ଅମ୍ଫନ୍‌ ଉଜାଡ଼ିଲା ପାନ ବରଜ

ଏରସମା,୨୧ା୫(ସ୍ବ.ପ୍ର.): କରୋନା ଯୋଗୁ ଚାଷୀମାନେ ନାନା ଅସୁବିଧା ଭୋଗ କରୁଥିବା ବେଳେ ଏବେ ବାତ୍ୟା ଅମ୍ଫନ୍‌ ସେମାନଙ୍କୁ ଅଧିକ ଅସୁବିଧାରେ ପକାଇଛି। ବିଶେଷକରି ପାନ ଚାଷୀମାନେ ଜୀବିକା ହରାଇଛନ୍ତି। ବାତ୍ୟା ଯୋଗୁ ପାନ ବରଜ ମାଟିରେ ମିଶିଯାଇଛି। ଜଗତ୍‌ସିଂହପୁର ଜିଲା ଅଧୀନ ଏରସମା ବ୍ଲକ ଅଞ୍ଚଳରେ ଥିବା ହଜାର ହଜାର ପାନ ବରଜ ପବନ ମାଡ଼ରେ ଭାଙ୍ଗିପଡିଛି। ଏରସମା ଏକ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ବାଲିଆ ମାଟିରେ ଚାଷୀ ପାନ ବରଜ କରିଥାନ୍ତି। ପାନ ବିକ୍ରି କରି ସେମାନେ ପରିବାର ପ୍ରତିପୋଷଣ କରନ୍ତି। ବ୍ଲକ ଅନ୍ତର୍ଗତ ପଦ୍ମପୁର, ଆମ୍ବିକି, ଗଡ଼ହରିଶପୁର, ଜପା, ଗଡ଼କୁଜଙ୍ଗ, ଢିଙ୍କିଆ, ଗୋବିନ୍ଦପୁର ଓ ନୂଆଗାଁ ପଞ୍ଚାୟତରେ ସର୍ବାଧିକ ଚାଷୀ ପାନ ଚାଷ ଉପରେ ନିର୍ଭର କରିଥାନ୍ତି। ବିଶେଷକରି ନୂଆଗଁା ପଞ୍ଚାୟତରେ ହଜାର ହଜାର ପାନ ବରଜ ଦେଖିବାକୁ ମିଳେ। ପାନ ବରଜ ପାଇଁ ବାଉଁଶ ଓ କାଠ ତିଆରି ଖୁଣ୍ଟ, ବାଉଁଶ ଝାଟି, ବେଣା, ନଡା ସହିତ ବାଲି ମାଟି ଆବଶ୍ୟକ କରିଥାଏ। ଏଥି ସହିତ ଗୋଟିଏ ପାନ ବରଜରେ ଅତି କମ୍‌ରେ ଏକ କୁଇଣ୍ଟାଲ ଜିଆଇ ତାର ଆବଶ୍ୟକ ହୋଇଥାଏ। ସେହି ଜିଆଇ ତାରର ଦାମ୍‌ କିଗ୍ରା ପିଛା ୮୦ଟଙ୍କାରେ ଚାଷୀ କିଣୁଥିବା ବେଳେ କରୋନା ମହାମାରୀ ଯୋଗୁ କିଗ୍ରା ପିଛା ୧୨୦ଟଙ୍କାରେ କିଣିବାକୁ ପଡିଛି। ଗୋଟିଏ ପାନ ବରଜ ପ୍ରସ୍ତୁତ କରିବାକୁ ହେଲେ ୫୦ରୁ ୬୦ଟି ମଜୁରି ଆବଶ୍ୟକ କରିଥାଏ। ମୋଟାମୋଟି ଭାବେ ୨୦ରୁ ୩୦ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ ଗୋଟିଏ ପାନ ବରଜ ପାଇଁ। କିନ୍ତୁ ପରିତାପର ବିଷୟ ପାନ ବରଜକୁ ଅମ୍ଫନ୍‌ ମାଟିରେ ମିଶାଇ ଦେଇଛି। ତାକୁ ପୁନରୁଦ୍ଧାର କରିବା ଚାଷୀଙ୍କ ପକ୍ଷରେ କଷ୍ଟ ସାଧ୍ୟ ହୋଇପଡିଛି। ବିଭାଗୀୟ ଅଧିକାରୀ ଏହାର ଉପଯୁକ୍ତ କ୍ଷତି ଆକଳନ କରି ସହାୟତା ପ୍ରଦାନ କରିବା ପାଇଁ ନୂଆଗଁା ସରପଞ୍ଚ ବିଦ୍ୟାଧର ମଲ୍ଲିକଙ୍କ ସହିତ ବୃନ୍ଦାବନ ସ୍ବାଇଁ, ମହେନ୍ଦ୍ର ରାଉତ, ଜଗନ୍ନାଥ ଦାସ, ଅଭିନ୍ନ ନାୟକ ଓ ସିନ୍ଧୁ ସ୍ବାଇଁ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ତହସିଲଦାର ଚିତ୍ତରଞ୍ଜନ ମହାନ୍ତ କହିଛନ୍ତି, ଚାଷୀ ଲିଖିତ ଅଭିଯୋଗ କଲେ କ୍ଷୟକ୍ଷତି ଆକଳନ ପାଇଁ ଜିଲାପାଳଙ୍କୁ ଜଣାଇବୁ। କ୍ଷତି ଆକଳନ ପରେ ସହାୟତା ସମ୍ପର୍କରେ ବିଚାର କରାଯିବ।


