ସାବିତ୍ରୀ ଅମାବାସ୍ୟା, ଇଦୁଲଫିତରକୁ ନେଇ ଜିଲାରେ ଉତ୍ସାହ: ମନ୍ଦିର, ମସଜିଦ୍‌ରେ ୧୪୪ ଧାରା

ଜଗତ୍‌ସିଂହପୁର ଅଫିସ,୨୧ା୫: ଶୁକ୍ରବାର ହେଉଛି ସାବିତ୍ରୀ ବ୍ରତ। ଏନେଇ ଜଗତ୍‌ସିଂହପୁର ଜିଲାରେ ଗୁରୁବାର ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ଲୋକେ ଜଗତ୍‌ସିଂହପୁର ସହର ସମେତ ଜିଲାର ବିଭିନ୍ନ ପ୍ରାନ୍ତରେ ବ୍ରତ ସାମଗ୍ରୀ, ଫଳ ଆଦି କିଣିବା ପାଇଁ ଭିଡ ଜମାଇଥିଲେ। ଅନୁରୂପ ଭାବେ ମୁସଲିମ୍‌ ସମ୍ପ୍ରଦାୟର ଲୋକେ ଇଦ୍‌-ଉଲ୍‌-ଫିତର ପାଳନ ନେଇ ଲାଛା ସିମେଇ ସହ ଅତର ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ଭିଡ କରୁଛନ୍ତି। ୨ଟି ସମ୍ପ୍ରଦାୟର ବଡ ପର୍ବ ପାଳନକୁ ଦୃଷ୍ଟିରେ ସହର, ବଜାର ଚଳଚଞ୍ଚଳ ହୋଇପଡିଛି। ତେବେ ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲାରେ ୧୪୪ ଧାରା ଜାରି କରିଛନ୍ତି। ସାବିତ୍ରୀ ବ୍ରତ ନେଇ ଶୁକ୍ରବାର ଓ ଇଦ୍‌-ଉଲ୍‌-ଫିତର ଉପଲକ୍ଷେ ଆସନ୍ତା ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ଏହି ନିୟମ କଡାକଡି ପାଳନ କରାଯିବ ବୋଲି ଏସ୍‌ପି ପ୍ରକାଶ ଆର୍‌ ସୂଚନା ଦେଇଛନ୍ତି।
କରୋନା ସଂକ୍ରମଣକୁ ନେି ଲକ୍‌ଡାଉନ୍‌ ଜାରି ରହିଛି। କିନ୍ତୁ ଶୁକ୍ରବାର ସାବିତ୍ରୀ ବ୍ରତ ପାଳନ ହେବାର ଥିବାରୁ ଜଗତ୍‌ସିଂହପୁର ସହରରେ ଫଳ, ପୂଜା ସାମଗ୍ରୀ ଓ ଅନ୍ୟ ଦୋକାନଗୁଡିକରେ ପ୍ରବଳ ଭିଡ ହୋଇଥିଲା। ଏଭଳି ପରିବେଶ ସୃଷ୍ଟି ହୋଇଥିଲା ଯଦ୍ଦ୍ବାରା ଲୋକେ ସାମାଜିକ ଦୂରତା କଥା ଭୂଲି ଯାଇଥିଲେ। ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦୋକାନୀମାନେ ସେଓ, ଅଙ୍ଗୁର, ଡାଳିମ୍ବ, ପଣସ, ସପୁରୀ, କଦଳୀ, ଜାମୁ, ଖଜୁରୀ, କେନ୍ଦୁ, ଲିଚୁ ଓ ନଡିଆ ଆଦି ଫଳ ଚଢା ଦରରେ ବିକ୍ରି କରିଥିଲେ। କାରବାରରୁ ଜଣାଯାଇଥିଲା ଶୁକ୍ରବାର ବିଭିନ୍ନ ଦେବଦେବୀ ମନ୍ଦିରରେ ପ୍ରବଳ ଭିଡ ହେବ। ଭିଡ ହେଲେ କରୋନା ସଂକ୍ରମଣ ହେବାର ଆଶଙ୍କା କରି ଜିଲା ପ୍ରଶାସନ ୧୪୪ ଧାରା ଜାରି କରିବାକୁ ନିଷ୍ପତ୍ତି ନେଇଛି। ଏହିଦିନ ଜିଲାର ସମସ୍ତ ଦେବଦେବୀ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳରେ ଏହି ଧାରା ବଳବତ୍ତର ରହିବ। ମନ୍ଦିର ଓ ଆଖପାଖ ଅଞ୍ଚଳରେ ୪ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଏଥିସହ ଅନ୍ୟ କୌଣସି ସ୍ଥାନରେ ମଧ୍ୟ ଅଧିକ ଲୋକ ଏକତ୍ରିତ ହୋଇ ପୂଜାପାଠ କରିବା ଉପରେ କଟକଣା ଜାରି କରାଯାଇଛି। ଇଦ୍‌-ଉଲ୍‌-ଫିତର ପାଳନ ଅବସରରେ ଜିଲାର ସମସ୍ତ ମସଜିଦ୍‌ ଓ ଇଦ୍‌ଗା ପଡିଆ ପରିସର ଓ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। କେହି ମସଜିଦ୍‌ ଓ ଇଦ୍‌ଗା ପଡିଆରେ ଏକତ୍ରିତ ହୋଇ ସମୂହ ପ୍ରାର୍ଥନା କରିପାରିବେ ନାହିଁ। ଏହି ଧାରା ୨୪ରୁ ୨୬ ତାରିଖ ପର୍ଯ୍ୟ ବଳବତ୍ତର ରହିବ। ଏ ସମ୍ପର୍କରେ ସ୍ଥାନୀୟ କେତେଜଣ ଲୋକ କହିଛନ୍ତି, ସହରରେ ରାତିରେ କଫ୍ୟୁ ଜାରି କରାଯାଇଛି। କିନ୍ତୁ ଲୋକେ ବେଧଡକରେ ଯାତାୟାତ କରୁଛନ୍ତି। ଦିନରେ ବଜାରରେ ପ୍ରବଳ ଗହଳି ସାଙ୍ଗକୁ ସାମାଜିକ ଦୂରତା ରହୁନି। ଲୁଗା, ପାନ ଦୋକାନଠାରୁ ଆରମ୍ଭ କରି ଏକାଧିକ ଦୋକାନ ଖୋଲିବା ଉପରେ କଟକଣା ଜାରି କରାଯାଇଛି। କିନ୍ତୁ ସବୁ ଦୋକାନ ଅବାଧରେ ଖୋଲୁଛି। ପୋଲିସ, ପ୍ରଶାସନ ଏ କ୍ଷେତ୍ରରେ ଧ୍ୟାନ ଦେଉନି। କେବଳ ଉପରଠାଉରିଆ ଭାବେ ୧୪୪ ଧାରା ଜାରି, ସାମାଜିକ ଦୂରତା ବଜାୟ ରଖିବା କଥା କହି ବାହା ବାହା ନେବାକୁ ଚେଷ୍ଟା କରୁଛି, ଯାହାକି କରୋନା ଭଳି ମହାମାରୀକୁ ପ୍ରତିହତ କରିହେବ ନାହିଁ। ଲୋକେ ମଧ୍ୟ ସଚେତନ ନ ହେବା ଭବିଷ୍ୟତ ପାଇଁ ବିପଦ ଘନେଇ ଆସୁଥିବା ଅଭିଯୋଗ ହୋଇଛି।


