାରର ଜୀବନଚର୍ଯ୍ୟା ଯଦି ପ୍ରାଣବନ୍ତ ନୁହେଁ, ତେବେ ତା’ ସଙ୍ଗୀତରେ ମଧ୍ୟ ପ୍ରାଣର ସଞ୍ଚାର ହୋଇପାରେନା। ସାର୍‌ଙ୍କ ପୋଷାକ ପରିଚ୍ଛଦ, ଖାଇବା ପିଇବା, ଚାଲିର ଠାଣି, କଥାର ଭଙ୍ଗି- ସବୁ ପ୍ରାଣବନ୍ତ ଥିଲା। ତାଙ୍କ ପାଖରୁ କ୍ରୋଧ ବହୁ ଦୂରକୁ ଅପସରି ଯାଇଥିଲା। ପ୍ରେମ ହିଁ ତାଙ୍କ ଜୀବନଚର୍ଯ୍ୟାର ପରିଭାଷା ଥିଲା।
ଥରେ ମୋର ପୁରୀ ଅନ୍ନପୂର୍ଣ୍ଣା ଥିଏଟର ହଲ୍‌ରେ ବାଳକୃଷ୍ଣ ସାର୍‌ଙ୍କ ସହ ଗୀତ ଗାଇବାର କାର୍ଯ୍ୟକ୍ରମ ଥାଏ। ସେଦିନ ପୁରୀର ବହୁ ବିଶିଷ୍ଟ ଲୋକ ତାକୁ ଶୁଣିବାକୁ ଆସିଥାନ୍ତି। ହଲ୍‌ ଭର୍ତ୍ତି ହୋଇଯାଇଥାଏ। ମତେ ସାର୍‌ କହିଲେ, ପ୍ରଫୁଲ୍ଲ ମଁୁ ପ୍ରଥମେ ଗାଇ ଦେଉଛି, କାରଣ ମୋ’ର ତ ଧିମା ଗୀତ। ତମେ ଆସିଲେ ଚାଲୁ ଗୀତ ଗାଇ ଜମେଇଦେବ। ଲୋକେ ତ ତମକୁ ଛାଡ଼ିବେନି ତେଣୁ ମଁୁ ଆଗ ଦି’ଟା ଗୀତ ଗାଇଦେଇ ମୋ କାମ ସାରି ଦେଉଛି। ମଁୁ କହିଲି, ଠିକ୍‌ ଅଛି ସାର୍‌। ମୋର କିଛି ଆପତ୍ତି ନାହିଁ, ଆପଣ ଆଗେ ଗାଇ ଦିଅନ୍ତୁ। କାରଣ ସେ ସମୟରେ ମୋର ‘କମଳ ଦେଶ ରାଜକୁମାର’, ‘ବେଲୁନ ବାଲା’ ଇତ୍ୟାଦି ବହୁତ ହିଟ୍‌ ଗୀତ ବଜାରକୁ ଗରମ କରି ରଖିଥାଏ। ମୋର ଅହଙ୍କାର ଥାଏ ଯେ ଥରେ ମଁୁ ଷ୍ଟେଜକୁ ଗଲେ ମେହଫିଲକୁ ମଁୁ ପୂରା କାବୁ କରିନେବି।
ସାର୍‌ ପ୍ରଥମେ ଗାଇଲେ। ସେଦିନ ତାଙ୍କର ଗୀତଟି ଥିଲା ‘ବଞ୍ଚତ୍ବେ ନବୀନା କି ଶ୍ୟାମ ବିନା…।
ବାଳକୃଷ୍ଣ ସାର୍‌ଙ୍କ ଗୀତକୁ ଲୋକେ କେମିତି ଗ୍ରହଣ କରୁଛନ୍ତି ସେ କଥା ଜାଣିବାକୁ ମଁୁ ଚୁପ୍‌ କରି ଯାଇ ଶ୍ରୋତାମାନଙ୍କ ଭିତରେ ବସି ତାଙ୍କ ଗୀତ ଶୁଣୁଥାଏ। ଦେଖିଲି, ସାର୍‌ ଗୀତ ଆରମ୍ଭ କରିବା ପରେ ଧୀରେ ଧୀରେ ଶ୍ରୋତାମାନେ ନିସ୍ତବ୍ଧ ହୋଇଗଲା ପରି