Posted inପୁରୀ

ସ୍ନାନପୂର୍ଣ୍ଣିମା ସମ୍ଭାବନା ବଢ଼ିଲା: ମଗାଗଲା ସର୍ବନିମ୍ନ ସେବାୟତ ତାଲିକା

ପୁରୀ ଅଫିସ, ୨୧ା୫:ମହାମାରୀ କରୋନା ଯୋଗୁ ମହାପ୍ରଭୁଙ୍କ ରଥଯାତ୍ରା ଅନିଶ୍ଚିତତା ଭିତରକୁ ଠେଲି ହୋଇ ଯାଇଛି। ଏଥର ବଡଦାଣ୍ଡରେ ତିନିଠାକୁରଙ୍କ ରଥ ଗଡ଼ିବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଛି। ହେଲେ ମହାପ୍ରଭୁଙ୍କ ସ୍ନାନଯାତ୍ରା ହେବା ନେଇ ଧୀରେ ଧୀରେ ସମ୍ଭାବନା ବଢିବାରେ ଲାଗିଛି। ସ୍ନାନଯାତ୍ରା ସହ ସମ୍ପୃକ୍ତ ୧୦ ସେବାୟତ ନିଯୋଗ ସହିତ ଗୁରୁବାର ଶ୍ରୀମନ୍ଦିର ପ୍ରଶାସନର ଆଲୋଚନା ପରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ସୂଚନା ଏହି ସମ୍ଭାବନାକୁ ଦୃଢୀଭୂତ କରିଛି। ସର୍ବନିମ୍ନ ସେବାୟତରେ ଯେପରି ସ୍ନାନଯାତ୍ରା ନୀତିକାନ୍ତି ହୋଇପାରିବ ସେନେଇ ସମ୍ପୃକ୍ତ ନିଯୋଗଗୁଡ଼ିକୁ ଶ୍ରୀମନ୍ଦିର ପ୍ରଶାସନ ତାଲିକା ମାଗିଛି। ଆସନ୍ତା ୨୫ ତାରିଖ ସୁଦ୍ଧା ତାଲିକା ଦେବାକୁ କୁହାଯାଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ମୁଖ୍ୟତଃ କରୋନା ଭୟାବହତା ଓ କୋଭିଡ୍‌-୧୯ ଗାଇଡ୍‌ଲାଇନ ସମ୍ପର୍କରେ ଆଲୋଚନା ହୋଇଥିଲା। ସରକାରଙ୍କ ନିର୍ଦ୍ଦେଶନାମା ଅନୁପାଳନ କରି ଆମକୁ ଯେ କୌଣସି କାର୍ଯ୍ୟ କରିବାକୁ ପଡ଼ିିବ ବୋଲି ମୁଖ୍ୟ ପ୍ରଶାସକ ସେବାୟତମାନଙ୍କୁ କହିଥିଲେ। ଏହି ବୈଠକ ଶେଷରେ ମୁଖ୍ୟ ପ୍ରଶାସକ କହିଥିଲେ, ସର୍ବନିମ୍ନ କେତେଜଣ ସେବାୟତଙ୍କ ଦ୍ୱାରା ମହାପ୍ରଭୁଙ୍କ ନୀତିକାନ୍ତି ହୋଇପାରିବ ସେନେଇ ତାଲିକା ମଗାଯାଇଛି। ୨୫ତାରିଖ ସୁଦ୍ଧା ତାଲିକା ଦେବାକୁ କୁହାଯାଇଛି। ସେହି ତାଲିକାଭୁକ୍ତ ସେବାୟତମାନେ ସେଦିନ ମନ୍ଦିର ଭିତରକୁ ଯାଇ ସ୍ନାନପୂର୍ଣ୍ଣିମା ନୀତିରେ ଅଂଶଗ୍ରହଣ କରିବେ। ଅନ୍ୟପକ୍ଷରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ମନ୍ଦିର ବାହାରେ କୌଣସି କାର୍ଯ୍ୟ କରିହେବ ନାହିଁ। କିନ୍ତୁ ଆଗକୁ ଚମ୍ପକ ଦ୍ୱାଦଶୀ ନୀତି ଏବଂ ଶୀତଳ ଷଷ୍ଠୀ ରହିଛି। ତେଣୁ ଲକ୍‌ଡାଉନ ନିୟମକୁ ମାନି ଯେପରି ଠାକୁରଙ୍କ ଏହି ନୀତି କରାଯିବ କିମ୍ବା ତାହାର କିଛି ବିକଳ୍ପ ରହିଛି ସେ ନେଇ ପରିଚାଳନା କମିଟି ମାଧ୍ୟମରେ ଧାର୍ମିକ ଗୁରୁଙ୍କ ମତାମତ ଲୋଡ଼ାଯିବ ବୋଲି ସ୍ଥିର ହୋଇଛି। ସେହିପରି ସେବାୟତମାନଙ୍କ କଲ୍ୟାଣ ନିମନ୍ତେ ଦିନେ ଦୁଇଦିନ ମଧ୍ୟରେ ଜିଲାପାଳ ଏକ ବୈଠକ କରିବେ। ମନ୍ଦିର ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ସେବାୟତଙ୍କୁ କି ପ୍ରକାର ଆର୍ଥିକ ସହାୟତା ଦିଆଯାଇପାରିବ ସେ ବିଷୟରେ ଚୂଡ଼ାନ୍ତ ହେବ। ପୂର୍ବରୁ ସ୍ନାନପୂର୍ଣ୍ଣିମା ନୀତି ସଂକ୍ରାନ୍ତରେ ଦଇତାପତି ନିଯୋଗ ସହ ଆଲୋଚନା ହୋଇଥିଲା। ଗୁରୁବାର ଅନ୍ୟ ୧୦ ନିଯୋଗ ସହ ଆଲୋଚନା ହୋଇଛି। ଏହାପରେ ଛତିଶା ନିଯୋଗ ଏବଂ ଶେଷରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ବିନା ଭକ୍ତରେ ସ୍ନାନଯାତ୍ରା ହେବା ନେଇ ଯେଉଁ ଆଲୋଚନା ହେଉଛି ସେ ସଂକ୍ରାନ୍ତରେ ମୁଖ୍ୟ ପ୍ରଶାସକ କହିଥିଲେ, ଏବେ କୋଭିଡ୍‌-୧୯ ଗାଇଡଲାଇନ ଓ କଟକଣା ଅନୁସାରେ ମନ୍ଦିର ବାହାରେ ବର୍ତ୍ତମାନ କିଛି ହୋଇପାରିବ ନାହିଁ। ୩୧ ତାରିଖ ପରେ କ’ଣ କଟକଣା ରହିବ ତାହା ଆମେ ଜାଣିନାହୁଁ। ୫ତାରିଖରେ ସ୍ନାନପୂର୍ଣ୍ଣିମା। ତେଣୁ ସେତେବେଳେ ମନ୍ଦିର ଭିତରେ ବା ବାହାରେ କ’ଣ କରିହେବ ତାହା ଏବେଠାରୁ କହିହେବ ନାହିଁ। ଆମକୁ ଅପେକ୍ଷା କରିବାକୁ ପଡ଼ିବ। ଠିକ୍‌ ସମୟରେ ଉଚିତ ନିଷ୍ପତ୍ତି ନିଆଯିବ। ସେହିପରି ଜିଲାପାଳ ବଲୱନ୍ତ ସିଂ କହିଛନ୍ତି, କଟକଣାକୁ ମାନି କିପରି ସ୍ନାନପୂର୍ଣ୍ଣିମା ନୀତି କରାଯିବ ସେ ବିଷୟରେ ସେବାୟତଙ୍କ ସହ ଆଲୋଚନା ହୋଇଛି। ଆସନ୍ତା ୨୩ ତାରିଖରେ ଗରାବଡୁ ନିଯୋଗର ଏକ କରୋନା ସଚେତନତା କାର୍ଯ୍ୟକ୍ରମ କରାଯିବ। ଏଥିରେ ସମ୍ପୃକ୍ତ ସେବାୟତଙ୍କୁ ସରକାରଙ୍କ କଟକଣା ବିଷୟରେ ଅବଗତ କରାଯିବ। ସ୍ନାନନୀତିରେ ସେମାନେ ଏହାକୁ ଅନୁପାଳନ କରିବେ। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏସ୍‌ପି ଡା. ଉମାଶଙ୍କର ଦାଶଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ପୂଜାପଣ୍ଡା, ପୁଷ୍ପାଳକ, ପ୍ରତିହାରୀ, ସୁଆରବଡ଼ୁ, ପତ୍ରୀବଡ଼ୁ, ଗରାବଡ଼ୁ, ଖୁଣ୍ଟିଆ, ମେକାପ, ମହାଜନ ଏବଂ ସୁଆର ମହାସୁଆର ନିଯୋଗର କର୍ମକର୍ତ୍ତା ଉପସ୍ଥିତ ଥିଲେ।