All Right Reserved By Dharitri.Com

କୋଷ୍ଟଗାର୍ଡରେ ସାମିଲ ହେଲା ‘ଭରଦ୍‌’

ପାରାଦୀପ, ୧୯।୩ (ସ୍ବ.ପ୍ର.): ଉତ୍ତର-ପୂର୍ବ ଉପକୂଳ ସମୁଦ୍ର ସୀମାରେ ପାଟ୍ରୋଲିଂ ପାଇଁ ବୁଧବାର ଭାରତୀୟ ତଟରକ୍ଷୀ ବାହିନୀ(କୋଷ୍ଟଗାର୍ଡ)ରେ ଅତ୍ୟାଧୁନିକ ଯୁଦ୍ଧଜାହାଜ ‘ଭରଦ’ ସାମିଲ ହୋଇଛି। ବୁଧବାରଠାରୁ...

ପ୍ରାକୃତିକ ବିପର୍ଯ୍ୟୟ ମୃତ୍ୟୁଠାରୁ ଡାହାଣୀ ସନ୍ଦେହରେ ହତ୍ୟା ଅଧିକ

ଭୁବନେଶ୍ୱର, ୧୧ା୧୨(ବ୍ୟୁରୋ):ଦେଶରେ ଡାହାଣୀ ଓ ଗୁଣିଆ ସନ୍ଦେହରେ ବାର୍ଷିକ ହାରାହାରି ୫୩ଜଣଙ୍କୁ ହତ୍ୟା କରାଯାଉଛି। ୨୦୧୦ରୁ ଏ ପର୍ଯ୍ୟନ୍ତ ଡାହାଣୀ ଓ ଗୁଣିଆ ସନ୍ଦେହଜନିତ ହତ୍ୟା...