ଲାଗିଲା। ଆଶ୍ଚର୍ଯ୍ୟର କଥା ସେ ଗୀତ ଭିତରେ ଜଣେ ବି କେହି ତାଳି ବଜାଉ ନ ଥାଆନ୍ତି। ସେ ନିସ୍ତବ୍ଧତା ମଧ୍ୟରୁ ମଁୁ ଶୁଣିପାରୁଥାଏ କେହି କେହି ଶ୍ରୋତାଙ୍କ ରୁଦ୍ଧ କଣ୍ଠରୁ ବେଳେବେଳେ ଆହା ଆହା… ବୋଲି ଶବ୍ଦ ବାହାରୁଥାଏ। ମନେହେଉଥାଏ, ସାପ ଯେମିତି ପଦ୍ମତୋଳା ଶୁଣି ଧୀରେ ଧୀରେ ବଶୀଭୂତ ହୋଇଯାଏ, ସେମିତି ସେ ହଲରେ ବସିଥିବା ସମସ୍ତ ଶ୍ରୋତା ମନ୍ତ୍ରମୁଗ୍ଧ ହୋଇ ଏକ ଅତିଭୌତିକ ସ୍ତରକୁ ଚାଲିଯାଇ ନିର୍ବାକ ହୋଇଯାଇଥାନ୍ତି। ତାଳି ମାରିବା ପରି ଏକ ଲୌକିକ ଅଭ୍ୟାସକୁ ବୋଧହୁଏ ସେମାନେ ଭୁଲି ଯାଇଥାନ୍ତି।
ସାର୍‌ଙ୍କ ପରେ ମୋ ପାଳି ପଡ଼ିଲା। ମଁୁ କି ଗୀତ ଗାଇବି ଚିନ୍ତା କରିକରି ବିବ୍ରତ ହୋଇଗଲି। ମୋର ଗୀତ ଚୟନ ସବୁ ଭୁଲ୍‌ଭାଲ ହୋଇଗଲା। ଶ୍ରୋତାମାନଙ୍କୁ ଧରି ରଖିବାକୁ ବହୁତ ଚେଷ୍ଟାକଲି। ହେଲେ କାହାକୁ ଧରି ରଖି ପାରିଲିନି। ଧୀରେ ଧୀରେ ଗୋଟିକ ପରେ ଗୋଟିଏ ଖସିଗଲେ। ସେଇ ଦିନଠୁ ମୋ ମନରେ ଭୟ ପଶିଗଲା। ଓଡ଼ିଶାର ଯେ କୌଣସି ଗାୟକଙ୍କ ସହିତ ମୋର ଗାଇବାର ଥିଲେ ମଁୁ ତିଳେମାତ୍ର ଚିନ୍ତିତ ହୁଏନି। କିନ୍ତୁ ଯେଉଁଠି ବାଳକୃଷ୍ଣ ସାର୍‌ଙ୍କ ସହିତ ଗାଇବାର ଥାଏ, ସେଠି ମଁୁ ଆଗରୁ ହୁସିଆର ହୋଇଯାଏ। ମଁୁ ବହୁ ଗଭୀର ଭାବେ ଅନୁଶୀଳନ କରି ଦେଖିଲି ଯେ, ତାଙ୍କ ସଙ୍ଗୀତର ବିଶେଷତ୍ୱ ହେଲା, ସଙ୍ଗୀତରେ ପ୍ରାଣ ସଞ୍ଚାର। ନିର୍ମଳ ଚନ୍ଦ୍ରମଣ୍ଡଳ ପରି ସେ ସବୁ କଳାମେଘକୁ ଆଡ଼େଇ ଦେଇ ପ୍ରତି ବିଦଗ୍ଧ ଓଡ଼ିଆଙ୍କ ହୃଦ ଆକାଶରେ ପ୍ରକାଶ ପାଉଛନ୍ତି ଓ ପାଉଥିବେ। ତାଙ୍କର ମୃତ୍ୟୁ ନାହିଁି, ସେ ଅମୃତ। କାରଣ, ସେ ପ୍ରାଣବନ୍ତ ଏବଂ ତାଙ୍କର ସଙ୍ଗୀତ ପ୍ରାଣବନ୍ତ।
ପ୍ଲଟ୍‌ ନଂ-୬୦, ସତ୍ୟନଗର, ଭୁବନେଶ୍ବର


