Posted inଖେଳ

୮ ଫୁଟ୍‌ବଲ ଖେଳାଳି କରୋନା ପଜିଟିଭ୍‌

ମେକ୍ସିକୋ ସିଟି, ୨୨ା୫ (ଏଏଫ୍‌ପି)- ମେକ୍ସିକୋର ଅନ୍ୟତମ ଶ୍ରେଷ୍ଠ ଫୁଟ୍‌ବଲ ଟିମ୍‌ ସାଣ୍ଟୋସ୍‌ ଲାଗୁନାର ୮ଜଣ ଖେଳାଳି କରୋନା ପଜିଟିଭ୍‌। ଫଳରେ ୨ ମାସ ସସ୍‌ପେଣ୍ଡ ପରେ ନ୍ୟାଶନାଲ ଲିଗ୍‌ ଆରମ୍ଭ କରିବା ଲାଗି ଯେଉଁ ଯୋଜନା ଚାଲିଛ ତାହା କାର୍ଯ୍ୟକାରୀ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ମେକ୍ସିକାନ ଲିଗ୍‌ ଲିଗା ଏମ୍‌ଏକ୍ସ ଚଳିତ ସପ୍ତାହ ଶେଷ ଭାଗରେ ଆରମ୍ଭ ହେବ ବୋଲି ଆଶା କରାଯାଉଥିଲା। ଟ୍ରେନିଂ ଆରମ୍ଭ ପୂର୍ବରୁ କରୋନାଭାଇରସ୍‌ ଟେଷ୍ଟ ହୋଇଥିଲା। ଏହି ପରିସ୍ଥିତିରେ ପୁଣି ଲିଗ୍‌ ଆରମ୍ଭ କରିବା ଜଟିଳ ହୋଇପଡ଼ିବ ବୋଲି ସାଣ୍ଟୋସ ଲାଗୁନା ମାଲିକ ଆଲେଜାଣ୍ଡ୍ରୋ ଇରାରାଗୋରୀ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଖେଳାଳି ଓ କୋଚ୍‌ ମିଶି ୪୮ ଜଣଙ୍କର ଟେଷ୍ଟ ହୋଇଥିଲା। ତନ୍ମଧ୍ୟରୁ କେବଳ ୨୨ଟିର ଫଳାଫଳ ଆସିଛି। ଯଦି କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧି ପାଏ ତେବେ ସାଣ୍ଟୋସ ଲାଗୁନାର ଅବସ୍ଥା ଆହୁରି ଖରାପ ହୋଇଯିବ। ଅନ୍ୟ ଦୁଇଟି କ୍ଲବ ଗୁଆଡାଲାରାଜା ଓ ମଣ୍ଟେରୀ ଫୁଟ୍‌ବଲ ଟିମ୍‌ର କରୋନାଭାଇରସ୍‌ ଟେଷ୍ଟ ହୋଇଥିଲା। ମାତ୍ର ଫଳାଫଳା ସମ୍ପୂର୍ଣ୍ଣ ନେଗେଟିଭ୍‌ ଆସିଥିଲା। କରୋନାଭାଇରସ୍‌ରେ ଆକ୍ରାନ୍ତ ହୋଇ ମେକ୍ସିକୋର ଇତିମଧ୍ୟରେ ୬,୦୦୦ରୁ ଅଧିକ ମୃତ୍ୟୁବରଣ କରିସାରିଲେଣି। ଲାଟିନ ଆମେରିକାରେ ବ୍ରାଜିଲ ପରେ ଏହା ହେଉଛି ଦ୍ୱିତୀୟ ସର୍ବାଧିକ। କୌଣସି ଗୁରୁତର ଲକ୍ଷଣ ନ ଥାଇ ଲିଗ୍‌ର ସଭାପତି ଏନରିକ୍‌ ବୋନିଲା କରୋନା ଭାଇରସ୍‌ର ଶିକାର ହେବାର ସପ୍ତାହ ନ ପୂରୁଣୁ ମାର୍ଚ୍ଚ ମଧ୍ୟ ଭାଗରେ ଲିଗା ଏମ୍‌ଏକ୍ସକୁ ସ୍ଥଗିତ ରଖାଯାଇଥିଲା। ମେକ୍ସିକାନ ଲିଗ୍‌ର ଅନ୍ୟ ଏକ କ୍ଲବ ସାନ୍‌ ଲୁଇସ୍‌ର ସଭାପତି ମଧ୍ୟ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଛନ୍ତି।


All Right Reserved By Dharitri.Com

Posted inଖେଳ View All

ଭାରତୀୟ ଦଳର ଗସ୍ତ ପାଇଁ ଯାତ୍ରା କଟକଣା କୋହଳ କରିବ ଅଷ୍ଟ୍ରେଲିଆ

ମେଲବୋର୍ନ,୨୫।୪(ପି.ଟି.): କରୋନା ଭାଇରସ ମହାମାରୀ କାରଣରୁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସିଏ ପାଖାପାଖି ୩୦୦ ମିଲିୟନ ଅଷ୍ଟ୍ରେଲୀୟ ଡଲାର...

