Posted inଗଜପତି

କ୍ୟାନ୍‌ସର ପୀଡ଼ିତଙ୍କ କ୍ୱାରାଣ୍ଟାଇନରେ ମୃତ୍ୟୁ

କାଶୀନଗର,୨୧ା୫(ଡି.ଏନ୍‌.ଏ.)-ଗଜପତି ଜିଲା କାଶୀନଗର ବ୍ଲକ ସିଆଳି ପଞ୍ଚାୟତର ହରିପୁର ଗ୍ରାମର ଅଲଡ଼ାଠାରେ ହୋଇଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାମ କାଟ୍ଟି କ୍ରିଷ୍ଣା(୫୪)। କାଟ୍ଟିଙ୍କ ରେକଟାଲ କ୍ୟାନ୍‌ସର ଥିଲା। କ୍ୱାରାଣ୍ଟାଇନରେ ପହଞ୍ଚତ୍ବା ପୂର୍ବରୁ ସେ ୪ ମାସ ଧରି କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ଇନ୍‌ଷ୍ଟିଚ୍ୟୁଟ୍‌ରେ ଚିକିତ୍ସିତ ହୋଇଥିଲେ। ସେଠାରୁ ୧୯ ତାରିଖରେ ଡିସ୍‌ଚାର୍ଜ ହେବା ପରେ ଆମ୍ବୁଲାନ୍ସ ଯୋଗେ ସେ କାଶୀନଗର ଆସୁଥିବା ବେଳେ ହଡୁଭାଙ୍ଗି ନାକାଗେଟ୍‌ଠାରେ ତାଙ୍କୁ ଯାଞ୍ଚ କରାଯାଇଥିଲା। ସେତେବେଳେ ତାଙ୍କୁ ନେଇ ବିଏଲ୍‌ପୁରସ୍ଥିତ ମଲ୍‌ଟି ପରପୋଜ୍‌ ସାଇକ୍ଲୋନ କେନ୍ଦ୍ରରେ ରଖିବାକୁ ନିଆଯାଇଥିଲା। ମାତ୍ର ଗ୍ରାମବାସୀଙ୍କ ବିରୋଧ ଯୋଗୁ ଅଲଡ଼ାସ୍ଥିତ କ୍ୱାରାଣ୍ଟାଇନକୁ ନେଇ ରଖାଯାଇଥିଲା। ଗୁରୁବାର ସେ ଶୋଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଉପଜିଲାପାଳ ସଂଗ୍ରାମ ଶେଖର ପଣ୍ଡା କହିଛନ୍ତି। କାଟ୍ଟିଙ୍କ ୨ ପୁଅ ଓ ସ୍ତ୍ରୀ ଅଛନ୍ତି। କ୍ୱାରାଣ୍ଟାଇନରେ ମୃତ୍ୟୁ ହୋଇଥିବାରୁ ପୋଲିସ ଉପସ୍ଥିତିରେ ପ୍ରଶାସନ ପକ୍ଷରୁ ତାଙ୍କ ମୃତଦେହ ସତ୍କାର କରାଯାଇଛି। ତାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ତହସିଲଦାର ଶାନ୍ତିସ୍ବରୂପ ମିଶ୍ର କହିଛନ୍ତି।


All Right Reserved By Dharitri.Com

ଗଞ୍ଜାମ ଜିଲା: ଆଜି ବନ୍ଦ ରହିବ ସ୍କୁଲ, ଅଙ୍ଗନଓ୍ବାଡି

ବ୍ରହ୍ମପୁର ଅଫିସ,୬ା୯- ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଗୁରୁବାର ଦିନତମାମ ବର୍ଷା ଯୋଗୁ ଜିଲାର...

ଆର୍‌.ଉଦୟଗିରି, ନୂଆଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଶୋଧକ ସିଞ୍ଚନ

ଆର୍‌.ଉଦୟଗିରି,୯ା୪(ଡି.ଏନ୍‌.ଏ.) : ଗଜପତି ଜିଲା ଆର.ଉଦୟଗିରି, ନୂଆଗଡ଼, ଖଜୁରୀପଦା ଓ ବଡ଼ପଦା ସହରରେ ଯୁଦ୍ଧକାଳୀନ ଭିତ୍ତିରେ ପଞ୍ଚାୟତ କୃର୍ତ୍ତପକ୍ଷ ଏବଂ ଅଗ୍ନିଶମ ବିଭାଗ ଦ୍ୱାରା କରୋନା...

ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ଦାବିରେ ଧାରଣା

ମୋହନା,୧୬ା୧୧(ଡି.ଏନ୍‌.ଏ.) -ଗଜପତି ମୋହନା ବ୍ଲକ ଚୁଡୁଙ୍ଗପୁର ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଶୁକ୍ରବାର ପୂର୍ବାହ୍ନରେ ବିଭିନ୍ନ ଯୋଜନାରେ ଭତ୍ତା ପାଉଥିବା ପ୍ରାୟ ୪୦୦ରୁ ଉର୍ଦ୍ଧ୍ୱ ହିତାଧିକାରୀ ଧାରଣା...

ଦିଗପହଣ୍ଡିରୁ ୮ ଶିଶୁ ଶ୍ରମିକ ଉଦ୍ଧାର

ଦିଗପହଣ୍ଡି,୨୩ା୮(ଡି.ଏନ.ଏ.)- ବ୍ରହ୍ମପୁର ପୋଲିସର ସ୍ବତନ୍ତ୍ର ଟିମ ଶୁକ୍ରବାର ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମର ହୋଟେଲ, ମୋଟର ଗ୍ୟାରେଜ, ଢ଼ାବା, ଫାଷ୍ଟଫୁଡ ଦୋକାନ ସମେତ ବିଭିନ୍ନ...

ଓଡ଼ିଶା ଜାଗାରେ ଆନ୍ଧ୍ରର ଦାଦାଗିରି : ଜାଗା, ଗଛକଟାକୁ ନେଇ ଓଡ଼ିଶାର ଚମ୍ପାପୁର, ଆନ୍ଧ୍ରର ସିଙ୍ଗିପୁର ଗାଁ ମଧ୍ୟରେ ବିବାଦ

ପାରଳାଖେମୁଣ୍ଡି,୨୩ା୯(ସ୍ବ.ପ୍ର.) : ଜମି ଓ ଗଛକଟାକୁ କେନ୍ଦ୍ରକରି ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଦୁଇ ଗ୍ରାମ ମଧ୍ୟରେ ପୁଣି ବିବାଦ ଦେଖାଦେଇଛି। ଓଡ଼ିଶା ଜାଗାରେ ପଶି ଆନ୍ଧ୍ରର ଲୋକେ...

୩୫ କୁଇଣ୍ଟାଲ ଗଞ୍ଜେଇ ଜବତ, ୪ ଗିରଫ

ସୋରଡା,୧୨ା୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବଡଗଡ଼ ପୋଲିସ ଗୁରୁବାର ଏକ ବଡଧରଣର ଗଞ୍ଜେଇ ଚୋରାଚାଲାଣ ଉଦ୍ୟମ ପଣ୍ଡ କରିଛି। ଯାଞ୍ଚବେଳେ ୪୦୭ ଟ୍ରକ୍‌, ପିକ୍‌ଅପ୍‌, ବୋଲେରୋ ଓ...

ତିନି ଭାଇଙ୍କୁ ବାସନ୍ଦ ଘଟଣା, ତୁଟିଲା ବିବାଦ

ପାତ୍ରପୁର,୧୮ା୯(ଡ଼ିଏନଏ): ଜରଡ଼ା ଥାନା ପାତ୍ରପୁର ବ୍ଲକ ଡୁଙ୍ଗୁରୁଗୁଡା ଗ୍ରାମରେ ସାମାନ୍ୟ କଥାକୁ ନେଇ ଗ୍ରାମରୁ ତିନି ଭାଇଙ୍କୁ ବାସନ୍ଦ କରାଯାଇଥିବାବେଳେ ସେମାନଙ୍କ ପିଲା ମାନଙ୍କୁ ଗ୍ରାମ...

ଟାଉନ୍‌ହଲ ପରିସର ପାଲଟିଛି ପାର୍କିଂସ୍ଥଳ, ପରିସ୍ରାଗାର

ପାରଳାଖେମୁଣ୍ଡି, ୫ା୩(ସ୍ବ.ପ୍ର.) ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ୧୪ ନଂ. ଓ୍ବାର୍ଡସ୍ଥିତ ଟାଉନ୍‌ହଲ ନବୀକରଣ କାର୍ଯ୍ୟ ଚାଲିଥିବାବେଳେ ଏଥିରେ ଅହେତୁକ ବିଳମ୍ବ ହେଉଥିବା ଜଣାପଡ଼ିଛି। ଜିଲା ସଦରରେ...

Leave a comment

Your email address will not be published. Required fields are marked *