All Right Reserved By Dharitri.Com

ଏଇ ଭାରତରେ

ଦୀପାବଳିରେ ମା’ ଲକ୍ଷ୍ମୀ ଓ ମା’ କାଳୀଙ୍କୁ ପୂଜା କରାଯାଉ ଥିତ୍ବାବେଳେ ବୃଦ୍ଧଙ୍କୁ ପୂଜା କରିବାର ଏକ ନିଆରା ପରମ୍ପରା ପ୍ରଚଳିତ ହୋଇଆସୁଛି ଛତିଶଗଡ଼ର ଯଶପୁର...

ତଥ୍ୟ ପ୍ରଦାନରେ ସରକାରଙ୍କ ପଛଘୁଞ୍ଚା

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ ଲୋକଙ୍କଠାରୁ ତଥ୍ୟ ଲୁଚାଇବାରେ ସରକାରୀ ବିଭାଗଗୁଡ଼ିକ ମଧ୍ୟରେ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ...

ଏଇ ଭାରତରେ

ରାଜସ୍ଥାନ ମଓ୍ବୋଡ୍‌-ମାରଓ୍ବାଡ୍‌ରେ ରହୁଥିବା ଗାଡୋଲିୟା ଲୋହାରଙ୍କ ସହ ଯୋଡି ହୋଇ ରହିଛି ଏକ ଅଜବ କାହାଣୀ। ପାଞ୍ଚଶହ ବର୍ଷ ପୂର୍ବେ ନେଇଥିବା ଶପଥକୁ ପାଳନ କରି...

ଏଇ ଭାରତରେ

ଆଧୁନିକ ଯୁଗରେ ଅନ୍ଧବିଶ୍ୱାସକୁ ପଛରେ ପକାଇ ବିଜ୍ଞାନ ବହୁତ ଆଗକୁ ଯାଇପାରିଛି। ତଥାପି ଲୋକମାନେ ଅନ୍ଧବିଶ୍ୱାସ ଉପରେ ଭରସା ରଖୁଛନ୍ତି। ଏମିତି ଏକ ଅନ୍ଧବିଶ୍ୱାସଭିତ୍ତିକ ନାଗ...

ଇସ୍ତଫା ଧାରା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ କିଛିମାସ ପୂର୍ବେ ବହୁଳ ପ୍ରଚାରିତ ତିନି ଆଇଏଏସ୍‌ ଅଧିକାରୀଙ୍କ ଇସ୍ତଫା ସରକାରୀ ସ୍ତରରେ ଆଲୋଡନ ସୃଷ୍ଟି କରିଥିଲା। ଏଜିଏମ୍‌ୟୁଟି କ୍ୟାଡର୍‌...

ଏଇ ଭାରତରେ

ପରିବେଶ ପ୍ରଦୂଷଣ କମ୍‌ କରିବା ଓ ବୃକ୍ଷସଂଖ୍ୟା ବଢାଇବାକୁ ଯାଇ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଭିନ୍ନ ଏକ ଉପାୟ ଅବଲମ୍ବନ କରିଛନ୍ତି। ଏଥିପାଇଁ ପ୍ରଫେସରଙ୍କ ନିୟମ...

ଏଇ ଭାରତରେ

କୁକୁର ବିବାହ କରାଇଲେ ଗ୍ରହ ଦୋଷ ଖଣ୍ଡନ ହୋଇଥାଏ ବୋଲି ଲୋକେ ବିଶ୍ୱାସ କରନ୍ତି। ଯେଉଁ ପରିବାର ଏହି କୁକୁର ବିବାହ କରିଥାଆନ୍ତି ସେମାନଙ୍କ ଘରେ...

ଏଇ ଭାରତରେ

ହ୍ବିଲ୍‌ ଚେୟାରର ସାହାରା ନେଇଥିବା ଜଣେ ମହିଳା ହଜାର ହଜାର ଦିବ୍ୟାଙ୍ଗଙ୍କୁ ନିଜ ଗୋଡ଼ରେ ଠିଆ କରାଉଥିବା ଭଳି ପ୍ରେରଣାଦାୟକ ଘଟଣା ସାମ୍‌ନାକୁ ଆସିଛି ମହାରାଷ୍ଟ୍ରରେ।...

Leave a comment

Your email address will not be published. Required fields are marked *