ଓସିଏ ନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ ଶେଷ

କଟକ ଅଫିସ,୨୧ା୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) କର୍ମକର୍ତ୍ତା ନିର୍ବାଚନର ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଶୁକ୍ରବାର ଶେଷ ହୋଇଛି। ୬ ପଦବୀ ପାଇଁ ଆବେଦନ କରିଛନ୍ତି ମୋଟ...

କୋମାରେ ଆମେରିକାନ ରେସ୍‌ର

କୋମାରେ ଆମେରିକାନ ରେସ୍‌ର ମୋଞ୍ଜା,୭।୯: ଆମେରିକାନ-ଇକ୍ୱାଡରିଆନ ଫର୍ମୁଲା ଟୁ ରେସର ଜୁଆନ ମାନୁଏଲ କୋରେଆ ଗତ ସପ୍ତାହରେ ବେଲଜିୟମଠାରେ ଦୁର୍ଘଟଣାର ଶିକାର ହୋଇଥିଲେ। ଉକ୍ତ ଦୁର୍ଘଟଣାରେ...

ଫାଇନାଲ ରାଉଣ୍ଡରେ ନାଗଲ

ନ୍ୟୁୟର୍କ,୨୩।୮(ପିଟି): ଭାରତୀୟ ଟେନିସ ଖେଳାଳି ସୁମିତ ନାଗଲ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଖେଳିବାର ନିକଟତର ହୋଇଛନ୍ତି। ୟୁଏସ୍‌ ଓପନ ଟୁର୍ନାମେଣ୍ଟର କ୍ୱାଲିଫାୟର୍ସରେ ନାଗଲ ଦ୍ୱିତୀୟ...

କୋହଲି- ଓ୍ବିଲିୟମସନ ଲଢ଼େଇ: ୧୧ ବର୍ଷପରେ ଏକ ବିରଳ ସଂଯୋଗ

ମାଞ୍ଚେଷ୍ଟର, ୮।୭(ପି.ଟି.)- ଚଳିତ ବିଶ୍ୱକପ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲରେ ମଙ୍ଗଳବାର ମାଞ୍ଚେଷ୍ଟରରେ ପରସ୍ପରକୁ ଭେଟିବା ସ୍ପଷ୍ଟ ହୋଇଛି। ପଏଣ୍ଟ ଟେବୁଲରେ ଭାରତ ଶୀର୍ଷ...

ହିମାଙ୍କ ସ୍ବର୍ଣ୍ଣିମ ସଫଳତା ଜାରି

ନୋଭେ ମେଷ୍ଟୋ (ଚେକ୍‌ ରିପବ୍ଲିକ), ୨୧।୭ (ପି.ଟି.)- ତାରକା ଭାରତୀୟ ମହିଳା ସ୍ପ୍ରିଣ୍ଟର ହିମା ଦାସ ତାଙ୍କ ସ୍ବର୍ଣ୍ଣିମ ସଫଳତା ଧାରା ଜାରି ରଖିଛନ୍ତି। ଶନିବାର...

ଶ୍ରୀସନ୍ତଙ୍କ ଘରେ ଲାଗିଲା ନିଆଁ

କୋଚି,୨୪।୮: ଭାରତୀୟ କ୍ରିକେଟ ଖେଳାଳି ଏସ୍‌ ଶ୍ରୀସନ୍ତଙ୍କ କେରଳର କୋଚିସ୍ଥିତ ଇଡାପାଲ୍ଲୀ ବାସଭବନରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଏକ ବଖରା...

ସେରେନା, ଓଜନିଆକିି ସେମିଫାଇନାଲରେ

ଅକ୍‌ଲାଣ୍ଡ, ୧୧ା୧ (ଏଏଫ୍‌ପି)- ସେରେନା ଓ୍ବିଲିୟମ୍ସ ଓ କାରୋଲିନ୍‌ ଓଜନିଆକି ଡବ୍ଲ୍ୟୁଟିଏ ଅକ୍‌ଲାଣ୍ଡ କ୍ଲାସିକ ଟେନିସ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। କ୍ୱାର୍ଟରଫାଇନାଲରେ ସେ ଲାଉରା...

Leave a comment

Your email address will not be published. Required fields are marked *