ଆଡ଼ିବନ୍ଧ ପାଇଁ ତାଳଦଣ୍ଡା କେନାଲରେ ଜଳ ପ୍ରବାହ ବାଧାପ୍ରାପ୍ତ

ପାରାଦୀପ,୧୩।୮(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପର ଜୀବନରେଖା କୁହାଯାଉଥିବା ତାଳଦଣ୍ଡା କେନାଲ ଏବେ ବିଭିନ୍ନ କାରଣରୁ ସଙ୍କୁଚିତ ଓ ପ୍ରଦୂଷିତ ହେବାରେ ଲାଗିଛି। ଏଥିପାଇଁ କେନାଲର ଜଳଧାରଣ...

ନିର୍ମାଣ ହେଉନି ସ୍ଥାୟୀ ପରିବା ହାଟ

କୁଜଙ୍ଗ,୭ା୧(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲାର ସର୍ବ ପୁରାତନ ସାପ୍ତାହିକ ହାଟ ହେଉଛି କୁଜଙ୍ଗ ହାଟ। ଏହାର ପରିଚାଳନା ଦାୟିତ୍ୱ ରାହାମା ନିୟନ୍ତ୍ରିତ ବଜାର କମିଟି ହାତରେ ରହିଛି।...

ବେଳାଭୂମିରୁ ବିଦେଶୀ ନାଗରିକଙ୍କ ଗଳିତ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ

ପାରାଦୀପ,୩୧।୮(ସ୍ବ.ପ୍ର.): ପାରାଦୀପ ବନ୍ଦର ୫ ନଂ ଗେଟ୍‌ ପାଖ ହନୁମାନ ମନ୍ଦିର ସୀମା ସମୁଦ୍ର ବେଳାଭୂମିରୁ ଶନିବାର ସକାଳେ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହକୁ ପୋଲିସ...

କରୋନା ପଜିଟିଭ ଗୁଜବ କରି ୪ ଗିରଫ

ଜଗତ୍‌ସିଂହପୁର ଅଫିସ/ଏରସମା,୨୮ା୩(ସ୍ବ.ପ୍ର.): କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ହ୍ବାଟ୍‌ସଆପ୍‌ରେ ଗୁଜବ କରି ଗିରଫ ହୋଇଛନ୍ତି ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅଞ୍ଚଳର ୪ଜଣ। ସେମାନେ...

ଫନୀର ୩ ମାସ ପରେ କମିନି ଦୁର୍ଦ୍ଦଶା : ପରଘରେ ମୁଣ୍ଡ ଗୁଞ୍ଜିଛନ୍ତି ବିପନ୍ନ

ବାଲିଆ,୩୧।୭: ଫନୀ ବାତ୍ୟା ହେବାର ଇତିମଧ୍ୟରେ ୩ ମାସ ବିତିଲାଣି, ଅଥଚ ଏ ପର୍ଯ୍ୟନ୍ତ ବିପନ୍ନଙ୍କ ଦୁର୍ଦ୍ଦଶା ଦୂର ହୋଇନାହିଁ। ଅଦ୍ୟାବଧି ଜଣେ ହେଲେ ବାତ୍ୟା...

ଏମ୍‌ଏସ୍‌ଏମ୍‌ଇ ଓ ପାରାଦୀପ ବନ୍ଦରର ପ୍ରଥମ ସମନ୍ବୟ ବୈଠକ କ୍ଷୁଦ୍ର ଶିଳ୍ପୋଦ୍ୟୋଗୀଙ୍କ ପାଇଁ ବାଟ ଫିଟିବ

ପାରାଦୀପ,୧୭ା୧୨(ସ୍ବ.ପ୍ର.): ଦେଶର ଦ୍ୱିତୀୟ ବୃହତ ବନ୍ଦର ପାରାଦୀପରେ ଏବେ କେବଳ ଖଣିଜ ପଦାର୍ଥ, ଲୁହା, ଷ୍ଟିଲ ଓ କଣ୍ଟେନର ଆମଦାନୀ-ରପ୍ତାନି ହେଉଛି। କିନ୍ତୁ ଓଡ଼ିଶାର ଶିଳ୍ପୋଦ୍ୟୋଗୀଙ୍କ...

Leave a comment

Your email address will not be published. Required fields are marked *