ସଙ୍ଗରୋଧ କେନ୍ଦ୍ର ମଟର ତରକାରିରେ ଝିଟିପିଟି

କେନ୍ଦ୍ରାପଡ଼ା ଅଫିସ, ୨୧ା୫: କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ଅଞ୍ଚଳର ଏକ ସଙ୍ଗରୋଧ କେନ୍ଦ୍ରର ଗୁରୁବାର ସକାଳେ ପ୍ରସ୍ତୁତ ହୋଇଥିବା ମଟର ତରକାରିରେ ଝିଟିପିଟି ବାହାରିଛି। ଏହା ଜଣାପଡିବା ପରେ କେନ୍ଦ୍ରରେ ଥିବା ଅନ୍ତେବାସୀ ଖାଦ୍ୟ ଗ୍ରହଣ କରି ନ ଥିଲେ। ଫଳରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ନଷ୍ଟ କରାଯାଇଛି। ତେବେ ଖାଦ୍ୟରେ ଝିଟିପିଟି ବାହାରିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ କେତେକ ସାମାଜିକ କର୍ମୀ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ା ଏ ନେଇ ଜିଲାପାଳ ସମର୍ଥ ବର୍ମା କହିଛନ୍ତି, ଘଟଣା ସମ୍ପର୍କରେ ସୂଚନା ମିଳିଛି। କିଭଳି ଏହି ଘଟଣା ଘଟିଲା ତାହାର ତଦନ୍ତ ପାଇଁ ଗରଦପୁର ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


All Right Reserved By Dharitri.Com

ମଶାଧୂପରୁ ଅଗ୍ନିକାଣ୍ଡ: ୧୨ ଗୃହପାଳିତ ପ୍ରାଣୀ ଜୀବନ୍ତ ଦଗ୍ଧ

ମାର୍ଶାଘାଇ, ୧୮।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ପରକୂଳା ପଞ୍ଚାୟତ ଆଙ୍କୋ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୧୨ ଗୃହପାଳିତ ପ୍ରାଣୀ ଜୀବନ୍ତ...

ଭିତରକନିକା ଜାତୀୟ ଉଦ୍ୟାନ: ୧୯ରେ ଡଲଫିନ୍‌ ଗଣନା

ରାଜନଗର, ୭।୧ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନରେ ଆସନ୍ତା ୧୯ ତାରିଖରେ ଡଲଫିନ୍‌ ଗଣନା କରାଯିବ। ୧୮ ତାରିଖରେ ଡଲଫିନ...

କାଜୁ ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ, ହତ୍ୟା ସନ୍ଦେହ

ମହାକାଳପଡ଼ା, ୨୫।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଜମ୍ବୁ ଥାନା ଅନ୍ତର୍ଗତ ପେଟଛେଲା ପଞ୍ଚାୟତର ବି.ବି. କଲୋନୀ କାଜୁ ଜଙ୍ଗଲରେ ବୁଧବାର ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ...

ବାଭଣପଡାରେ କାଳବୈଶାଖୀ: ଘର ଉପରେ ମାଡ଼ି ବସିଲା ବିଶାଳ ଗଛ

ପାଟଣା,୧୮।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ଭୁଲୁଦା ବାଭଣପଡା ସାହିରେ ରବିବାର ରାତିରେ କାଳବୈଶାଖୀ ହୋଇଛି। ଫଳରେ ସାହିର ତ୍ରିଲୋଚନ ନାଏକଙ୍କ ଘର ଉପରେ...

୧୩ରେ କଂଗ୍ରେସର ବିଶାଳ ଗଣବିକ୍ଷୋଭ

ରାଜନଗର, ୬।୩(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକରେ ଶାସକ ଦଳ ପକ୍ଷରୁ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି, ଦଳୀୟ ଭିତ୍ତିରେ ଅଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର...

ତୁଟୁନି ରାଘପୁର ଗ୍ରାମ ସମସ୍ୟା : ଜିଲାପାଳଙ୍କୁ ଭେଟି ଅଭିଯୋଗ କଲେ ଗ୍ରାମବାସୀ

କେନ୍ଦ୍ରାପଡ଼ା ଅଫିସ୍‌, ୭।୧: ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ପଞ୍ଚାୟତ ରାଘପୁର ଗ୍ରାମବାସୀ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗତ ଡିସେମ୍ବର ୧୯ ତାରିଖରେ ଅନଶନ କରିଥିଲେ।...

ଉତ୍ତରାଖଣ୍ଡରେ ଫସିଛନ୍ତି ୨୪ ଛାତ୍ରୀଛାତ୍ର, ଫେରାଇ ଆଣିବା ପାଇଁ ସରକାରଙ୍କୁ ପରିବାର ଲୋକଙ୍କ ନିବେଦନ

ରାଜନଗର,୩୦ା୪(ଡି.ଏନ୍‌.ଏ.) : କେନ୍ଦ୍ରାପଡ଼ା ଜିଲା ବାରୁଅସ୍ଥିତ ଜବାହାରଲାଲ କେନ୍ଦ୍ରୀୟ ବିଦ୍ୟାଳୟର ରାଜନଗର, ରାଜକନିକା, ଆଳି ବ୍ଲକର ୨୪ ଜଣ ଛାତ୍ରୀଛାତ୍ର ମାଇଗ୍ରେସନ ପାଠ ପଢ଼ିବା ପାଇଁ...

ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ: ଆଳିର ୧୧ଗାଁ ସିଲ୍‌

କେନ୍ଦ୍ରାପଡା ଅଫିସ/ଆଳି (ଡି.ଏନ୍‌.ଏ.), ୭।୪- କେନ୍ଦ୍ରାପଡ଼ା ଜିଲାର ପ୍ରଥମ କରୋନା ସଂକ୍ରମିତଙ୍କୁ ସୋମବାର ଚିହ୍ନଟ କରାଯାଇଛି। ଆଳି ଅଞ୍ଚଳରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା ବେଳେ...

Leave a comment

Your email address will not be published. Required fields are marked *