All Right Reserved By Dharitri.Com

ପାରାଦୀପ-ହରିଦାସପୁର ରେଳପଥ : କାର୍ଯ୍ୟରେ ଅଙ୍କୁଶ ଲଗାଇଲେ ଏନ୍‌ଜିଟି

ପାରାଦୀପ,୨୩।୮(ସ୍ବ.ପ୍ର.): ପାରାଦୀପ-ହରିଦାସପୁର ରେଳପଥ ନିର୍ମାଣକୁ ନେଇ ଏବେ ପୁଣି ବିବାଦ ସୃଷ୍ଟି ହୋଇଛି। ଏହି ରେଳପଥ ନିର୍ମାଣ କ୍ଷେତ୍ରରେ ଅନିୟମିତତା ଏବଂ ଇଆଇଏ (ଏନଭର୍ନମେଣ୍ଟ ଇମ୍ପ୍ୟାକ୍ଟ...

ଘରୋଇ ବସ ଓଲଟି ୧୬ରୁ ଊର୍ଦ୍ଧ୍ୱ ଆହତ

ବିରିଡ଼ି,୨।୮(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲା କନ୍ଦରପୁର-ମାଛଗାଁ ଜାତୀୟ ରାଜପଥ ନଂ.୫୫ର ହାଜିପୁର ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଅଭିରାମ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି।...

ଅବକାରୀ ଚଢ଼ାଉ, ଦୁଇ ଗିରଫ

ବାଲିକୁଦା,୨୬।୨(ସ୍ବ.ପ୍ର.): ବାଲିକୁଦା ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୨୩ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି। ଏଥିସହିତ...

ବାଲିତୁଠ ପ୍ରାଥମିକ ବିଦ୍ୟାଳୟ: ୩ୟ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ଶିକ୍ଷୟିତ୍ରୀ ଗିରଫ

ଜଗତ୍‌ସିଂହପୁର ଅଫିସ,୨୩ା୧୨: ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅଧୀନ ବାଲିତୁଠ ପ୍ରାଥମିକ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଲିନା ନନ୍ଦ ଜଣେ ୩ୟ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼...

ସମନ୍ବୟ ଅଭାବ:ମଣ୍ଡିରେ ପଡ଼ିଛି ଧାନ, ଆସୁନାହାନ୍ତି ମିଲର

ବାଲିକୁଦା,୨୨ା୧(ସ୍ବ.ପ୍ର.):ଇ-ଟୋକୋନ ମାଧ୍ୟମରେ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏହିକ୍ରମରେ ବାଲିକୁଦାର ସମସ୍ତ ସମବାୟ ସମିତିରେ ଏହି...

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲର ୭ମାସ ପରେ କଟିଯାଇଥିଲା ନା: ୩ ବର୍ଷ ପରେ ମିଳିବ ଚାଉଳ

ଜଗତ୍‌ସିଂହପୁର ଅଫିସ, ୫ା୯: କୌଣସି ବ୍ୟକ୍ତି ଯେପରି ଖାଦ୍ୟ ବିନା ମୃତ୍ୟୁ ମୁଖରେ ନ ପଡନ୍ତି ସେନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱାରୋପ...

‘ପ୍ରବୃତ୍ତି ନୁହେଁ, ବୃତ୍ତିକୁ ଅଗ୍ରାଧିକାର ଦିଆଯାଏ’

ଜଗତ୍‌ସିଂହପୁର ଅଫିସ,୨୩ା୨: ପ୍ରବୃତ୍ତି ଅପେକ୍ଷା ବୃତ୍ତିକୁ ସର୍ବଦା ଅଗ୍ରାଧିକାର ଦିଆଯାଏ। କାରଣ କରଦାତାଙ୍କ କରରେ ସରକାରୀ କର୍ମଚାରୀ ଦରମା ପାଇଥାନ୍ତି। ତେଣୁ ସେମାନଙ୍କ ବୃତ୍ତି ପାଇଁ...

ମସଜିଦ୍‌ରେ ପଶିଲେ ୧୭ ବିଦେଶୀ ନାଗରିକ: ତଦନ୍ତ କଲା ପୋଲିସ

କୁଜଙ୍ଗ,୧।୧୧(ସ୍ବ.ପ୍ର.): ସାରା ଦେଶରେ ଗୁରୁବାର ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଥିବାବେଳେ କୁଜଙ୍ଗର ବିଭିନ୍ନ ଶିକ୍ଷାନୁଷ୍ଠାନ, ସାମାଜିକ ଅନୁଷ୍ଠାନରେ ଏହି ଦିବସ ପାଳନ କରାଯାଇଛି। ତେବେ...

Leave a comment

Your email address will not be published. Required fields are marked *