All Right Reserved By Dharitri.Com

ବୀରଗୋବିନ୍ଦପୁର ଛକରେ ଦୁର୍ଘଟଣା: ଓଲଟିଲା ବସ୍‌; ଜଣେ ମୃତ, ୨୦ ଆହତ

ସାକ୍ଷୀଗୋପାଳ,୨୨।୧୦(ଡି.ଏନ୍‌.ଏ.): ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ସାକ୍ଷୀଗୋପାଳ ନିକଟବର୍ତ୍ତୀ ବୀରଗୋବିନ୍ଦପୁର ଛକରେ ମଙ୍ଗଳବାର ପୂର୍ବାହ୍ନରେ ବସ୍‌କୁ ବାଇକ ଧକ୍କା ଦେଇଛି। ଏଥିରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା...

ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ଲମ୍ବା ଲାଇନ୍‌

ଗୋପ,୨୪।୩(ଡି.ଏନ୍‌.ଏ): କରୋନାକୁ ନେଇ ସାରା ବିଶ୍ବରେ ଆତଙ୍କ ଦେଖାଯାଇଥିବାବେଳେ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତା’ର ବ୍ୟତିକ୍ରମ ଦେଖାଯାଇଛି। ସାମାଜିକ ଦୂରତା ଦୃଷ୍ଟି ଦିଆ ଯାଉ ନ...

ପଞ୍ଚସଖା ସ୍ମୃତି ସମାଧିପୀଠ ଅବହେଳିତ

ସାକ୍ଷୀଗୋପାଳ, ୨୩।୧୧(ଡି.ଏନ୍‌.ଏ.): ସତ୍ୟବାଦୀ ବନବିଦ୍ୟାଳୟ ବିନ୍ଧାଣୀ ପୁଣ୍ୟାତ୍ମା ପଞ୍ଚସଖାଙ୍କ ସ୍ମୃତି ସମାଧି ପୀଠ ଅବହେଳିତ ଅବସ୍ଥାରେ ରହିଛି। ବକୁଳବନ ସନ୍ନିକଟ ପଞ୍ଚସଖା ଖେଳପଡିଆକୁ ଲାଗିରହିଥିବା ଏହି...

ଫନୀ ପରେ ଅମ୍ଫନ୍‌ ଦେଇଗଲା ଦୁଃଖ

ପୁରୀ ଅଫିସ,୨୩ା୫: ବାତ୍ୟା ଫନୀରେ ପୁରୀ ଜିଲାର ପାନଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିଲା। ପବନ ମାଡ଼ରେ ଧରାଶାୟୀ ହୋଇଥିଲା ହଜାର ହଜାର ପାନବରଜ। ଧାର, କରଜ...

କାକଟପୁର ମଙ୍ଗଳା ମନ୍ଦିରରୁ ଉଡ଼ିଗଲା ବାନା

କାକଟପୁର,୨୧।୫(ଡି.ଏନ.ଏ): ବାତ୍ୟା ଅମ୍ଫନ ପ୍ରଭାବରେ ବୁଧବାର କାକଟପୁରର ମା’ ମଙ୍ଗଳା ମନ୍ଦିର ଚୂଡ଼ରେ ଲାଗିଥିବା ବାନା ଉଡ଼ିଯାଇଛି। ମଙ୍ଗଳବାର ରାତିରୁ ବାତ୍ୟା ଯୋଗୁ ବର୍ଷା ପବନ...

ଅପହରଣର ୨ମାସ ପରେ ବି ନାବାଳିକାଙ୍କ ପତ୍ତା ପାଉନି ପୋଲିସ: ନ୍ୟାୟ ଦାବିରେ ଧାରଣା ଦେଲେ ମହିଳା

ପୁରୀ ଅଫିସ,୧୭-୯:ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳର ଏକ ଅପହରଣ ଘଟଣାରେ ନାବାଳିକାଙ୍କ ପରିବାରକୁ ପୋଲିସ ସହଯୋଗ କରୁ ନ ଥିବା ଅଭିଯୋଗ ହୋଇଛି। ଏ ନେଇ...

ନୃସିଂହ ଚତୁର୍ଦ୍ଦଶୀରେ କଣଗୁଜ ଅନୁକୂଳ ହେଲାନି

ପୁରୀ ଅଫିସ, ୬ା୫: ବୁଧବାର ଥିଲା ପବିତ୍ର ନୃସିଂହ ଚତୁର୍ଦ୍ଦଶୀ। ଏହି ତିଥିରେ ପରମ୍ପରା ଅନୁଯାୟୀ ରଥଖଳାରେ ତିନିରଥର କଣଗୁଜ ଅନୁକୂଳ ହୋଇଥାଏ। କିନ୍ତୁ ଏଥର...

ବାହାର ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେବେ ଅଙ୍ଗନୱାଡି କର୍ମୀ

ପୁରୀ ଅଫିସ,୨୨।୩: କରୋନା ଭୂତାଣୁ ସମ୍ପର୍କିତ ସଚେତନତା ଓ ମୁକାବିଲା ନିମନ୍ତେ ଶନିବାର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ସ୍ବତନ୍ତ୍ର ଜିଲା ପରିଷଦ...

Leave a comment

Your email address will not be published. Required fields are marked *